ଭାରତୀୟ ଦଳରେ ସ୍ଥାନ ପାଇଲେ ଫଳ ବିକ୍ରେତାଙ୍କ ପୁଅ

ଶ୍ରୀନଗର,୨୩।୫:ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ ଇଣ୍ଡିଆକୁ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ଏହି ସିରିଜ ପାଇଁ ବିସିସିଆଇ ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଛି। ଆଶା କରାଯାଉଥିବା ପରି ଏହି ଦଳରେ ଦ୍ରୁତ ବୋଲର ଉମରାନ ମଲିକଙ୍କୁ ସ୍ଥାନ ଦିଆଯାଇଛି। ଆଇପିଏଲରେ ଉମରାନ ଭଲ ପ୍ରଦର୍ଶନ କରିବାର ଫଳ ପାଇଛନ୍ତି। ଉମରାନଙ୍କ ଚୟନରେ ତାଙ୍କ ପିତା ବହୁତ ଖୁସି ଅଛନ୍ତି।
ପୁଅର ସଫଳତାରେ ଉମରାନଙ୍କ ପିତା ଅବଦୁଲ ରସିଦ ଭାବପ୍ରବଣ ହୋଇପଡିଛନ୍ତି। ରସିଦ ରାସ୍ତା କଡ଼ରେ ଫଳ ବିକ୍ରି କରନ୍ତି। ସେ ସର୍ବଦା ତାଙ୍କ ପୁଅକୁ ଭାରତୀୟ ଦଳରେ ମନୋନୀତ ହେବାର ସ୍ବପ୍ନ ଦେଖୁଥିଲେ। ସେ କହିଛନ୍ତି, ଆଇପିଏଲରେ ପୁଅର ପ୍ରଦର୍ଶନ ଏବଂ ସମଗ୍ର ଦେଶ ତାକୁ ସମର୍ଥନ କରିଥିବା ଦେଖି ଆମେ ସମସ୍ତେ ଗର୍ବିତ। ଆଜି ଆମ ବଳିଦାନର ଫଳ ମିଳିଛି। ମୋର ବିଶ୍ୱାସ ଥିଲା ଦିନେ ସେ ସଫଳତା ପାଇବ। ଦକ୍ଷତା ଏବଂ ପ୍ରତିଭା ଉପରେ ତା’ ନିଜର ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା ଏବଂ ଏଥିପାଇଁ ସେ କଠିନ ପରିଶ୍ରମ କରିଥିଲା। ସେ କଠିନ ପରିଶ୍ରମ କଲା ଏବଂ ଆଲ୍ଲା ତାକୁ ସମର୍ଥନ କଲେ। ତେଣୁ ସଫଳତାର ଶ୍ରେୟ ମୁଁ ନେବାକୁ ଯୋଗ୍ୟ ନୁହେଁ ବୋଲି ରସିଦ କହିଛନ୍ତି।
ଜମ୍ମୁ କଶ୍ମୀରର ୨୧ ବର୍ଷୀୟ ଉମରାନ ଆଇପିଏଲର ୧୩ଟି ମ୍ୟାଚରେ ୨୧ଟି ଉଇକେଟ ନେଇଥିଲେ। କିନ୍ତୁ ଉଇକେଟ ଅପେକ୍ଷା ସେ ୧୫୦ କିଲୋମିଟର ବେଗରେ ବୋଲିଂ କରି ଚର୍ଚ୍ଚାରେ ଥିଲେ। ଦଳର ଚୟନ ପରେ ସେ କହିଛନ୍ତି, ମୋତେ ଅଭିନନ୍ଦନ ଜଣାଇବାକୁ ବହୁ ସଂଖ୍ୟାରେ ଲୋକ ଆସୁଛନ୍ତି। ମୁଁ ଏବେ ଘରକୁ ଯାଉଛି। ଜାତୀୟ ଦଳର ଜର୍ସି ପିନ୍ଧିବା ଅପେକ୍ଷା ଜୀବନରେ ଆଉ କ’ଣ ବଡ଼ ସଫଳତା ହୋଇପାରେ।
ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭାରତୀୟ ଦଳରେ ଚୟନ ହୋଇଥିବାରୁ ଜମ୍ମୁ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନା ମଧ୍ୟ ଉମରାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri