ବନ୍ଦ ରହିଛି ଉମରକୋଟ୍‌ ଧଳାସୁନା କଳ

ଉମରକୋଟ,୧୫।୧୨(ସ୍ୱ.ପ୍ର.): ନବରଙ୍ଗପୁର ଜିଲା ଦିନେ କପାଚାଷ ପାଇଁ ପରିଚିତ ଥିଲା। ୧୯୮୫ରୁ ୧୯୮୯ ପର୍ଯ୍ୟନ୍ତ ଚାଷୀ ଅଧିକ ପରିମାଣରେ କପା ଚାଷ କରୁଥିଲେ। ସେତେବେଳ କପା କିଲୋ ପ୍ରତି ୭ ଟଙ୍କା ରହିଥିଲା। ଧଳାସୁନାଭାବେ ପରିଚିତ କପାଚାଷରୁ ଭଲ ଲାଭ ମିଳୁଥିବାରୁ ୧୯୯୦ ବେଳକୁ ଜିଲାରେ ଅଧିକ ଚାଷୀ କପାଚାଷ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ପରବର୍ତ୍ତି ସମୟରେ ଉମରକୋଟଠାରେ ଏକ କପାକଳ ମଧ୍ୟ ଖୋଲିଥିଲା। ହେଲେ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ନ ମିଳିବାରୁ ସେମାନେ କପାରୁ ମୁହଁ ଫେରାଇନେଲେ। ଯଦ୍ଦ୍ବାରା କପାକଳ ମଧ୍ୟ ବନ୍ଦ ହୋଇଗଲା।
ଅଞ୍ଚଳର କପା ଉନ୍ନତ ମାନର ହୋଇଥିବାରୁ ସେତେବେଳେ କଳିଙ୍ଗ ଟେକ୍ସଟାଇଲ୍‌ କୃଷି ବିଭାଗ ମାଧ୍ୟମରେ କପା କିଣୁଥିଲା। ସେହିପରି ଓଟିଏମ୍‌, ସିସିଆଇ, ରାଜ୍ୟ ସରକାରଙ୍କ ଟିଡିସିଏସ୍‌ ସଂସ୍ଥା ମାଧ୍ୟମରେ ଲୋକଙ୍କଠାରୁ କପା କିଲୋ ପ୍ରତି ୧୫ ରୁ ୨୦ଟଙ୍କାରେ କିଣି ଚେକ୍‌ ପ୍ରଦାନ କରୁଥିଲା। ପରେ ଗୁଣ୍ଟୁରରୁ କେତେଜଣ ବ୍ୟବସାୟୀ ଆସି କିଲୋ ପ୍ରତି ୨୦ରୁ ୨୫ଟଙ୍କା ଦେଇ କପା କିଣୁଥିଲେ। ତେଣୁ ଜିଲାର ରାଇଘର, ଝରିଗାଁ, ଚନ୍ଦାହାଣ୍ଡି, ଡାବୁଗାଁ ଅଞ୍ଚଳର ଚାଷୀ ହଜାର ହଜାର ହେକ୍ଟର ଜମିରେ କପାଚାଷ କରୁଥିଲେ। ଏହା ଜିଲାର ଚାଷୀଙ୍କ ଆର୍ଥିକ ସ୍ଥିତିକୁ ଅଧିକ ସୁଦୃଢ଼ କରିଥିଲା। ଧୀରେ ଧୀରେ କପା ଏଠାକାର ଏକ ପ୍ରମୁଖ ଚାଷ ପାଲଟିଥିଲା। ଅଞ୍ଚଳର ଉନ୍ନତ କପା ରାଜ୍ୟ ବାହାରକୁ ରପ୍ତାନି ହେଉଥିଲା। ଏହା ଦେଖି ତତ୍କାଳୀନ ଉପଜିଲାପାଳ ବିଜୟ ଆରୋରାଙ୍କ ପ୍ରଚେଷ୍ଟାରେ ଅବିଭକ୍ତ କୋରାପୁଟ ଜିଲାର ଉମରକୋଟଠାରେ ଏକ କପାକଳ ଖୋଲିଥିଲା। ଏହି ବେସରକାରୀ କପାକଳ ଦ୍ୱାରା ଅଞ୍ଚଳ ସମେତ ଜିଲାର ଚାଷୀ ବେଶ୍‌ ଉପକୃତ ହେଉଥିଲେ। କିନ୍ତୁ କଳ ଅଧିକାରୀ କେତେକ ଦଲାଲଙ୍କ ଦ୍ୱାରା ପରିଚାଳିତ ହୋଇଥିଲେ, ଯଦ୍ଦ୍ବାରା ଚାଷୀ ସିଧାସଳଖ କପାକଳ ଅଧିକାରୀଙ୍କୁ ଯୋଗାଯୋଗ କରିପାରିଲେ ନାହିଁ। ଚାଷୀଙ୍କୁ ଉପଯୁକ୍ତ ମୂଲ ନ ମିଳିବାରୁ ସେମାନେ କପାଠାରୁ ଦୂରେଇବାକୁ ବାଧ୍ୟହେଲେ। ଅନେକ ଚାଷୀ କଳରୁ କପା ବାବଦକୁ ଟଙ୍କା ପାଇବାକୁ ଥିବାବେଳେ କଳ ବନ୍ଦ ହେବା ଯୋଗୁ ସେମାନେ ହତାଶ ହୋଇଥିଲେ। ପରବର୍ତ୍ତି ସମୟରେ ସରକାରୀ ପ୍ରୋତ୍ସାହନ କିମ୍ବା କପା ମଣ୍ଡିର ବ୍ୟବସ୍ଥା କରା ନ ଯିବାରୁ ଅଞ୍ଚଳର ଚାଷୀ କପାଠାରୁ ମୁହଁ ଫେରାଇ ମକାଚାଷ ପ୍ରତି ମନ ବଳାଇଥିଲେ। ପରେ ମକା ରାଜ୍ୟ, ରାଜ୍ୟ ବାହାର ଏବଂ ବିଦେଶକୁ ରପ୍ତାନି ହେଲା। ଚାଷୀ ଏଥିରୁ ମଧ୍ୟ ବେଶ୍‌ ଲାଭବାନ ହେଉଥିଲେ। ହେଲେ କରୋନା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଲା। ବାହାରକୁ ମକା ଯିବା ବନ୍ଦ ହୋଇଗଲା। ସରକାରଙ୍କ ପକ୍ଷରୁ ମଧ୍ୟ ମଣ୍ଡି କିମ୍ବା ଅନ୍ୟ ସୁବିଧା ମିଳିପାରିନାହିଁ। ତେଣୁ ଚାଷରେ ଲଗାଇଥିବା ଟଙ୍କା ମଧ୍ୟ ଚାଷୀ ପାଇବା କଷ୍ଟକର ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ଚାଷୀ ନୀଳଗିରି ଚାଷ ଆଡ଼କୁ ମୁହାଇଁଛନ୍ତି। ଉପାନ୍ତ ଅଞ୍ଚଳର ଚାଷୀ ଅନେକ ଘାତ ପ୍ରତିଘାତ ମଧ୍ୟରେ ସଂଘର୍ଷ କରୁଥିବାବେଳେ ବୁଦ୍ଧିଜୀବୀଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ, କପା ଭଳି ମକା ଚାଷର ମଧ୍ୟ ସମଦଶା ଘଟିବ କି। ତେଣୁ ଜିଲା ପ୍ରଶାସନ ଏବଂ ସରକାର ଚାଷୀଙ୍କୁ ଉଚିତ ମୂଲ୍ୟଦେଇ ଜିଲାରେ ବନ୍ଦ ପଡ଼ିଥିବା କପାକଳ ଖୋଲିବା ପାଇଁ ତତ୍ପରତା ଦେଖାଇଲେ ଚାଷୀ ପାରମ୍ପରିକ ଧାନ ସହ କପା ଚାଷ ପ୍ରତି ମନ ବଳାଇବେ। ଏହା ଚାଷୀଙ୍କ ଆର୍ଥିକ ଉନ୍ନତି ସହ ଜିଲା ବିକାଶରେ ମଧ୍ୟ ସହାୟକ ହୋଇପାରିବ ବୋଲି ବୁଦ୍ଧିଜୀବୀଙ୍କ ମଧ୍ୟରେ ପ୍ରକାଶ ପାଇଛି। ଏ ନେଇ ସ୍ଥାନୀୟ ଉପଜିଲାପାଳ ଭାଷ୍କର ରଇତୋଙ୍କୁ ପଚାରିବାରୁ ସେ କହିଛନ୍ତି, ଏହା ମୋ ନଜରକୁ ଆସିନାହିଁ। ଏ ବିଷୟରେ ଅନୁସନ୍ଧାନ କରିବି ବୋଲି ସେ କହିଛନ୍ତି।

କପାଚାଷ ଛାଡ଼ିଥିବା ଚାଷୀଙ୍କ ପ୍ରତିକ୍ରିୟା

ରାଜ୍ୟ ବାହାରୁ ବେପାରୀ ଆସି କପା କୁଇଣ୍ଟାଲ ପିଛା ୨୬ଶହରୁ ୩ହଜାର ଟଙ୍କାରେ କିଣି ନେଉଥିଲେ। ପରେ ଜିଲାରେ କପାକଳ ଖୋଲିବାରୁ ଆମେ ଖୁସି ଥିଲୁ। କିନ୍ତୁ କପାକଳ ମୁଖ୍ୟ ଅଧିକାରୀ ଦଲାଲଙ୍କ ନିର୍ଦ୍ଦେଶରେ ଚାଲିବା ଯୋଗୁ ଆମେ କ୍ଷତି ସହିଲୁ ଏବଂ କପାଚାଷ ଛାଡ଼ିଦେଲୁ। ଏହାଦ୍ୱାରା କପାକଳ ମଧ୍ୟ ବନ୍ଦ ହୋଇଗଲା। ଉପଯୁକ୍ତ ମୂଲ୍ୟ ମିଳିଲେ ପୁଣି କପାଚାଷ କରିବୁ ଏବଂ କଳ ମଧ୍ୟ ଚାଲିବ।
– ଅଜିତ କୁମାର ସ୍ବାଇଁ, ଚାଷୀ, ଉମରକୋଟ
କପାରୁ ଭଲ ଲାଭ ପାଉଥିଲୁ। କିନ୍ତୁ କଳ ଅଧିକାରୀ ଦଲାଲଙ୍କ ଦ୍ୱାରା ପରିଚାଳିତ ହେବାରୁ ଆମକୁ ଠିକ୍‌ ମୂଲ୍ୟ ମିଳିଲାନି। ତେଣୁ କପାଚାଷ ଛାଡ଼ିବାକୁ ବାଧ୍ୟହେଲୁ। ଏହାପରେ କପାକଳ ମଧ୍ୟ ବନ୍ଦ ହୋଇଗଲା। ଚାଷୀଙ୍କୁ ଉତ୍ସାହିତ କରାଗଲେ ପୁଣି କପାଚାଷ କରିବୁ। ଏଥିରେ ଅନ୍ୟ ଚାଷୀମାନେ ମଧ୍ୟ କପା ପ୍ରତି ଆଗ୍ରହ ପ୍ରକାଶ କରିବେ। ଏହାଦ୍ୱାରା କପାକଳ ପୁଣି ଚାଲିପାରିବ।
– ନୃସିଂହନାଥ ସାହୁ, ଚାଷୀ, ଉମରକୋଟ

 

(ସନ୍ତୋଷ କୁମାର ଶତପଥୀ)


Enter your email to get our daily news in your inbox.

All Right Reserved By Dharitri.Com

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

କୋରାପୁଟ,୫।୧୦(ଅମିତାଭ ବେହେରା): ମଙ୍ଗଳବାର କୋରାପୁଟ ଜିଲାର ସୁନାବେଡ଼ା ଗସ୍ତରେ ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତାଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

‘ଅ’ ମହୋତ୍ସବ-୨୦୨୬: ରାଜ୍ୟସ୍ତରୀୟ କବିତା..

କେସିଙ୍ଗା, ୫/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡିର ଚର୍ଚ୍ଚିତ ସାହିତ୍ୟ ଅନୁଷ୍ଠାନ ‘ଅ’ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ, କଳାହାଣ୍ଡିର ଷଷ୍ଠ ବାର୍ଷିକ ମହୋତ୍ସବ ‘ଅ’ ମହୋତ୍ସବ-୨୦୨୬ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?