ଆମେରିକାର ଚେତାବନୀ, ୟୁକ୍ରେନ୍‌ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ରୁଷିଆ…

ଓ୍ବାଶିଂଟନ, ୧୯।୧ : ରୁଷିଆ ୟୁକ୍ରେନ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଆମେରିକା ଚେତାବନୀ ଦେଇଛି । ଆମେରିକା କହିଛି ରୁଷିଆ ଯେ କୌଣସି ସମୟରେ ୟୁକ୍ରେନ ଉପରେ ଆକ୍ରମଣ କରିବା ଲାଗି ପ୍ରସ୍ତୁତ ହେଉଛି।ବିପଜ୍ଜନକ ପରିସ୍ଥିତି ସତ୍ତ୍ୱେ ୱାଶିଂଟନ ମସ୍କୋ ସହିତ କୂଟନୈତିକ ଦ୍ୱାର ଖୋଲା ରଖିଛି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ତାଙ୍କ ରୁଷିଆ ପ୍ରତିପକ୍ଷ ସର୍ଗେଇ ଲାଓ୍ବରୋଓ୍ବଙ୍କ ସହ କଥା ହୋଇଛନ୍ତି ।

ଦୁଇ ନେତା ଚଳିତ ସପ୍ତାହରେ ଜେନେଭାରେ ସାକ୍ଷାତ କରିବାକୁ ରାଜି ହୋଇଛନ୍ତି। ହ୍ବାଇଟ ହାଉସର ପ୍ରେସ ସଚିବ ଜେନ ସାକି ରୁଷିଆର ରାଷ୍ଟ୍ରପତି ବ୍ଲାଡିମୀର ପୁଟିନଙ୍କୁ ଏନେଇ ଦାୟୀ କରିଛନ୍ତି। ୟୁକ୍ରେନ ସୀମାରେ ୧୦,୦୦୦ ରୁଷିଆ ସୈନ୍ୟ ମୁତୟନ କରିବା ଦ୍ୱାରା ଏହି ସଙ୍କଟ ସୃଷ୍ଟି ହୋଇଛି ବୋଲି କହିଛନ୍ତି।

ସେ କହିଛନ୍ତି ଯେ ଆମେ ବିଶ୍ୱାସ କରୁ ଏହା ଏକ ବିପଜ୍ଜନକ ପରିସ୍ଥିତି। ସାକି ଆମେରିକାର ଆଭିମୁଖ୍ୟକୁ ଦୋହରାଇଛନ୍ତି ଯେ ଯଦି କୂଟନୈତିକ ମାର୍ଗ ଅନୁସରଣ ନ କରିବାକୁ ରୁଷିଆ ନିଷ୍ପତ୍ତି ନେବ ତେବେ ଭୟଙ୍କର ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଥିବା lସେ କହିଛନ୍ତି। ବ୍ଲିଙ୍କେନ ପ୍ରଥମେ ୟୁକ୍ରେନ ଗସ୍ତ କରିବେ।

ସେ ୟୁକ୍ରେନର ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତା ପାଇଁ ଆମେରିକାର ସମର୍ଥନ ଉପରେ ଗୁରୁତ୍ୱାରୋପ କରିବାକୁ ଯୋଜନା କରିଥିବା ବୈଦେଶିକ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଦେଇଛନ୍ତି।

ତା’ପରେ ସେ ଜର୍ମାନୀ ଗସ୍ତ କରିବେ। ଶୁକ୍ରବାର ଦିନ ସେ ଜେନେଭାରେ ସର୍ଗେଇ ଲାଓ୍ବରୋଓ୍ବଙ୍କୁ ଭେଟିବେ। ବରିଷ୍ଠ ଅଧିକାରୀ କହିଛନ୍ତି, ଆମେରିକା ବିବାଦ ଚାହୁଁନାହିଁ। ରାଷ୍ଟ୍ରପତି ପୁଟିନଙ୍କର ଏହି ସଙ୍କଟକୁ ଦୂର କରିବା ପାଇଁ ପଦକ୍ଷେପ ନେବାକୁ ଶକ୍ତି ଅଛି ଯାହାଦ୍ୱାରା ଆମେରିକା ଏବଂ ରୁଷିଆ ମଧ୍ୟ ସମ୍ପର୍କ ବୃଦ୍ଧି ପାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଜି-୨୦ ଜରୁରୀ ସମ୍ମିଳନୀରେ ଅର୍ଥ ଚିନ୍ତା

ରିୟାଦ/ନୂଆଦିଲ୍ଲୀ,୨୭ା୩: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ସାରା ବିଶ୍ୱକୁ କବଳିତ କରିଛି। ଏହି ପରିପ୍ରେକ୍ଷୀରେ ଜି-୨୦ ରାଷ୍ଟ୍ର ସମୂହର ଜରୁରୀ ସମ୍ମିଳନୀ ଗୁରୁବାର ସୌଦି ଆରବର...

ଥରିଲା ମେଲବୋର୍ନ

ମେଲବୋର୍ନ, ୨୨।୯: ଭୂକମ୍ପ ଅଷ୍ଟ୍ରେଲିଆର ମେଲବୋର୍ନ ସହରକୁ ଥରାଇ ଦେଇଛି। ବୁଧବାର ୬.୦ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ମେଲବୋର୍ନଠାରୁ ଉତ୍ତରପୂର୍ବ ୨୦୦ କି.ମି ଦୂର...

ବେଲଗାମ ହେଉଛି କରୋନା: ପାକିସ୍ତାନରେ ସଂକ୍ରମିତଙ୍କ ସଂଖ୍ୟା ୯୦୦ରୁ ଊର୍ଦ୍ଧ୍ୱ, ପାସେଞ୍ଜର ଟ୍ରେନ୍‌ ବାତିଲ୍‌

ଇସ୍‌ଲାମାବାଦ,୨୪।୩: ସାରା ବିଶ୍ୱରେ ମହାମାରୀ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଛି। ଦିନକୁ ଦିନ ବେଲଗାମ ହେଉଥିବା କରୋନା ଭାଇରସ୍‌ ଭାରତର ପଡୋଶୀ ଦେଶ ପାକିସ୍ତାନରେ...

‘ଭାରତ ନିକଟରେ ପାକିସ୍ତାନ ବିଭାଜନ ଯୋଜନା’

ଇସଲାମାବାଦ,୩ା୬: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏକ ବିବାଦୀୟ ବିବୃତ୍ତି ଦେଇ ସେ ଏହି ଚର୍ଚ୍ଚାକୁ ଆସିଛନ୍ତି। ଯାହାକୁ...

ଆର୍ମି ହସ୍ପିଟାଲରେ ଟ୍ରମ୍ପ

ୱାଶିଂଟନ,୪ା୧୦: କୋଭିଡ୍‌ରେ ସଂକ୍ରମିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁକ୍ରବାର ସନ୍ଧ୍ୟାରେ ଓ୍ବାଂଶିଟନ ବାହାରେ ଥିବା ଓ୍ବାଲ୍ଟର ରିଡ୍‌ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର...

ଚାଇନାରେ ମେଡିକାଲ ପଢିବାକୁ ଚାହୁଁଥିବା ଛାତ୍ରୀଛାତ୍ରଙ୍କୁ ଭାରତର ଚେତାବନୀ

ନୂଆଦିଲ୍ଲୀ/ବେଜିଂ,୧୦ା୯: ଚାଇନାରେ ମେଡିକାଲ ପଢ଼ିବାକୁ ଅପେକ୍ଷା କରିଥିବା ଛାତ୍ରୀଛାତ୍ରଙ୍କୁ ଭାରତ ଚେତାବନୀ ଦେଇଛି। ନୂତନ ଛାତ୍ର ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବା ପରେ ଚାଇନାରେ ଅଧ୍ୟୟନର...

ଇକ୍ୟୁଏଡର ଜେଲ ଦଙ୍ଗାରେ ୨୦ ମୃତ, ୫ ଗୁରୁତର ଆହତ

କ୍ୱିଟୋ,୫ ।୪: ଜେଲରେ ବନ୍ଧୁକ ଓ ଛୁରି ସାହାଯ୍ୟରେ ହୋଇଥିବା ଆକ୍ରମଣରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ସୋମବାର ଇକ୍ୟୁଏଡର ଅଧିକାରୀମାନେ ସୂଚନା ଦେଇଛନ୍ତି ।...

ଲୁହାନସ୍କରେ ରୁଷିଆର ବିସ୍ଫୋରଣ: ୪ ମୃତ, ୬ ଗୁରୁତର

କ୍ୱିଭ୍‌,୨୪ା୩: ରୁଷିଆ-ୟୁକ୍ରେନ ଯୁଦ୍ଧ ୨୯ ଦିନରେ ପହଞ୍ଚିଛି। ମାତ୍ର କୌଣସି ପରିସ୍ଥିତିରେ ଯୁଦ୍ଧ ବନ୍ଦ ହେବା ପରି ମନେ ହେଉନାହିଁ। ରୁଷିଆ ଏହାର ଆକ୍ରମଣକୁ ତୀବ୍ର...

Advertisement
Archives

Model This Week