ତାଇଫୁନ ମୁଇଫା: ଅସ୍ଥାୟୀ ଆଶ୍ରୟସ୍ଥଳରେ ୧୦ ଲକ୍ଷରୁ ଅଧିକ ଲୋକ…

ବେଜିଂ, ୧୫।୯ : ଚାଇନାରେ ତାଇଫୁନ୍‌ ମୁଇଫା ନେଇ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଗୁରୁବାର ଚାଇନାର ପୂର୍ବ ଉପକୂଳ ଆଡକୁ ଏହା ଭୟଙ୍କର ରୂପ ନେଇ ଗତି କରୁଛି। ଏହାପୂର୍ବରୁ ବୁଧବାର ରାତିରେ ଏହି ଝଡ ଯୋଗୁଁ ପ୍ରବଳ ପବନ ଓ ବର୍ଷା ସାଂଘାଇ ସହର ଅସ୍ତବ୍ୟସ୍ତ ହୋଇପଡ଼ିଛି। ଚାଇନାର ଜାତୀୟ ପାଣିପାଗ କେନ୍ଦ୍ର ଅନୁଯାୟୀ ବୁଧବାର ବିଳମ୍ବିତ ରାତିରେ ମୁଇଫା ସର୍ବାଧିକ ୧୨୫ କିଲୋମିଟର ବେଗରେ ଉପକୂଳରେ ମାଡ ହୋଇଥିଲା। କିନ୍ତୁ ଗୁରୁବାର ସକାଳେ ଏହା ଦୁର୍ବଳ ହୋଇଯାଇଛି।

ମୁଇଫାକୁ ଦୃଷ୍ଟିରେ ରଖି ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳରେ ରଖାଯାଇଛି। ଗୁରୁବାର ଜିଆଙ୍ଗସୁ ପ୍ରଦେଶର ପୂର୍ବ ଭାଗ ଆଡକୁ ମୁଇଫା ଗତି କରୁଥିବାବେଳେ ଏହା ଆହୁରି ଦୁର୍ବଳ ହେବ ବୋଲି ପୂର୍ବାନୁମାନ କରାଯାଇଛି।

ଦକ୍ଷିଣ ସାଂଘାଇର ନିଙ୍ଗବୋ ସହରରେ ଜଳସ୍ତରର ଚିତ୍ର ସୋସିଆଲ ମିଡିଆରେ ପ୍ରକାଶ ପାଇଛି। ଏହି ଚିତ୍ରଗୁଡ଼ିକରେ ଗତକାଲି ରାତିରେ ପ୍ରବଳ ବର୍ଷା ପରେ ଅନେକ ସ୍କୁଟର ଏବଂ କାର ପାଣିରେ ବୁଡି ରହିଥିବାର ଦେଖାଯାଉଛି।

ଜିଆଙ୍ଗସୁରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରାଯାଇଛି ଏବଂ ଗୁରୁବାର ପ୍ରଦେଶର ସମସ୍ତ ଜିଲାରେ ସ୍କୁଲ ବନ୍ଦ ରହିଛି। ଜାତୀୟ ପାଣିପାଗ କେନ୍ଦ୍ର କହିଛି ଯେ ଗୁରୁବାର ସକାଳେ ଘଣ୍ଟା ପ୍ରତି ସର୍ବାଧିକ ୧୦୮ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି, ଯାହା ଧୀରେ ଧୀରେ ଦୁର୍ବଳ ହୋଇଯିବ।

ମୁଇଫା ଯୋଗୁଁ କେହି ମୃତାହତ କିମ୍ବା ବଡ଼ କ୍ଷୟକ୍ଷତି ହୋଇନାହିଁ। ବାତ୍ୟା ଯୋଗୁଁ ମେଟ୍ରୋ ସେବା ମଧ୍ୟ ବନ୍ଦ ହୋଇଯାଇଥିଲା। କିନ୍ତୁ ବର୍ତ୍ତମାନ ଏହା ଦୁର୍ବଳ ହେବା ପରେ ଗୁରୁବାର ସାଧାରଣ ପରିବହନ ସେବା ପୁଣି ଆରମ୍ଭ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଭୁଲ୍‌ କୋଭିଡ୍‌ ତଥ୍ୟ ପ୍ରତି ସତର୍କ ରୁହ

ଓ୍ବାଶିଂଟନ୍‌, ୧୯ା୫: ଭାରତରେ କରୋନାର ଘାତକ ଦ୍ୱିତୀୟ ଲହର ଜାରି ଥିବାବେଳେ ଭାରତୀୟ-ଆମେରିକୀୟ ଏବଂ ଭାରତୀୟଙ୍କୁ କରୋନା ସମ୍ପର୍କିତ ମିଥ୍ୟା ଖବର ପ୍ରତି ସତର୍କ ରହିବାକୁ...

୭୫ ବର୍ଷ ପରେ ବିସ୍ଫୋରଣ ହେଲା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ୟବହୃତ ସବୁଠାରୁ ବଡ଼ ବୋମା

ପୋଲାଣ୍ଡରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ୟବହୃତ ହୋଇଥିବା ସବୁଠାରୁ ବଡ଼ ବୋମା ୭୫ ବର୍ଷ ପରେ ବିସ୍ଫୋରଣ ଘଟିଛି। ନୌସେନାମାନେ ଏହାକୁ ଡିଫ୍ୟୁଜ୍‌ କରିବାକୁ ଚେଷ୍ଟା...

ଜି-୭ ନେତାଙ୍କୁ ଭେଟିଲେ ମୋଦି

ବର୍ଲିନ, ୨୮ା୬: ଜର୍ମାନୀର ଏଲ୍‌ମାଉଠାରେ ଆୟୋଜିତ ହେଉଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ରବିବାରଠାରୁ ଜର୍ମାନୀ ଗସ୍ତରେ...

ବିମାନ ଦୁର୍ଘଟଣାରେ ୪୦ ମୃତ

କାଠମାଣ୍ଡୁ,୧୫ା୧: ରବିବାର ନେପାଳର ପୋଖରାଠାରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୪୦ ଜଣଙ୍କ ମୃତ୍ୟୁ ଘଟିଛି। ଏହି ବିମାନରେ ୪ କ୍ରୁ ସଦସ୍ୟଙ୍କୁ ମିଶାଇ...

ପୁଣି ଗୃହଯୁଦ୍ଧ ମୁହାଁ ଆଫଗାନିସ୍ତାନ…

କାବୁଲ, ୧।୫ : ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ଆଫଗାନିସ୍ତାନରେ ତାଲିବାନ ୨୦୦୧ରେ ନାଟୋ ସୈନ୍ୟଙ୍କ ଉପରେ ଙ୍‌ଆକ୍ରମଣ କରିଥିଲା। ତାଲିବାନ ଆଫଗାନିସ୍ତାନରେ କ୍ଷମତା ହାସଲ...

ରଙ୍ଗହୀନ ପ୍ରବାଳ ‘ଫିସ୍‌ ଫାଇଟ୍‌’ର କାରଣ

ଲଣ୍ଡନ,୬।୧: ସମୁଦ୍ରରେ ଅନେକ ପ୍ରଜାତିର ପ୍ରାଣୀ ବାସ କରନ୍ତି। କିଛି ପ୍ରାଣୀ ନିଜଠାରୁ କ୍ଷୁଦ୍ର ଜୀବଙ୍କୁ ଶିକାର କରନ୍ତି ତ ଆଉ କିଛି ସାମୁଦ୍ରିକ ପ୍ରବାଳ...

କ୍ୟାପିଟାଲ ହିଲ ହିଂସା ସମିତି ପକ୍ଷରୁ ଟ୍ରମ୍ଫଙ୍କୁ ସମନ

ୱାଶିଂଟନ,୨୨ ।୧୦: ଆମେରିକା ସିନେଟର ଏକ ସମିତି ୬ ଜାନୁୟାରୀ ୨୦୨୧ରେ କ୍ୟାପିଟାଲ ହିଲ ହିଂସାର ଯାଞ୍ଚ କରୁଛି । ଗଣମାଧ୍ୟମ ସୂଚନା ଅନୁଯାୟୀ, ଶୁକ୍ରବାର...

ଥରିଲା ନେପାଳ

କାଠମାଣ୍ଡୁ,୨୪।୫: ପଶ୍ଚିମ ନେପାଳରେ ବୁଧବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ମପାଯାଇଛି। ଏହାର କେନ୍ଦ୍ର ସ୍ଥଳ ପୂର୍ବ ବଝାଂଗ...

Advertisement
Archives

Model This Week