ବିଜ୍ଞାନ କଥାଶିଳ୍ପୀ ଗୋକୁଳାନନ୍ଦ

ଓଡ଼ିଆ ବିଜ୍ଞାନ ସାହିତ୍ୟକୁ ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠିତ କରିବାରେ ଯେଉଁ କେତେଜଣ ଯୋଗଜନ୍ମା କର୍ମଯୋଗୀମାନଙ୍କ ଅବଦାନ ଚିରସ୍ମରଣୀୟ ହୋଇ ରହିବ ସେମାନଙ୍କ ମଧ୍ୟରେ ସର୍ବାଗ୍ରେ ରହିବେ ବିଜ୍ଞାନ କଥାଶିଳ୍ପୀ ପ୍ରଫେସର ଗୋକୁଳାନନ୍ଦ ମହାପାତ୍ର। ସେ ୧୯୫୦ ଦଶକରେ କଲିକତା ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଶ୍ରେଣୀରେ ଅଧ୍ୟୟନ କରୁଥିବା ଅବସରରେ ମାତୃଭାଷାରେ ବିଜ୍ଞାନକୁ ଜନପ୍ରିୟ କରିବା ଲାଗି ସେଠାରେ ଉଦ୍ୟମ ଚଳାଇଥିବା ପ୍ରାତଃସ୍ମରଣୀୟ ବୈଜ୍ଞାନିକ ସତ୍ୟେନ୍ଦ୍ରନାଥ ବୋଷ ଓ ତାଙ୍କର ସହଯୋଗୀମାନଙ୍କ ପ୍ରଭାବରେ ଆସି ଏଥିପାଇଁ ଅନୁପ୍ରାଣିତ ହୋଇଥିଲେ। ଅତଏବ ସେହିଠାରେ ଛାତ୍ରାବସ୍ଥାରେ ହିଁ ସେ ରଚନା କରିଥିଲେ ଓଡ଼ିଶାର ପାଠକ ମହଲରେ ସର୍ବାଧିକ ଆଦୃତ ବିଜ୍ଞାନ ଭିତ୍ତିକ ଉପନ୍ୟାସ ‘ଚନ୍ଦ୍ରର ମୃତ୍ୟୁ’। ପୃଥିବୀର ଉପଗ୍ରହ ଚନ୍ଦ୍ରରେ ଏକଦା ଜୀବଜଗତ ଥିଲା ଏବଂ ପରିବେଶର ଅବକ୍ଷୟ ହେତୁ ତାହା କିପରି ଲୋପ ପାଇଲା ତହିଁରେ ଏହାର ଏକ ନିଖୁଣ କାଳ୍ପନିକ ତଥା ବିଜ୍ଞାନଭିତ୍ତିକ ତଥ୍ୟ ପ୍ରଦାନ କରିଥିଲେ। ଭାବିଲେ ବିସ୍ମୟ ଲାଗେ ଯେ ସେ ସମୟରେ ପରିବେଶ ପ୍ରଦୂଷଣ ବା ଜୀବମାନଙ୍କ ବିଲୁପ୍ତି କଥା କାହାରି ମନକୁ ସ୍ପର୍ଶ କରି ନ ଥିଲାବେଳେ ତାଙ୍କ କଳ୍ପନାକୁ କିପରି ଏହା ଛୁଇଁପାରିଲା। ଏଥିରୁ ସେ ଜଣେ ଭବିଷ୍ୟଦ୍ରଷ୍ଟା ଥିବାର ସ୍ପଷ୍ଟ ପ୍ରତୀୟମାନ ହୁଏ।
ଏହା ବ୍ୟତୀତ ସେ ଉଡ଼ନ୍ତା ଥାଳିଆ, ଚତୁର୍ଥ ପରିସରଠାରୁ ଆରମ୍ଭକରି ମୃତ୍ୟୁ ରଶ୍ମି, ଚନ୍ଦ୍ରାଲୋକରେ ମଣିଷ ଆଜି ପର୍ଯ୍ୟନ୍ତ ଶତାଧିକ ବିଜ୍ଞାନ ଉପନ୍ୟାସ, ତଥ୍ୟଭିତ୍ତିକ ପୁସ୍ତକ ଏବଂ ଶିଶୁ ସାହିତ୍ୟ ରଚନା କରିଯାଇଛନ୍ତି। ତାଙ୍କର ଏହି କୀର୍ତ୍ତିମାନକୁ ଅନ୍ୟ କେହି ସ୍ପର୍ଶ କରିପାରିବେ ବୋଲି ବିଶ୍ୱାସ ହୁଏନି। ଓଡ଼ିଶାରେ ବିଜ୍ଞାନକୁ ଜନପ୍ରିୟ କରିବା ଲାଗି ତାଙ୍କର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅବଦାନ ହେଲା ଏଥିପାଇଁ ଅଭିପ୍ରେତ ରାଜ୍ୟର ପ୍ରଥମ ଅନୁଷ୍ଠାନ ‘ବିଜ୍ଞାନ ପ୍ରଚାର ସମିତି’ ପ୍ରତିଷ୍ଠା। ସେ ଏବଂ ତାଙ୍କର ସମଭାବାପନ୍ନ ବନ୍ଧୁମାନେ ସଙ୍ଗଠିତ ଭାବେ ଏହାରି ମାଧ୍ୟମରେ ରାଜ୍ୟରେ ଜନସାଧାରଣଙ୍କ ମଧ୍ୟରେ ବିଜ୍ଞାନକୁ ଜନପ୍ରିୟ କରିବାର ପ୍ରୟାସ ଆରମ୍ଭ କରି ଦେଇଥିଲେ ୧୯୬୦ ଦଶକରେ। ଏହାରି ତଳେ ସଙ୍ଗଠିତ ହୋଇ ବହୁ ଯୁବ ବୈଜ୍ଞାନିକ ବିଜ୍ଞାନ ସାହିତ୍ୟ ରଚନାରେ ମନପ୍ରାଣ ଢାଳିଦେଲେ। ବିଜ୍ଞାନ ପତ୍ରିକା ଓ ପୁସ୍ତକ ପ୍ରକାଶନ, ଯୁବ ଲେଖକମାନଙ୍କୁ ପୁରସ୍କାର ପ୍ରଦାନ ଏବଂ ସଭାସମିତି ମାଧ୍ୟମରେ ଏହି ଅନୁଷ୍ଠାନ ବିଜ୍ଞାନକୁ ଜନପ୍ରିୟ କରିବାକୁ ଲାଗିଲା। ଏହାର ଏ ପ୍ରୟାସ ଏବେ ମଧ୍ୟ ଜାରି ରହିଛି।
ପ୍ରଫେସର ମହାପାତ୍ର ୧୯୨୨ ମସିହା ମେ’ ମାସ ୨୪ ତାରିଖ ଦିନ ଭଦ୍ରକରେ (ମା-ଫୁକ ଦେବୀ ଏବଂ ପିତା-ବିଜୟ ଗୋବିନ୍ଦ) ଜନ୍ମଲାଭ କରିଥିଲେ। ସେ ରେଭେନ୍‌ଶା ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ, କଲିକତା ବିଶ୍ୱବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପ୍ରଫେସର ମହେନ୍ଦ୍ର କୁମାର ରାଉତଙ୍କ ତତ୍ତ୍ୱାବଧାନରେ ପିଏଚ୍‌ଡି ଡିଗ୍ରୀ ହାସଲ କରିଥିଲେ। ଇତିମଧ୍ୟରେ ସେ ରେଭେନ୍‌ଶା ମହାବିଦ୍ୟାଳୟରେ ଅଧ୍ୟାପକ ରୂପେ ଯୋଗଦେଇ ସାରିଥିଲେ। ପିଏଚ୍‌ଡି ଡିଗ୍ରୀ ପ୍ରାପ୍ତ ହେଲା ପରେ ସେ ବୃତ୍ତି ଲାଭ କରି ଆମେରିକା ଗଲେ ଉଚ୍ଚତର ଗବେଷଣା ପାଇଁ ଏବଂ ସେଠାର ବୋଷ୍ଟନସ୍ଥିତ ବ୍ରାଣ୍ଡେଇସ୍‌ ବିଶ୍ୱବିଦ୍ୟାଳୟରୁ ‘ଫେଲୋ ଅଫ୍‌ କେମେଷ୍ଟ୍ରି’ ଉପାଧି ପ୍ରାପ୍ତ ହେଲେ। ସେଠାରୁ ଫେରି ସେ ପୁନର୍ବାର ରେଭେନ୍‌ଶା ମହାବିଦ୍ୟାଳୟରେ ଯୋଗଦେଲେ ଏବଂ ପ୍ରଫେସର ଓ ରସାୟନ ବିଜ୍ଞାନ ବିଭାଗୀୟ ମୁଖ୍ୟ ରୂପେ କାର୍ଯ୍ୟ ନିର୍ବାହ କରି ସେବା ନିବୃତ୍ତ ହେଲେ। ଶ୍ରେଣୀଗୃହରେ ତାଙ୍କର ଶିକ୍ଷାଦାନର ଶୈଳୀ ଥିଲା ଅନନ୍ୟ। ଯେକୌଣସି ଜଟିଳ ତତ୍ତ୍ୱକୁ ସେ ଜନପ୍ରିୟ ରୂପ ଦେଇ ଉପସ୍ଥାପନ କରିବାରେ ସେ ଥିଲେ ଧୁରନ୍ଧର। ଗବେଷଣା କ୍ଷେତ୍ରକୁ ମଧ୍ୟ ତାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଅବଦାନ। ବହୁ ଛାତ୍ରୀଛାତ୍ର ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ଉଚ୍ଚତର ଗବେଷଣା ତଥା ଜନପ୍ରିୟ ବିଜ୍ଞାନ ସାହିତ୍ୟ ରଚନା କରିବାକୁ। ଅତଏବ ସେ ଏକାଧାରରେ ଥିଲେ ଜଣେ ଉଚ୍ଚକୋଟୀର ବୈଜ୍ଞାନିକ, ଶିକ୍ଷକ, ଗବେଷକ ଏବଂ ବିଜ୍ଞାନ ଲେଖକ।
ପ୍ରଫେସର ମହାପାତ୍ରଙ୍କ ପାର୍ଥିବଶରୀର ପଞ୍ଚଭୂତରେ ବିଲୀନ ହୋଇଯାଇଛି ବିଗତ ୨୦୧୩ ମସିହା ଜୁଲାଇ ୧୦ ତାରିଖ ଦିନ। ଫଳରେ ଓଡ଼ିଆ ବିଜ୍ଞାନ ସାହିତ୍ୟ କ୍ଷେତ୍ରରେ ଯେଉଁ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାହା କେବଳ ପୂର୍ଣ୍ଣ ହୋଇପାରିବ ଯଦି ସେ ପୁନର୍ବାର ଧରାବରଣ କରନ୍ତି।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ : ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ସୂର୍ଯ୍ୟ-ଶୁକ୍ରଙ୍କ ଯୁତିରେ ଗଠନ ହେବ ଶୁକ୍ରାଦିତ୍ୟ ରାଜଯୋଗ; ଚମକିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନ ଏବଂ ସେମାନଙ୍କ ଯୁତିକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଦୁଇଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କଲେ ତାହାକୁ ଗ୍ରହ…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?