Odisha Elections 2024

ଉମେଶ ନିଲମ୍ବିତ, ହୁସେନଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର,୧୭ା୫(ବ୍ୟୁରୋ): ବିଶୃଙ୍ଖଳିତ ଆଚରଣ ପାଇଁ ରାଉରକେଲା ଜିଲା କଂଗ୍ରେସ କମିଟିର ପୂର୍ବତନ ଉପସଭାପତି ଉମେଶ ଶରଣଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ମଙ୍ଗଳବାର କଂଗ୍ରେସ ଭବନଠାରେ କିଶୋର ଚନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଗତ ୧୩ ତାରିଖରେ ରାଉରକେଲା ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଦୁଇ ବରିଷ୍ଠ କଂଗ୍ରେସ ନେତାଙ୍କ ମଧ୍ୟରେ ଚୌକି ପାଇଁ ହୋଇଥିବା ହାତାହାତି ଘଟଣା ଓ ବିଶୃଙ୍ଖଳିତ କାର୍ଯ୍ୟକଳାପ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଶୃଙ୍ଖଳା କମିଟିର ସୁପାରିସ କ୍ରମେ ପିସିସି ସଭାପତି ଶରତ ପଟ୍ଟନାୟକ ରାଉରକେଲା ଜିଲା କଂଗ୍ରେସ କମିଟିର ପୂର୍ବତନ ଉପସଭାପତି ଉମେଶ ଶରଣଙ୍କୁ କଂଗ୍ରେସ ଦଳରୁ ନିଲମ୍ବନ କରିଛନ୍ତି। ସେହିପରି ରାଉରକେଲା ଜିଲା କଂଗ୍ରେସ ସଂଖ୍ୟାଲଘୁ ବିଭାଗ ପୂର୍ବତନ ଅଧ୍ୟକ୍ଷ ସେକ୍‌ ସବିର ହୁସେନଙ୍କ ବିରୋଧରେ କାହିଁକି ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ସେ ସମ୍ପର୍କରେ ପିସିସି ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଅନେକ ସମୟରେ କେତେକ କଂଗ୍ରେସ ନେତା ଓ କର୍ମୀ ଫେସ୍‌ବୁକ୍‌ କିମ୍ବା ଅନ୍ୟ ସାମାଜିକ ଗଣମାଧ୍ୟମରେ କଂଗ୍ରେସ ଦଳର ଶୀର୍ଷ ନେତା ଓ ଦଳର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାଭଳି ମନ୍ତବ୍ୟ, ଟିପ୍ପଣୀ ଓ ମତ ରଖୁଛନ୍ତି । ଏହାଦ୍ୱାରା ଦଳ ନିନ୍ଦିତ ହେଉଛି। ଏଭଳି କାର୍ଯ୍ୟରୁ ବିରତ ରହିବାକୁ ଶୃଙ୍ଖଳା କମିଟି ବୈଠକରେ ନେତା ଓ କର୍ମୀମାନଙ୍କୁ ଚେତାବନୀ ଦିଆଯାଇଛି। ଆଗକୁ ଯଦି ଏଭଳି ଘଟଣାର ପୁନରାବୃତ୍ତି ହେବ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତ୍ତି ନିଆ ାଯାଇଥିବା ଦଳ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପରାଜିତାଙ୍କ ଖୋଲା ଚ୍ୟାଲେଞ୍ଜ, ଆସ ମୋ ସହ ବିତର୍କ କର

ଭୁବନେଶ୍ୱର,୨୧।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭୁବନେଶ୍ୱରରେ ଏକ ବିଶାଳ ରୋଡ ଶୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହି ସମୟରେ ସେ ନାଁ ନ...

ସମ୍ବିତ ପାତ୍ରଙ୍କୁ ପାଣ୍ଡିଆନ କହିଲେ, ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅ

ଭୁବନେଶ୍ୱର,୨୧।୫: ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ପୁରୀ ଭାଜପା ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିବାଦୀୟ ବୟାନ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା କାର୍ତ୍ତିକ...

ଓଡ଼ିଶାରେ ପ୍ରଥମ ଥର ପାଇଁ ଶାହା କହିଦେଲେ ଏମିତି କଥା, ବିରୋଧୀ ଛାନିଆ

ନୟାଗଡ,୨୧।୫: ସମ୍ବଲପୁରରେ ପ୍ରଚାର ପରେ ଢେଙ୍କାନାଳ ପରଜଙ୍ଗରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। । ବିରାଟ ଜନସଭାକୁ ସମ୍ବୋଧିତ କରି ସେ ପୁଣି ବିଜେଡି ଉପରେ...

ବିଧାୟକ, ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ପାଣ୍ଡିଆନ

ପାଟଣା,୨୧।୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ସାହାରପଡ଼ା ବ୍ଲକ ମୁଖ୍ୟାଳୟ ହାଇସ୍କୁଲ ପଡ଼ିଆରେ ମଙ୍ଗଳବାର ଅପରାହ୍ନରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିୟାନ ପାଟଣା ବିଜେଡି...

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ଥର ଏପରି ହମଲା କଲେ ଅପରାଜିତା, କହିଦେଲେ ଏମିତି ଯେ…

ଭୁବନେଶ୍ୱର,୨୧।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୋରଦାର ଆଟାକ୍‌ କରିଛନ୍ତି ଭୁବନେଶ୍ୱର ଏମପି ଅପରାଜିତା ଷଡଙ୍ଗୀ। ଭୁବନେଶ୍ୱର ଏମପି ଲିଙ୍ଗରାଜ ପ୍ରକଳ୍ପ କାମକୁ ବନ୍ଦ କରିବାକୁ ପ୍ରୟାସ...

ଓଡିଶା ଆସୁଛନ୍ତି ରାମ, ଏହିଠି କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୨୧।୫: ଓଡିଶାକୁ ଜାରି ରହିଛି କେନ୍ଦ୍ର ନେତାଙ୍କ ମାରାଥନ ଗସ୍ତ । ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସୋମବାର ସରିଥିବାବେଳେ କେନ୍ଦ୍ର ନେତାଙ୍କ ଘନଘନ ଓଡ଼ିଶା...

ରତ୍ନଭଣ୍ଡାର ଚାବି ହଜେଇଛି କିଏ? ସମ୍ବଲପୁରରୁ ଶାହାଙ୍କ ବଡ଼ ଖୁଲାସା

ସମ୍ବଲପୁର,୨୧।୫: ସମ୍ବଲପୁର ଅଇଁଠାପାଲି ପିଏଚଡି ପଡ଼ିଆରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିରାଟ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଶାହା ବିଜେଡି ସରକାରଙ୍କୁ...

‘୧୮ ମାସରେ ଚିଟ୍‌ଫଣ୍ଡ ଦୋଷୀଙ୍କୁ ଜେଲ୍‌ରେ ପୂରାଇବୁ’

ସମ୍ବଲପୁର,୨୧।୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମ୍ବଲପୁର ସଭାରେ ଆସୁ ଆସୁ ବର୍ଷିଛନ୍ତି। ଶାହା କହିଛନ୍ତି, ଭାଜପା ସରକାର ଆସିଲେ ମେଡିକାଲ ସାଇନ୍ସ ଓଡ଼ିଆରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri