Posted inଜାତୀୟ

ୟୁକ୍ରେନ୍‌ ସଙ୍କଟ: ଦୋଛକିରେ ଭାରତ

ନୂଆଦିଲ୍ଲୀ,୨୩ା୨: ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ(ନାଟୋ)ରେ ୟୁକ୍ରେନ୍‌ ସାମିଲ ହେଲେ ପାଶ୍ଚାତ୍ୟର ସୈନ୍ୟ ରୁଷିଆ ସୀମାରେ ମୁତୟନ ହେବେ। ଏହାକୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଗ୍ରହଣ କରିପାରି ନ ଥିଲେ। ତେଣୁ ସେ ବିଚ୍ଛିନ୍ନତାବାଦୀଙ୍କ କଥା ମାନି ପୂର୍ବ ୟୁକ୍ରେନ୍‌ରୁ ଡୋନ୍‌ବାସକୁ ବିଚ୍ଛିନ୍ନ କରି ଡୋନେସ୍କ ଓ ଲୁହାନସ୍କ ନାମରେ ଦୁଇଭାଗ କରିଦେଇଛନ୍ତି। ପୁଟିନ୍‌ଙ୍କ ବିସ୍ତାରବାଦୀ ମହତ୍ତ୍ୱାକାଂକ୍ଷା ବିଶ୍ୱ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଥିବାବେଳେ ଭାରତ ଏବେ ଦୋଛକିରେ ପଡ଼ିଯାଇଛି। ଗୋଟିଏ ପଟେ ପ୍ରତିରକ୍ଷା କ୍ଷେତ୍ରରେ ରୁଷିଆ ଉପରେ ନିର୍ଭରଶୀଳତା ଓ ଅନ୍ୟପକ୍ଷେ ଆମେରିକାର ଚାପ। ଭାରତ କାହା ସପକ୍ଷରେ ଯିବ ତାହା ଏବେ ବଡ଼ ପ୍ରଶ୍ନ।
ୟୁକ୍ରେନ୍‌ ସଙ୍କଟକୁ ନେଇ ଆଲୋଚନା ନିମନ୍ତେ ଆମେରିକା, ଫ୍ରାନ୍ସ ଓ ବ୍ରିଟେନର ଅନୁରୋଧ କ୍ରମେ ସୋମବାର ବିଳମ୍ବିତ ରାତିରେ ଜାତିସଂଘ ସୁରକ୍ଷା ପରିଷଦ ବୈଠକ ବସିଥିଲା। ଉକ୍ତ ବୈଠକରେ ଭାରତ ମାପିଚୁପି ମନ୍ତବ୍ୟ ରଖିଛି। ଏଭଳି ସମ୍ପୃକ୍ତ କ୍ଷେତ୍ରରେ ସ୍ଥିତି ଶାନ୍ତି ଓ ନିରାପତ୍ତାକୁ ବିପନ୍ନ କରିବା ଆଶଙ୍କା ଥିବାରୁ ଉତ୍ତେଜନା ହ୍ରାସ ପାଇଁ ଉଦ୍ୟମ ହେଉ ବୋଲି ଭାରତ କହିଛି। ସେହିପରି ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ରୁଷିଆ ବିରୋଧରେ ମନ୍ତବ୍ୟ ଦେବାରୁ ଦୂରତା ଅବଲମ୍ବନ କରିଛନ୍ତି। ୟୁପିର ବାଲିଆରେ ଭାଜପା ପକ୍ଷରୁ ନିର୍ବାଚନୀ ସଭା ବେଳେ ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ ରାଜନାଥ କହିଛନ୍ତି, ୟୁକ୍ରେନ୍‌ ସଙ୍କଟର କୂଟନୈତିକ ସମାଧାନ ହେବା ଉଚିତ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରୁଷିଆ ପ୍ରତିପକ୍ଷଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ବାଇଡେନ୍‌ ନିଜ ପକ୍ଷରୁ ପଦକ୍ଷେପ ନେଇଛନ୍ତି। ଭାରତ କୌଣସି ପ୍ରକାରେ ଶାନ୍ତି ଚାହେଁ। ଆଲୋଚନା ହେଲେ ବାଟ ବାହାରିବ ବୋଲି ରାଜନାଥ କହିଛନ୍ତି। ଭାରତ କାହା ସପକ୍ଷରେ ଯିବ ବୋଲି ପ୍ରଶ୍ନ ହେବାରୁ ରାଜନଥ କହିଥିଲେ, ଆମେ ଶାନ୍ତି ଚାହୁଁ।


Enter your email to get our daily news in your inbox.

All Right Reserved By Dharitri.Com

ୟୁପି ବିଧାନସଭା ପୂର୍ବତନ ବାଚସ୍ପତିଙ୍କ ପରଲୋକ

ପ୍ରୟାଗରାଜ,୮।୧: ଉତ୍ତରପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କ ୮୯ ବର୍ଷରେ ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ...

ଅନ୍‌ଲାଇନ୍‌ ଗେମ୍‌ରେ ଝିଅଠାରୁ ବାରମ୍ବାର ହାରି ଯାଉଥିବାରୁ ପୁଅ ନେଲେ ଏମିତି ପଦକ୍ଷେପ

ଇନ୍ଦୋର,୮।୯: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଅଭାବନୀୟ ଘଟଣା ଘଟିଛି। ଅନ୍‌ଲାଇନ ଗେମରେ ହାରିଯିବାରୁ ଜଣେ ୧୧ ବର୍ଷର ବାଳକ ୧୦ ବର୍ଷର ବାଳିକାକୁ ହତ୍ୟା କରିଦେଇଛନ୍ତି।...

ଖେଳାଳିଙ୍କ ପରେ ସାହାଯ୍ୟ ପାଇଁ ଆଗେଇ ଆସିଲା ଆଇପିଏଲ ଫ୍ରାଞ୍ଚାଇଜ

ନୂଆଦିଲ୍ଲୀ,୨୯।୪ : କୋଭିଡ୍‌-୧୯ ସୁନାମିରେ ସଂଘର୍ଷ କରୁଥିବା ଭାରତକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛି ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ। ପ୍ରଥମ ସଂସ୍କରଣର ଚାମ୍ପିୟନ...

ଡ୍ୟୁଟି ସାରି ମାସ୍କ ତିଆରି କରୁଛନ୍ତି ମହିଳା ପୋଲିସ

ଭୋପାଳ,୪।୪: କରୋନା ଭାଇରସ ସହ ଲଢ଼ିବାକୁ ଏବେ ମାସ୍କ ଓ ସାନିଟାଇଜରର ଆବଶ୍ୟକତା ବଢିଯାଇଛି। ଏହାକୁ ଦୃଷ୍ଟିରେ ରଖି ଏବେ ବିଭିନ୍ନ ସଂସ୍ଥା ପକ୍ଷରୁ ମାସ୍କ...

ଲାଞ୍ଚ ପାଇଁ ଫେରାଇଦେଲା ହସ୍ପିଟାଲ, ରାସ୍ତାରେ ମୃତ ସନ୍ତାନକୁ ଜନ୍ମଦେଲେ

ଭୋପାଳ,୨୭।୧: ମଧ୍ୟପ୍ରଦେଶର ଭିନ୍ଦ୍‌ ଜିଲାସ୍ଥିତ ଏକ ସରକାରୀ ହସ୍ପିଟାଲ ଚିକିତ୍ସା କରିବାକୁ ମନା କରି ଫେରାଇ ଦେବାରୁ ମଙ୍ଗଳବାର ଜଣେ ମହିଳା ରାସ୍ତାରେ ମୃତ ସନ୍ତାନ...

ନିର୍ଭୟା ମାମଲା: ରାଷ୍ଟ୍ରପତିଙ୍କୁ ଇଛାମୃତ୍ୟୁ ପାଇଁ ଅନୁମତି ମାଗିଲେ ଦୋଷୀଙ୍କ ପରିବାର

ନୂଆଦିଲ୍ଲୀ,୧୬।୩: ନିର୍ଭୟା ଗଣବଳାତ୍କାର ମାମଲାରେ ଏବେ ନୂଆ ମୋଡ ଆସିଛି। ଫାଶୀ ଖୁଣ୍ଟରେ ଝୁଲିବାକୁ ଥିବା ୪ଦୋଷୀଙ୍କ ପରିବାରଲୋକ ଇଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଏକ ଚିଠି...

ପ୍ରବାସୀ ଶ୍ରମିକଙ୍କ ପ୍ରତି ରହିଛି ଦିଲ୍ଲୀ ସରକାରଙ୍କ ଦାୟିତ୍ୱବୋଧ: କେଜରିଓ୍ବାଲ

ନୂଆଦିଲ୍ଲୀ,୧୭।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ବହୁ ପ୍ରବାସୀ ଶ୍ରମିକ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଅଟକି...

ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଉଦ୍ଧବ ଠାକରେ

ମୁମ୍ବାଇ,୧୦।୧- ମହାରାଷ୍ଟ୍ରର ଭନ୍ଦରାସ୍ଥିତ ଜିଲା ହସ୍ପିଟାଲରେ ଘଟିଥିବା ଅଗ୍ନିକାଣ୍ଡରେ ୧୦ ଜଣ ଶିଶୁଙ୍କ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଆଉ...

Advertisement
Archives

Model This Week