କମିପାରେ ହୋମ ଆଇସୋଲେଶନ ଅବଧି

ଭୁବନେଶ୍ୱର,୧୮।୧(ବ୍ୟୁରୋ): ରାଜ୍ୟରେ ୭ ଦିନ ବଦଳରେ ହୋମ ଆଇସୋଲେଶନ ଅବଧି ୫ ଦିନ କରାଯିବା। ପୂର୍ବରୁ ହୋମ ଆଇସୋଲେଶନ ଅବଧି ୧୦ ଦିନ ରହିଥିଲା, ପରେ ଏହାକୁ କମାଇ ୭ ଦିନ କରାଯାଇଥିଲା । ରାଜ୍ୟରେ କୋଭିଡ୍‌ ସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ୨ ଦିନ କମାଇବାକୁ ଆଲୋଚନା ଚାଲିଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ୧୫ ଦିନ ପୂର୍ବରୁ ହୋମ ଆଇସୋଲେଶନ ସମୟ ୫ ଦିନ କଲେ ଅସୁବିଧା ହେବ ନାହିଁ ବୋଲି ସେଣ୍ଟର୍ସ ଫର୍‌ ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନଶନ ବା ସିଡିସି କହିଥିଲେ ।
ବର୍ତ୍ତମାନ ରାଜ୍ୟରେ କିଛିଦିନ ହେବ ୧୦ରୁ ୧୧ ହଜାର ଭିତରେ ଦୈନିକ ସଂକ୍ରମଣ ରହୁଛି । ସେପଟେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମ ରହିଛି। ଜେନେରାଲ ବେଡ ୯ ପ୍ରତିଶତ, ଆଇସିୟୁ ବେଡ ୧୫ ପ୍ରତିଶତ, ଭେଣ୍ଟିଲେଟର ୫ରୁ ୬ ପ୍ରତିଶତ ଥିବା ବେଳେ ପେଡିଆଟ୍ରିକ ଆଡମଶନ ବହୁତ କମ ରହିଛି । ଏହି ଲହରରେ ହସ୍ପିଟାଲ ଆଡମିଶନ ଓ ଅକ୍ସିଜେନ ଆବଶ୍ୟକତା କମ ରହିଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କଟକଣା ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ

ଢେଙ୍କାନାଳ ଅଫିସ, ୧୭।୪ ଭୟଙ୍କର ରୂପ ନେଇ ବାହୁଡ଼ିଛି କରୋନା। ଦେଶ ତଥା ରାଜ୍ୟରେ ସଂକ୍ରମଣ ମାମଲା ରେକର୍ଡ ଭାଙ୍ଗୁଛି। ଦ୍ୱିତୀୟ ଲହରିର ମୁକାବିଲା କରିବାକୁ...

ପୂର୍ବତନ ନଗରପାଳଙ୍କ ଶବାଧାରରେ କାନ୍ଧ ଦେଲେ ମନ୍ତ୍ରୀ

ଆଠଗଡ଼,୨।୧୧(ସ୍ବ.ପ୍ର.): ମୃତଦେହକୁ କାନ୍ଧ ଦେଲେ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ନଗରପାଳ...

ସାନିଟାଇଜ୍‌ ହେଲା ସଂକ୍ରାମକ ରୋଗ ଚିକିତ୍ସାଳୟ

ପୁରୀ ଅଫିସ,୨।୪: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବୁଧବାର ସଂକ୍ରାମକ ରୋଗ ଚିକିତ୍ସାଳୟ (ଆଇଡିଏଚ୍‌)କୁ ସାନିଟାଇଜ୍‌ କରାଯାଇଛି। ଏହା ପରିସରରେ ଥିବା...

ମେଡିକାଲ କାନ୍ଥ ଡେଇଁ କରୋନା ଆକ୍ରାନ୍ତ ଚମ୍ପଟ୍‌

ନବରଙ୍ଗପୁର,୬।୭(ଡି.ଏନ.ଏ.)-ନବରଙ୍ଗପୁରସ୍ଥିତ କୋଭିଡ୍‌ ହସ୍ପିଟାଲରୁ ଜଣେ କରୋନା ଆକ୍ରାନ୍ତ ଚମ୍ପଟ ମାରିଛନ୍ତି। ଏ ନେଇ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷ କୁମାର ନାଗ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି।...

ଆସିବ ନୂଆ ପର୍ଯ୍ୟଟନ ନୀତି: କରୋନାଜନିତ ସମସ୍ୟା ଦୂର ଉପରେ ଫୋକସ୍‌

ଭୁବନେଶ୍ୱର,୨୯।୫(ବ୍ୟୁରୋ): କରୋନା ପରବର୍ତ୍ତୀ ସମୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଓଡ଼ିଶା ଆଣିବ ନୂଆ ପର୍ଯ୍ୟଟନ ନୀତି। କରୋନା ସଂକ୍ରମଣ ଓ ଲକ୍‌ଡାଉନ୍‌ ଲାଗି ପର୍ଯ୍ୟଟନ...

ପୁଣି ଡରାଇଲା କରୋନା : ଆଜି ୭୧ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୮।୫(ବ୍ୟୁରୋ): ରାଜ୍ୟରେ ରବିବାର ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୬ ଜଣ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ...

ଓଡ଼ିଶାକୁ ‘ଶ୍ରେଷ୍ଠ ମେରାଇନ୍‌ ଷ୍ଟେଟ୍‌’ ଆଓ୍ବାର୍ଡ

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ):ଓଡ଼ିଶାକୁ ମିଳିଛି ‘ଶ୍ରେଷ୍ଠ ମେରାଇନ୍‌ ଷ୍ଟେଟ୍‌’ ଆଓ୍ବାର୍ଡ। କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରଣାଳୟ ଓଡ଼ିଶାକୁ ଦେଶର ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟର ମାନ୍ୟତା ଦେଇଛି। ଆସନ୍ତା...

ତାରାତାରିଣୀ ହୋଟେଲରେ ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୩।୭(ବ୍ୟୁରୋ): ମଞ୍ଚେଶ୍ୱର ଥାନା ନିକଟରେ ଥିବା ତାରାତାରିଣୀ ହୋଟେଲରେ ଶୁକ୍ରବାର ହଠାତ୍‌ ନିଆଁ ଲାଗିଯାଇଥିଲା। ତେବେ ଅଗ୍ନିଶମ ବିଭାଗ ଆସିବା ପୂର୍ବରୁ ପୋଲିସ ଓ ହୋଟେଲ...

Advertisement
Archives

Model This Week