୨.୫ କୋଟି ଟଙ୍କାର ବୃତ୍ତି ପାଇଲେ ୧୯ ବର୍ଷୀୟ ଛାତ୍ର

ପାଟନା,୧୫।୧୨: ବିବାହାର ଜଣେ ଛାତ୍ର କମାଲ କରିଛନ୍ତି। ୧୯ ବର୍ଷୀୟ ହ୍ରିତିକ ରାଜ ନାମକ ଏହି ଛାତ୍ର ଜଣଙ୍କ ୨.୫ କୋଟି ଟଙ୍କାର ବୃତ୍ତ ପାଇଛନ୍ତି। ଛାତ୍ରଙ୍କ ଏଭଳି ପ୍ରଦର୍ଶନରେ ପରିବାର ଲୋକେ ଗର୍ବିତ ଅନୁଭବ କରିଛନ୍ତି। ଅଧ୍ୟୟନ ପ୍ରତି ହ୍ରିତିକ୍‌ଙ୍କ ପ୍ରବଳ ଆଗ୍ରହ ଦେଖି ଆମେରିକାର ଏକ ବିଶ୍ୱବିଦ୍ୟାଳୟ ତାଙ୍କୁ ୨.୫ କୋଟି ଟଙ୍କା ଛାତ୍ରବୃତ୍ତି ଦେବାକୁ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ହ୍ରିତିକ ରାଜ ବିଶ୍ୱରେ ଭାରତର ନାମକୁ ଆଲୋକିତ କରିଛନ୍ତି। ଆମେରିକାର ରାଜଧାନୀ ୱାଶିଂଟନ ଡିସିର ଜର୍ଜେଟାଉନ ୟୁନିଭରସିଟି ତାଙ୍କୁ ଏହି ବୃତ୍ତି ପ୍ରଦାନ କରିଛି। ପାଟଣାର ବାସିନ୍ଦା ହ୍ରିତିକ ରାଜ, ରେଡିଏଣ୍ଟ ସ୍କୁଲର ଦ୍ୱାଦଶ ଛାତ୍ର। ହ୍ରିତିକ ପାଟନା ସହରର ଗୋଲା ରୋଡରେ ରୁହନ୍ତି ଏବଂ ସେ ପାଟନା ଜିଲାର ମଖଦୁମପୁର ଗାଁର ବାସିନ୍ଦା। ୱାଶିଂଟନ ଡିସିର ଜର୍ଜେଟାଉନ ୟୁନିଭରସିଟି ହ୍ରିତିକ୍‌ଙ୍କ ୪ ବର୍ଷ ଶିକ୍ଷା ଏବଂ ରହିବା ଖର୍ଚ୍ଚ ବହନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ବଢିପାରେ ରାଜଙ୍କ ଅଡୁଆ

ମୁମ୍ବାଇ,୨୪ ।୭: ଉଦ୍ଦ୍ୟୋଗପତି ରାଜ କୁନ୍ଦ୍ରାଙ୍କ ପର୍ନ ଫିଲ୍ମ ର‌୍ୟାକେଟ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଖୁବ୍‌ଶୀଘ୍ର ଏଣ୍ଟ୍ରି ମାରିପାରେ ବୋଲି ବିଶେଷ ସୂତରୁ ମିଳିଥିବା ସୂଚନାରୁ...

ନିଜ ହାତରେ ନିଜ ପାଇଁ କବର ଖୋଳନ୍ତି କଏଦୀ

ପୋଙ୍ଗୟାଙ୍ଗ୍‌,୧୬।୨: ଉତ୍ତର କୋରିଆରେ ଏକ ଜେଲରେ କଏଦୀମାନେ ନିଜ ହାତରେ ନିଜର କବର ଖୋଳିଥାନ୍ତି। ଏହି ଜେଲରେ ନାନା ପ୍ରକାର କଏଦୀଙ୍କୁ ନିର୍ଯାତନା ଦିଆଯାଇଥାଏ। ବିଦେଶୀ...

ଘର ପାଇଁ ଦୀପାବଳିରେ କିଣନ୍ତୁ ଏସବୁ ଆସବାବପତ୍ର…

ଆଲୋକର ପର୍ବ ଦୀପାବଳିରେ ଘରକୁ ନୂଆ ଜିନିଷ କିଣି ଆଣିବାକୁ କେତେକ ସୌଭାଗ୍ୟ ବର୍ଦ୍ଧକ ବୋଲି ମନେ କରିଥାନ୍ତି। ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଘର ଓ...

ମୋହନ ଭାଗଓ୍ବତଙ୍କ ସମେତ ବହୁ ଆର୍‌ଏସ୍‌ଏସ୍‌ ନେତାଙ୍କ ଆକାଉଣ୍ଟ୍‌ରୁ ବ୍ଲୁ ଟିକ୍‌ ହଟାଇଲା ଟୁଇଟର୍‌…

ନୂଆଦିଲ୍ଲୀ,୫।୬: ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଆକାଉଣ୍ଟ୍‌ରୁ ବ୍ଲୁ ଟିକ୍‌ ହଟାଇ ଏହାକୁ ପୁଣି ରିଷ୍ଟୋର କରିବା ପରେ ଟୁଇଟର୍‌ ଏବେ ବିବାଦରେ ଘେରରେ ଛନ୍ଦି...

୫୦ ବର୍ଷୀୟା ମା’ଙ୍କ ପାଇଁ ବରପାତ୍ର ଖୋଜୁଛନ୍ତି ଝିଅ, ରଖିଛନ୍ତି ଏମିତି ସର୍ତ୍ତ

ନିଜର ସନ୍ତାନ ପାଇଁ ମା’ବାପା ବରକନ୍ୟା ଖୋଜିବା ସ୍ବାଭାବିକ କଥା। ହେଲେ ଯଦି କୁହାଯାଏ ସନ୍ତାନଟିଏ ମା’ ଅଥବା ବାପା ପାଇଁ ବରପାତ୍ରୀ/ବରପାତ୍ର ଖୋଜିବ, ତେବେ...

ନିଆରା ଗୁରୁଦକ୍ଷିଣା: ଶିକ୍ଷୟିତ୍ରୀଙ୍କ ବିବାହରେ କନ୍ୟାଦାନ କଲେ ଛାତ୍ରୀଛାତ୍ର

ଯୋଧପୁର,୧୫।୧୨: ଗୁରୁଦକ୍ଷିଣା ଭାବେ ଛାତ୍ରୀଛାତ୍ରମାନେ ଶିକ୍ଷାଦାତାଙ୍କୁ ବିଭିନ୍ନ ଉପହାର ଦେଇଥାନ୍ତି। ଏହା ଭାରତୀୟ ସଂସ୍କୃତିରେ ବେଶ୍‌ ପ୍ରଚଳିତ। ରାଜସ୍ଥାନ ପାଲିସ୍ଥିତ ସୁନ୍ଦରନଗରଠାରେ ଥିବା ରାଜଶ୍ରୀ ସ୍କୁଲର...

ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏଫ୍‌ଆଇଆର୍‌ ନ ହେବାରୁ ଧାରଣାରେ ଆଇଏଏସ୍‌ ଅଫିସର

ନୂଆଦିଲ୍ଲୀ,୧୭।୭: ମୁଖ୍ୟ ସଚିବ ସ୍ତରର ଜଣେ ଆଇଏଏସ୍‌ ଅଧିକାରୀ ପ୍ରମାଣ ସହ ଏଫ୍‌ଆଇଆର୍‌ ଦାୟର କରିବାକୁ ଥାନାକୁ ଆସିଛନ୍ତି। କିନ୍ତୁ ଏହାକୁ ରେଜିଷ୍ଟର କରାଯାଉ ନାହିଁ।...

ବାୟୁ ପ୍ରଦୂଷଣ କରିଥାନ୍ତି ଏସବୁ ପ୍ରସାଧନ ସାମଗ୍ରୀ…

ବାୟୁ ପ୍ରଦୂଷଣ ପାଇଁ ପରଫ୍ୟୁମ୍‌, ହେୟାର ସ୍ପ୍ରେ ଏବଂ ରିଫ୍ରେସର ଦାୟୀ ବୋଲି ଜାପାନର ଟୋକିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି।...

Advertisement


Archives

Model This Week