ଯବାନଙ୍କ ମନୋବଳ ବଢାଉଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି: ଫଟୋ ଭାଇରାଲ

କ୍ୱିଭ,୨୪ ।୨: ରୁଷିଆ ଭଳି ଏକ ବଡ ଓ ଶକ୍ତିଶାଳୀ ଦେଶ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲେ ବି ଏପର୍ଯ୍ୟନ୍ତ ମୁଣ୍ଡ ନୁଆଁଉ ନାହିଁ ୟୁକ୍ରେନ୍ । ୟୁକ୍ରେନ କହିଛି କୌଣସି ପରିସ୍ଥିତିରେ ସେ ସରେଣ୍ଡର କରିବ ନାହିଁ । ଏହି ନିଷ୍ପତ୍ତି ୟୂକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେଂସ୍କିଙ୍କର ବୋଲି କୁହାଯାଉଛି । ଏପଟେ ନିଜ ସେନାଙ୍କ ମନୋବଳ ବଢାଇବା ସହ ସହଯୋଗ ଲାଗି ଭିନ୍ନ ଭିନ୍ନ ଦେଶଙ୍କ ସହ ସମ୍ପର୍କ କରୁଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି । ଏବେ ନିଜେ ରାଷ୍ଟ୍ରପତି ଯୁଦ୍ଧ ମଇଦାନରେ ପହଞ୍ଚି ଯାଇଥିବା କୁହାଯାଉଛି । କାରଣ ଏମିତି କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଆସିଥିବା ଏହି ଫଟୋ ଗୁଡିକରରେ ୟୁକ୍ରେନ୍ ରାଷ୍ଟ୍ରପତି ଯୁଦ୍ଧ ମଇଦାନରେ ସେନାଙ୍କ ମନୋବଳ ବୃଦ୍ଧି କରୁଥିବା ଦେଖାଯାଇଛି । ସେନା ପୋଷାକରେ ସେ ଯୁଦ୍ଧ ମଇଦାନରେ ଥିବାରୁ ଆଦୌ ରାଷ୍ଟ୍ରପତି ବୋଲି ଜଣାପଡୁ ନାହାନ୍ତି ।
ସୂଚନାଯୋଗ୍ୟ, ୟୁକ୍ରେନ୍ ଉପରକୁ ରୁଷିଆର ଆକ୍ରମଣ ଘଟଣାକୁ ନେଇ ବିଶ୍ୱର ଅନେକ ଦେଶ ରୁଷିଆର ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି । ଏପଟେ ୟୁକ୍ରେନ୍ ବିଶ୍ୱର ପ୍ରଭାବଶଳୀ ନେତା ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହଯୋଗ ଲୋଡିଛି । ଭାରତ ରୁଷିଆର ଭଲ ବନ୍ଧୁ ହୋଇଥିବାରୁ ମୋହି ଏଥିରେ ସହଯୋଗ କରିବେ ବୋଲି ୟୁକ୍ରେନ୍ ଆଶ ରଖିଛି ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଗଲା ପରେ ମୁଖ୍ୟଧାରାକୁ ଫେରି ପାରିବ କି ସାମାଜିକ ବ୍ୟବସ୍ଥା !

ଓ୍ବାଶିଂଟନ,୨୧।୩: ପୃଥିବୀ ସାରା କରୋନା ସୃଷ୍ଟି କରିଛି ଆତଙ୍କ। ସଂକ୍ରମଣକୁ ରୋକିବା ପାଇଁ କେତେକ ସୁରକ୍ଷିତ ମାର୍ଗଦର୍ଶିକା ଜାତିସଂଘ ପକ୍ଷରୁ ଜାରି କରାଯାଇଛି। ସେଥିମଧ୍ୟରେ ପରସ୍ପରଠାରୁ...

ଚାଇନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୭ ଜଣଙ୍କ ମୃତ୍ୟୁ…

ବେଜିଂ, ୧୮।୯ : ଚାଇନାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏକ ବସ୍‌ ଦୁର୍ଘଟଣାରେ ରବିବାର...

ହୋଟେଲରେ ଆତଙ୍କବାଦୀ ଆକ୍ରମଣ: ଗେଟ୍‌ ସମ୍ମୁଖରେ କାର୍‌ ବୋମା ବିସ୍ଫୋରଣ

ମୋଗାଦିସୁ, ୧୭।୮: ସୋମାଲିଆ ରାଜଧାନୀ ମୋଗାଦିସୁରେ ଥିବା ଇଲାଇଟ୍‌ ହୋଟେଲରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି।...

ଟ୍ରମ୍ପ୍‌ଙ୍କୁ ବୋକା କହିଲେ ମୋରଗାନ

ଓ୍ବାଶିଂଟନ,୨୧।୪: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି। ନିକଟରେ ବ୍ରିଟିଶ ଟେଲିଭିଜନ ପକ୍ଷରୁ ଆୟୋଜିତ ଏକ ସାକ୍ଷାତ୍‌କାରରେ...

ଖେଳାଳିଙ୍କୁ ୟୁନିଫର୍ମ ଜାଳି ଦେବାକୁ କହିଲେ ଅଧିନାୟିକା

କାବୁଲ,୧୯।୮ : ସୋସିଆଲ ମିଡିଆରୁ ସମସ୍ତ ଫଟୋ ଡିଲିଟ୍‌ କର। ୟୁନିଫର୍ମକୁ ଜାଳିଦିଅ। ଯେମିତି ହେଲେ ପରିଚୟ ଲୁଚାଅ। ଖେଳାଳିଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ଆଫଗାନିସ୍ତାନ...

ଏବେ ଶାନ୍ତିର ପଥ ଆପଣାଇବାକୁ ଚାହୁଁଛି ପାକିସ୍ତାନ

ଇସଲାମାବାଦ,୩।୨: ଅହିଂସା ଛାଡି ଏବେ ହିଂସା ପଥ ଆପଣାଇବାକୁ ଚାହୁଁଛି ପାକିସ୍ତାନ। ପାକିସ୍ତାନର ସେନାମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ନିକଟୋର ଦେଇଥିବା ଏକ ବୟାନରୁ...

ବୁଡିଗଲା ସିଲିକନ ଭ୍ୟାଲି ବ୍ୟାଙ୍କ: ୪୮ ଘଣ୍ଟାରେ ଡ୍ର କରାଗଲା ୪୨ ବିଲିୟନ ଡଲାର…

ସାନ୍ତାକ୍ଲାରା,୧୧।୩ : ପୁରୁଣା ଆମେରିକୀୟ ଋଣଦାତା ଏବଂ ଟେକ ଷ୍ଟାର୍ଟଅପର ମୂଳଦୁଆ ଭାବରେ ବିବେଚିତ ସିଲିକନ ଭ୍ୟାଲି ବ୍ୟାଙ୍କ (ଏସଭିବି)ର ପତନ ମାତ୍ର ୪୮ ଘଣ୍ଟା...

କରୋନା ଲଢେଇରେ ଆମେରିକା ନେଲା ବଡ ପଦକ୍ଷେପ, ଟିକାର ବୁଷ୍ଟର ଡୋଜକୁ ମିଳିଲା ମଞ୍ଜୁରୀ

ୱାଶିଂଟନ,୨୦ ।୧୧: ବୟସ୍କ ବା ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କ ପାଇଁ ଆମେରିକା କରୋନା ଭ୍ୟାକ୍ସିନର ବୁଷ୍ଟର ଡୋଜକୁ ମଞ୍ଜୁରୀ ପ୍ରଦାନ କରିଛି ।...

Advertisement
Archives

Model This Week