ଆତ୍ମସମର୍ପଣ କଲେ କନ୍ଧମାଳର ୨ଯୁବକ

ଭୁବନେଶ୍ୱର(ବ୍ୟୁରୋ)/ ଫୁଲବାଣୀ ଅଫିସ, ୧୪।୧୦: ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ନିକଟସ୍ଥ ପୋଖରୀରୁ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସଙ୍କ ମୃତଦେହ ମିଳିବା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ମଙ୍ଗଳବାର କମିଶନରେଟ ପୋଲିସ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବାବେଳେ ବୁଧବାର ସକାଳେ ଆଉ ୨ଜଣ ଯୁବକ କନ୍ଧମାଳ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଫୁଲବାଣୀ ପିଅନପଡ଼ାର ମୃତ୍ୟୁଞ୍ଜୟ ମିଶ୍ର ଏବଂ ଅମଲାପଡ଼ାର ଦୀନେଶ ମହାପାତ୍ର। ଏହି ୨ଜଣଙ୍କ ମଧ୍ୟରୁ ମୃତ୍ୟୁଞ୍ଜୟ ଠିକାଦାର ଏବଂ ଦୀନେଶ କ୍ୟାମେରାମ୍ୟାନ ଅଟନ୍ତି। ଉଭୟଙ୍କୁ ଅପରାହ୍ନରେ କମିଶନରେଟର ଇନ୍‌ଫୋସିଟି ଥାନା ପୋଲିସ ଭୁବନେଶ୍ୱର ଆଣି ପଚରାଉଚରା ଜାରି ରଖିଛି। ମୃତ୍ୟୁଞ୍ଜୟ ଓ ଦୀନେଶ ଶନିବାର ରାତିରେ ସାଉଥ୍‌ସିଟି ହୋଟେଲରେ ଉପସ୍ଥିତ ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
କମିଶନରେଟ ପୋଲିସ ପୂର୍ବରୁ ଅଟକ ରଖିଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କୁ ମଙ୍ଗଳବାର ଫୁଲବାଣୀରୁ ଉଠାଇ ନେଇଥିଲା। ସେହି ଯୁବକ ଜଣକ ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଭାବେ କାର୍ଯ୍ୟ କରନ୍ତି। ପୂର୍ବରୁ ଅଟକ ଥିବା ୨ ଯୁବକ ଓ ଆତ୍ମସମର୍ପଣ କରିଥିବା ଯୁବକଙ୍କ ମଧ୍ୟରେ ମନୀଷଙ୍କ କି ସମ୍ପର୍କ, ସେମାନେ ଶନିବାର ରାତିରେ ସାଉଥ୍‌ ସିଟି ହୋଟେଲର ବାରରେ କ’ଣ କରୁଥିଲେ, ମନୀଷଙ୍କୁ ସାଥିରେ ନ ନେଇ ପ୍ରଥମେ କ’ଣ ପାଇଁ ସେମାନେ ଚାଲିଯାଇଥିଲେ ଏଭଳି ଦିଗକୁ ନେଇ ପୋଲିସ ଜେରା କରୁଥିବା ଜଣାପଡିଛି। ଅନ୍ୟପକ୍ଷରେ ବ୍ୟବଚ୍ଛେଦର ପ୍ରାଥମିକ ରିପୋର୍ଟରୁ ମନୀଷଙ୍କ ଶ୍ୱାସରୁଦ୍ଧରୁ ମୃତ୍ୟୁ ହୋଇଥାଇପାରେ ବୋଲି ସୂଚନା ମିଳିଛି। ତେଣୁ ବ୍ୟବଚ୍ଛେଦର ଚୂଡ଼ାନ୍ତ ରିପୋର୍ଟ, ଭିସେରା ଓ ଡାଏଟମ୍‌ ରିପୋର୍ଟ ଆସିଲେ ହିଁ ମୃତ୍ୟୁର କାରଣ ଜଣାପଡିବ। ଏହି ଘଟଣା ଉପରୁ ପରଦା ଉଠାଇବା ପାଇଁ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ସହ ତମାଣ୍ଡୋ ଓ ଇନ୍‌ଫୋସିଟି ଥାନା ପୋଲିସ ମିଳିତ ଭାବେ ତଦନ୍ତ ଚଳାଇଛନ୍ତି। ପ୍ରକାଶ ଯେ, ମନୀଷ ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। ଭୋର ୪ଟା ୧୨ରୁ ତାଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ହୋଇଯାଇଥିଲା। ରବିବାର ସକାଳେ ପରିବାର ଲୋକେ ବହୁ ଖୋଜାଖୋଜି କରି ନ ପାଇବାରୁ ଥାନାରେ ଅଭିଯୋଗ କରିଥିଲେ। ଅପରାହ୍ନ ୨ଟାରେ ପାତ୍ରପଡ଼ା ଗାଁ ପୋଖରୀରୁ ମନୀଷଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଜବତ କରାଯାଇଥିଲା। ଏନେଇ ଇନ୍‌ଫୋସିଟି ପୋଲିସ ଏକ ମାମଲା(ନଂ.୨୨୨/୨୧) ରୁଜୁ କରି ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୬ ଦିନ ଭେଣ୍ଟିଲେଟରରେ ବିରୋଧୀ ଦଳ ନେତା:ଡାକ୍ତରଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): କରୋନାରେ ସଂକ୍ରମିତ ହୋଇ ଗତ ୧୬ ଦିନ ହେବ ବିରୋଧୀ ଦଳ ନେତା ତଥା ଭାଜପାର ବରିଷ୍ଠ ନେତା ପ୍ରଦୀପ୍ତ ନାଏକ ଭୁବନେଶ୍ୱର ଏମ୍ସରେ...

ପ୍ରତି ସପ୍ତାହରେ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କର

ଭୁବନେଶ୍ୱର,୬ା୧(ବ୍ୟୁରୋ): କୋଭିଡ୍‌ ପରବର୍ତ୍ତୀ ସ୍ଥିତିରେ ଜୀବିକା ଅର୍ଜନ ଓ ନିଯୁକ୍ତି ସୃଷ୍ଟିଭିତ୍ତିକ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ବିତ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲାପାଳମାନଙ୍କୁ...

ପରଲୋକରେ ଯାତ୍ରା କିମ୍ବଦନ୍ତୀ ଯଦୁ ପଣ୍ଡା

ସୋର, ୯ା୨(ଡି.ଏନ.ଏ.): ଦୀର୍ଘ ୬ଦଶନ୍ଧି ଧରି ଓଡ଼ିଆ ଯାତ୍ରା ଜଗତର ଆଗଧାଡ଼ିର କଳାକାର ଭାବେ ନେତୃତ୍ୱ ନେଇଥିବା କିମ୍ବଦନ୍ତୀ ପୁରୁଷ ଯଦୁ ପଣ୍ଡା(୮୩)ଙ୍କର ବୁଧବାର ଅପରାହ୍ନରେ...

ରେଳ ଲାଇନ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଯୋଡ଼ା,୨୪।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ନମିରା ଗ୍ରାମ ନିକଟ ରେଳ ଲାଇନ୍‌ରୁ ଜଣେ ଯୁବକଙ୍କ ମୃତଦେହ ଶନିବାର ଉଦ୍ଧାର କରାଯାଇଛି। ସେ ହେଲେ...

ଦଇବ ସାଧିଲା ଦାଉ: ମା’ଙ୍କୁ ହରାଇ ଦୁଇ ଝିଅ ଅନାଥ; ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି

ପାଟଣା, ୧୦।୧୧(ସ୍ବ.ପ୍ର.)-ଦଇବ ସାଧିଛି ଦାଉ। ପ୍ରଥମେ ବାପା ଆରପାରିକୁ ଚାଲିଯାଇଥିବାବେଳେ ଶୁକ୍ରବାର ମା’ଙ୍କ ଅକାଳ ମୃତ୍ୟୁ ଘଟିଛି । ଫଳରେ ଦୁଇ ନିଷ୍ପାପ ଶିଶୁ ଅନାଥ...

ଅମିତ ଧଳ ଗୁଳିକାଣ୍ଡର ପର୍ଦ୍ଦାଫାଶ : ୪ ଅଭିଯୁକ୍ତ କୋର୍ଟଚାଲାଣ

ଝାରସୁଗୁଡ଼ା ଅଫିସ/ଲଖନପୁର ୨୭ା୬(ଡି.ଏନ୍‌.ଏ.) : ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ଅମିତ ଧଳ ଗୁଳିକାଣ୍ଡର ୪ଦିନ ପରେ ପୋଲିସ ଘଟଣାର ପର୍ଦ୍ଦାଫାଶ କରିଛି । ଏହି ହତ୍ୟାକାଣ୍ଡରେ...

ପିପିଲି ଉପନିର୍ବାଚନ: ଜୋର ଧରୁଛି ପ୍ରଚାର ତାତି

ଭୁବନେଶ୍ୱର,୫।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ଲାଗି ଆଉ ୧୨ ଦିନ ବାକି। ଏଥିରେ ୧୦ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ହେବ । ହେଲେ ୩ ପ୍ରମୁଖ...

ମାଓବାଦୀ ଆକ୍ରମଣରେ ୩ ସିଆର୍‌ପିଏଫ୍‌ ଯବାନ ଶହୀଦ

ନୂଆପଡ଼ା ଅଫିସ,୨୧।୬: ନୂଆପଡ଼ା ଜିଲା ବୋଡେନ୍‌ ବ୍ଲକ ପାଟଧରା ସଂରକ୍ଷିତ ଜଙ୍ଗଲରେ ମଙ୍ଗଳବାର ମାଓବାଦୀଙ୍କ ଆକ୍ରମଣରେ ୩ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଛନ୍ତି। ଶହୀଦ ଯବାନମାନେ...

Advertisement
Archives

Model This Week