Posted inଖେଳ

ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା

ନୂଆଦିଲ୍ଲୀ,୨୫।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ସିରିଜ ପୂର୍ବରୁ ଭାରତୀୟ ଟିମ୍‌କୁ ଲାଗିଛି ଝଟ୍‌କା। ଷ୍ଟାର ବୋଲର୍‌ ଉମରାନ ମଲିକ ଆହତ ହୋଇଛନ୍ତି। ସେ ଶେଷଥର ଲାଗି ଜୁଲାଇ ୨୦୨୩ରେ ଭାରତ ପକ୍ଷରୁ ଖେଳିଥିଲେ। ତେବେ ଦକ୍ଷିଣ ଆଫ୍ରିକା ପିଚ୍‌ ଦ୍ରୁତ ବୋଲରଙ୍କ ପାଇଁ ଅନୁକୂଳ ଥିବାରୁ ତାଙ୍କୁ ସୁଯୋଗ ଦିଆଯାଇଥାନ୍ତା। ହେଲେ ଏହା ପୂର୍ବରୁ ସେ ଆହତ ହୋଇଛନ୍ତି।

ଆଇପିଏଲ୍‌ରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିବା ବେଳେ ନିଜର ଦ୍ରୁତ ବୋଲିଂ ଲାଗି ଚର୍ଚ୍ଚାକୁ ଆସିଥିଲେ। ସେ ଜମ୍ମୁ-କଶ୍ମୀର ପକ୍ଷରୁ ବିଜୟ ହଜାରେ ଟ୍ରଫି ଖେଳୁଥିବା ବେଳେ ବାମ ହାତରେ ଆଘାତ ଲାଗିଛି। ଏହା ଗୁରୁତର ଥିବାରୁ ତାଙ୍କର ଖେଳିବା ଅସମ୍ଭବ ବୋଲି କୁହାଯାଉଛି।

ଡିସେମ୍ବର ୧୦ରୁ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଖେଳାଯିବ। ଏହାପରେ ୩ ଦିନିକିଆ ଏବଂ ୨ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହାକୁ ନେଇ ଭାରତୀୟ ଟିମ୍‌ ଘୋଷଣା କରାଯାଇ ନାହିଁ। ତେବେ ଉମରାନଙ୍କୁ ଦଳରେ ସାମିଲ କରାଯିବାର ସମ୍ଭାବନା ରହିଥିଲା। ହେଲେ ଆହତ ହୋଇଥିବା ଯୋଗୁ ତାଙ୍କର ଚୟନ ସମ୍ଭବ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

Gold Rate: ଅକ୍ଷୟ ତୃତୀୟା ପୂର୍ବଦିନ ଖସିଲା ସୁନାଦର! କାଲି ଏତେ କମିିଯିବ…

ନୂଆଦିଲ୍ଲୀ, ୨୯।୪: ଆନ୍ତର୍ଜାତୀୟ ବଜାରରେ ସୁନା ଦରରେ ବି ହ୍ରାସ ଦେଖାଦେଇଛି। ଏକ ରିପୋର୍ଟ ଅନୁସାରେ, ଗତ ଦୁଇ ଦିନରେ ସୁନାର ମୂଲ୍ୟ ପ୍ରାୟ ୩,୮୦୦...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ‘ଗାଏବ’ ପୋଷ୍ଟ: ବିବାଦ ପରେ ଡିଲିଟ କଲା କଂଗ୍ରେସ

ନୂଆଦିଲ୍ଲୀ, ୨୯।୪: କଂଗ୍ରେସ ପାର୍ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ସୋସିଆଲ ମିଡିଆରେ ଏକ ବିବାଦୀୟ ପୋଷ୍ଟ କରିଥିଲା, ଯେଉଁଥିରେ ମୋଦିଙ୍କ ମୁଣ୍ଡବିହୀନ ଫଟୋ...

ୟୁଜିସି ନେଟ୍‌ ଫର୍ମ ଆବେଦନର ଶେଷ ତାରିଖ ମେ ୭

ଭୁବନେଶ୍ୱର,୨୯।୪(ସୁଚିସ୍ମିତା ସାହୁ): ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଜାତୀୟ ଯୋଗ୍ୟତା ପରୀକ୍ଷା (ଏନ୍‌ଇଟି)-୨୦୨୫ର ଜୁନ୍‌ ସେସନ ପାଇଁ ପଞ୍ଜୀକରଣ...

ସାକ୍ଷୀଗୋପାଳଙ୍କ ବଗିଚାରୁ ଲକ୍ଷାଧିକ ଟଙ୍କାର ଚନ୍ଦନ ଗଛ କାଟିନେଲେ

ସାକ୍ଷୀଗୋପାଳ,୨୯।୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ରାତି ପାହିଲେ ଚନ୍ଦନ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ଯାତ୍ରା। ଚନ୍ଦନ ପୋଖରୀରେ ଚାପ ଖେଳିବେ ବିଜେ ପ୍ରତିମା ମଦନମୋହନ। ୨୧...

ପ୍ରାକ୍‌ ବାତ୍ୟା ପ୍ରସ୍ତୁତି ବୈଠକ: ସଜାଗ ରହିବା ପାଇଁ ବିଭାଗ ଗୁଡ଼ିକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୯।୪: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ପ୍ରାକ୍‌ ବାତ୍ୟା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୧୯ ମସିହା ମଇ ମାସରେ...

ପାକିସ୍ତାନୀ କଳାକାରଙ୍କୁ ରୋକଠୋକ୍‌ ଶୁଣାଇଦେଲେ ଜାଭେଦ ଅଖତର, ସମସ୍ତେ କାବା

ନୂଆଦିଲ୍ଲୀ,୨୯।୪: ପହଲଗାମରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିରୀହ ବ୍ୟକ୍ତିଙ୍କ ଜୀବନ ହାନି ଘଟିଥିଲା। ଏହି ଘଟଣା ପରେ ଭାରତରେ ପାକିସ୍ତାନୀ କଳାକାରଙ୍କୁ...

ପାକିସ୍ତାନ ସହ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ

ନୂଆଦିଲ୍ଲୀ,୨୯।୪: ପାକିସ୍ତାନ ସହିତ ଚାଲିଥିବା ରାଜନୈତିକ ଏବଂ ସୀମା ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ନୂଆଦିଲ୍ଲୀସ୍ଥିତ ୭ ଲୋକ କଲ୍ୟାଣ...

ଚଳନ୍ତା ବସ୍‌ରୁ ସୁନା ହାର ଲୁଟି ଫେରାର ହେବାକୁ ଉଦ୍ୟମ, ଲୁଟେରାଙ୍କୁ କାବୁ କଲେ ଯାତ୍ରୀ

ବରଗଡ଼, ୨୯।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ସୋହେଲା ଥାନା ଲେଖାପଖର ନିକଟରେ ମଙ୍ଗଳବାର ଏକ ଚଳନ୍ତା ବସରୁ ସୁନାହାର ଲୁଟ ଘଟଣା ଚର୍ଚ୍ଚାର ବିଷୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri