ମିସ୍ତ୍ରୀ କାମ ଥିଲା ବାହାନା, ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ୨ ଯୁବକ ଗିରଫ

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)-ପଶ୍ଚିମବଙ୍ଗରୁ ଅନେକ ଯୁବକ ଆସି ଗଞ୍ଜାମ ଓ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ମିସ୍ତ୍ରୀ କାମ କରନ୍ତି। କିନ୍ତୁ ସେମାନଙ୍କମଧ୍ୟରୁ କିଏ ଜୀବନଜୀବିକା ପାଇଁ କାମ କରିବାକୁ ଆସୁଛି ତ ଆଉ କିଏ ଅପରାଧିକ କାର୍ଯ୍ୟ କରିବାକୁ ଆସୁଛି ତାହା ଜାଣିବା କଷ୍ଟକର ହୋଇପଡ଼ିଛି । ପଶ୍ଚିମବଙ୍ଗ ମୂର୍ଶିଦାବାଦ ଅଞ୍ଚଳର ଜଣେ ଯୁବକ ରିପନ ଶେଖ ଗଞ୍ଜେଇ ଚାଲାଣ କରି ଗିରଫ ହେବା ପରେ ଏଭଳି କିଛି ଚର୍ଚ୍ଚା ଜୋର ଧରିଛି।

ସୂଚନାନୁଯାୟୀ, ରିପନ କନ୍ଧମାଳ ଜିଲା ନୂଆଗାଁ ଥାନା ଅଞ୍ଚଳରେ ମିସ୍ତ୍ରୀ କାମ କରୁଥିଲେ। ପ୍ରତି ମାସରେ ରିପନ ୨ ରୁ ୪ ଥର ଗ୍ରାମକୁ ଯାଇଥାନ୍ତି। ଏହି ସମୟରେ ସେ ଏଠାରୁ ଗଞ୍ଜେଇ ନେଇ ନିଜ ଅଞ୍ଚଳରେ ବିକ୍ରି କରିଥାନ୍ତି। ଏଠାରୁ ସେ ୨ ହଜାର ଟଙ୍କାରେ ନେଇ ସେଠାରେ ୫ ହଜାର ଟଙ୍କାରେ ବିକ୍ରି କରି ଆସୁଥିଲେ। ଏନେଇ କୌଣସି ସୂତ୍ରରୁ ଭଞ୍ଜନଗର ପୋଲିସ ସୂଚନା ପାଇ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଯୋଜନା କରିଥିଲା। ଶନିବାର ରିପନ ବସ ଯୋଗେ କନ୍ଧମାଳରୁ ବ୍ରହ୍ମପୁର ଯାଉଥିଲେ। ସେଠାରୁ ଟ୍ରେନ ଯୋଗେ ଗ୍ରାମକୁ ଯାଇ ଥାଆନ୍ତେ। କିନ୍ତୁ ଭଞ୍ଜନଗର ଥାନା ଅଧିକାରୀ ଜିବନାନନ୍ଦ ଜେନା ଅଭିଯୁକ୍ତଙ୍କୁ ନିଧିଆପଲ୍ଲି ଛକରେ ବସରୁ ଓହ୍ଲାଇବା ପରେ ଗିରଫ କରିଥିଲେ। ଏହି ସମୟରେ ଭଞ୍ଜନଗର ଭାରପ୍ରାପ୍ତ ତହସିଲଦାର ଅବିନାଶ କୁମାର ମହାର ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିଲେ। ତେବେ ଅଭିଯୁକ୍ତଙ୍କ ଠାରୁ ୭ କେଜି ୨ ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି।

ଏହାପରେ ରିପନଙ୍କ ଠାରୁ ସୂଚନା ପାଇ ଗଞ୍ଜେଇ ବିକ୍ରି କରିଥିବା କନ୍ଧମାଳର ଅନ୍ଧରୀୟ ଦିଗାଲ ଙ୍କୁ ରବିବାର ପୋଲିସ ଗିରଫ କରିଥିଲା। ରବିବାର ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାପରେ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅପରପକ୍ଷେ ଭଞ୍ଜନଗର ପୋଲିସ ପକ୍ଷରୁ ଏଠାରେ ସୂଚନା ଦିଆଯାଇଛି ଯେ ଅଭିଯୁକ୍ତ ଜଣଙ୍କ ନାମକୁ ମାତ୍ର ଏଠାରେ କାମ କରୁଥିଲେ। କିନ୍ତୁ ତାଙ୍କର ଗଞ୍ଜେଇ ଚାଲାଣ ଉଦ୍ଧେଶ୍ୟ ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ ଗଲେ କୁଖ୍ୟାତ ଅପରାଧୀ

ଦିଗପହଣ୍ଡି,୨୨।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଜଣାଶୁଣା କୁଖ୍ୟାତ ଜଣେ ପେସାଦାର ଅପରାଧୀଙ୍କୁ ଦିଗପହଣ୍ଡି ପୋଲିସ ପୁଣି ଗିରଫ କରି ଗୁରୁବାର କୋର୍ଟ...

୧୧୫୦୦୦ କୋଟି ଟଙ୍କାର ୨୪ ଶିଳ୍ପ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୩୬୦୦୦ ନିଯୁକ୍ତି ସୁଯୋଗ…

ଭୁବନେଶ୍ୱର, ୨୨।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଯାଜପୁରର କଳିଙ୍ଗନଗର ଠାରେ ୧,୧୫,୦୦୦ କୋଟି ଟଙ୍କାର ମୋଟ ୨୪ଟି ଶିଳ୍ପ ପ୍ରକଳ୍ପର ଉଦ୍‌ଘାଟନ ଏବଂ...

କୋର୍ଟରେ ମିଳିଲା ସାଂଘାତିକ ପ୍ରମାଣ! ପ୍ରିୟଙ୍କାଙ୍କ ସହ ଜ୍ୟୋତି ପୁରୀରେ…

ପୁରୀ,୨୨।୫: ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସହ ଓଡ଼ିଆ ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କୁ ପୁରୀ ପୋଲିସ ଜେରା କରିଛି। ଜେରା ସମୟରେ ପ୍ରିୟଙ୍କା କହିଛନ୍ତି ଯେ ଜ୍ୟୋତି...

ସ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ: ସ୍ବାମୀଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୨।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମର ରିତୁ ବେହେରାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଥାନାରେ ଅଟକ ଥିବା ରିତୁଙ୍କ ସ୍ବାମୀ...

MGNREGA କାମରେ ମହା ଦୁର୍ନୀତି: ୪ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ

ରାୟଗଡ଼ା,୨୨।୫(ଆଶିଷ ରଞ୍ଜନ ପଣ୍ଡା:): ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ପୋଖରୀ ଖନନ ନାଁରେ ସରକାରୀ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଜଳଛାୟା ମିଶନ ଓ ମୃତ୍ତିକା...

ଚିଲିକାରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ

ଖଲ୍ଲିକୋଟ,୨୨ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଉପର ଆଲପୁର ନିକଟ ଚିଲିକା ମଝିରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ବୁଧବାର...

ହାତୀପଲଙ୍କ ଦୌରାତ୍ମ୍ୟ: ବିଦ୍ୟାଳୟ କୋଠା ସମେତ ଭାଙ୍ଗିଲେ ୩ ଘର

ଭଞ୍ଜନଗର,୨୨ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ହାତୀପଲ କିଛିମାସ ନୀରବ ରହିବା ପରେ ବୁଧବାର ରାତିରେ ପୁଣି କେତେକ ଗ୍ରାମରେ ପଶି...

ପରଲୋକରେ ପାଟଣା ୨୧ ନଂ ଜିଲା ପରିଷଦ ଜୋନ୍‌ ସଦସ୍ୟ

ପାଟଣା,୨୨ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ୨୧ ନମ୍ବର ଜିଲା ପରିଷଦ ସଦସ୍ୟ ପ୍ରପୁଲ୍ଲ ନାୟକଙ୍କ ହୃଦ୍‌ଘାତରେ ବୁଧବାର ବିଳମ୍ବିତ ରାତିରେ କେନ୍ଦୁଝର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri