ବିଜ୍ଞାନ କଥାଶିଳ୍ପୀ ଗୋକୁଳାନନ୍ଦ

ଓଡ଼ିଆ ବିଜ୍ଞାନ ସାହିତ୍ୟକୁ ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠିତ କରିବାରେ ଯେଉଁ କେତେଜଣ ଯୋଗଜନ୍ମା କର୍ମଯୋଗୀମାନଙ୍କ ଅବଦାନ ଚିରସ୍ମରଣୀୟ ହୋଇ ରହିବ ସେମାନଙ୍କ ମଧ୍ୟରେ ସର୍ବାଗ୍ରେ ରହିବେ ବିଜ୍ଞାନ କଥାଶିଳ୍ପୀ ପ୍ରଫେସର ଗୋକୁଳାନନ୍ଦ ମହାପାତ୍ର। ସେ ୧୯୫୦ ଦଶକରେ କଲିକତା ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଶ୍ରେଣୀରେ ଅଧ୍ୟୟନ କରୁଥିବା ଅବସରରେ ମାତୃଭାଷାରେ ବିଜ୍ଞାନକୁ ଜନପ୍ରିୟ କରିବା ଲାଗି ସେଠାରେ ଉଦ୍ୟମ ଚଳାଇଥିବା ପ୍ରାତଃସ୍ମରଣୀୟ ବୈଜ୍ଞାନିକ ସତ୍ୟେନ୍ଦ୍ରନାଥ ବୋଷ ଓ ତାଙ୍କର ସହଯୋଗୀମାନଙ୍କ ପ୍ରଭାବରେ ଆସି ଏଥିପାଇଁ ଅନୁପ୍ରାଣିତ ହୋଇଥିଲେ। ଅତଏବ ସେହିଠାରେ ଛାତ୍ରାବସ୍ଥାରେ ହିଁ ସେ ରଚନା କରିଥିଲେ ଓଡ଼ିଶାର ପାଠକ ମହଲରେ ସର୍ବାଧିକ ଆଦୃତ ବିଜ୍ଞାନ ଭିତ୍ତିକ ଉପନ୍ୟାସ ‘ଚନ୍ଦ୍ରର ମୃତ୍ୟୁ’। ପୃଥିବୀର ଉପଗ୍ରହ ଚନ୍ଦ୍ରରେ ଏକଦା ଜୀବଜଗତ ଥିଲା ଏବଂ ପରିବେଶର ଅବକ୍ଷୟ ହେତୁ ତାହା କିପରି ଲୋପ ପାଇଲା ତହିଁରେ ଏହାର ଏକ ନିଖୁଣ କାଳ୍ପନିକ ତଥା ବିଜ୍ଞାନଭିତ୍ତିକ ତଥ୍ୟ ପ୍ରଦାନ କରିଥିଲେ। ଭାବିଲେ ବିସ୍ମୟ ଲାଗେ ଯେ ସେ ସମୟରେ ପରିବେଶ ପ୍ରଦୂଷଣ ବା ଜୀବମାନଙ୍କ ବିଲୁପ୍ତି କଥା କାହାରି ମନକୁ ସ୍ପର୍ଶ କରି ନ ଥିଲାବେଳେ ତାଙ୍କ କଳ୍ପନାକୁ କିପରି ଏହା ଛୁଇଁପାରିଲା। ଏଥିରୁ ସେ ଜଣେ ଭବିଷ୍ୟଦ୍ରଷ୍ଟା ଥିବାର ସ୍ପଷ୍ଟ ପ୍ରତୀୟମାନ ହୁଏ।
ଏହା ବ୍ୟତୀତ ସେ ଉଡ଼ନ୍ତା ଥାଳିଆ, ଚତୁର୍ଥ ପରିସରଠାରୁ ଆରମ୍ଭକରି ମୃତ୍ୟୁ ରଶ୍ମି, ଚନ୍ଦ୍ରାଲୋକରେ ମଣିଷ ଆଜି ପର୍ଯ୍ୟନ୍ତ ଶତାଧିକ ବିଜ୍ଞାନ ଉପନ୍ୟାସ, ତଥ୍ୟଭିତ୍ତିକ ପୁସ୍ତକ ଏବଂ ଶିଶୁ ସାହିତ୍ୟ ରଚନା କରିଯାଇଛନ୍ତି। ତାଙ୍କର ଏହି କୀର୍ତ୍ତିମାନକୁ ଅନ୍ୟ କେହି ସ୍ପର୍ଶ କରିପାରିବେ ବୋଲି ବିଶ୍ୱାସ ହୁଏନି। ଓଡ଼ିଶାରେ ବିଜ୍ଞାନକୁ ଜନପ୍ରିୟ କରିବା ଲାଗି ତାଙ୍କର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅବଦାନ ହେଲା ଏଥିପାଇଁ ଅଭିପ୍ରେତ ରାଜ୍ୟର ପ୍ରଥମ ଅନୁଷ୍ଠାନ ‘ବିଜ୍ଞାନ ପ୍ରଚାର ସମିତି’ ପ୍ରତିଷ୍ଠା। ସେ ଏବଂ ତାଙ୍କର ସମଭାବାପନ୍ନ ବନ୍ଧୁମାନେ ସଙ୍ଗଠିତ ଭାବେ ଏହାରି ମାଧ୍ୟମରେ ରାଜ୍ୟରେ ଜନସାଧାରଣଙ୍କ ମଧ୍ୟରେ ବିଜ୍ଞାନକୁ ଜନପ୍ରିୟ କରିବାର ପ୍ରୟାସ ଆରମ୍ଭ କରି ଦେଇଥିଲେ ୧୯୬୦ ଦଶକରେ। ଏହାରି ତଳେ ସଙ୍ଗଠିତ ହୋଇ ବହୁ ଯୁବ ବୈଜ୍ଞାନିକ ବିଜ୍ଞାନ ସାହିତ୍ୟ ରଚନାରେ ମନପ୍ରାଣ ଢାଳିଦେଲେ। ବିଜ୍ଞାନ ପତ୍ରିକା ଓ ପୁସ୍ତକ ପ୍ରକାଶନ, ଯୁବ ଲେଖକମାନଙ୍କୁ ପୁରସ୍କାର ପ୍ରଦାନ ଏବଂ ସଭାସମିତି ମାଧ୍ୟମରେ ଏହି ଅନୁଷ୍ଠାନ ବିଜ୍ଞାନକୁ ଜନପ୍ରିୟ କରିବାକୁ ଲାଗିଲା। ଏହାର ଏ ପ୍ରୟାସ ଏବେ ମଧ୍ୟ ଜାରି ରହିଛି।
ପ୍ରଫେସର ମହାପାତ୍ର ୧୯୨୨ ମସିହା ମେ’ ମାସ ୨୪ ତାରିଖ ଦିନ ଭଦ୍ରକରେ (ମା-ଫୁକ ଦେବୀ ଏବଂ ପିତା-ବିଜୟ ଗୋବିନ୍ଦ) ଜନ୍ମଲାଭ କରିଥିଲେ। ସେ ରେଭେନ୍‌ଶା ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ, କଲିକତା ବିଶ୍ୱବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପ୍ରଫେସର ମହେନ୍ଦ୍ର କୁମାର ରାଉତଙ୍କ ତତ୍ତ୍ୱାବଧାନରେ ପିଏଚ୍‌ଡି ଡିଗ୍ରୀ ହାସଲ କରିଥିଲେ। ଇତିମଧ୍ୟରେ ସେ ରେଭେନ୍‌ଶା ମହାବିଦ୍ୟାଳୟରେ ଅଧ୍ୟାପକ ରୂପେ ଯୋଗଦେଇ ସାରିଥିଲେ। ପିଏଚ୍‌ଡି ଡିଗ୍ରୀ ପ୍ରାପ୍ତ ହେଲା ପରେ ସେ ବୃତ୍ତି ଲାଭ କରି ଆମେରିକା ଗଲେ ଉଚ୍ଚତର ଗବେଷଣା ପାଇଁ ଏବଂ ସେଠାର ବୋଷ୍ଟନସ୍ଥିତ ବ୍ରାଣ୍ଡେଇସ୍‌ ବିଶ୍ୱବିଦ୍ୟାଳୟରୁ ‘ଫେଲୋ ଅଫ୍‌ କେମେଷ୍ଟ୍ରି’ ଉପାଧି ପ୍ରାପ୍ତ ହେଲେ। ସେଠାରୁ ଫେରି ସେ ପୁନର୍ବାର ରେଭେନ୍‌ଶା ମହାବିଦ୍ୟାଳୟରେ ଯୋଗଦେଲେ ଏବଂ ପ୍ରଫେସର ଓ ରସାୟନ ବିଜ୍ଞାନ ବିଭାଗୀୟ ମୁଖ୍ୟ ରୂପେ କାର୍ଯ୍ୟ ନିର୍ବାହ କରି ସେବା ନିବୃତ୍ତ ହେଲେ। ଶ୍ରେଣୀଗୃହରେ ତାଙ୍କର ଶିକ୍ଷାଦାନର ଶୈଳୀ ଥିଲା ଅନନ୍ୟ। ଯେକୌଣସି ଜଟିଳ ତତ୍ତ୍ୱକୁ ସେ ଜନପ୍ରିୟ ରୂପ ଦେଇ ଉପସ୍ଥାପନ କରିବାରେ ସେ ଥିଲେ ଧୁରନ୍ଧର। ଗବେଷଣା କ୍ଷେତ୍ରକୁ ମଧ୍ୟ ତାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଅବଦାନ। ବହୁ ଛାତ୍ରୀଛାତ୍ର ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ଉଚ୍ଚତର ଗବେଷଣା ତଥା ଜନପ୍ରିୟ ବିଜ୍ଞାନ ସାହିତ୍ୟ ରଚନା କରିବାକୁ। ଅତଏବ ସେ ଏକାଧାରରେ ଥିଲେ ଜଣେ ଉଚ୍ଚକୋଟୀର ବୈଜ୍ଞାନିକ, ଶିକ୍ଷକ, ଗବେଷକ ଏବଂ ବିଜ୍ଞାନ ଲେଖକ।
ପ୍ରଫେସର ମହାପାତ୍ରଙ୍କ ପାର୍ଥିବଶରୀର ପଞ୍ଚଭୂତରେ ବିଲୀନ ହୋଇଯାଇଛି ବିଗତ ୨୦୧୩ ମସିହା ଜୁଲାଇ ୧୦ ତାରିଖ ଦିନ। ଫଳରେ ଓଡ଼ିଆ ବିଜ୍ଞାନ ସାହିତ୍ୟ କ୍ଷେତ୍ରରେ ଯେଉଁ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାହା କେବଳ ପୂର୍ଣ୍ଣ ହୋଇପାରିବ ଯଦି ସେ ପୁନର୍ବାର ଧରାବରଣ କରନ୍ତି।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ : ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri