Posted inଜାତୀୟ

ମୋ ପୁଅକୁ ଗୁଳି ମାରିଦେବା ଉଚିତ: ଉଜ୍ଜୟିନୀ ବଳାତ୍କାର ଅଭିଯୁକ୍ତଙ୍କ ବାପା

ଉଜ୍ଜୟିନୀ,୨୯।୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଲଜ୍ଜାଜନକ ଘଟଣାକ୍ରମରେ ଜଣେ ୧୨ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାର ମାମଲା ସାମ୍ନାକୁ ଆସିଛି। ଏହି ମାମଲାରେ ଅଭିଯୁକ୍ତ ଅଟୋଚାଳକ ଭରତ ସୋନିଙ୍କୁ ପୋଲିସ ଗିରଫ କରିଛି। ଏନେଇ ଜଣାପଡ଼ିବା ପରେ ଭରତଙ୍କ ବାପା ରାଜୁ ସୋନି ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି। ଭରତ ଏଭଳି କିଛି କରିବେ ବୋଲି ସେ ଆଶା କରି ନ ଥିଲେ। ଲଜ୍ଜାରେ ତାଙ୍କ ମୁଣ୍ଡ ତଳକୁ ହୋଇଛି। ଯଦି ଏହା ସତ୍ୟ ହୋଇଥାଏ ତେବେ ତାଙ୍କ ପୁଅଙ୍କୁ ଗୁଳି କରି ହତ୍ୟା କରିଦିଆଯାଉ ବୋଲି ସେ ଅପିଲ କରିଛନ୍ତି। ଏହାଫଳରେ ପୋଲିସ ଏବଂ କୋର୍ଟ ଉଭୟଙ୍କ ସମୟ ବଞ୍ଚିବ। କାରଣ ଏଭଳି ଘୃଣ୍ୟ କାମ କରିଥିବା ଲୋକର ବଞ୍ଚିବାର ଅଧିକାର ନାହିଁ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ସୋମବାର ରକ୍ତସ୍ରାବ ହେଉଥିବା ଅବସ୍ଥାରେ ଉକ୍ତ ନାବାଳିକାଙ୍କୁ ମହାକାଳ ଥାନା ଅଞ୍ଚଳର ରାସ୍ତାରେ ଠାବ କରାଯାଇଥିଲା। ପରେ ତାଙ୍କୁ ବଳାତ୍କାର କରାଯାଇଥିବା ପୋଲିସ ଜାଣିବାକୁ ପାଇଥିଲା। ତଦନ୍ତ ପରେ ଘଟଣାର ଅଭିଯୁକ୍ତ ଅଟୋ ରିକ୍ସା ଚାଳକ ଭରତ ସୋନିଙ୍କୁ ଗିରଫ କରାଯାଇଥିଲା। ପ୍ରଥମେ ସିସିଟିଭି ଫୁଟେଜ ଆଧାରରେ ତାଙ୍କୁ ଅଟକ ରଖାଯାଇଥିବା ବେଳେ ସେ ଫେରାର ହେବାକୁ ଚେଷ୍ଟା କରିଥିଲେ। ହେଲେ ପୋଲିସ ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ଏବେ ରାଜ୍ୟର ଆଇନଜୀବୀମାନେ ଏକ ବଡ଼ ନିଷ୍ପତ୍ତି ନେଇ କୌଣସି ଓକିଲ ଅଭିଯୁକ୍ତଙ୍କ ତରଫରୁ ମାମଲାକୁ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର ଭାଙ୍ଗିଲେ, ଫସଲ ଉଜାଡ଼ିଲେ ହାତୀପଲ

ପାଟଣା,୧୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନ ବିଷ୍ଣୁପୁର ଗାଁରେ ଦୋଳଗୋବିନ୍ଦ ମିଶ୍ରଙ୍କ ଘର ଭାଙ୍ଗିବା ପରେ ପାଟଣା ସେକ୍ସନ ଅନ୍ତର୍ଗତ ମଲ୍ଲିପୋଷି ବିଟ୍‌ର…

କଳାହାଣ୍ଡିରେ ଲଜ୍ଜା: ପ୍ରାର୍ଥନା ବାହାନାରେ ନେଇ ମହିଳାଙ୍କୁ ବଳାତ୍କାର କଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ପାଷ୍ଟିକୁଡି ଅଞ୍ଚଳରୁ ଏକ ଲଜ୍ଜା ଘଟଣା ସାମ୍ନାକୁ ଆସିଛି। ପ୍ରାର୍ଥନା ବାହାନାରେ ଜଣେ ଗର୍ଭବତୀ ମହିଳାଙ୍କୁ…

ରକ୍ଷାବନ୍ଧନରେ ଲାଗିବ ଚନ୍ଦ୍ରଗ୍ରହଣ: ଏହି ୩ ରାଶିଙ୍କ ଉପରେ ବଡ଼ ସଙ୍କଟ! ଜାଣନ୍ତୁ ଅଶୁଭ ପ୍ରଭାବରୁ ବଞ୍ଚିବାର ଉପାୟ

୨୭ ଅଗଷ୍ଟରେ ଶ୍ରାବଣ ପୂର୍ଣ୍ଣିମାର ଆରମ୍ଭ ସକାଳ ୯ଟା ୮ ମିନିଟରେ ହେବ। ଏହାର ସମାପ୍ତି ୨୮ ଅଗଷ୍ଟ ରାତି ୯ଟା ୪୮ ମିନିଟରେ ହେବ। ଏଭଳି…

ପିଲାମାନଙ୍କୁ ସଠିକ୍‌ ମାର୍ଗ ଦର୍ଶନ ସହ ଅଧିକ ସମୟ ଦେବାକୁ ପରାମର୍ଶ

ଗଞ୍ଜାମ,୧୨ା୮(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠ କନ୍‌ଫରେନ୍ସ ହଲ୍‌ଠାରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏକ ଦିନିକିଆ ପ୍ରଧାନଶିକ୍ଷୟିତ୍ରୀ/ଶିକ୍ଷକ ସମ୍ମିଳନୀ ଓ ନବ ଭାରତ ସାକ୍ଷରତା…

ମଦଦୋକାନରେ ନକଲି ଅବକାରୀ ଅଧିକାରୀ

ରାଜକନିକା,୧୨।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ସଦର କାଜୁବଗିଚାଠାରେ ନୂତନଭାବେ ଖୋଲାଯାଇଥିବା ଏକ ଠିପିବନ୍ଦ ମଦ ଦୋକାନରେ ଅବକାରୀ ଅଧିକାରୀ ପରିଚୟ ଦେଇ କାଗଜପତ୍ର…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

ଅନ୍ନପାଳ ହାଟ ପୋଲ ନିକଟରେ ଗୋରୁ ବୋଝେଇ ବୋଲେରୋ ଜବତ, ୬ ଗୋରୁ ଉଦ୍ଧାର

ତିହିଡ଼ି,୧୨।୮ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଅନ୍ନପାଳ ହାଟ ପୋଲ ନିକଟରେ ଗୋରୁ ବୋଝେଇ ଏକ ବୋଲେରୋ ଗାଡ଼ି ଜବତ ହୋଇଛି। ଗାଡ଼ିରୁ ୬ଟି ଗୋରୁଙ୍କୁ ଉଦ୍ଧାର…

ମୁଁ ସବୁ ପ୍ରଶ୍ନର ଉତ୍ତର ଦେବି…କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୧୨।୮: ସଂସଦର ମୌସୁମୀ ଅଧିବେଶନରେ ଚାଲିଥିବା ଅଚଳାବସ୍ଥା ମଧ୍ୟରେ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri