କୋଭାକ୍ସିନ ନେଇଥିଲେ ବିନା ବାଧାରେ କରିପାରିବେ ବ୍ରିଟେନ ଯାତ୍ରା

ଲଣ୍ଡନ,୯ ।୧୧: ଭାରତ ବାୟୋଟେକର କୋଭିଡ-୧୯ ଭ୍ୟାକ୍ସିନ ‘କୋଭାକ୍ସିନ’ ନେଇଥିବା ଲୋକେ ଏଣିକି ବିନା ବାଧାରେ ବ୍ରିଟେନ ଯାତ୍ରା କରିପାରିବେ । ବ୍ରିଟିଶ ସରକାର ଘୋଷଣା କରିଛନ୍ତି କି ୨୨ ନଭେମ୍ବରରୁ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ସୂଚିରେ ସାମିଲ କରିବେ । ଏହାପରେ କୋଭାକ୍ସିନର ଦୁଇଟି ଯାକ ଡୋଜ ନେଇଥିବା ଲୋକେ ବିନା ବାଧାରେ ବ୍ରିଟେନ ଯାତ୍ରା କରିପାରିବେ । ବ୍ରିଟେନର ମହାସଚିବ ଏଲେକ୍ସ ଏଲିସ ଏହାକୁ ନେଇ ଟୁଇଟ୍ ବି କରିଛନ୍ତି । ସେ ଲେଖିଛନ୍ତି ୨୨ ନଭେମ୍ବରରୁ ୟୁକେ ଭାରତର କୋଭାକ୍ସିନ ଟିକାକୁ ଜରୁରୀକାଳିନ ବ୍ୟବହାର ସୂଚିରେ ସାମିଲ କରିବ । ଏହାପରେ ଏହାର ଦୁଇଟି ଡୋଜ ନେଇଥିବା ଲୋକେ ସେଲ୍ଫ ଆଇସୋଲେଟ ହେବାର ଆବଶ୍ୟକତା ନାହିଁ । ସୂଚନାଯୋଗ୍ୟ, ଗତ ସପ୍ତାହରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେବା ପରେ ଏବେ ବ୍ରିଟେନ ସରକାର ଏହାକୁ ଗ୍ରହଣ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସ ହିଂସା ବିରୋଧରେ ରାଲି ପାଇଁ ମେୟରଙ୍କ ଆହ୍ବାନ

ପ୍ୟାରିସ,୪।୭: ଫ୍ରାନ୍ସର ସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ରବିବାର ରାତିରେ ଅଳ୍ପ କିଛି ସ୍ଥାନରେ ବିକ୍ଷୋଭକାରୀଙ୍କ ନାରାବାଜି ଦେଖାଯାଇଥିବାବେଳେ କମ୍‌ ସଂଖ୍ୟକ ଲୋକଙ୍କୁ ଗିରଫ କରାଯାଇଛି।...

ଚାଇନା ହସ୍ପିଟାଲରେ ଲୋକଙ୍କ କରୁଣ ଚିତ୍କାର…

ବେଜିଂ,୨୯।୧୨ : ଚାଇନାରେ କରୋନା ସଂକ୍ରମଣ ପରିସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ହସ୍ପିଟାଲ ଏବଂ ଶ୍ମଶାନରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ...

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀ ଉପରେ ଆସିଛି କରୋନା ସଙ୍କଟ: ଜାତିସଂଘ

ଜେନେଭା,୧।୪: ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବେ ପୃଥିବୀ ଉପରେ କରୋନା ସଙ୍କଟ ଦେଖାଦେଇଛି। ବିଭିନ୍ନ ରାଷ୍ଟ୍ର ପାରସ୍ପରିକ ଭେଦଭାବ ଭୁଲି ଏକ ଜୁଟ ହୋଇ ଏହାର ମୁକାବିଲା...

କରୋନା ଯୋଦ୍ଧାଙ୍କୁ ଆକ୍ରମଣ ପଡ଼ିବ ମହଙ୍ଗା: ୭ ବର୍ଷ ଜେଲ୍‌, ୫ଲକ୍ଷ ଜରିମାନା

ଲକ୍ଷ୍ନୌ,୬।୫: କରୋନା ଯୋଦ୍ଧାଙ୍କ ସୁରକ୍ଷାକୁ ନେଇ ଉତ୍ତରପ୍ରଦେଶ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଉତ୍ତରପ୍ରଦେଶ...

ପୁଣି ବିପଦ, ବ୍ୟାପିଲା ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌, ସ୍ବତନ୍ତ୍ର ନିର୍ଦ୍ଦେଶ ଜାରି କଲେ ମୁଖ୍ୟମନ୍ତ୍ରୀ…

ଲକ୍ଷ୍ନୌ,୨୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଡେଲ୍ଟା ଭାରିଆଣ୍ଟ୍‌ ପରେ ଏବେ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଯୋଗୁ ପୁଣି ବିପଦ...

ନେପାଳ-ବାଂଲାଦେଶକୁ କନ୍ଦାଉଛି ପିଆଜ: କିଲୋ ୧୫୦ ଟପିଲା

ଢାକା/ କାଠମାଣ୍ଡୁ, ୧୭।୯: ଭାରତରେ ପିଆଜ ଦାମରେ ନିୟନ୍ତ୍ରଣ ଆଣିବା ଲାଗି କେନ୍ଦ୍ର ସରକାର ଏହାର ରପ୍ତାନୀ ବନ୍ଦ କରିଛନ୍ତି। ଏହାର ପ୍ରଭାବ ଭାରତର ପଡ଼ୋଶୀ...

ରାଜଧାନୀରେ ଡ୍ରୋନ ଯୋଗେ ପରୀକ୍ଷାମୂଳକ ଭାବେ ବିଶୋଧନ ଆରମ୍ଭ

ଭୁବନେଶ୍ୱର, ୧୪।୪ (ବ୍ୟୁରୋ): ରାଜଧାନୀ ଭୁବନେଶ୍ବରରେ ଡ୍ରୋନ୍‌ ଯୋଗେ ବିଶୋଧନ କାର୍ଯ୍ୟ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଏହାକୁ ପରୀକ୍ଷାମୂଳକ ଭାବେ ଭୁବନେଶ୍ୱର ମହାନଗର...

ମାଗଡାଲେନା ଆଣ୍ଡରସନ ହେବେ ସ୍ବିଡେନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ

ଷ୍ଟକହୋମ,୨୪।୧୧: ସ୍ବିଡେନ ରାଜନୀତିରେ ଏକ ନୂଆ ଇତିହାସ ସୃଷ୍ଟି ହେଉଛି। ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବା ପାଇଁ ଡେମୋକ୍ରାଟ ନେତ୍ରୀ ମାଗଡାଲେନା ଆଣ୍ଡରସନଙ୍କୁ ମଞ୍ଜୁରୀ...

Advertisement
Archives

Model This Week