ବିଭିନ୍ନ ଦେଶରୁ ସହଯୋଗ ଲୋଡୁଛି ୟୁକ୍ରେନ

କ୍ୱିଭ,୨୪।୨: ବିଭିନ୍ନ ଦେଶର ବାରଣ ସତ୍ତ୍ୱେ ଶେଷରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଛି। ରୁଷିଆ ଭଳି ଶକ୍ତିଶାଳୀ ଦେଶକୁ ସାମ୍ନା କରିବାକୁ ୟୁକ୍ରେନ ବି ପ୍ରସ୍ତୁତ। ଏହି ପରିସ୍ଥିତିରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସୈନ୍ୟଙ୍କୁ ସହଯୋଗ କରିବାକୁ ଆଗେଇବାକୁ ଆସିଛନ୍ତି। ଯବାନଙ୍କ ମନୋବଳ ବଢ଼ାଇବା ପାଇଁ ସେନା ପୋଷାକରେ ଯୁଦ୍ଧ ମଇଦାନକୁ ଓହ୍ଲାଇଛନ୍ତି ଜେଲେନସ୍କି। ତାଙ୍କ ଏହି ଅବତାର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରାଷ୍ଟ୍ରପତି ଭୋଲୋଡିମିର କ୍ରମାଗତ ଭାବେ ସାହାଯ୍ୟ ପାଇଁ ଭିନ୍ନ ଭିନ୍ନ ଦେଶ ସହ ଆଲୋଚନା ଜାରି ରଖିଛନ୍ତି। ଅନ୍ୟପଟେ ରାଷ୍ଟ୍ରପତି ଜେଲେନସ୍କି ରୁଷିଆ ଆକ୍ରମଣ କରିଥିବା ଅଞ୍ଚଳକୁ ପରିଦର୍ଶନ କରିଛନ୍ତି। ଏଥିସହ ଜେଲେନସ୍କି ଯବାନଙ୍କ ସହ ଆଲୋଚନା କରି ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ସମୟରେ ସେ ସୈନ୍ୟଙ୍କ ମନୋବଳ ବଢ଼ାଇବା ସହ ରୁଷିଆକୁ କଡ଼ା ଟକ୍କର ଦେବାକୁ ଚେଷ୍ଟା କରିଥିଲେ। ସୂଚନା ମୁତାବକ ରୁଷିଆର ଆକ୍ରମଣର ଠିକ୍‌ ପରେ ୟୁକ୍ରେନ ରାଷ୍ଟ୍ରପତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସହ ଆଲୋଚନା କରିଥିଲେ। ଏହି ଅବସରରେ ସେ କହିଛନ୍ତି, ରୁଷିଆ ବିରୋଧରେ ସମସ୍ତ ଦେଶ ଆଗକୁ ଆସିବାକୁ ପଡ଼ିବ। ଇତିମଧ୍ୟରେ ରୁଷିଆକୁ ନାଟୋ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣକୁ ନାଟୋ ଦୃଢ଼ ନିନ୍ଦା କରି କହିଛି, ତୁରନ୍ତ ରୁଷିଆ ସୈନ୍ୟ ୟୁକ୍ରେନ ଛାଡ଼ନ୍ତୁ। ରୁଷିଆର ଏଭଳି କାର୍ଯ୍ୟ ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ବୋଲି ନାଟୋର ଜେନେରାଲ ସେକ୍ରେଟାରୀ ଜେନ୍ସ ଷ୍ଟୋଲେଟେନ୍‌ବର୍ଗ କହିଛନ୍ତି। ଯଦି ରୁଷିଆ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ ନ କରେ ତେବେ ଏହାର ପରବର୍ତ୍ତୀ ପରିଣତି ଭୟଙ୍କର ହେବ ବୋଲି ନାଟୋ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ୩ ମାସ ମଧ୍ୟରେ ପାକିସ୍ତାନରେ ହୋଇପାରେ ନିର୍ବାଚନ !

ଇସଲାମାବାଦ୍‌,୨୫।୧୧: ଆଗାମୀ ୩ ମାସ ମଧ୍ୟରେ ପାକିସ୍ତାନରେ ପୁଣିଥରେ ନିର୍ବାଚନ ହୋଇପାରେ। ଏନେଇ ଜାମିୟତ୍‌ ଉଲେମା ଇ-ଇସଲାମ୍‌-ଫଜଲ୍‌ ମୁଖ୍ୟ ମୌଲାନା ଫଜଲୁର୍‌ ରହେମାନ ସୋମବାର ସୂଚନା...

ବିଶାଳ ସମୁଦ୍ରଜୀବ ପିଠିରେ ଲେଖାଯାଇଛି ଟ୍ରମ୍ପଙ୍କ ନାମ: ଭିଡିଓ ଭାଇରାଲ ପରେ…

ଫ୍ଲୋରିଡା,୧୨।୧: ଆମେରିକାର ଫ୍ଲୋରିଡା ସହରରେ ଏକ ବିଶାଳ ସମୁଦ୍ର ଜୀବ ପିଠିରେ ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ଲେଖାଯାଇଥିବା ଦେଖିବାକୁ ମିଳିଛି। ଘଟଣା ସମ୍ପର୍କିତ...

୧୫ ଦଗ୍ଧ, ୪୦୦ ନିଖୋଜ

କୋକ୍ସବାଜାର,୨୪ା୩: ବାଂଲାଦେଶର କୋକ୍ସ ବାଜାରସ୍ଥିତ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ସୋମବାର ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଅନୂ୍ୟନ ୧୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୦୦ରୁ ଊର୍ଦ୍ଧ୍ୱ...

ପୋଲିସ ଗୁଳିରେ ୨ କୃଷ୍ଣକାୟ ମୃତ

କେନୋଶା, ୨୭ା୮: ଆମେରିକାର କେନୋଶାରେ ମଙ୍ଗଳବାର ପୁଣି ପୋଲିସ ଗୁଳିରେ ୨ କୃଷ୍ଣକାୟ ପ୍ରାଣ ହରାଇଥିବାବେଳେ ଜଣେ ଆହତ ହୋଇଛନ୍ତି। କେନୋଶା ପୋଲିସ ଗତ ରବିବାର...

ପାକିସ୍ତାନ ରିଲିଫ୍‌ ସାମଗ୍ରୀ ଫେରାଇ ଦେଲା ତୁର୍କୀ

ଇସଲାମାବାଦ୍‌,୧୯।୨: ବିଦେଶୀ ଋଣ ଏବଂ ଅର୍ଥ ଅଭାବ ଦେଇ ଗତି କରୁଥିବା ପାକିସ୍ତାନ ଅନ୍ୟ ଦେଶକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ଭୂମିକମ୍ପ ପ୍ରଭାବିତ ତୁର୍କୀକୁ...

ଆଫଗାନିସ୍ତାନକୁ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯିବା ଉଚିତ ନୁହେଁ: ଭାରତ…

ଜେନେଭା,୯।୩ : ଭାରତ ପୁଣି ଥରେ ପାକିସ୍ତାନକୁ ଟାର୍ଗେଟ କରିଛି। ଗୁରୁବାର ଜାତିସଂଘ ସୁରକ୍ଷା ପରିଷଦରେ ଭାରତ କହିଛି ଯେ ଆତଙ୍କବାଦୀ କାର୍ଯ୍ୟକଳାପକୁ ବନ୍ଦ କରିବା,...

ଭୁଲ୍‌ କୋଭିଡ୍‌ ତଥ୍ୟ ପ୍ରତି ସତର୍କ ରୁହ

ଓ୍ବାଶିଂଟନ୍‌, ୧୯ା୫: ଭାରତରେ କରୋନାର ଘାତକ ଦ୍ୱିତୀୟ ଲହର ଜାରି ଥିବାବେଳେ ଭାରତୀୟ-ଆମେରିକୀୟ ଏବଂ ଭାରତୀୟଙ୍କୁ କରୋନା ସମ୍ପର୍କିତ ମିଥ୍ୟା ଖବର ପ୍ରତି ସତର୍କ ରହିବାକୁ...

ବିଶ୍ୱ ରେକର୍ଡ କରିବାକୁ ଇଚ୍ଛା ରଖିଥିବା ଭାରତୀୟ ମହିଳାଙ୍କର ମାଉଣ୍ଟ ଏଭରେଷ୍ଟ ବେସ କ୍ୟାମ୍ପରେ ମୃତ୍ୟୁ

କାଠମାଣ୍ଡୁ,୧୯।୫: ନେପାଳର ମାଉଣ୍ଟ ଏଭରେଷ୍ଟ ବେସ କ୍ୟାମ୍ପରେ ରୋଗଗ୍ରସ୍ତ ହେବାରୁ ଜଣେ ୫୯ ବର୍ଷୀୟା ଭାରତୀୟ ପର୍ବତାରୋହୀଙ୍କର ଗୁରୁବାର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଏହି ମହିଳା...

Advertisement
Archives

Model This Week