ଯବାନଙ୍କ ମନୋବଳ ବଢାଉଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି: ଫଟୋ ଭାଇରାଲ

କ୍ୱିଭ,୨୪ ।୨: ରୁଷିଆ ଭଳି ଏକ ବଡ ଓ ଶକ୍ତିଶାଳୀ ଦେଶ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲେ ବି ଏପର୍ଯ୍ୟନ୍ତ ମୁଣ୍ଡ ନୁଆଁଉ ନାହିଁ ୟୁକ୍ରେନ୍ । ୟୁକ୍ରେନ କହିଛି କୌଣସି ପରିସ୍ଥିତିରେ ସେ ସରେଣ୍ଡର କରିବ ନାହିଁ । ଏହି ନିଷ୍ପତ୍ତି ୟୂକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେଂସ୍କିଙ୍କର ବୋଲି କୁହାଯାଉଛି । ଏପଟେ ନିଜ ସେନାଙ୍କ ମନୋବଳ ବଢାଇବା ସହ ସହଯୋଗ ଲାଗି ଭିନ୍ନ ଭିନ୍ନ ଦେଶଙ୍କ ସହ ସମ୍ପର୍କ କରୁଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି । ଏବେ ନିଜେ ରାଷ୍ଟ୍ରପତି ଯୁଦ୍ଧ ମଇଦାନରେ ପହଞ୍ଚି ଯାଇଥିବା କୁହାଯାଉଛି । କାରଣ ଏମିତି କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଆସିଥିବା ଏହି ଫଟୋ ଗୁଡିକରରେ ୟୁକ୍ରେନ୍ ରାଷ୍ଟ୍ରପତି ଯୁଦ୍ଧ ମଇଦାନରେ ସେନାଙ୍କ ମନୋବଳ ବୃଦ୍ଧି କରୁଥିବା ଦେଖାଯାଇଛି । ସେନା ପୋଷାକରେ ସେ ଯୁଦ୍ଧ ମଇଦାନରେ ଥିବାରୁ ଆଦୌ ରାଷ୍ଟ୍ରପତି ବୋଲି ଜଣାପଡୁ ନାହାନ୍ତି ।
ସୂଚନାଯୋଗ୍ୟ, ୟୁକ୍ରେନ୍ ଉପରକୁ ରୁଷିଆର ଆକ୍ରମଣ ଘଟଣାକୁ ନେଇ ବିଶ୍ୱର ଅନେକ ଦେଶ ରୁଷିଆର ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି । ଏପଟେ ୟୁକ୍ରେନ୍ ବିଶ୍ୱର ପ୍ରଭାବଶଳୀ ନେତା ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହଯୋଗ ଲୋଡିଛି । ଭାରତ ରୁଷିଆର ଭଲ ବନ୍ଧୁ ହୋଇଥିବାରୁ ମୋହି ଏଥିରେ ସହଯୋଗ କରିବେ ବୋଲି ୟୁକ୍ରେନ୍ ଆଶ ରଖିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆରପାରିରେ ବଲିଉଡ୍‌ର ମଲ୍ଟି-ଟାଲେଣ୍ଟେଡ୍ ଅଭିନେତା ମୁସ୍ତାକ୍ ଖାନ୍, ୫୬ ବର୍ଷ ବୟସରେ ପରଲୋକ

ମୁମ୍ବାଇ: ହିନ୍ଦୀ ସିନେମା ଓ ଟେଲିଭିଜନ୍ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣାଶୁଣା ବରିଷ୍ଠ ଅଭିନେତା ମୁସ୍ତାକ୍ ଖାନ୍‌ଙ୍କର ୫୬ ବର୍ଷ ବୟସରେ ପରଲୋକ…

ଏସୀୟ କ୍ରୀଡ଼ାର ୧୦,୦୦୦ ମିଟର ଦୌଡ଼ରେ ସୀମାଙ୍କ ଐତିହାସିକ ବ୍ରୋଞ୍ଜ ପଦକ

ନାଗୋୟା,୨୪ା୯: ଭାରତୀୟ ଟ୍ରାକ ଆଣ୍ଡ ଫିଲ୍ଡ ଆଥଲେଟ୍‌ ସୀମା ଗୁରୁବାର ମହିଳା ୧୦,୦୦୦ ମି. ବ୍ରୋଞ୍ଜ ପଦକ ଜିତିଛନ୍ତି। ସୀମା ଦୌଡ଼କୁ ୩୨:୫୦.୦୫ ସେକେଣ୍ଡରେ ଶେଷ କରି…

କଳାହାଣ୍ଡିରେ ଥମିବାର ନା ଧରୁନି ବର୍ଷା, କୁତ୍ରିମ ନଦୀ ହେଲା ଫତେନଗର ପଡା ମୁଖ୍ୟ ରାସ୍ତା

ଭବାନୀପାଟଣା ୨୪।୯,(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଗତ ତିନିଦିନ ଧରି କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ଜନଜୀବନ…

ଅକ୍ଟୋବର ୧ରୁ ଧନବର୍ଷା! ରାହୁଙ୍କ ସ୍ୱାତୀ ନକ୍ଷତ୍ରକୁ ଯିବେ ବୁଧ, ମାଲାମାଲ୍ ହେବେ ଏହି ୫ ରାଶି

ଅକ୍ଟୋବର ୧ ତାରିଖ ସକାଳ ୯ଟା ୩୩ ମିନିଟ୍‌ରେ ଗ୍ରହମାନଙ୍କ କୁମାର ‘ବୁଧ’ ତୁଳା ରାଶିରେ ବିରାଜମାନ ଥାଇ ସ୍ୱାତୀ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି। ବୁଧ…

ଲାଇଭ୍‌ ହେବ କଟକ ଦୁର୍ଗାପୂଜା: ୟୁଟ୍ୟୁବ୍‌-ୱେବସାଇଟ୍‌ରେ ସିଧା ପ୍ରସାରଣ ଦେଖିପାରିବେ ଶ୍ରଦ୍ଧାଳୁ

କଟକ,୨୪।୯: କଟକର ପ୍ରସିଦ୍ଧ ଦୁର୍ଗାପୂଜା ଓ ଭସାଣି ଉତ୍ସବକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ କଟକ ଦୁର୍ଗାପୂଜା ଏବଂ…

ଲଗାଣ ବର୍ଷାରେ ଘର ଭୁଶୁଡି ମହିଳା ଗୁରୁତର, ଜିଲା ଚିକିତ୍ସାଲୟରେ ଭର୍ତ୍ତି

କୁନ୍ଦୁରା,୨୪।୯,(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଫୁପୁଗାଁ ଗ୍ରାମ ପଞ୍ଚାୟତ ଚନ୍ଦ୍ରଶୁଣ୍ଢୀଗୁଡା ଠାରେ ଲଗାଣ ବର୍ଷାରେ ଘର ଭୁଶୁଡି ମହିଳା ଗୁରୁତରହୋଇଛନ୍ତି। ମହିଳା ଜଣକ ହେଲେ…

BLOଙ୍କ ପାଇଁ ବଡ଼ ଖବର: ମିଳିବ ବାର୍ଷିକ ୧୮ ହଜାର ଟଙ୍କାର ସମ୍ମାନ ଭତ୍ତା, ୮୧.୪୫ କୋଟିର…

ଭୁବନେଶ୍ୱର,୨୪।୯: ରାଜ୍ୟର ବୁଥ୍ ଲେବଲ୍ ଅଫିସର (BLO)ଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି। SIR ୨୦୨୬ ଭୋଟର ତାଲିକା ସଂଶୋଧନ…

ପୁରୁଷୋତ୍ତମପୁରରେ ଫୁଲୁଛି ରୁଷିକୁଲ୍ୟା

ପୁରୁଷୋତ୍ତମପୁର,୨୪।୯, (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ତିନି ଦିନ ହେଲା ବର୍ଷା ଲାଗିରହି ସାଧାରଣ ଜୀବନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?