ଉଜ୍ଜ୍ୱଳା ଯୋଜନା ଦିଗହରା

ସମ୍ବଲପୁର,୧୦ା୭(ବ୍ୟୁରୋ): କେନ୍ଦ୍ର ସରକାର ଉଜ୍ଜ୍ୱଳା ଯୋଜନାକୁ ଲୋକାଭିମୁଖି ବୋଲି ପ୍ରଚାର କରୁଥିବାବେଳେ ସମ୍ବଲପୁର ଜିଲାରେ ଏହା ଦିଗହରା ହୋଇପଡିଛି। ୨୦୧୯ ଅକ୍ଟୋବର ମାସରୁ ପ୍ରାୟ ୨ବର୍ଷ ହେଲା ଜିଲାର କୌଣସି ନୂତନ ଉପଭୋକ୍ତାଙ୍କୁ ସଂଯୋଗ ଦିଆଯାଇ ନାହିଁ। ଅନୁରୂପ ଭାବେ ରିଫିଲିଂ ହାର ମଧ୍ୟ ନୈରାଶ୍ୟଜନକ ରହିଛି। ନୂତନ ସଂଯୋଗ ନେବା ପାଇଁ ଆବେଦନ କରି ହଜାରେ ସଂଖ୍ୟାରେ ଲୋକ ଅପେକ୍ଷା କରିଛନ୍ତି। ହେଲେ କେବେ ମିଳିବ ସେ ନେଇ କାହା ପାଖରେ ସୂଚନା ନାହିଁ।
୨୦୧୬ରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯାଜନା (ପିଏମ୍‌ୟୁୱାଇ) ଆରମ୍ଭ ହୋଇଥିଲା। ୨୦୧୭ରେ ପ୍ରଥମ କରି ଜିଲାରେ ଗ୍ରାହକମାନଙ୍କୁ ଗ୍ୟାସ୍‌ ଯୋଗାଇ ଏହି ଯୋଜନାରେ ସାମିଲ କରାଯାଇଥିଲା। ଏଥିପାଇଁ ସହର ଓ ଗ୍ରାମାଞ୍ଚଳରେ ସଭା କରି କେନ୍ଦ୍ର ଓ ରାଜ୍ୟସ୍ତରର ନେତାମାନେ ମହିଳାମାନଙ୍କୁ ଗ୍ୟାସ୍‌ ବଣ୍ଟନ କରିଥିଲେ। ସେ ସମୟରେ ବେଶ ଆଡମ୍ବର ସହକାରେ ପ୍ରଚାର ପ୍ରସାର କରାଯାଇଥିଲା। ରାସ୍ତା କଡରେ ଏବେ ମଧ୍ୟ ବଡବଡ ହୋଡିଂ, ପୋଷ୍ଟର ଲାଗିରହିଛି। ହେଲେ କିଛିଦିନ ପରେ ଅନ୍ୟ ଯୋଜନା ଭଳି ଏହି ଯୋଜନାର ଅସଲ ଚିତ୍ର ପଦାରେ ପଡିଛି। ଜିଲାରେ ୨୦୧୭-୨୦୧୯ ମସିହା ଭିତରେ ବିଭିନ୍ନ କମ୍ପନୀର ପ୍ରାୟ ୩୫ ଡିଲର ଜରିଆରେ ୧ ଲକ୍ଷ ୨ ହଜାର ଗ୍ରାହକଙ୍କୁ ଉଜ୍ଜ୍ୱଳା ଯୋଜନାରେ ସାମିଲ କରାଯାଇଛି। ଅନ୍ୟପଟେ କେତେ ଗ୍ରାହକ ଗ୍ୟାସ୍‌ ନେବା ପରେ ରଫିଲିଂ କରିଛନ୍ତି ସେ ନେଇ ସୂଚନା ଦେବାକୁ କମ୍ପାନୀ ଅଧିକାରୀ ଅନିଚ୍ଛା ପ୍ରକାଶ କରିଥିଲେ। ତେଣୁ ଯୋଜନାରେ ବଡଧରଣର ଘୋଟାଲା ହୋଇଥିବା ଆଲୋଚନା ହେଉଛି। ୨୦୧୮ ସିଏଜି ରିପୋର୍ଟରେ ଏହି ଯୋଜନାରେ ଅନିୟମିତତା ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା। ଅନ୍ୟପଟେ ଯେଉଁମାନେ ସାମିଲ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରଥମଥର ଗ୍ୟାସ୍‌ ନେଇ ଆଉ ରିଫିଲିଂ କରିନାହାନ୍ତି। ଜଣେ ଗ୍ରାହକ ବର୍ଷରେ ୧ରୁ ୨ଟି ଗ୍ୟାସ୍‌ ସିଲିଣ୍ଡର ନେଉଥିବା କମ୍ପାନୀ ପକ୍ଷରୁ ଜଣାପଡିଛି। କମ୍ପାନୀ ରିପୋର୍ଟକୁ ଦେଖିଲେ ହାରାହାରି ୨ ପ୍ରତିଶତ ଉପଭୋକ୍ତା ଗ୍ୟାସ୍‌ ରିଫିଲିଂ କରୁଥିବା ସ୍ପଷ୍ଟ ହେଉଛି। ଅର୍ଥାତ୍‌ ୯୮ ପ୍ରତିଶତ ଉପଭୋକ୍ତା ରିଫିଲିଂ କରୁନାହାନ୍ତି। ଏହାର ପ୍ରମୁଖ କାରଣ ଗ୍ୟାସ୍‌ ଦର ବୃଦ୍ଧି ବୋଲି କୁହାଯାଉଛି। ଅନ୍ୟ କେତେକ କାରଣ ମଧ୍ୟରେ ରହିଛି ଆଦିବାସୀ ଅଞ୍ଚଳରେ ନିକଟ ଜଙ୍ଗଲରୁ କାଠ, କୋଇଲା କମ ମୂଲ୍ୟରେ ମିଳିବା, କେତେକ ଗ୍ରାହକ ବ୍ୟବହାର କରି ନ ଜାଣିବା, ସବ୍‌ସିଡି ଟଙ୍କା ନ ମିଳିବା, ଆର୍ଥତ୍କ ଅନଟନ। ଫଳରେ ଅନେକ ଲୋକଙ୍କ ଗ୍ୟାସ୍‌ ସିଲିଣ୍ଡର ଓ ଚୁଲା ଏବେ ଘର ଥାକରେ କିମ୍ବା ଆଲମିରାରେ ପଡିରହିଛି। ଏହାର ସୁଯୋଗ ନେଇ ଡିଲରମାନେ ଅନିୟମିତତା କରୁଥିବା ଅଭିଯୋଗ ହେଉଛି। ସେମାନେ କେତେଜଣ ଉପଭୋକ୍ତାଙ୍କ କାର୍ଡ ନିଜ ପାଖରେ ରଖି ରିଫିଲିଂ କରି କଳାବଜାରରେ ବିକ୍ରି କରୁଛନ୍ତି। କମ୍ପାନୀ ଅଧିକାରୀ ଏହାର ବିଧିବଦ୍ଧ ତଦନ୍ତ କଲେ ସତ୍ୟାସତ୍ୟ ସାମନାକୁ ଆସିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଏ ସମ୍ପର୍କରେ ଉଜ୍ଜ୍ୱଳା ଯୋଜନା ଜିଲା ନୋଡାଲ ଅଫିସର ଦେବେଶ ବଳ କହିଛନ୍ତି, ୨୦୧୯ ମସିହାରୁ ଏହି ଯୋଜନାରେ ନୂତନ ଉପଭୋକ୍ତା ସାମିଲ କରାଯାଇ ନାହିଁ। ଖୁବ୍‌ଶୀଘ୍ର ପୁଣି ଉପଭୋକ୍ତାଙ୍କୁ ସାମିଲ କରାଯିବ। କୌଣସି ଡିଲରଙ୍କ ନାମରେ ଅନିୟମିତତା ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଭିନ୍ନ କାରଣରୁ ଦ୍ୱିତୀୟ ଥର ରିଫିଲିଂ କମ୍‌ କରାଯାଉଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁକୁଳା ବୋର୍‌ଓ୍ବେଲରେ ପଡ଼ି ବୃଦ୍ଧା ମୃତ୍ୟୁ ମାମଲା ସୁବର୍ଣ୍ଣପୁର ଜିଲାପାଳଙ୍କୁ ଓଏଚ୍‌ଆର୍‌ସିଙ୍କ ନୋଟିସ

କଟକ,୧ା୧୨ (କାର୍ତ୍ତିକ ସାହୁ): ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକର ଖଲିଆପାଲି ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ବୃଦ୍ଧା ଦୁଃଖୀ ନେଗିଙ୍କ ବୋର୍‌ଓ୍ବେଲରେ ପଡ଼ି ମୃତ୍ୟୁ ମାମଲାରେ...

ବେଳାଭୂମିରେ ଶୀତତାପ ନିୟନ୍ତ୍ରିତ ରେଷ୍ଟୁରାଣ୍ଟ: ୭ରୁ ୧୦ ହଜାର ଟଙ୍କାରେ ବୁକ୍‌ ହେଉଛି ରୁମ୍‌

ଚିକିଟି,୧ା୧୨(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅଧୀନ ସୁନାପୁର ବେଳାଭୂମିରେ ଚଳିତ ବର୍ଷର ଇକୋ ରିଟ୍ରିଟ ଆରମ୍ଭ ହୋଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ...

ବିଜୁ ପକ୍କା ଘରେ ଚାଲିଛି ସରକାରୀ ମଦ ଦୋକାନ: ବନ୍ଦ ଦାବିରେ…

ହାଟଡିହୀ,୧।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ, ଆମ୍ବଗଡ଼ିଆ, ବାରିଙ୍ଗା ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ଶୁକ୍ରବାର ସ୍ଥାନୀୟ ମଦ ଦୋକାନକୁ ବିରୋଧ...

ସରପଞ୍ଚଙ୍କ ପୁଅଙ୍କୁ ହତ୍ୟା: ପିଇଓଙ୍କ ବାସଗୃହରୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର

ଫୁଲବାଣୀ ଅଫିସ,୧।୧୨(ରାକେଶ କୁମାର ରାଉତ): ଫୁଲବାଣୀ ବ୍ଲକ ଦଡକି ସରପଞ୍ଚଙ୍କ ପୁଅଙ୍କ ମୃତଦେହ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବାସଗୃହରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶୁକ୍ରବାର  ଉଦ୍ଧାର...

ଜାହଜରୁ ୩୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର କୋକେନ୍‌ ଜବତ

ପାରାଦୀପ,୧।୧୨(ଶରତ ରାଉତ): ପାରାଦୀପ ବନ୍ଦରରେ ଲାଗିଥିବା ଏକ ଜାହଜରୁ ଶୁକ୍ରବାର ବହୁପରିମାଣରେ କୋକେନ୍‌ ଜବତ କରାଯାଇଛି। ଅପରାହ୍ନ ୨ଟା ସୁଦ୍ଧା ୫୫ଟି ପ୍ୟାକେଟ ଜବତ ହୋଇଥିବା...

ଓଡ଼ିଶା ଫେରିଲେ ଟନେଲରେ ଫଶିଥିବା ୪ ଶ୍ରମିକ

ଭୁବନେଶ୍ୱର,୧।୧୨: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ୪ଜଣ ଓଡ଼ିଆ ଶ୍ରମିକ ଶୁକ୍ରବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ସେମାନଙ୍କ ସହ ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା...

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ୧୭ ଦଫା ଦାବିପତ୍ର ପ୍ରଦାନ

କେସିଙ୍ଗା,୧।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ସ୍ବାଭିମାନ ସୁରକ୍ଷା ମଞ୍ଚର ଆବାହକ ସୁରେଶ ରାଓଙ୍କ ନେତୃତ୍ୱରେ ଶୁକ୍ରବାର ୧୭ ଦଫା ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓ ପଦ୍ମନାଭ...

ସ୍ତ୍ରୀଙ୍କୁ ପଥରରେ ଛେଚି କରିଥିଲେ ହତ୍ୟା: ଅଭିଯୁକ୍ତ ସ୍ବାମୀଙ୍କୁ ୧୫ ବର୍ଷ କାରାଦଣ୍ଡ

ବ୍ରହ୍ମପୁର,୧।୧୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍‌(ଏଡିଜେ- ୩ )ରାଜକୁମାର ଦାଶ ସ୍ତ୍ରୀ ହତ୍ୟା ମାମଲାର ବିଚାର କରି ଗୁରୁବାର ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri