Posted inଖେଳ

‘ଖେଳାଳିଙ୍କ ଜୀବନଶୈଳୀ ବଦଳାଇବ ଅଲ୍‌ଟିମେଟ ଖୋ ଖୋ’

ଭୁବନେଶ୍ୱର, ୨୭।୮(କ୍ରୀଡ଼ା ପ୍ରତିନିଧି): ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଥିବା ଅଲ୍‌ଟିମେଟ୍‌ ଖୋ ଖୋ ଲିଗ୍‌ରେ ପ୍ରଭାବୀ ପ୍ରଦର୍ଶନ କରି ଆସିଥିବା ଓଡ଼ିଶା ଜଗରନଟ୍ସର ଖେଳାଳିଙ୍କୁ ଉତ୍ସାହିତ କରିଛନ୍ତି କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା। ଭୁବନେଶ୍ୱରଭିତ୍ତିକ ଫ୍ରାଞ୍ଚାଇଜ୍‌ ଜଗରନଟ୍ସ କ୍ରମାଗତ ୪ ମ୍ୟାଚ ଜିତିବା ସହ ମୋଟ ୫ ବିଜୟ ସହ ୧୫ ପଏଣ୍ଟ ହାସଲ କରିଛି। ଖେଳାଳିଙ୍କ ସହ ଭାବବିନିମୟ କରି କ୍ରୀଡ଼ାମନ୍ତ୍ରୀ ଆଗକୁ ଆହୁରି ଏପରି ପ୍ରଦର୍ଶନ ଜାରି ରଖିବା ପାଇଁ ଉତ୍ସାହ ଦେଇଛନ୍ତି। ”ଆମ ଓଡ଼ିଶା ଜଗରନଟ୍ସ ଦଳ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଥିବାରୁ ମୁଁ ବହୁତ ଖୁସି। ୬ ମ୍ୟାଚ ମଧ୍ୟରୁ ଆମେ ୫ଟିରେ ବିଜୟ ହାସଲ କରିଛୁ। ଆମ ଦଳ ଫାଇନାଲରେ ପ୍ରବେଶ କରିବାନେଇ ମୁଁ ଦୃଢ଼ ନିଶ୍ଚିତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ସ୍ପୋଟର୍‌ସ ଫର ୟୁଥ୍‌, ୟୁଥ୍‌ ଫର ଫ୍ୟୁଚର’ ଦୃଷ୍ଟିଭଙ୍ଗୀ ଓଡ଼ିଶାକୁ ଏକ କ୍ରୀଡ଼ା ହବ୍‌ରେ ପରିଣତ କରିଛି“ ବୋଲି ତୁଷାରକାନ୍ତି କହିଛନ୍ତି। ଆମେ ରାଜ୍ୟବ୍ୟାପୀ ତୃଣମୂଳ ସ୍ତରରେ ଭିତ୍ତିଭୂମିରେ ଉନ୍ନତି ଆଣିବା ଉପରେ ଫୋକସ କରୁଛୁ। ଖୋ ଖୋକୁ ଏକ କ୍ରୀଡ଼ା ଭାବେ ଗ୍ରହଣ କରିବା ପାଇଁ ଓଡ଼ିଶା ଜଗରନଟ୍ସ ରାଜ୍ୟର ପିଲାମାନଙ୍କୁ ଅନୁପ୍ରାଣିତ କରିପାରିଥିବ ବୋଲି ମୋର ବିଶ୍ୱାସ। ଅଲ୍‌ଟିମେଟ ଖୋ ଖୋ ସମୟକ୍ରମେ ଅନେକ ଖୋ ଖୋ ଖେଳାଳିଙ୍କ ଜୀବନଶୈଳୀ ବଦଳାଇବାରେ ସହାୟକ ହେବାନେଇ ମୁଁ ଆଶାବାଦୀ ବୋଲି ସେ ପ୍ରକାଶ କରିଛନ୍ତି।
ଗୁରୁବାର ଶେଷ ସୁଦ୍ଧା ଓଡ଼ିଶା ଜଗରନଟ୍ସ ୪୨ ଡିଫେଣ୍ଡିଂ ପଏଣ୍ଟ ହାସଲ କରିଛି, ଯାହାକି ଲିଗ୍‌ରେ ଅନ୍ୟ ତୁଳନାରେ ସର୍ବାଧିକ। ଚଳିତ ସିଜନରେ ଶୁଭାଶିଷ ସାନ୍ତ୍ରା ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ସେ ୪୩ ପଏଣ୍ଟ ହାସଲ କରି ବର୍ତ୍ତମାନ ଟପ୍‌-୩ ଓ୍ବାଜିରଙ୍କ ମଧ୍ୟରେ ରହିଛନ୍ତି। ଜଗରନଟ୍ସ ଦଳର ଅନ୍ୟତମ ଶୀର୍ଷ ପ୍ରଦର୍ଶନକାରୀ ହେଲେ ଓଡ଼ିଶା ଖେଳାଳି ବାଲେଶ୍ୱରର ଜଗନ୍ନାଥ ମୁର୍ମୁ। ସେ କ୍ରୀଡ଼ାମନ୍ତ୍ରୀଙ୍କ ସହ ଭାବବିନିମୟ କରିବା ପରେ ବେଶ୍‌ ଉତ୍ସାହିତ ହୋଇ ପଡ଼ିଛନ୍ତି। ଏହା ଟାଇଟଲ ଜିତିବା ପାଇଁ ଖେଳାଳିଙ୍କୁ ମୋଟିଭେଟ କରିବ ବୋଲି କହିଛନ୍ତି। ”ଆମ ରାଜ୍ୟର କ୍ରୀଡ଼ାମନ୍ତ୍ରୀଙ୍କ ସହ ମିଶିବା ସମସ୍ତ ଖେଳାଳିଙ୍କ ପାଇଁ ଖୁସିର ବିଷୟ। ବ୍ୟସ୍ତ କାର୍ଯ୍ୟସୂଚୀ ସତ୍ତ୍ୱେ ସେ ସମୟ ବାହାର କରି ପୁଣେ ଆସି ଆମମାନଙ୍କୁ ଉତ୍ସାହିତ କରିଛନ୍ତି। ଆଗାମୀ ମ୍ୟାଚଗୁଡ଼ିକରେ ଅଧିକ ପରିଶ୍ରମ କରିବା ପାଇଁ ସେ ଆମକୁ ପରାମର୍ଶ ଦେଇଛନ୍ତି। ଆମେ ହାତରେ ଟ୍ରଫି ଧରୁ ବୋଲି ସେ ଚାହୁଁଛନ୍ତି ଏବଂ ଆମେ ମଧ୍ୟ ତାହା କରିବା ପାଇଁ ସବୁମତେ ଚେଷ୍ଟା କରିବୁ“ ବୋଲି ଜଗନ୍ନାଥ ପ୍ରକାଶ କରିଛନ୍ତି।
ଓଡ଼ିଶା ଜଗରନଟ୍ସ ଏହାର ପରବର୍ତ୍ତୀ ମ୍ୟାଚରେ ମୁମ୍ବାଇ ଖିଲାଡିଜ୍‌କୁ ଭେଟିବ। ଏଥିରେ ବିଜୟ ହାସଲ କଲେ ଦଳର ପ୍ଲେ-ଅଫ୍‌ ପ୍ରବେଶ ନିଶ୍ଚିତ ହୋଇଯିବ। ଖୋ ଖୋ ଫେଡେରେଶନ ଅଫ୍‌ ଇଣ୍ଡିଆ ସହିତ ମିଶି ଅମିତ ବର୍ମନ ଅଲ୍‌ଟିମେଟ ଖୋ ଖୋକୁ ପ୍ରମୋଟ କରୁଛନ୍ତି। ସିଜନ-୧ରେ ମୋଟ ୬ଟି ଦଳ ଅଂଶଗ୍ରହଣ କରୁଛନ୍ତି ଏବଂ ଏହାର ଫାଇନାଲ ସେପ୍ଟେମ୍ବର ୪ରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri