Posted inଜାତୀୟ

ଏନଡିଏକୁ ଫେରିବାକୁ ଚାହୁଁଥିଲେ ଉଦ୍ଧବ, ଶିନ୍ଦେ ଗୋଷ୍ଠୀ ନେତାଙ୍କ ଦାବି…

ମୁମ୍ବାଇ, ୧୯।୭ : ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଗତବର୍ଷ ଏନଡିଏକୁ ଫେରିବାକୁ ଚାହୁଁଥିଲେ। କିନ୍ତୁ ପରେ ଏଭଳି କଠୋର ନିଷ୍ପତ୍ତି ନେବାରେ ସେ ପଛେଇ ଯାଇଥିଲେ। ଏକଥା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗୋଷ୍ଠୀର ନେତା ଦାବି କରିଛନ୍ତି।

ମଙ୍ଗଳବାର ସନ୍ଧ୍ୟାରେ ସଂସଦ ପରିସରରେ ଏକ ଗଣମାଧ୍ୟମ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶିନ୍ଦେ ଏବଂ ତାଙ୍କ ଗୋଷ୍ଠୀର ସହକର୍ମୀମାନେ ଯୋଗ ଦେଇଥିଲେ। ଶିବସେନା ଏମ୍‌ପି ରାହୁଲ ଶେୱାଲେ ଏହି ସମ୍ମିଳନୀରେ ଦାବି କରିଥିଲେ ଯେ ଗତ ବର୍ଷ ଜୁନ ମାସରେ ଉଦ୍ଧବ ଏନ୍‌ଡିଏରେ ଯୋଗଦେବାକୁ ଚାହୁଁଥିଲେ, କିନ୍ତୁ ପରେ ସେ କୌଣସି କାରଣରୁ ପଛକୁ ହଟି ଯାଇଥିଲେ।

ସୂଚନାଯୋଗ୍ୟ, ସଂସଦରେ ବିଦ୍ରୋହୀ ଶିବସେନା ଶିନ୍ଦେ ଗୋଷ୍ଠୀରେ ଏମ୍‌ପି ଶେୱାଲେଙ୍କୁ ଏକ ପ୍ରମୁଖ ଭୂମିକା ଦିଆଯାଇଛି। ଗତକାଲି ୧୨ ଜଣ ଏମ୍‌ପି ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ପୃଥକ ବିଦ୍ରୋହୀ ଶିବସେନା ଗୋଷ୍ଠୀ ବିଷୟରେ ଜଣାଇଥିଲେ ଏବଂ ସେମାନଙ୍କର ନେତୃତ୍ୱ ଶିବାଲେ ନେବେ ବୋଲି ସୂଚିତ କରିଥିଲେ। ଶିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପରେ ବର୍ତ୍ତମାନ ଶିବସେନା ଏମ୍‌ପିମାନେ ମଧ୍ୟ ବିଭାଜିତ ହେବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ୧୦୦ ଉତ୍ତପ୍ତ ସହର ମଧ୍ୟରୁ ଭାରତର ୯୫

ନୂଆଦିଲ୍ଲୀ,୨୬ା୪: ସାରା ବିଶ୍ୱରେ ଗ୍ରୀଷ୍ମଜନିତ ଉତ୍ତାପକୁ ନେଇ ଭାରତ ଏବେ କେନ୍ଦ୍ରସ୍ଥଳ ପାଲଟିଛି। କାରଣ ଭାରତର ଅଧିକାଂଶ ସହରରେ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇଚାଲିଥିବାବେଳେ ବହୁ…

ଡିନର ପାର୍ଟିରେ ଗୁଳିମାଡ଼କୁ ନେଇ ଟ୍ରମ୍ପଙ୍କ ବଡ଼ ଖୁଲାସା, କହିଲେ ଇରାନ…

ଓ଼୍ବାଶିଂଟନ,୨୬।୪: ହ଼୍ବାଇଟ ହାଉସ କରିସପଣ୍ଡେଣ୍ଟ୍ସଙ୍କ ରାତ୍ରୀଭୋଜନ ସମୟରେ ହଠାତ ଗୁଳିମାଡ଼ ଉପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିବୃତ୍ତି ଜାରି କରିଛନ୍ତି। ଶାନ୍ତ ରହିବାକୁ ନିବେଦନ…

ଡିନର ପାର୍ଟିରେ ହଠାତ୍‌ ଟ୍ରମ୍ପଙ୍କୁ ଗୁଳିମାଡ଼! ଦେଖନ୍ତୁ ଭିଡିଓ

ଓ଼୍ବାଶିଂଟନ,୨୬।୪: ‘ହ଼୍ବାଇଟ ହାଉସ କରେସପଣ୍ଡେଣ୍ଟ୍ସ’ ରାତ୍ରୀଭୋଜନ ସମୟରେ ୱାଶିଂଟନ ହିଲଟନ ହୋଟେଲରେ ଗୁଳିମାଡ଼। ତେବେ ଏହି ଘଟଣା ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଏବଂ ଉପରାଷ୍ଟ୍ରପତି ଜେଡି…

ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ମୁହାଁଇଥିଲେ ହଜାର ହଜାର ଲୋକ: ପୋଲିସ-ବିକ୍ଷୋଭକାରୀଙ୍କ ମଧ୍ୟରେ ଘଟିଲା ସଂଘର୍ଷ

ଇମ୍ଫାଲ,୨୫ା୪: ମଣିପୁରରେ ହୋଇଥିବା ହିଂସାକୁ ନେଇ ସ୍ଥିତି ପୁଣି ଜଟିଳ ହେବାରେ ଲାଗିଛି। କୁକି ଏବଂ ନାଗା ସମ୍ପ୍ରଦାୟର ୨ ସଶସ୍ତ୍ର ଗୋଷ୍ଠୀଙ୍କ ମଧ୍ୟରେ ହିଂସା ଘଟି…

ଇରାନ-ଆମେରିକା ଶାନ୍ତି ଆଲୋଚନା ପୁଣି ବିଫଳ: ପ୍ରତିନିଧିଙ୍କ ଇସଲାମାବାଦ ଯାତ୍ରା ବାତିଲ କଲେ ଟ୍ରମ୍ପ, ଫେରିଗଲେ…

ୱାଶିଂଟନ/ଇସଲାମାବାଦ,୨୫।୪: ପାକିସ୍ତାନରେ ହେବାକୁ ଥିବା ବହୁ ପ୍ରତିକ୍ଷିତ ଶାନ୍ତି ଆଲୋଚନା ପୁଣି ଥରେ ବିଫଳ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପ୍ରତିନିଧି ଷ୍ଟିଭ ୱିଟକଫ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ବଡ଼ ଅଘଟଣ, ଯନ୍ତ୍ରଣାରେ ଛଟପଟ ହୋଇ ମଇଦାନ ବାହାରକୁ ଗଲେ ଷ୍ଟାର ବ୍ୟାଟର୍‌

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ରେ ନିଜର ବ୍ୟାଟିଂ ଯାଦୁରେ ସମସ୍ତଙ୍କୁ ଚକିତ କରିଦେଇଥିବା ରାଜସ୍ଥାନ ରୟାଲ୍ସର ଷ୍ଟାର୍‌ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଆହତ ହୋଇଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ…

ମୋଦି, ମମତାଙ୍କୁ ଟାର୍ଗେଟ କଲେ ରାହୁଲ, କହିଲେ…

କୋଲକାତା,୨୫ା୪: ପଶ୍ଚିମବଙ୍ଗରେ ଏକ ନିର୍ୱାଚନୀ ସଭାରେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ମୋଦି ଏବଂ…

NRI ବି କରିପାରିବେ Aadhaar Card? ଜାଣନ୍ତୁ କ’ଣ କହୁଛି UIDAI ନିୟମ…

ନୂଆଦିଲ୍ଲୀ,୨୫।୪: ଆଜିର ସମୟରେ ବ୍ୟାଙ୍କିଙ୍ଗଠାରୁ ଆରମ୍ଭ କରି ସରକାରୀ ଯୋଜନା ପର୍ଯ୍ୟନ୍ତ ସବୁଥିରେ ଆଧାର କାର୍ଡ ଏକ ଅପରିହାର୍ଯ୍ୟ ଦଲିଲ ପାଲଟିଛି। ଏଭଳି ସ୍ଥିତିରେ ବିଦେଶରେ ରହୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri