Posted inଜାତୀୟ

ପୂରଣ ହୋଇପାରିଲାନି ଅଙ୍ଗଦାନ କରି ପିତାଙ୍କୁ ବଞ୍ଚାଇବା ଆଶା, କୋର୍ଟଙ୍କ ଫଇସଲା ପୂର୍ବରୁ ପିତାଙ୍କ ମୃତ୍ୟୁ…

ନୂଆଦିଲ୍ଲୀ, ୧୫।୯ : ଜଟିଳ ନ୍ୟାୟିକ ପ୍ରକ୍ରିୟାର ଆଉ ଏକ ଉଦାହରଣ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ଜଣେ ନାବାଳକ ପୁଅର ଯନ୍ତ୍ରଣାଦାୟକ କାହାଣୀ ନେଇ ଏବେ ଚର୍ଚ୍ଚା ହେଉଛି। ଜଣେ ୧୭ ବର୍ଷୀୟ କିଶୋରଙ୍କ ବାପା ନୋଏଡାସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ଲିଭର ପ୍ରତିରୋପଣ କରିବାକୁ ଡାକ୍ତର କହିଥିଲେ। ତାଙ୍କର ନାବାଳକ ପୁଅ ଲିଭର ଦାନ କରିବାକୁ ପ୍ରସ୍ତୁତ ଥିଲେ। କିନ୍ତୁ ନାବାଳକ ହୋଇଥିବାରୁ ସେ ଆଇନ ଅନୁଯାୟୀ ତାହା କରିପାରିବେ ନାହିଁ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା। ଏଭଳି ପରିସ୍ଥିତିରେ ନାବାଳକ ଜଣଙ୍କ ପିତାଙ୍କ ଜୀବନ ବଞ୍ଚାଇବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏହାର ତୁରନ୍ତ ବିଚାର ପାଇଁ ଗ୍ରହଣ କରିଥିଲେ।

ଶୁକ୍ରବାର ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଲିତ ଉତ୍ତରପ୍ରଦେଶର ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରକୃତରେ, ସୁପ୍ରିମକୋର୍ଟ ଜାଣିବାକୁ ଚାହିଁଥିଲେ ଯେ ଏପରି ପରିସ୍ଥିତିରେ ଅଙ୍ଗ ଦାନ ସହ ଜଡିତ ଆଇନ କୋହଳ ହୋଇପାରିବ କି? ନିୟମ ଅନୁସାରେ କେବଳ ବୟସ୍କମାନେ ଅଙ୍ଗ ଦାନ କରିପାରିବେ। ସୋମବାର ଏହି ମାମଲାର ଶୁଣାଣି ହେବାର ଥିଲା।

ଉତ୍ତରପ୍ରଦେଶ ଅତିରିକ୍ତ ଆଡଭୋକେଟ ଜେନେରାଲ ଗରିମା ପ୍ରସାଦ ବୁଧବାର ଜଷ୍ଟିସ ସଞ୍ଜୟ କୌଲ ଏବଂ ଏସ ଓକାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ ଉପସ୍ଥିତ ହୋଇ କହିଥିଲେ ଯେ ନାବାଳକାଙ୍କର ପିତାଙ୍କର ଶନିବାର ମୃତ୍ୟୁ ଘଟିଛିି। ଫଳରେ ଅଙ୍ଗଦାନ କରି ପିତାଙ୍କୁ ବଞ୍ଚାଇବା ଆଶା ନାବାଳକଙ୍କର ପୂରଣ ହୋଇପାରି ନାହିଁ। କୋର୍ଟଙ୍କ ଫଇସଲା ପୂର୍ବରୁ ପିତାଙ୍କ ମୃତ୍ୟୁ ହୋଇଛି।

ଏହି ସୂଚନା ପାଇବା ପରେ କୋର୍ଟ ରୁମର ପରିବେଶ ନୀରବ ହୋଇ ଯାଇଥିଲା। ତେବେ ଏହି ପ୍ରସଙ୍ଗରେ ରାୟ ଦେବା ପୂର୍ବରୁ ପ୍ରଧାନ ବିଚାରପତି ନାବାଳକାର ଡାକ୍ତରୀ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଥାପି, ଭାଗ୍ୟରେ ଅନ୍ୟ କିଛି ଥିଲା। ସମସ୍ତ ଚେଷ୍ଟା ସତ୍ତ୍ୱେ ନାବାଳକ ଜଣଙ୍କ ତାଙ୍କ ପିତାଙ୍କୁ ବଞ୍ଚାଇ ପାରିନଥିଲେ।

ମିଡିଆ ରିପୋର୍ଟ ଅନୁଯାୟୀ, ଭେଣ୍ଟିଲେଟରରେ ଥିବା ନାବାଳକଙ୍କ ପିତାଙ୍କର ତୁରନ୍ତ ଲିଭର ପ୍ରତିରୋପଣର ଆବଶ୍ୟକ ଥିଲା। ନାବାଳିକାଙ୍କର ମା ଲିଭର ଦାନ କରିବାକୁ ପ୍ରସ୍ତୁତ ଥିଲେ। ଡାକ୍ତରଙ୍କ ଟିମ ମା’ଙ୍କ ଡାକ୍ତରୀ ପରୀକ୍ଷା କରିଥିଲା, କିନ୍ତୁ ଲିଭର ଦାନ ପାଇଁ ସେ ଉପଯୁକ୍ତ ନଥିବା ଜଣାପଡ଼ିଥିଲା । ଏହା ପରେ ନାବାଳକ ତାଙ୍କ ପିତାଙ୍କ ପାଇଁ ଲିଭର ଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଭାରତୀୟ ନିୟମ ଅନୁଯାୟୀ କେବଳ ବୟସ୍କମାନେ ଅଙ୍ଗ ଦାନ କରିପାରିବେ। ଏହା ପରେ ନାବାଳିକା ସୁପ୍ରିମକୋର୍ଟରେ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଆରଡିଓର ମାନବ ବିହୀନ ବୋଟ, ସାମୁଦ୍ରିକ ସୀମା ଉପରେ ରଖିବ ତୀକ୍ଷ୍‌ଣ ନଜର…

ନୂଆଦିଲ୍ଲୀ,୬।୧୦ : ଦେଶର ବାୟୁ ମାର୍ଗ ସୀମା ଉପରେ ନଜର ରଖିବା ପାଇଁ ମାନବ ବିହୀନ ଡ୍ରୋନ ନିୟୋଜିତ କରାଯାଇଛି। ସେହିପରି ସାମୁଦ୍ରିକ ସୀମା ଉପରେ...

କରୋନା ସଂକ୍ରମଣ: ମହାରାଷ୍ଟ୍ରରେ ଗୋଟିଏ ଦିନରେ ୧୨୨ ଜଣଙ୍କ ମୃତ୍ୟୁ

ମୁମ୍ବାଇ,୪।୬: କରୋନା ସଂକ୍ରମଣ ମହାରାଷ୍ଟ୍ର ପାଇଁ ଏବେ ଏକ ଚ୍ୟାଲେଞ୍ଜରେ ପରିଣତ ହୋଇଛି। ଗୋଟିଏ ଦିନରେ ୧୨୨ ଜଣଙ୍କ ମୃତ୍ୟୁ ଏବେ ମହାରାଷ୍ଟ୍ର ସରକାରଙ୍କୁ ଚିନ୍ତାରେ...

ସୁପ୍ରିମକୋର୍ଟ ଗଲେ ସୁଶାନ୍ତଙ୍କ ପରିବାର

ନୂଆଦିଲ୍ଲୀ,୩୦।୭: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଏବେ ବିହାର ପୋଲିସ ଯାଞ୍ଚ୍‌ ଆରମ୍ଭ କରିଛି। ଏହି ମାମଲାର ସିବିଆଇ ଯାଞ୍ଚ ଦାବିକୁ ନେଇ...

ଭାଜପା କର୍ମୀଙ୍କୁ କାହିଁକି ଚାକିରି ଦେବି ? ଅଗ୍ନିପଥ ଯୋଜନା ନେଇ ମମତାଙ୍କ ଉତ୍ତର…

କୋଲକାତା, ୨୯।୬ : ଅଗ୍ନିପଥ ଯୋଜନାକୁ ନେଇ ଦେଶରେ ବିରୋଧ ଜାରି ରହିଛି। ଏହି ଯୋଜନା ବିରୋଧରେ ବିରୋଧୀ ଦଳ ନିରନ୍ତର ସରକାରଙ୍କ ବିରୋଧରେ ସ୍ବର...

ଦ୍ୱାଦଶ ବୋର୍ଡର ଇଂଲିଶ ପ୍ରଶ୍ନପତ୍ର ଲିକ୍‌: ୨୪ଟି ଜିଲାରେ ପରୀକ୍ଷା ବାତିଲ

ଲକ୍ଷ୍ନୌ,୩୦।୩: ଉତ୍ତରପ୍ରଦେଶ ବୋର୍ଡ ପରୀକ୍ଷାରେ ଦ୍ୱାଦଶର ଇଂଲିଶ ପ୍ରଶ୍ନପତ୍ର ଲିକ୍‌ ହୋଇଛି। ଏନେଇ ଖବର ମିଳିବା ପରେ ୨୪ଟି ଜିଲାରେ ଇଂଲିଶ ପରୀକ୍ଷାକୁ ବାତିଲ କରାଯାଇଛି।...

କଶ୍ମୀର ନେଇ ଇୟୁ ପ୍ରତିନିଧି ଦଳଙ୍କ ବୟାନ: ଅନୁଚ୍ଛେଦ ୩୭୦ ଉଚ୍ଛେଦ ଆଭ୍ୟନ୍ତରୀଣ ପ୍ରସଙ୍ଗ, ଆତଙ୍କବାଦ ବିରୋଧୀ ଲଢ଼େଇକୁ ସମର୍ଥନ

ଶ୍ରୀନଗର,୩୦।୧୦: ଜମ୍ମୁ-କଶ୍ମୀର ଗସ୍ତରେ ଆସିଥିବା ଇୟୁ ପ୍ରତିନିଧି ଦଳ ସେମାନଙ୍କର ବୟାନ ଜାରି କରିଛନ୍ତି। ସେମାନେ କହିଛନ୍ତି ଯେ, ଅନୁଚ୍ଛେଦ ୩୭୦ ଉଚ୍ଛେଦ ଭାରତର ଆଭ୍ୟନ୍ତରୀଣ...

ଟଙ୍କା ପାଇଁ ୧୫୦ କୁକୁରଙ୍କୁ ଜିଅନ୍ତା ପୋତିଦେଲେ

ଶିବାମୋଗା,୮।୯: କର୍ନାଟକର ଶିବାମୋଗା ଜିଲାରେ କିଛି ଦୁର୍ବୃତ୍ତ ୧୫୦ କୁକୁରଙ୍କୁ ଜିଅନ୍ତା ପୋତିଦେଇଛନ୍ତି। ସେପ୍ଟେମ୍ବର ୪ରେ ଭଦ୍ରାବତୀ ସହର ନିକଟ ରଙ୍ଗନାଥପୁରାରେ ଏଭଳି ଘଟଣା ଘଟିଥିବା...

କରୋନାରେ ଆଖିବୁଜିଲେ ବିଧାୟକ

ପାଟନା,୧୯।୪: ବିହାରରେ କରୋନା ମାମଲା କ୍ରମାଗତ ଭାବରେ ବଢିଚାଲିଛି। ସୋମବାର ବିହାରର ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ଜେଡିୟୁ ବିଧାୟକ ମଓ୍ବୋଲାଲ ଚୌଧୁରୀଙ୍କ ପରଲୋକ ଘଟିଛି।...

Advertisement
Archives

Model This Week