ୟୁବିଓଆଇର ନୂତନ କ୍ଷେତ୍ର ମହାପ୍ରବନ୍ଧକ

ଭୁବନେଶ୍ୱର,୧୪।୧୦: ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଓଆଇ) ର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର ନୂତନ କ୍ଷେତ୍ର ମହାପ୍ରବନ୍ଧକ ଭାବେ ବରିଷ୍ଠ ବ୍ୟାଙ୍କର ସର୍ଭେଶ ରଞ୍ଜନ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ରଞ୍ଜନ ୟୁନିୟନ୍‌ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରେ ଋଣନୀତି (ଷ୍ଟ୍ରାଟେଜି) ବିଭାଗର ମହାପ୍ରବନ୍ଧକ ଭାବେ କାର୍ଯ୍ୟରତ ଥିଲେ। ୧୯୯୬ ରେ ସେ ବ୍ୟାଙ୍କରେ ଯୋଗ ଦେବା ସହ ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ବିହାର ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିବାର ବ୍ୟାପକ ଅଭିଜ୍ଞତା ହାସଲ କରିଛନ୍ତି। ତାଙ୍କର ୨୬ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ପ୍ରାୟ ୮ ବର୍ଷ ଧରି ବିଭିନ୍ନ ଶାଖାରେ କାର୍ଯ୍ୟ କରିଥିଲା ବେଳେ ବାକି ସମୟରେ ପ୍ରଶାସନିକ କାର୍ଯ୍ୟାଳୟ ଓ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟର ଭୁବନେଶ୍ୱରସ୍ଥିତ ଏହି ଆଞ୍ଚଳିକ କାର୍ଯ୍ୟାଳୟ ଅଧିନରେ ବ୍ୟାଙ୍କର ୬ଟି କ୍ଷେତ୍ରୀୟ କାର୍ଯ୍ୟାଳୟ ରହିଛି। ଷ୍ଟେଟ୍‌ ବ୍ୟାଙ୍କ ପରେ ରାଜ୍ୟରେ ଦ୍ୱିତୀୟ ସର୍ବାଧିକ ଶାଖା ନେଟ୍‌ୱର୍କ ମାଧ୍ୟମରେ ଗ୍ରାହକ ସେବା ପ୍ରଦାନ କରାଯାଉଛି। ଗ୍ରାହକ ସନ୍ତୁଷ୍ଟିକୁ ଅଧିକ ଧ୍ୟାନ ଦେବେ ବୋଲି ରଞ୍ଜନ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱର ଉପନିର୍ବାଚନ: ୭୦ ପ୍ରତିଶତ ମତଦାନ: ତିର୍ତ୍ତୋଲ

ଭୁବନେଶ୍ୱର,୪ା୧୧(ବ୍ୟୁରୋ): ତିର୍ତ୍ତୋଲ ଏବଂ ବାଲେଶ୍ୱର ବିଧାନସଭା ଉପନିର୍ବାଚନ ମଙ୍ଗଳବାର ଶେଷ ହୋଇଛି। ଉଭୟ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ...

କାଟି ନେଇଗଲେ ମହିଳାଙ୍କ ମୁଣ୍ଡ

ଠାକୁରମୁଣ୍ଡା,୪ା୭: ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ଅଞ୍ଚଳରେ ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏକ ଧାରୁଆ ଅସ୍ତ୍ରରେ ହତ୍ୟାକାରୀ ମହିଳାଙ୍କ...

ଏନ୍‌ଏଲ୍‌ୟୁଓରେ ଆରମ୍ଭ ହେବ ବିଏ ସ୍ପେଶିଆଲାଇଜେଶନ ଡିଗ୍ରୀ

କଟକ ଅଫିସ, ୭।୮: ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶା (ଏନ୍‌ଏଲ୍‌ୟୁଓ) ପକ୍ଷରୁ ବିଏ ସ୍ପେଶିଆଲାଇଜେଶନ ଡିଗ୍ରୀ ପାଠ୍ୟକ୍ରମ ୨୦୨୨-୨୩ ଶିକ୍ଷାବର୍ଷରୁ ଆରମ୍ଭ ହେବାକୁ ଯାଉଛି। ଏହି...

ଗଛ ତଳେ କ୍ୱାରେଣ୍ଟିନ୍‌ ଥିଲେ କରୋନା ଆକ୍ରାନ୍ତ

କୋକସରା, ୨।୫: କଳାହାଣ୍ଡି ଜିଲା କୋକସରା ବ୍ଲକ ଛିଲିପାମାଲ ଗ୍ରାମର ଜଣେ ଯୁବକ କରୋନା ଆକ୍ରାନ୍ତ ହେବା ପରେ ସଂଘରୋଧରେ ରହିବା ପାଇଁ ଘରେ କୌଣସି...

କ୍ଷତିପୂରଣ ବନୀକରଣ: ୨୬,୫୦୦ ଏକରର ଲ୍ୟାଣ୍ଡ ବ୍ୟାଙ୍କ

ଭୁବନେଶ୍ୱର, ୧୦ା୨(ବ୍ୟୁରୋ): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏବଂ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ (ଓଏସ୍‌ଏଚ୍‌ବି)ର ହାଉସିଂ ଅଞ୍ଚଳରେ ପ୍ରାୟ ୪ ଦଶନ୍ଧି ଧରି...

୧୨ଜିଲାର କେନ୍ଦୁପତ୍ର ତୋଳାଳିଙ୍କୁ ମିଳିଲା ସହାୟତା ରାଶି

ଭୁବନେଶ୍ବର,୨୮ା୧୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ରବିବାର କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ସିଜନାଲ କର୍ମଚାରୀମାନେ ସହାୟତା ରାଶି ପାଇଛନ୍ତି। ମଧ୍ୟବର୍ତ୍ତିକାଳୀନ ସହାୟତା ଭାବେ ତୋଳାଳି...

ଶ୍ରୀମନ୍ଦିରରେ ପ୍ରବେଶ କଲେ ଦଇତାପତି ସେବକ

ପୁରୀ ଅଫିସ,୩।୬: ଆସନ୍ତା ୫ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନ ମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରିବେ ମହାପ୍ରଭୁ। ଏଥିପାଇଁ ଦାରୁବିଗ୍ରହଙ୍କୁ ପହଣ୍ଡିରେ ସ୍ନାନ ବେଦୀକୁ ଅଣାଯିବ।...

ପର କଳିରେ ମୁଣ୍ଡ ପୁରାଇ ଗଲା ଜୀବନ

ହାଟଡିହୀ,୨୬l୬: କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଧୀନ ସାଳକଣିଆ ଗାଁରେ ଘଟିଛି ଅଭାବନୀୟ ଘଟଣା । ସମାଧାନ କରିବାକୁ ଯାଇ ପ୍ରାଣ ହରାଇଛନ୍ତି...

Advertisement
Archives

Model This Week