Posted inଖେଳ

ଟାଇସନ-ଜୋନ୍ସ ଲଢେଇ ଡ୍ର’

ଲସ୍‌ଏଞ୍ଜେଲ୍ସ, ୩୦ା୧୧ (ପି.ଟି.)-ଦୀର୍ଘ ୧୫ ବର୍ଷ ପରେ ପ୍ରଥମ ଥର ବକ୍ସିଂ ରିଙ୍ଗକୁ ଫେରିଛନ୍ତି ମାଇକ ଟାଇସନ । ୫୪ ବର୍ଷୀୟ ପୂର୍ବତନ ହେଭିିଓ୍ବେଟ୍‌ ଚାମ୍ପିୟନ ଏବଂ ୫୧ବର୍ଷୀୟ ରୟ ଜୋନ୍ସ ଜୁନିୟରଙ୍କ ମଧ୍ୟରେ ଶନିବାର ଏକ ପ୍ରଦର୍ଶନୀ ବାଉଟ୍‌ ଅନୁଷ୍ଠିତ ହୋଇଥିଲା। ଷ୍ଟେପଲ୍ସ ସେଣ୍ଟରଠାରେ ୮ ରାଉଣ୍ଡବିଶିଷ୍ଟ ଏହି ଲଢେଇ ବେଶ୍‌ ଆମୋଦଦାୟକ ଥିଲା। ରିଙ୍ଗ୍‌ ପାର୍ଶ୍ୱରେ ରହିଥିବା ଡବ୍ଲ୍ୟୁବିସି ଜଜ୍‌ଗଣ ଅଣ ବିଧିବଦ୍ଧଭାବେ ଏହାକୁ ଡ୍ର ଭାବେ ଘୋଷଣା କରିଥିଲେ। ବିଭିନ୍ନ ଚ୍ୟାରିଟି ପାଇଁ ଅର୍ଥ ସଂଗ୍ରହ ଉଦ୍ଦେଶ୍ୟରେ ଏହି ପ୍ରଦର୍ଶନୀ ଲଢେଇର ଆୟୋଜନ କରାଯାଇଥିଲା। ନକ୍‌ ଆଉଟ ହୋଇ ନ ଥିବାରୁ ଟାଇସନ ଆନନ୍ଦିତ। ପରବର୍ତ୍ତୀ ମୁକାବିଲାରେ ସେ ଆହୁରି ଭଲ କରିପାରିବି ବୋଲି ଟାଇସନ ବାଉଟ୍‌ ପରେ କହିଛନ୍ତି। ଯେଉଁ ପ୍ରଭାବୀ ପଞ୍ଚ୍‌ ଓ ଫୁଟ୍‌ଓ୍ବର୍କ କମ୍ବିନେଶନ ପାଇଁ ଏକଦା ବିଶ୍ୱର ଜଣେ ଭୟାନକ ବକ୍ସର ହୋଇପାରିଥିଲେ ତାହାର ନମୁନା ସେ ଏହି ପ୍ରଦର୍ଶନୀ ମୁକାବିଲାରେ ଦେଖାଇଥିଲେ। ପୂର୍ବରୁ ସେ ଚାମ୍ପିୟନଶିପ୍‌ରେ ଭାଗ ନେଉଥିଲେ। ମାତ୍ର ଏଥର ଜନହିତକର କାର୍ଯ୍ୟ ଲାଗି ଫାଇଟରେ ଅବତୀର୍ଣ୍ଣ ହୋଇଥିଲେ। ପୂର୍ବତନ ଫୋର୍‌ ଡିଭିଜନ ବିଶ୍ୱ ଚାମ୍ପିୟନ ଜୋନ୍ସ ତାଙ୍କ ସମୟରେ ସବୁଠାରୁ କୁଶଳୀ ବକ୍ସର ଭାବେ ପରିଚିତ ଥିଲେ। ସେ କହିଛନ୍ତି, ଟାଇସନଙ୍କ ପଞ୍ଚକୁ ସାମ୍ନା କରିବା ସହଜ ନୁହେଁ। ବାଉଟ ଡ୍ର’ଭାବେ ଶେଷ ହୋଇଥିବାରୁ ସେ ଖୁସି। ଭବିଷ୍ୟତରେ ସେମାନଙ୍କ ମଧ୍ୟରେ ପୁଣି ଏହିଭଳି ଲଢେଇର ଆୟୋଜନ ହୋଇପାରେ ବୋଲି ସେ କହିଥିଲେ। ପାରୁଲ ଚୌଧାରୀ ଓ ସଞ୍ଜିବାନୀ ଯାଦବ ଭାରତୀୟ ମହିଳା ବିଭାଗରେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଇକ୍‌ ଧରି ଏକୁଟିଆ ବୁଲୁଛନ୍ତି ଧୋନୀ

ରାଞ୍ଚି,୧୦।୧୧: ଆଇପିଏଲ୍‌ ୨୦୨୦ରେ ନୈରାଶଜନକ ପ୍ରଦର୍ଶନ କରି ୟୁଏଇରୁ ଭାରତ ଫେରିଛନ୍ତି ଚେନ୍ନାଇ ସୁପର୍‌ କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ ଦୁବାଇରୁ ସିଧା...

ଇଣ୍ଡିଆନ ସୁପର ଲିଗ୍‌: ନର୍ଥଇଷ୍ଟ ୟୁନାଇଟେଡ୍‌ର ବିଜୟ ଅଭିଯାନ

ଭାସ୍କୋ,୨୨।୧୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ନର୍ଥଇଷ୍ଟ ୟୁନାଟେଡ୍‌ କ୍ଲବ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଶନିବାର ସ୍ଥାନୀୟ ତିଳକ ମଇଦାନ ଷ୍ଟାଡିୟମରେ ଅନୁଷ୍ଠିତ...

ନିଦରେ ଏହି କଥା ଭାବି ବାଉଳା-ଚାଉଳା ହୁଅନ୍ତି ଧୋନୀ

ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାର ସମୟ ଅଛି। ଏଭଳି ପରିସ୍ଥିତିରେ ପୂର୍ବତନ ଭାରତୀୟ ଅଧିନାୟକ ଏମ.ଏସ ଧୋନୀ ଏବେ ତାଙ୍କ ପରିବାର ସହିତ...

ଯେଉଁ ବନ୍ଧୁ ଶିଖାଇଥିଲେ ‘ହେଲିକପ୍ଟର ଶଟ୍‌’,ତାଙ୍କ ଜୀବନ ବଞ୍ଚାଇବା ପାଇଁ ସତସତିକା ହେଲିକପ୍ଟର ପଠାଇଥିଲେ ଧୋନୀ; ହେଲେ…

ନୂଆଦିଲ୍ଲୀ,୭।୭: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜର ହେଲିକପ୍ଟର ଶଟ୍‌କୁ ନେଇ ବେଶ ପରିଚିତ। ହେଲେ ସେ ଏହାକୁ ଜଣେ...

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସକୁ ମୋନାଲିସାଙ୍କ ପ୍ରଶଂସା

ନୂଆଦିଲ୍ଲୀ,୨୯।୧୨- କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ‘ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ’କୁ ଜାତୀୟ ଟେବୁଲ ଟେନିସ ଚାମ୍ପିୟନ ତଥା ଅର୍ଜୁନ ପୁରସ୍କାର ବିଜୟିନୀ...

ହକି ଦଳ ଯାହା କଲେ, ଆଜି ସାରା ଦେଶ ଖୁସିରେ ନାଚୁଛି: ପିଏମ୍‌ ମୋଦି…

ନୂଆଦିଲ୍ଲୀ,୫।୮: ଭାରତୀୟ ପୁରୁଷ ହକି ଦଳ ଗୁରବୁାର ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଛି। ହକି ଦଳ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରି ବ୍ରୋଞ୍ଜ...

ତୃତୀୟ, ଚତୁର୍ଥ ଟେଷ୍ଟ ଭେନ୍ୟୁ ଅଦଳବଦଳ ସମ୍ଭାବନା

ଆଡିଲେଡ୍‌,୨୧।୧୨(ପି.ଟି.): ସିଡ୍‌ନୀରେ କୋଭିଡ୍‌-୧୯ ମହାମାରୀ ପ୍ରକୋପ ଦେଖିବାକୁ ମିଳିଛି। କରୋନା ସଂକ୍ରମଣ ବୃଦ୍ଧି ଘଟିଛି। ଫଳରେ ତୃତୀୟ ଓ ଚତୁର୍ଥ ଟେଷ୍ଟର ଭେନ୍ୟୁରେ ଅଦଳବଦଳ କରିବାକୁ...

‘ପାଣ୍ଡ୍ୟା, ରାହୁଲ ଫୁଟବଲରଙ୍କ ହେୟାର ଷ୍ଟାଇଲ ଆପଣାଇଛନ୍ତି’

ମୁମ୍ବାଇ,୧୩।୧୨(ପି.ଟି.)- ଏବେ କ୍ରିକେଟରମାନେ ତାରକା ଫୁଟବଲରଙ୍କ ଶୈଳୀରେ କେଶ ବିନ୍ୟାସ କରୁଛନ୍ତି ବୋଲି ଲା ଲିଗାର ନୂଆ ବ୍ରାଣ୍ଡ ଆମ୍ବାସାଡର ରୋହିତ ଶର୍ମା କହିଛନ୍ତି। ଲା...

Advertisement
Archives

Model This Week