Posted inଖେଳ

କ୍ରିକେଟ୍‌ରେ ଇତିହାସ ରଚିଲା ୟୁଏଇ

ୟୁଏଇ,୨୦।୮:ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କ୍ରିକେଟ ଦଳ ଇତିହାସ ସୃଷ୍ଟି କରିଛି। ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ୟୁଏଇ ତିନି ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ କିୱି ଦଳକୁ ୭ ଉଇକେଟରେ ପରାସ୍ତ କରିଛି। ଅନ୍ତର୍ଜାତୀୟ ଟି-୨୦ ଇତିହାସରେ ଦୁଇ ଦଳ ମଧ୍ୟରେ ଏହା ଦ୍ୱିତୀୟ ମ୍ୟାଚ ଥିଲା। ଏହାପୂର୍ବରୁ  ସିରିଜର ଓପନିଂ ମ୍ୟାଚରେ ନ୍ୟୁଜିଲାଣ୍ଡ ୧୯ ରନରେ ଜିତିଥିଲା। ୧୯୯୬ରେ ଏପର୍ଯ୍ୟନ୍ତ ଉଭୟ ଦିନିକିଆରେ ମୁହାଁମୁହିଁ ହୋଇଥିଲେ, ଯାହା ନ୍ୟୁଜିଲାଣ୍ଡ ଜିତିଥିଲା। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୮ ଉଇକେଟ ହରାଇ ୧୪୨ ରନ୍‌ ସ୍କୋର କରିଥିଲା। ଜବାବରେ ୟୁଏଇ ୧୫.୪ ଓଭରରେ ୩ ଉଇକେଟ ହରାଇ ୧୪୪ ରନ୍‌ କରିଥିଲା।
ପ୍ରଥମ ଥର ପାଇଁ ନ୍ୟୁଜିଲ୍ୟାଣ୍ଡ ଏକ ଆସୋସିଏଟ୍‌ ଦଳ ବିପକ୍ଷରେ ହାରିଛି। ଏହା ବ୍ୟତୀତ ଅନ୍ତର୍ଜାତୀୟ କ୍ରିକେଟରେ ଏକ ରେକର୍ଡ କରାଯାଇଥିଲା। ଆଇସିସିର ସମସ୍ତ ୧୨ ଜଣ ପୂର୍ଣ୍ଣକାଳୀନ ସଦସ୍ୟ ଦଳ ବର୍ତ୍ତମାନ ଆସୋସିଏଟ୍‌ ଦଳ ବିପକ୍ଷରେ ହାରିଛନ୍ତି। ଟି-୨୦ରେ ୟୁଏଇର ଏହି ବିଜୟ ଦୀର୍ଘ ଦିନ ପାଇଁ ସ୍ମରଣୀୟ ହୋଇ ରହିବ । ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗରେ ନ୍ୟୁଜିିଲାଣ୍ଡ ଦଳ ତୃତୀୟ ସ୍ଥାନରେ ଏବଂ ୟୁଏଇ ୧୬ତମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

କବାଟ ଖୋଲୁଥିବା ବେଳେ ଗୋଡ଼କୁ ଚୋଟ ମାରିଲା ସାପ, ଚାଲିଗଲା…

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନଙ୍ଗପୁର ଗ୍ରାମର ବି. କନକ ରେଡ୍ଡୀ (୫୫) ନାମ୍ନୀ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ଗୁରୁବାର…

ସେପ୍ଟେମ୍ୱର ୧୭ରେ ବଦଳିବ ବୁଧଙ୍କ ଚଳନ, ୪ ରାଶିର ଭାଗ୍ୟ ଚମକିବ, ଆଲମାରୀରେ ଭର୍ତ୍ତି ହୋଇଯିବ ଟଙ୍କା!

୨୦୨୬ ମସିହା ସେପ୍ଟେମ୍ୱର ୧୭ ତାରିଖରେ ବିଶ୍ୱକର୍ମା ପୂଜା ପାଳନ କରାଯିବ। ଏହି ଦିନ ବୁଧ ଗ୍ରହ ନିଜର ଦିଗ ପରିବର୍ତ୍ତନ କରୁଛନ୍ତି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ,…

ନିଟ୍‌ କୃତକାର୍ଯ୍ୟ ସୁଦାମଙ୍କୁ ସହାୟତା

ବଞ୍ଚୋ,୨୭ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଘଷିପୁରା ବ୍ଲକ୍‌ ଶାମୁକାନେଣ୍ଡି ପଞ୍ଚାୟତର ନିଟ୍‌ରେ କୃତକାର୍ଯ୍ୟ ହୋଇଥିବା ସୁଦାମ ହାଁସଦାଙ୍କୁ ଭାଜପା ନେତା ସହାୟତା କରିଛନ୍ତି। ସୁଦାମ ଶୁକ୍ରବାର ନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri