Posted inଜାତୀୟ

ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ଉଦ୍ଧବ-ଶିନ୍ଦେ ସମର୍ଥକ ମୁହାଁମୁହିଁ, ୩୬ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ…

ମୁମ୍ବାଇ, ୧୧।୯ : ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସମର୍ଥକଙ୍କ ମଧ୍ୟରେ ରାଜନୈତିକ ତିକ୍ତତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବର୍ତ୍ତମାନ ଉଭୟ ଦଳର କର୍ମୀମାନେ ପୁଣି ଥରେ ପରସ୍ପରର ମୁହାଁମୁହିଁ ହୋଇଛନ୍ତି। ଉଭୟ ଗୋଷ୍ଠୀର କାର୍ଯ୍ୟକର୍ତ୍ତାମାନେ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜିତ ହୋଇଛନ୍ତି।
ପୋଲିସ ଉଦ୍ଧବ ସମର୍ଥକଙ୍କ ମଧ୍ୟରୁ ୩୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏଥି ସହିତ ଦଙ୍ଗା ଏବଂ ଅସ୍ତ୍ରଶସ୍ତ୍ର ଅଧିନିୟମ ଅନୁଯାୟୀ ଶିନ୍ଦେ ଦଳର ବିଧାୟକ ସଦା ସରଓ୍ବନଙ୍କର ଏବଂ ତାଙ୍କ ପୁଅଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି।

ସରଓ୍ବନଙ୍କରଙ୍କ ବ୍ୟତୀତ ଦାଦର ପୋଲିସ ଅନ୍ୟ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି ଯେ ବିଧାୟକ ସରଓ୍ବନଙ୍କର ଦାଦର ପୋଲିସ ଷ୍ଟେଶନ ବାହାରେ ଗୁଳି ଚଳାଇଥିଲେ। ପୋଲିସ ଦ୍ୱାରା ଗିରଫ ହୋଇଥିବା ୬ ଜଣଙ୍କୁ କୋର୍ଟରେ ହାଜର କରାଯିବ।

ଶନିବାର ରାତିରେ ଉଦ୍ଧବଙ୍କ ସମର୍ଥକ କିଛି କର୍ମୀ ବିଧାୟକ ସରଓ୍ବନଙ୍କର ଭବନରେ ପହଞ୍ଚି ସ୍ଲୋଗାନ ଦେଉଥିଲେ। ଏହା ପରେ ଶିନ୍ଦେଙ୍କ ଗୋଷ୍ଠୀର କର୍ମୀମାନେ ମଧ୍ୟ ସେଠାରେ ପହଞ୍ଚିଥିଲେ। ମୁହାଁମୁହିଁ ସଂଘର୍ଷ ଆରମ୍ଭ ହୋଇଥିଲା। ପୋଲିସ ସୂଚନା ପାଇଘଟଣାସ୍ଥଳରେ ପହଞ୍ଚି ୩୦ ରୁ ୪୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଘଟଣାସ୍ଥଳରୁ ୫ଜଣଙ୍କୁ ଗିରଫ କରାଯାଇଥିଲା। ଅପରପକ୍ଷରେ, ଉଦ୍ଧବଙ୍କ ଦଳର ଏମଏଲସି ସୁନୀଲ ଶିନ୍ଦେ ଅଭିଯୋଗ କରିଛନ୍ତି ଯେ ସରଓ୍ବନଙ୍କର ବନ୍ଧୁକରୁ ଗୁଳି ଚଳାଇଛନ୍ତି।

ଉଦ୍ଧବ ଏବଂ ଶିନ୍ଦେ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହେବା ଏହା ପ୍ରଥମ ଥର ନୁହେଁ। ଏହାପୂର୍ବରୁ ଗଣେଶ ବିସର୍ଜନ ସମୟରେ ଉଭୟ ଦଳର କାର୍ଯ୍ୟକର୍ତ୍ତା ପରସ୍ପର ସହ ସଂଘର୍ଷ କରିଥିଲେ। ଅଭିଯୋଗ ହେଉଛି ଯେ ଶିନ୍ଦେଙ୍କ ଗୋଷ୍ଠୀର ଲୋକମାନେ ଉଦ୍ଧବ ଠାକରେଙ୍କ ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହା ପରେ ଉଦ୍ଧବଙ୍କ ଦଳର କର୍ମୀମାନେସରଓ୍ବନଙ୍କରଙ୍କ ବିଲଡିଂରେ ପହଞ୍ଚି ଏହାକୁ ବିରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

PoKରେ ବଡ଼ ନାଟକ: ନିର୍ବାଚନ ହାରିଥିବା ନେତା ହେଲେ ନୂଆ PM! ନୱାଜଙ୍କ ଏକଚାଟିଆ ନିଷ୍ପତ୍ତିକୁ ନେଇ ହଙ୍ଗାମା

ଇସଲାମାବାଦ,୨୮।୮: ପାକିସ୍ତାନ ଅଧିକୃତ କାଶ୍ମୀର (PoK) ସାଧାରଣ ନିର୍ବାଚନ ପରେ ଏବେ ପ୍ରଧାନମନ୍ତ୍ରୀ ପଦକୁ ନେଇ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ (PML-N) ଭିତରେ ଗୃହଯୁଦ୍ଧ ଓ ନାଟକୀୟ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି: ଅମିତ ଶାହାଙ୍କ ବଡ଼ ବୈଠକ

ଅହମଦାବାଦ,୨୮ା୮: ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି ଏବଂ ଦେଶର ୨୦୩୬ ଅଲିମ୍ପିକ ବିଡ୍‌ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା…

ଅଷ୍ଟ୍ରେଲିଆରେ ଅନାୟା ବାଙ୍ଗରଙ୍କୁ ମହିଳା କ୍ରିକେଟ୍ ଖେଳିବାକୁ ଅନୁମତି: ଅସନ୍ତୋଷ ପ୍ରକାଶ କଲେ…

ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଟ୍ରାନ୍ସଜେଣ୍ଡର ଝିଅ ଅନାୟା ବାଙ୍ଗରଙ୍କୁ ନେଇ କ୍ରିକେଟ୍ ଜଗତରେ ଏକ ନୂଆ ବିବାଦ…

ସୁଭଦ୍ରାର ପଞ୍ଚମ କିସ୍ତି ବଣ୍ଟନ, ବଲାଙ୍ଗୀରର ୩ ମହିଳା ସ୍ବାବଲମ୍ବୀ ହୋଇଥିବାରୁ…

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଅଡିଟୋରିୟମରେ ଅନୁଷ୍ଠିତ…

ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା, ବେବି-କବିତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ…

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri