Odisha Elections 2024
Posted inଜାତୀୟ

ୟୁସିସି: ଆବଶ୍ୟକତା ବନାମ ଅସ୍ତ୍ର

ନୂଆଦିଲ୍ଲୀ,୨୯ା୬(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶରୁ ଫେରିବା ପରେ ମଙ୍ଗଳବାର ମଧ୍ୟପ୍ରଦେଶର ଭୋପାଳରେ ଭାଜପା କର୍ମୀମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ ଦେଶରେ ସମାନ ଦଓ୍ବୋନୀ ସଂହିତା ବା ଏକକ ନାଗରିକ ସଂହିତା (ୟୁସିସି) ଲାଗୁ କରାଇବା ସପକ୍ଷରେ ମତ ରଖିଥିଲେ। ସାଧାରଣ ନିର୍ବାଚନକୁ ୧୦ ମାସରୁ କମ୍‌ ସମୟ ବାକି ଥିବାବେଳେ ମୋଦିଙ୍କ ମନ୍ତବ୍ୟକୁ ବିରୋଧୀ ଦଳଗୁଡ଼ିକ ଗ୍ରହଣ କରିପାରି ନାହାନ୍ତି। କେନ୍ଦ୍ରରେ କ୍ଷମତାସୀନ ଭାଜପା ଆସାମରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଏବଂ ୨୦୧୯ର ନାଗରିକତ୍ୱ ସଂଶୋଧନ ଆଇନ ଭଳି ୟୁସିସିକୁ ଲୋକ ସଭା ନିର୍ବାଚନ ବେଳେ ଭୋଟ ଧ୍ରୁବୀକରଣ ପାଇଁ ଅସ୍ତ୍ର ରୂପେ ବ୍ୟବହାର କରିବ ବୋଲି ନେତାମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ସମ୍ବିଧାନର ଚତୁର୍ଥ ଭାଗରେ ଥିବା ଅନୁଚ୍ଛେଦ ୪୪ରେ ୟୁନିଫର୍ମ ସିଭିଲ୍‌ କୋଡ୍‌ ସମ୍ପର୍କରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ସମଗ୍ର ଭାରତ ଭୂଖଣ୍ଡରେ ନାଗରିକମାନଙ୍କ ପାଇଁ ଏକ ୟୁସିସି ଆଣିବାକୁ ରାଷ୍ଟ୍ର ପ୍ରୟାସ କରିବ ବୋଲି ସମ୍ବିଧାନ ପ୍ରଣେତାମାନେ ସ୍ପଷ୍ଟ କରିଛନ୍ତି। ୧୯୮୫ରେ ମହମ୍ମଦ ଅହମ୍ମଦ ଖାନ୍‌ ବନାମ ଶାହ ବାନୋ ବେଗମ୍‌ଙ୍କ ମାମଲାରେ ସୁପ୍ରିମକୋର୍ଟ ମଧ୍ୟ ୟୁସିସି କାର୍ଯ୍ୟକାରୀ କରାଇବା ସପକ୍ଷରେ ରାୟ ଦେଇଥିଲେ। ଛାଡ଼ପତ୍ର ପାଇଥିବା ଶାହ ବାନୋ ନିଜ ସ୍ବାମୀଙ୍କଠାରୁ ଭରଣପୋଷଣ ଦାବି କରିଥିବାବେଳେ ଶୀର୍ଷ ଅଦାଲତ ତର୍ଜମା କରିଥିଲେ ଯେ, ସମ୍ପୃକ୍ତ ମୁସଲମାନ ସ୍ବାମୀଙ୍କ କ୍ଷେତ୍ରରେ ସିଆର୍‌ପିସି ଲାଗୁ ହେବ ନା ମୁସଲିମ୍‌ ପର୍ସନାଲ ଲ। ୧୯୯୫ରେ ମଧ୍ୟ ସୁପ୍ରିମକୋର୍ଟ ଅନ୍ୟ ଏକ ମାମଲାର ରାୟ ପ୍ରକାଶ ବେଳେ ୟୁସିସି ଲାଗୁ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୮ରେ ମୋଦି ସରକାରଙ୍କ ଅନୁରୋଧକ୍ରମେ ଲ’ କମିଶନ ପାରିବାରିକ ଆଇନର ସଂସ୍କାର ଉପରେ ୧୮୫ ପୃଷ୍ଠା ସମ୍ବଳିତ କନ୍‌ସଲ୍‌ଟେଶନ୍‌ ପେପର ଦାଖଲ କରିଥିଲେ। ସେତେବେଳେ କମିଶନ ୟୁସିସିକୁ ଅନାବଶ୍ୟକ ଓ ଅବାଞ୍ଛିତ ବୋଲି ଦର୍ଶାଇଥିଲେ। କର୍ନାଟକ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଋତୁରାଜ ଅଓ୍ବସ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ ୨୨ତମ ଆଇନ କମିଶନ ଗତ ୧୪ ତାରିଖରେ ୟୁସିସି ଉପରେ ବିଭିନ୍ନ ପକ୍ଷ, ଧର୍ମୀୟ ସଂସ୍ଥା ଓ ସାଧାରଣ ଜନତାଙ୍କ ମତାମତ ଲୋଡ଼ିବା ପରଠୁ ଏହି ପ୍ରସଙ୍ଗରେ ଶୀତଳଭଣ୍ଡାରରୁ ବାହାରି ଶିରୋନାମା ମଣ୍ଡନ କରୁଛି। ଏଭଳି ସମୟରେ ପ୍ରଧାନମନ୍ତ୍ରୀ ମୋଦି ହଠାତ୍‌ ୟୁସିସି ପ୍ରସଙ୍ଗ ଉଠାଇ ରାଜନୀତିରେ ଉଷ୍ମତା ଭରିଦେଇଛନ୍ତି। ବିରୋଧୀଙ୍କ ମତରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ନେଇ ଏତେ ତରତର ହେବାର ଯଥାର୍ଥତା ନାହିଁ। ମୋଦି ଚାହିଁଥିଲେ ପୂର୍ବରୁ ମଧ୍ୟ ୟୁସିସି ପ୍ରସଙ୍ଗ ଉଠାଇ ଏହାକୁ ଲାଗୁ କରାଇବା ଦିଗରେ ପଦକ୍ଷେପ ନେଇପାରିଥାନ୍ତେ। ଏହା ଏକ ଜଟିଳ ପ୍ରକ୍ରିୟା। ସମାଜର ସବୁ ବର୍ଗର ଲୋକଙ୍କ ମତାମତ ଲୋଡ଼ା। ବିନା ସହମତିରେ ୟୁସିସି ଆଣିବା ଅସମ୍ଭବ। ଏପରି କି ଏହା ସମୟ ସାପେକ୍ଷ ମଧ୍ୟ। ଏହିସବୁ ଦିଗକୁ ଅଣଦେଖା କରି ହଠାତ୍‌ ୟୁସିସିର ଓକିଲାତି କରିବା ପଛରେ ଭାଜପାର ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି ବିରୋଧୀ ଟାର୍ଗେଟ କରିଛନ୍ତି। ଆଇନ କମିଶନଙ୍କୁ ପ୍ରଭାବିତ କରିବା ପାଇଁ ମୋଦି ଉଦ୍ୟମ କରୁଛନ୍ତି କି ବୋଲି ବିରୋଧୀ ପ୍ରଶ୍ନ କରୁଥିବାବେଳେ ବିପକ୍ଷ ନେତାମାନେ ମୁସଲମାନ ସମ୍ପ୍ରଦାୟକୁ ବିଭ୍ରାନ୍ତ କରି ଉସୁକାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବାତୀ ମାଲିଓ୍ବାଲ ଭାଜପାର ମୋହରା’

ନୂଆଦିଲ୍ଲୀ,୧୭।୫: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସ୍ବାତୀ ମାଲିୱାଲଙ୍କ ମାମଲା ଦିନକୁ ଦିନ ବିବାଦ ଘେରକୁ ଟାଣି ହେବାରେ ଲାଗିଛି। ଯେଉଁଥିରେ ଏଏପି...

ଏଥିପାଇଁ ସାମ୍ବାଦିକ ସମ୍ମିଳନୀ କରନ୍ତିନି ପ୍ରଧାନମନ୍ତ୍ରୀ ମୋଦି, କହିଲେ ବଡ଼ କାରଣ

ନୂଆଦିଲ୍ଲୀ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ସାମ୍ବାଦିକ ସମ୍ମିଳନୀ କରନ୍ତିନି, ଏନେଇ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି। ଗଣମାଧ୍ୟମକୁ କାହିଁକି ସେ ଖୁବ...

ସ୍ବାତୀ ମାଲିଓ୍ବାଲ କିଏ? ସ୍ବାମୀଙ୍କଠାରୁ ଅଲଗା; କିଭଳି କରିଥିଲେ ରାଜନୀତିରେ ଏଣ୍ଟ୍ରି..ଯାହା ପାଇଁ ଏବେ ଅଡୁଆରେ ଏଏପି…

ନୂଆଦିଲ୍ଲୀ,୧୭।୫: ଆମ ଆଦମୀ ପାର୍ଟି(ଏଏପି) ପକ୍ଷରୁ ରାଜ୍ୟ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ସ୍ବାତୀ ମାଲିଓ୍ବାଲଙ୍କ ସହ ଜଡ଼ିତ ଅସଦାଚରଣ ମାମଲା ଚର୍ଚ୍ଚାରେ ରହିଛି।...

ଦିଲ୍ଲୀ ଅବକାରି ନୀତି ମାମଲାରେ ଏଏପି ଅଭିଯୁକ୍ତ, କେଜରିଓ୍ବାଲ, ଏଏପି ବିରୋଧରେ ଇଡି ଦାଖଲ କଲା ଚାର୍ଜସିଟ

ନୂଆଦିଲ୍ଲୀ,୧୭।୫: ମଦ ଦୁର୍ନୀତି ମାମଲାରେ ଇଡି ଉଭୟ ଆମ ଆଦମୀ ପାର୍ଟି ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛନ୍ତି। ଇଡି...

ରାହୁଲ ଗାନ୍ଧୀଙ୍କ ଉପରେ ଜରିମାନା ଲଗାଇଲେ ଝାଡ଼ଖଣ୍ଡ ହାଇକୋର୍ଟ, ଜାଣନ୍ତୁ ପୂରା ମାମଲା…

ନୂଆଦିଲ୍ଲୀ,୧୭।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜରିମାନା। ଏକ ମାମଲାକୁ ନେଇ ଝାଡ଼ଖଣ୍ଡ ହାଇକୋର୍ଟ ଶୁଣାଣି କରି ଜବାବ ଦାଖଲରେ ବିଳମ୍ବକୁ ନେଇ ରାହୁଲଙ୍କ ଉପରେ...

ମୁଁ ମୋ ପୁଅକୁ ଆପଣଙ୍କ ହାତରେ ଟେକି ଦେଉଛି, ରାହୁଲ ନିରାଶ କରିବେନି, ରାଏବରେଲି ମଞ୍ଚରେ ଏମିତି କହିଲେ ସୋନିଆ

ରାଏବରେଲି,୧୭।୫: ଶୁକ୍ରବାର ଗାନ୍ଧୀ-ନେହେରୁ ପରିବାରର ଦୁର୍ଗ ବୋଲି ବିବେଚନା କରାଯାଉଥିବା ରାଏ ବରେଲିରେ ବିରୋଧୀ ଦଳ I.N.D.I.A ର ଏକ ସମାବେଶ ଅନୁଷ୍ଠିତ ହୋଇଛି। ଏହି...

ପାକିସ୍ତାନର ହଜିଲା ନିଦ! ଭାରତୀୟ ବାୟୁସେନାକୁ ଜୁଲାଇରେ ମିଳିବ ପ୍ରଥମ ତେଜସ-MK1A ଫାଇଟର ଜେଟ

ନୂଆଦିଲ୍ଲୀ,୧୭।୫: ପୂର୍ବ ଅପେକ୍ଷା ଭାରତୀୟ ବାୟୁସେନା ଅଧିକ ଶକ୍ତିଶାଳୀ ହେଉଛି। ଆଗାମୀ ଦିନରେ ବାୟୁସେନାର ଶକ୍ତିରେ ଅତୁଳନୀୟ ବୃଦ୍ଧି ଘଟିବ। ଜୁଲାଇ ସୁଦ୍ଧା ପ୍ରଥମ ତେଜାସ-...

ପ୍ରଶାନ୍ତ କିଶୋର, ଯୋଗେନ୍ଦ୍ର ଯାଦବଙ୍କ ଭଳି ରାଜନୈତିକ ବିଶ୍ଳେଷକଙ୍କ ଭବିଷ୍ୟବାଣୀ ଭାଜପାକୁ ଚମକାଇ, ବିରୋଧୀଙ୍କୁ ଖୁସି କରିପାରେ

ନୂଆଦିଲ୍ଲୀ,୧୭।୫: ଲୋକ ସଭାରେ ଚାରୋଟି ପର୍ଯ୍ୟାୟ ମତଦାନ ହୋଇଛି। ଅଦ୍ୟାବଧି ପ୍ରତ୍ୟେକ ଦଳ ଭିନ୍ନ ଭିନ୍ନ ଦାବି କରି ନିଜକୁ ଶକ୍ତିଶାଳୀ ପ୍ରଦର୍ଶନ କରୁଛନ୍ତି। ୪୦୦ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri