ମିଲର ଫେରାଉଛି ଧାନ,ଚିନ୍ତାରେ ଚାଷୀ

ନୟାଗଡ଼ ଅଫିସ,୧୯।୧ – ନୟାଗଡ଼ ଜିଲାରେ ୧୫୩ ଧାନମଣ୍ଡି ଓ ୧୪ ସଂଲଗ୍ନ ମଣ୍ଡି ଖୋଲିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା । ଗତ ୭ ତାରିଖରେ ନୟାଗଡ଼ ଜିଲା ସଦର ମହକୁମାରୁ ଧାନକିଣା ଆରମ୍ଭ ହୋଇଥିଲା । ତେବେ ଜିଲାର ସବୁ ଧାନ ମଣ୍ଡି ଖୋଲିିଲାଣି ବୋଲି ଜିଲା ଯୋଗାଣ ଅଧିକାରୀ କହୁଥିଲେ ମଧ୍ୟ ଗ୍ରାଉଣ୍ଡ ଜିରୋ ରିପୋର୍ଟ କହୁଛି ଭିନ୍ନ। ଧାନ କିଣିବାର ୧୨ଦିନ ବିତିବାକୁ ବସିଥିବାବେଳେ ସରକାରୀ ଘୋଷଣାର ଅଧା ମଣ୍ଡି ଏଯାବତ ଖୋଲି ପାରିନାହିଁ। ଅନ୍ୟପକ୍ଷେ ଖୋଲିଥିବା ଧାନମଣ୍ଡିରେ ଚାଷୀ ଧାନ ବିକ୍ରି କରିପାରୁ ନାହିଁ। ଚାଷୀର ଧାନ କଞ୍ଚା ଓ ସବୁଜ ଭାଗ ଅଧିକ ରହୁଛି ଦର୍ଶାଇ ମିଲର ଫେରାଇ ଦେଉଛି । ଅମଳ ସମୟରେ ଧାନ ବର୍ଷାରେ ଭିଜିବା ଓ ପାଣି,ମାଟିରେ ପଡ଼ି ରହିବା କାରଣରୁ ମାନ କମିବା ପ୍ରଶାସନ ଓ ସରକାର ଜାଣିଥିଲେ ମଧ୍ୟ ଚାଷୀଙ୍କୁ ହଇରାଣ କରିବ କେତେଦୂର ଠିକ୍‌ ବୋଲି ପ୍ରଶ୍ନ ଉଠିଛି । ମିଲର ଧାନକୁ ଏଫ୍‌ଏକ୍ୟୁ ମାନର ନୁହଁ କହି ଫେରାଇ ଦେବାପରେ ଚାଷୀ ପୁଣି ଖର୍ଚ୍ଚାନ୍ତ ହୋଇ ଧାନ ଘରକୁ ଫେରାଇ ନେଉଛି । ସେହିପରି ସୋମବାର ବାହାଡ଼ାଝୋଲାରେ ମଣ୍ଡି ଖୋଲିଥିଲା । ଧାନସଫା ହୋଇ ନାହିଁ, ଓଦାଳିଆ ଅଛି କହି ମିଲର ଧାନ ଫେରାଇ ଦେଇଛି। ଏନେଇ ଭାପୁରର ଚାଷୀ ସୁଦାମ ପ୍ରଧାନ କୁହନ୍ତି, ଭାପୁର ସେବା ସମବାୟ ସମିତିରେ ରବିବାର ଧାନମଣ୍ଡି ଖୋଲିଥିଲା। ଚାଷୀଧାନ ବିକ୍ରି କରିବାକୁ ମଣ୍ଡିକୁ ଆସିଥିଲେ । ସରକାରଙ୍କ ଘୋଷଣା ଅନୁସାରେ ଆଦ୍ରତା ୧୭ପ୍ରତିଶତ ଥିଲେ ଧାନ କିଣା ହେବ। ମାତ୍ର ଆଦତ୍ରା ୧୭.୫ ଥିବା ଦର୍ଶାଇ ମିଲର ଧାନ କିଣିଲା ନାହିଁ । ପରାମର୍ଶ ଦେଲା ଧାନ କଞ୍ଚା ଓ ସବୁଜ ଭାଗ ଠିକ କରି ଆଣିଲେ ଧାନ କିଣାଯିବ । ମିଲର ଧାନ ନେବାକୁ ବାରଣ କରିବା ପରେ ଚାଷୀମାନେ ଖର୍ଚ୍ଚାନ୍ତ ହୋଇ ଧାନ ଫେରାଇ ନେଲେ। ଯେଉଁ ଚାଷୀ ଧାନ ଫେରାଇ ନେଲେ ସେମାନେ କ’ଣ ମଣ୍ଡିକୁ ପୁଣି ଆସିବେ, ଏକଥା ସରକାର ଓ ପ୍ରଶାସନ ବୁଝିବା ଦରକାର । ହେଲେ ସମସ୍ୟା କେହି ବୁଝୁ ନ ଥିବାରୁ ଚାଷୀଙ୍କ ଚିନ୍ତା ବଢ଼ି ଚାଲିଛି ବୋଲି ବହୁ ଚାଷୀ କହିଛନ୍ତି ।

ମେସେଜ ଆସୁଛି,ଖୋଲୁନି ମଣ୍ଡି
ମଣ୍ଡିରେ ଧାନ ବିକ୍ରି କରିବାକୁ ଚାଷୀଙ୍କ ପାଖକୁ ମେସେଜ ଆସୁଛି । ହେଲେ ପ୍ରଶାସନ ଧାନମଣ୍ଡି ଖୋଲିବାରେ ବିଫଳ ହୋଇଛି । ଏଣୁ ଚାଷୀ ମଣ୍ଡିକୁ ଯାଇ ଧାନ ଧରି ଫେରୁଛି । ଏହାର ନଜିର ଓଡ଼ଗାଁ ପ୍ରାଥମିକ କୃଷି ସମବାୟ ସମିତିକୁ ନିଆଯାଇପାରେ । ଏଠାର ଚାଷୀଙ୍କୁ ଜାନୁୟାରୀ୧୬ରେ ଧାନ ବିକ୍ରି କରିବାକୁ ମେସେଜ ଆସିଥିଲା । ଚାଷୀ ୧୬,୧୭,୧୮ ତିନି ଦିନ ଧରି ଅପେକ୍ଷା କଲା । ହେଲେ ମଣ୍ଡି ଖୋଲିଲାନି । ସମାନ ଅଭିଯୋଗ ନୂଆଗାଁରୁ ଆସିଛି। ଏଠାରେ ମୋବାଇଲକୁ ମେସେଜ ଆସିଥିଲେ ମଧ୍ୟ ମଣ୍ଡି ଖୋଲି ପାରୁନି ପ୍ରଶାସନ ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri