Posted inଖେଳ

ବିପର୍ଯ୍ୟୟ ଘଟାଇ ପ୍ରଥମ କ୍ୱାର୍ଟରରେ ୟୁକ୍ରେନ

ଗ୍ଲାସଗୋ,୧।୭: ସବୁଠାରୁ ଖରାପ ପ୍ରଦର୍ଶନ କରିଥିଲେ ମଧ୍ୟ ୟୁକ୍ରେନ ଭାଗ୍ୟ ବଳରେ ୟୁରୋକପ୍‌ ରାଉଣ୍ଡ ଅଫ୍‌ ୧୬ରେ ପ୍ରବେଶ କରିଥିଲା। ଲିଗ୍‌ ପର୍ଯ୍ୟାୟରେ ଗୋଟିଏ ହେଲେ ବିଜୟ ହାସଲ କରି ନ ଥିଲେ ମଧ୍ୟ ୟୁକ୍ରେନ ପ୍ରି- କ୍ୱାର୍ଟରରେ ପ୍ରବେଶ କରିଥିଲା ଓ ଏବେ କ୍ୱାର୍ଟର ଫାଇନାଲ ଟିକେଟ ମଧ୍ୟ ହାସଲ କରିଛି। ମଙ୍ଗଳବାର ଅନୁଷ୍ଠିତ ରାଉଣ୍ଡ ଅଫ୍‌ ୧୬ ମ୍ୟାଚ୍‌ରେ ୟୁକ୍ରେନ୍‌ ୨-୧ଗୋଲରେ ସ୍ବିଡେନକୁ ହରାଇ ବିପର୍ଯ୍ୟୟ ଘଟାଇବା ସହ ପ୍ରଥମଥର ପାଇଁ ୟୁରୋକପ୍‌ କ୍ୱାର୍ଟରକୁ ଉଠିଛି।
ମ୍ୟାଚ୍‌ର ୨୭ ମିନିଟ୍‌ରେ ଓଲେକଜାଣ୍ଡର ଜିନଚେଙ୍କୋ ପ୍ରଥମ ଗୋଲ ଦେଇ ୟୁକ୍ରେନକୁ ଅଗ୍ରଣୀ କରାଇଥିଲେ। ଏହାପରେ ୪୩ତମ ମିନିଟ୍‌ରେ ସ୍ବିଡେନର ଏମିଲ ଫୋର୍ସବର୍ଗ ଗୋଲ ଦେଇ ମ୍ୟାଚ୍‌କୁ ୧-୧ ବରାବର ସ୍ଥିତିକୁ ଆଣିଥିଲେ। ତେବେ ଅତିରିକ୍ତ ସମୟ ଶେଷ ହେବାର କିଛି ସମୟ ପୂର୍ବରୁ (୧୨୧ତମ ମିନିଟ୍‌) ଅର୍ଟେମ ଡୋବୋଓ୍ବିକ୍‌ ଗୋଲ ଦେଇ ୟୁକ୍ରେନ୍‌କୁ ବିଜୟୀ କରାଇଥିଲେ। ଏବେ ଶନିବାର ରୋମ୍‌ରେ ୟୁକ୍ରେନ କ୍ୱାର୍ଟର ଫାଇନାଲରେ ଇଂଲଣ୍ଡକୁ ଭେଟିବ। ୟୁକ୍ରେନର ଏହି ବିଜୟ ସହ ଟୁର୍ନାମେଣ୍ଟରେ କ୍ୱାର୍ଟର ଫାଇନାଲ ଲାଇନ୍‌ ଅପ୍‌ ସ୍ପଷ୍ଟ ହୋଇଛି। ଏଥିସହ ଦ୍ୱିତୀୟଥର କୌଣସି ମେଜର ଟୁର୍ନାମେଣ୍ଟରେ ୟୁକ୍ରେନ କ୍ୱାର୍ଟରକୁ ଉଠିଛି। ପୂର୍ବରୁ ୟୁକ୍ରେନ ୨୦୦୬ ବିଶ୍ୱକପ୍‌ରେ କ୍ୱାର୍ଟରକୁ ଉଠିଥିଲା। ଗୋଲ ସ୍କୋର କରିବାର କେତୋଟି ସୁଯୋଗ ମିଳିଥିଲା। ତେବେ ଏହା ସଦ୍‌ବ୍ୟବହାର କରି ନ ପାରିବାରୁ ଆମେ ହାରିଲୁ ବୋଲି ସ୍ବିଡେନ କୋଚ୍‌ ଜେନ୍‌ ଏଣ୍ଡରସନ କହିଛନ୍ତି। ଦ୍ୱିତୀୟାର୍ଦ୍ଧରେ ଗୋଲ ସ୍କୋର କରିବାରୁ ସୁଯୋଗ ଆମ ପାଖରେ ଥିଲା। ଏହି ବିଜୟ ଦୁଃଖଦାୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

‘ବସ-ଉଠ’ ହେଲେ ଅଭିଷେକ ଶର୍ମା, ଜନ୍ମଦିନରେ ସ୍ବତନ୍ତ୍ର ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଆଜି ତାଙ୍କର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି। ୪ ସେପ୍ଟେମ୍ବର ୨୦୦୦ରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଟି-୨୦ ଦଳର ଜଣେ…

ବଡ଼ ଘୋଷଣା କଲା BCCI, ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶୁକ୍ରବାର ବଡ଼ ଘୋଷଣା କରିଛି। ଏସିଆନ ଗେମ୍ସରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟ…

BCCIର ବଡ଼ ଆକ୍ସନ୍‌: ଏକାଥରକେ ୬୪ ଖେଳାଳିଙ୍କୁ ବ୍ୟାନ୍‌, ତାଲିକାରେ…

ନୂଆଦିଲ୍ଲୀ,୪।୯: ବୟସ ସମ୍ପର୍କିତ ଜାଲିଆତି ମାମଲାରେ ବଡ଼ ପଦକ୍ଷେପ ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)। ବୟସରେ ହେରଫେର କରିଥିବା ଅଭିଯୋଗରେ ଏକାଥରକେ ୬୪ ଜଣ…

୪ ବର୍ଷ ପୂର୍ବେ ତିଳକଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଥିଲେ ରୋହିତ, ଏବେ ହେଉଛି ସତ!

ନୂଆଦିଲ୍ଲୀ,୪।୯: ପ୍ରାୟ ଚାରି ବର୍ଷ ପୂର୍ବେ ତିଳକ ବର୍ମା ମାତ୍ର ୧୯ ବର୍ଷର ଥିଲେ। ସେତେବେଳେ ତାଙ୍କ ଖେଳ ଦେଖି ଭାରତୀୟ ଅଧିନାୟକ ରୋହିତ ଶର୍ମା ଦାବି…

ସଚିନଙ୍କ ଭଳି ହେବେ ବୈଭବ! BCCIର ୫ ପ୍ଲାନ୍‌ରେ ବଦଳିବ ଯୁବ ତାରକାଙ୍କ ଭବିଷ୍ୟତ

ନୂଆଦିଲ୍ଲୀ,୪।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ଚର୍ଚ୍ଚା ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ସ୍ବପ୍ନ ଦେଖୁଛି ବିସିସିଆଇ। ଭାରତୀୟ କ୍ରିକେଟ୍ର ମହାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri