Posted inଜାତୀୟ

ପୂରଣ ହୋଇପାରିଲାନି ଅଙ୍ଗଦାନ କରି ପିତାଙ୍କୁ ବଞ୍ଚାଇବା ଆଶା, କୋର୍ଟଙ୍କ ଫଇସଲା ପୂର୍ବରୁ ପିତାଙ୍କ ମୃତ୍ୟୁ…

ନୂଆଦିଲ୍ଲୀ, ୧୫।୯ : ଜଟିଳ ନ୍ୟାୟିକ ପ୍ରକ୍ରିୟାର ଆଉ ଏକ ଉଦାହରଣ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ଜଣେ ନାବାଳକ ପୁଅର ଯନ୍ତ୍ରଣାଦାୟକ କାହାଣୀ ନେଇ ଏବେ ଚର୍ଚ୍ଚା ହେଉଛି। ଜଣେ ୧୭ ବର୍ଷୀୟ କିଶୋରଙ୍କ ବାପା ନୋଏଡାସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ଲିଭର ପ୍ରତିରୋପଣ କରିବାକୁ ଡାକ୍ତର କହିଥିଲେ। ତାଙ୍କର ନାବାଳକ ପୁଅ ଲିଭର ଦାନ କରିବାକୁ ପ୍ରସ୍ତୁତ ଥିଲେ। କିନ୍ତୁ ନାବାଳକ ହୋଇଥିବାରୁ ସେ ଆଇନ ଅନୁଯାୟୀ ତାହା କରିପାରିବେ ନାହିଁ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା। ଏଭଳି ପରିସ୍ଥିତିରେ ନାବାଳକ ଜଣଙ୍କ ପିତାଙ୍କ ଜୀବନ ବଞ୍ଚାଇବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏହାର ତୁରନ୍ତ ବିଚାର ପାଇଁ ଗ୍ରହଣ କରିଥିଲେ।

ଶୁକ୍ରବାର ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଲିତ ଉତ୍ତରପ୍ରଦେଶର ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରକୃତରେ, ସୁପ୍ରିମକୋର୍ଟ ଜାଣିବାକୁ ଚାହିଁଥିଲେ ଯେ ଏପରି ପରିସ୍ଥିତିରେ ଅଙ୍ଗ ଦାନ ସହ ଜଡିତ ଆଇନ କୋହଳ ହୋଇପାରିବ କି? ନିୟମ ଅନୁସାରେ କେବଳ ବୟସ୍କମାନେ ଅଙ୍ଗ ଦାନ କରିପାରିବେ। ସୋମବାର ଏହି ମାମଲାର ଶୁଣାଣି ହେବାର ଥିଲା।

ଉତ୍ତରପ୍ରଦେଶ ଅତିରିକ୍ତ ଆଡଭୋକେଟ ଜେନେରାଲ ଗରିମା ପ୍ରସାଦ ବୁଧବାର ଜଷ୍ଟିସ ସଞ୍ଜୟ କୌଲ ଏବଂ ଏସ ଓକାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ ଉପସ୍ଥିତ ହୋଇ କହିଥିଲେ ଯେ ନାବାଳକାଙ୍କର ପିତାଙ୍କର ଶନିବାର ମୃତ୍ୟୁ ଘଟିଛିି। ଫଳରେ ଅଙ୍ଗଦାନ କରି ପିତାଙ୍କୁ ବଞ୍ଚାଇବା ଆଶା ନାବାଳକଙ୍କର ପୂରଣ ହୋଇପାରି ନାହିଁ। କୋର୍ଟଙ୍କ ଫଇସଲା ପୂର୍ବରୁ ପିତାଙ୍କ ମୃତ୍ୟୁ ହୋଇଛି।

ଏହି ସୂଚନା ପାଇବା ପରେ କୋର୍ଟ ରୁମର ପରିବେଶ ନୀରବ ହୋଇ ଯାଇଥିଲା। ତେବେ ଏହି ପ୍ରସଙ୍ଗରେ ରାୟ ଦେବା ପୂର୍ବରୁ ପ୍ରଧାନ ବିଚାରପତି ନାବାଳକାର ଡାକ୍ତରୀ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଥାପି, ଭାଗ୍ୟରେ ଅନ୍ୟ କିଛି ଥିଲା। ସମସ୍ତ ଚେଷ୍ଟା ସତ୍ତ୍ୱେ ନାବାଳକ ଜଣଙ୍କ ତାଙ୍କ ପିତାଙ୍କୁ ବଞ୍ଚାଇ ପାରିନଥିଲେ।

ମିଡିଆ ରିପୋର୍ଟ ଅନୁଯାୟୀ, ଭେଣ୍ଟିଲେଟରରେ ଥିବା ନାବାଳକଙ୍କ ପିତାଙ୍କର ତୁରନ୍ତ ଲିଭର ପ୍ରତିରୋପଣର ଆବଶ୍ୟକ ଥିଲା। ନାବାଳିକାଙ୍କର ମା ଲିଭର ଦାନ କରିବାକୁ ପ୍ରସ୍ତୁତ ଥିଲେ। ଡାକ୍ତରଙ୍କ ଟିମ ମା’ଙ୍କ ଡାକ୍ତରୀ ପରୀକ୍ଷା କରିଥିଲା, କିନ୍ତୁ ଲିଭର ଦାନ ପାଇଁ ସେ ଉପଯୁକ୍ତ ନଥିବା ଜଣାପଡ଼ିଥିଲା । ଏହା ପରେ ନାବାଳକ ତାଙ୍କ ପିତାଙ୍କ ପାଇଁ ଲିଭର ଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଭାରତୀୟ ନିୟମ ଅନୁଯାୟୀ କେବଳ ବୟସ୍କମାନେ ଅଙ୍ଗ ଦାନ କରିପାରିବେ। ଏହା ପରେ ନାବାଳିକା ସୁପ୍ରିମକୋର୍ଟରେ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ଧୂଳି ଚଟାଇ ସ୍ବର୍ଣ୍ଣ ଜିତିଲା ଭାରତ

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛି। ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୧୯ ରନରେ ପରାସ୍ତ କରି ଭାରତ ଏହି ସ୍ବର୍ଣ୍ଣ…

Chanakya Niti: ଭୁଲ୍‌ରେ ବି କାହା ସହ ଶେୟାର କରନ୍ତୁନି ଏହି ୫ ଗୁପ୍ତ କଥା, ହୋଇପାରେ ବଡ଼ କ୍ଷତି

ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ ଭାରତର ଜଣେ ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ, ଶିକ୍ଷକ ତଥା ମହାନ ରାଜନୀତିଜ୍ଞ ଥିଲେ। ସମାଜର କଲ୍ୟାଣ ଏବଂ ସଫଳ ଜୀବନଯାପନ ପାଇଁ ସେ…

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…

ଗୁଡ଼ାରୀରୁ ଭୁବନେଶ୍ୱରକୁ ବସ୍‌ ଚଳାଚଳ ଦାବି: ସାଇକେଲ ଯାତ୍ରାବେଳେ ଅଧାବାଟରେ ଅସୁସ୍ଥ ହେଲେ ପ୍ରମୋଦ

ଗୁଣପୁର,୩ା୧୦(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଡ଼ାରୀରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ସରକାରୀ ବସ୍‌ ଚଳାଚଳ ଦାବିରେ ଗାନ୍ଧୀ ଜୟନ୍ତୀରୁ ସାଇକେଲ ଯାତ୍ରା ଆରମ୍ଭ କରିଥିବା ଆନ୍ଦୋଳନକାରୀ ପ୍ରମୋଦ…

ସୁବର୍ଣ୍ଣରେଖାରେ ଗାଧୋଇବାବେଳେ ବୁଡ଼ିଗଲେ ଅଣ ଓଡ଼ିଆ ପର୍ଯ୍ୟଟକ

ବାଲେଶ୍ୱର,୩ା୧୦(ବାଞ୍ଛାନିଥି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀରେ ଶନିବାର ଗାଧୋଇବା ବେଳେ ଜଣେ ଅଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

କ୍ରିସ ଗେଲଙ୍କୁ ପଛରେ ପକାଇ ଇତିହାସ ଚରିଲେ ଅଭିଷେକ ଶର୍ମା

ନୂଆଦିଲ୍ଲୀ,୩।୧୦: ଅଭିଷେକ ଶର୍ମା ୨୦୨୬ ଏସୀୟ କ୍ରୀଡ଼ା (Asian Games) ଫାଇନାଲରେ ଇତିହାସ ସୃଷ୍ଟି କରିଛନ୍ତି। ସେ ପାକିସ୍ତାନ ବିପକ୍ଷରେ ୨୮ଟି ବଲରେ ୬୧ ରନର ଏକ…

ଛୋଟ କଥାରୁ ବଡ଼ କାଣ୍ଡ: ବୋହୂ ଉପରକୁ ଗରମ ତେଲ ଫୋପାଡ଼ିଲେ ଶାଶୁ

ଖଇରା,୩ା୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ମଠ ନୂଆଗାଁ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଡ଼ିରୁ ଏକ ମନ୍ଦାର ଗଛ ଡାଳ…

୬,୬,୬,୬,୬,୬… ପାକିସ୍ତାନୀ ବୋଲରଙ୍କୁ ଧୋଇଲେ ଅଭିଷେକ, ୨୦ ବଲରେ କଲେ…

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ପାକିସ୍ତାନ ବିପକ୍ଷରେ ଅଭିଷେକ ଶର୍ମା ଏକ ଦମଦାର ଇନିଂସ ଖେଳିଥିଲେ। ସେ ପାକିସ୍ତାନୀ ବୋଲିଂ ଆକ୍ରମଣକୁ ଧ୍ୱସ୍ତବିଧ୍ୱସ୍ତ କରି ମାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?