Posted inଜାତୀୟ

ଉଦ୍ଧବ ମରାଠୀଙ୍କୁ ଘୃଣା କରନ୍ତି, ଶିନ୍ଦେଙ୍କ ପାଇଁ ବଞ୍ଚିଛି ଶିବସେନା, କେବେଠୁଁ ଭାଜପାରେ ବିଲୟ ହୋଇ ସାରନ୍ତାଣି…

ମୁମ୍ବାଇ,୩।୯ : ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ବିଦ୍ରୋହୀ ମନୋଭାବ ଯୋଗୁ ମହାରାଷ୍ଟ୍ରରେ ନୂଆ ସରକାର ଗଠନ ହୋଇଛି। ତେବେ ଏବେ ବି ଶିନ୍ଦେ ଗୋଷ୍ଠୀ ଉଦ୍ଧବଙ୍କୁ ଟାର୍ଗେଟ କରିବା ଜାରି ରଖିଛନ୍ତି। ଶିନ୍ଦେ ଗୋଷ୍ଠୀର ନେତା ତଥା ପୂର୍ବତନ ମନ୍ତ୍ରୀ ରାମଦାସ କଦମ ଦାବି କରିଛନ୍ତି ଯେ ଉଦ୍ଧବ ଏବଂ ଆଦିତ୍ୟ ଠାକରେଙ୍କ ବ୍ୟତୀତ ସମଗ୍ର ଶିବସେନା ଭାଜପାରେ ଯୋଗଦେବାକୁ ପ୍ରସ୍ତୁତ ହୋଇ ସାରିଥିଲେ। ଶିନ୍ଦେଙ୍କ କାରଣରୁ ବାଲାସାହେବଙ୍କ ଶିବସେନା ବଞ୍ଚିଛି। ନଚେତ କେବେଠୁଁ ଭାଜପାରେ ବିଲୟ ହୋଇ ସାରନ୍ତାଣି।

ଉଦ୍ଧବ ବାଲାସାହେବ ଠାକରେଙ୍କ ଆଦର୍ଶ ଅନୁସରଣ କରିବା ପରିବର୍ତ୍ତେ ଶରଦ ପାୱାରଙ୍କୁ ମାନୁଥିବା ସେ ଅଭିଯୋଗ କରିଛନ୍ତି। କଦମ କହିଛନ୍ତି ଯେ ଉଦ୍ଧବ ଠାକରେ କାହା କଥା ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି। ସେ ମରାଠାଙ୍କୁ ଘୃଣା କରନ୍ତି। ପ୍ରକୃତ ଦେଶଦ୍ରୋହୀ କିଏ? ପ୍ରକୃତ ଠକ କିଏ? ମୁଁ ଲୋକଙ୍କୁ ସତ କହିବି। ରାଜ୍ୟର ପ୍ରତ୍ୟେକ ଜିଲାକୁ ଯିବି ।  ମୋତେ ୩ ବର୍ଷ କଥା ହେବାକୁ ଦିଆଯାଇ ନଥିଲା। ଉଦ୍ଧବ ଏବଂ ଆଦିତ୍ୟ ନିଜକୁ ମାଲିକ ଏବଂ ଅନ୍ୟମାନେ ସେବକ ଭାବରେ ବିବେଚନା କରନ୍ତି। ବାଲାସାହେବ ସମସ୍ତ ନେତାଙ୍କ ସହ କଥା ହେଉଥିଲେ। ଆଲୋଚନା କରିବା ପରେ ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରାଯାଉଥିଲା ବୋଲି କଦମ କହିଛନ୍ତି।

ରାମଦାସ କଦମ ରତ୍ନଗିରିରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ’ଆଜି ଏକନାଥ ଶିନ୍ଦେ ବାଲାସାହେବଙ୍କ ବିଚାର ଧାରାକୁ ପ୍ରକୃତ ଅର୍ଥରେ ଅନୁସରଣ କରୁଛନ୍ତି। ଉଦ୍ଧବ  ବାଲାସାହେବଙ୍କ ଚିନ୍ତାଧାରାକୁ ଅସମ୍ମାନ କରି ତାଙ୍କ ପିଠିରେ ଖଣ୍ଡା ଲଗାଇବା କାମ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?