ଯୁଦ୍ଧବିରତି କରିବାକୁ ମନା କଲା ରୁଷିଆ

ଇସ୍ତାନବୁଲ, ୧୦ା୩: ଯୁଦ୍ଧବିରତି ପାଇଁ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଗୁରୁବାର ତୁର୍କୀର ଆଣ୍ଟାଲ୍ୟାଠାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରୁ କୌଣସି ନିଷ୍କର୍ସ ବାହାରିପାରିନାହିଁ। ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ଗୁରୁବାର ୧୫ ଦିନ ହୋଇଥିବା ବେଳେ ଯୁଦ୍ଧପରଠାରୁ ଏହା ୟୁକ୍ରେନ୍‌ ବହିର୍ବ୍ୟାପାର ମନ୍ତ୍ରୀ ଡିମିଟ୍ରୋ କୁଲେବା ଏବଂ ରୁଷିଆ ପ୍ରତିପକ୍ଷ ସେରଗି ଲାଭରୋଭ୍‌ଙ୍କ ଥିଲା ପ୍ରଥମ ବୈଠକ। ଏହି ଆଲୋଚନାରେ ତୁର୍କୀ ବହିର୍ବ୍ୟାପାର ମନ୍ତ୍ରୀ ମେଭଲୁଟ୍‌ କାଭୁସୋଗ୍‌ଲୁ ମଧ୍ୟ ଉପସ୍ଥିତ ଥିଲେ। ୟୁକ୍ରେନ୍‌ର ବନ୍ଦର ସହର ମାରିଉପୋଲରେ ୨୪ ଘଣ୍ଟିଆ ଯୁଦ୍ଧବିରତି ସହ ମାନବୀୟ କରିଡର ନିର୍ମାଣ ନିମନ୍ତେ କ୍ୱିଭ୍‌ ପ୍ରସ୍ତାବ ରଖିଥିଲେ ହେଁ ମସ୍କୋ ସେଥିରେ ରାଜି ହୋଇ ନ ଥିବା କୁଲେବା କହିଛନ୍ତି। ଏଥିସହ ୟୁକ୍ରେନ୍‌ ରୁଷିଆ ଆଗରେ ଆତ୍ମସମର୍ପଣ କରିବା ନିମନ୍ତେ ଲାଭରୋଭ୍‌ ପ୍ରସ୍ତାବ ରଖିଛନ୍ତି। ହେଲେ କ୍ୱିଭ୍‌ କେବେ ତାହା କରିବ ନାହିଁ ସେ ସୂଚନା ଦେଇଛନ୍ତି। ଏହି ବୈଠକ ବେଲାରୁଷ ସୀମା ନିକଟରେ ହୋଇଥିବା ପୂର୍ବ ଆଲୋଚନାର ବିକଳ୍ପ ହୋଇପାରିବ ନାହିଁ ବୋଲି ଲାଭରୋଭ କହିଛନ୍ତି। ଏଥିସହ ଯୁଦ୍ଧ ବନ୍ଦ କରିବା ପାଇଁ କୌଣସି ସମାଧାନର ବାଟ ବାହାରିଲେ ୟୁକ୍ରେନ୍‌ ପୁଣି ରୁଷିଆ ସହ ବୈଠକ କରିବାକୁ ରାଜି ହୋଇଥିବା ଲାଭରୋଭ୍‌ ପ୍ରକାଶ କରିଛନ୍ତି। ୟୁକ୍ରେନ୍‌କୁ ଅସ୍ତ୍ରଯୋଗାଣ କରି ପାଶ୍ଚାତ୍ୟ ଦେଶ ଭୟଙ୍କର ତଥା ଅନୁଚିତ ବ୍ୟବହାର ଦେଖାଉଛନ୍ତି। ରୁଷିଆର ମିଲିଟାରୀ ଅପରେଶନ ଯୋଜନା ଅନୁସାରେ ଚାଲିଛି। ଅନ୍ୟପଟେ କ୍ୱିଭ୍‌ ନିକଟରେ ରଖାଯାଇଥିବା ଦାବିର ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ପାଇଁ ହସ୍ପିଟାଲରେ ବାସନ ମାଜିବାକୁ ପଛାଇଲେନି ସ୍ତ୍ରୀ: ଜାଣନ୍ତୁ କାହିଁକି…

ସ୍ତ୍ରୀ, ସ୍ବାମୀଙ୍କ ମଧ୍ୟରେ ଭଲ ପାଇବା ଅତ୍ୟନ୍ତ ନିବିଡ଼। ଏହାକୁ ପ୍ରମାଣକରି ଦେଖାଇଛନ୍ତି ଆମେରିକାର ଫ୍ଲୋରିଡାର ମେରି ଡାନିଏଲ। ସ୍ବାମୀଙ୍କ ପାଇଁ ସେ ବାସନ ମାଜିବାକୁ...

ଲାହୋର ବିଶ୍ୱର ତୃତୀୟ ପ୍ରଦୂଷିତ ସହର: ଇମ୍ରାନ୍‌

ଇସ୍‌ଲାମାବାଦ,୨୫।୧୧: ଦିନେ ଭାରତକୁ ପରମାଣୁ ବୋମା ଆକ୍ରମଣର ଧମକ ଦେଉଥିବା ପାକିସ୍ତାନ ଏବେ ତା’ର ଅସ୍ଥିତ୍ୱକୁ ଚିହ୍ନିବା ଆରମ୍ଭ କରିଛି। ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ...

ସ୍ପେସ୍‌ ରକେଟରୁ ବିଭିନ୍ନ ଦେଶର ପତାକା ହଟାଇଲା ରୁଷିଆ: କେବଳ ରହିଛି ତ୍ରିରଙ୍ଗା

ମସ୍କୋ,୩।୩: ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ରୁଷିଆକୁ ବିଶ୍ୱର ଅନେକ ଦେଶଗୁଡିକର ବିରୋଧ ସାମ୍ନା କରିବାକୁ ପଡ଼ିଛି। ବିଭିନ୍ନ ଦେଶ ରୁଷିଆ ଉପରେ ଅନେକ...

ରେଷ୍ଟୁରାଣ୍ଟରେ କରୋନା ଭାକ୍ସିନ ସାର୍ଟିଫିକେଟ୍‌ ମାଗିବାରୁ ରାଗିଗଲେ ୩ ମହିଳା, ଆଉ ତା’ ପରେ…

ଓ୍ବାଶିଂଟନ,୧୮ା୯: ଆମେରିକାର ନ୍ୟୁୟର୍କସ୍ଥିତ ଏକ ପ୍ରତିଷ୍ଠିତ ରେଷ୍ଟୁରାଣ୍ଟର ଜଣେ ମହିଳା କର୍ମଚାରୀ ୩ ଗ୍ରାହକଙ୍କୁ କରୋନା ଭାକ୍ସିନ ସାର୍ଟିଫିକେଟ୍‌ ମାଗିବା ମହଙ୍ଗା ପଡ଼ିଛି। ଏହି ଘଟଣାର...

ଓମିକ୍ରନ୍‌ ଆତଙ୍କ, ଦ୍ରୁତ ବେଗରେ ବଢୁଛି ସଂକ୍ରମଣ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୮।୧୧: ପୃଥିବୀର ବହୁ ଦେଶରେ ପୁଣି ଲକ୍‌ଡାଉନ୍‌ ଫେରିଛି। କରୋନା ମହାମାରୀ ସଂକ୍ରମଣର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା...

ଓମିକ୍ରନ ମୁକାବିଲା ପାଇଁ ଦକ୍ଷିଣ ଆଫ୍ରିକାକୁ ଏକ ଟିମ୍‌ ପଠାଇଲା ଡବ୍ଲୁଏଚ୍‌ଓ

ଜେନେଭା,୩।୧୨: ସାରା ବିଶ୍ୱରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଏହାର ଅଧିକାରୀମାନଙ୍କର ଏକ ଟିମ...

ରୁଷିଆ ଆକ୍ରମଣ ବନ୍ଦ କରୁ: ଆଇସିଜେ

ହେଗ୍‌, ୧୭ା୩: ରୁଷିଆ ତୁରନ୍ତ ୟୁକ୍ରେନ୍‌ ଉପରେ ଆକ୍ରମଣ ବନ୍ଦ କରୁ ବୋଲି ନେଦରଲାଣ୍ଡସ୍‌ର ହେଗ୍‌ସ୍ଥିତ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ବୁଧବାର ନିର୍ଦ୍ଦେଶ...

ଭାରତ ବିରୋଧରେ ଛାୟାଯୁଦ୍ଧ ଆରମ୍ଭ କରିଛି ପାକିସ୍ତାନ

ଜେନେଭା,୨୫।୨: ଆତଙ୍କବାଦୀ ସଂଗଠନଗୁଡ଼ିକର ସହାୟତାରେ ପାକିସ୍ତାନ ଭାରତ ବିରୋଧରେ ଛାୟାଯୁଦ୍ଧ ଆରମ୍ଭ କରିଛି। ଜାତିସଂଘ ମାନବାଧିକାର ବଠକରେ ଏଭଳି ଅଭିଯୋଗ କରି ପାକିସ୍ତାନକୁ ଘେରିଛି। ଜାତିସଂଘରେ...

Advertisement
Archives

Model This Week