ମହିଳା ଉଦ୍ୟୋଗୀଙ୍କ ପାଇଁ ‘ଉଦ୍ୟମୀ ଶକ୍ତି’ ଜାତୀୟ ସେମିନାର

ଭୁବନେଶ୍ୱର, ୨୧।୮: ମହିଳା ଉଦ୍ୟୋଗୀଙ୍କୁ ବଜାର ସହ ଯୋଡ଼ିବା, ଡିଜିଟାଲ ପ୍ଲାଟଫର୍ମରେ ସୁଯୋଗ ସୃଷ୍ଟି କରିବା ଏବଂ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ଲକ୍ଷ୍ୟରେ ‘ଉଦ୍ୟମୀ ଶକ୍ତି’ ଶୀର୍ଷକ ଜାତୀୟ ସେମିନାର ଆୟୋଜିତ ହୋଇଛି। ଭାରତ ସରକାରଙ୍କ ଏମଏସଏମଇ ମନ୍ତ୍ରଣାଳୟ ଅଧୀନ ଏମଏସଏମଇ-ଡିଏଫଓ, କଟକ ଓ ଦ ଉତ୍କଳ ଚେମ୍ୱର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ (ୟୁସିସିଆଇଏଲ)ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ୟୁସିସିଆଇଏଲ ପରିସରରେ ଏହି ସେମିନାର ହୋଇଥିଲା। ‘ମହିଳା ଉଦ୍ୟୋଗୀଙ୍କ ପାଇଁ ମାର୍କେଟିଂ, ଇ-କମର୍ସ ଓ ଯୋଜନା ସହାୟତା’ ଏହାର ବିଷୟବସ୍ତୁ ଥିଲା।

ଦିନିକିଆ ଏହି ସେମିନାରରେ ପ୍ରାୟ ୧୧୦ ଜଣ ମହିଳା ଉଦ୍ୟୋଗୀ ଓ ବିଭିନ୍ନ ଅଂଶୀଦାର ଯୋଗଦେଇଥିଲେ। ଏଥିରେ ଡିଜିଟାଲ ମାର୍କେଟିଂ, ଇ-କମର୍ସ ପ୍ଲାଟଫର୍ମ, ସରକାରୀ ଯୋଜନା, ଅର୍ଥଯୋଗାଣର ସୁଯୋଗ ଏବଂ ବ୍ୟବସାୟକୁ ବିସ୍ତାର କରିବାର ବିଭିନ୍ନ ମାର୍ଗ ସମ୍ପର୍କରେ ଅଂଶଗ୍ରହଣକାରୀମାନେ ବ୍ୟବହାରିକ ତଥ୍ୟ ଓ ପରାମର୍ଶ ପାଇଥିଲେ।

ଉଦ୍‌ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଏମଏସଏମଇ ବିଭାଗର କମିଶନର-କମ-ସଚିବ ରଶ୍ମିତା ପଣ୍ଡା, ଆଇଏଏସ ଯୋଗଦେଇ ମହିଳା ଉଦ୍ୟୋଗୀଙ୍କ ଭୂମିକା ଓ ବିଭିନ୍ନ ସୁଯୋଗ ଉପରେ ଆଲୋକପାତ କରିଥିଲେ। ଏମଏସଏମଇ-ଡିଏଫଓ, କଟକର ନିର୍ଦ୍ଦେଶକ ପି.କେ. ଗୁପ୍ତା ଆଇଇଡିଏସ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ୟୁସିସିଆଇଏଲ ସଭାପତି ଡ. ପ୍ରବୋଧ ମହାନ୍ତି ଓ ୟୁସିସିଆଇଏଲ ସଚିବ ସଞ୍ଜୀବ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ।

ଏମଏସଏମଇ-ଡିଏଫଓ, କଟକର ନିର୍ଦ୍ଦେଶକ ଶ୍ରୀ ପି.କେ. ଗୁପ୍ତା କହିଥିଲେ, ମହିଳା ଉଦ୍ୟୋଗୀମାନେ ଦେଶର ଏମଏସଏମଇ କ୍ଷେତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସରକାରୀ ଯୋଜନା, ଡିଜିଟାଲ ପ୍ଲାଟଫର୍ମ ଓ ବଜାର ସୁଯୋଗ ସମ୍ପର୍କରେ ସଚେତନତା ବଢ଼ାଇବା ସହ ବ୍ୟବସାୟକୁ ଅଧିକ ବଜାରରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ।

ୟୁସିସିଆଇଏଲ ସମ୍ପାଦକ ଡ. ସଞ୍ଜୀବ ମହାପାତ୍ର କହିଥିଲେ, ଅନେକ ମହିଳା ନିଜ ଉଦ୍ୟୋଗକୁ ସଫଳତାର ସହ ଆଗକୁ ନେଉଥିଲେ ମଧ୍ୟ ସରକାରୀ ଯୋଜନା, ଡିଜିଟାଲ ପ୍ଲାଟଫର୍ମ ଓ ବଜାର ସଂଯୋଗ ସମ୍ପର୍କରେ ସମସ୍ତଙ୍କ ପାଖରେ ପର୍ଯ୍ୟାପ୍ତ ସୂଚନା ନାହିଁ। ତେଣୁ ବ୍ରାଣ୍ଡିଂ, ମାର୍କେଟିଂ, ଡିଜିଟାଲ ପ୍ଲାଟଫର୍ମ ଓ ବଜାର ସୁଯୋଗ ସମ୍ପର୍କରେ ମହିଳା ଉଦ୍ୟୋଗୀଙ୍କୁ ସଚେତନ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଆଗାମୀ ଦିନରେ ଝାରସୁଗୁଡ଼ା, ଯାଜପୁର ଓ ସୁନ୍ଦରଗଡ଼ ଭଳି ଶିଳ୍ପ ଜିଲ୍ଲାକୁ ଏହି କାର୍ଯ୍ୟକ୍ରମ ସମ୍ପ୍ରସାରଣ କରାଯିବ।

ସେମିନାରରେ ଦୁଇଟି ବୈଷୟିକ ଅଧିବେଶନ ହୋଇଥିଲା।ଏଥିରେ ମିଶୋ, ଜିଇଏମ, ଓର୍ମାସ ଓ ଓଏନ୍ଡିସି ଭଳି ଡିଜିଟାଲ ପ୍ଲାଟଫର୍ମ ସହ ଏମଏସଏମଇ ଯୋଜନା, ସିଡ୍ୱି, ପିଏମଇଜିପି ଓ ଜାତୀୟ ଏସ୍ସି-ଏସ୍ଟି ହବ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହ ମହିଳା ଉଦ୍ୟୋଗୀଙ୍କ ସଫଳତାର କାହାଣୀ ଓ ପ୍ରଶ୍ନୋତ୍ତର ଅଧିବେଶନ ମଧ୍ୟ ହୋଇଥିଲା। ଶେଷରେ ଏମଏସଏମଇ-ଡିଏଫଓ କଟକର ସହକାରୀ ନିର୍ଦ୍ଦେଶକ ଦିୱାକାର ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ନୋଟ୍ ନୁହେଁ, ଭୋଟ୍! ଛାତ୍ର ନିର୍ବାଚନରେ ଖର୍ଚ୍ଚ ସୀମା ୫ ହଜାର

ଭୁବନେଶ୍ୱର,୫।୧୦: କଲେଜ ଓ ବିଶ୍ୱବିଦ୍ୟାଳୟରେ ନିର୍ବାଚନକୁ ନେଇ ଆସିଲା କଡ଼ା ନିୟମ। ନିର୍ବାଚନ ଲଢ଼ୁଥିବା ପ୍ରତ୍ୟେକ ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା ଖର୍ଚ୍ଚ କରିପାରିବେ। ନିର୍ବାଚନୀ…

ସୌମ୍ୟ ହତ୍ୟା ମାମଲାରେ ବଡ଼ ଟୁଇଷ୍ଟ: ସମ୍ପୃକ୍ତ ଝିଅମାନଙ୍କର ହେବ…

ଭୁବନେଶ୍ୱର,୫।୧୦: ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାରେ ତଦନ୍ତକୁ ଆହୁରି ଆଗକୁ ବଢ଼ାଇଛି କ୍ରାଇମବ୍ରାଞ୍ଚ। ଘଟଣାରେ ଆକ୍ରମଣର ଶିକାର ହୋଇଥିବା ଝିଅମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ…

ଲାଞ୍ଚ ନେଉଥିଲେ RI, ମାଡ଼ି ବସିଲା ଭିଜିଲାନ୍ସ

ଭୁବନେଶ୍ୱର, ୫।୧୦: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର କେଶରୀ ନଗର ରାଜସ୍ୱ ନିରୀକ୍ଷକ (RI) ନିରଞ୍ଜନ ସିଂ। ସମ୍ପତ୍ତିର ମାଲିକାନାସ୍ୱତ୍ତ୍ୱ ପ୍ରଦାନ କରିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ବନ୍ଧୁକ ମୁନରେ ଯୁବତୀଙ୍କୁ ବଳାତ୍କାର ମାମଲା: ଗପ ଶୁଣାଉଛି ପୋଲିସ

ଭୁବନେଶ୍ୱର,୪।୧୦ (ତ୍ରିନାଥ ମହାନ୍ତି): ନୟାପଲ୍ଲୀ ବେହେରାସାହି ବନ୍ଧୁକ ମୁନରେ ବଳାକତ୍ାର ମାମଲାରେ ଅଭିଯୁକ୍ତ ସନ୍ତୋଷ ପଣ୍ଡା ଓରଫ ଶ୍ରୀଧରଙ୍କୁ ପୋଲିସ ଗୁଳି କରିିବା ଘଟଣା ଏବେ ସାଧାରଣରେ…

ନୟାପଲ୍ଲୀ ବଳାତ୍କାର ଘଟଣା: ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର

ଭୁବନେଶ୍ୱର,୩ା୧୦: ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଥିବା ଚର୍ଚ୍ଚିତ ଯୁବତୀ ବଳାତ୍କାର ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?