ଆତ୍ମସମର୍ପଣ କଲେ କନ୍ଧମାଳର ୨ଯୁବକ

ଭୁବନେଶ୍ୱର(ବ୍ୟୁରୋ)/ ଫୁଲବାଣୀ ଅଫିସ, ୧୪।୧୦: ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ନିକଟସ୍ଥ ପୋଖରୀରୁ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସଙ୍କ ମୃତଦେହ ମିଳିବା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ମଙ୍ଗଳବାର କମିଶନରେଟ ପୋଲିସ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବାବେଳେ ବୁଧବାର ସକାଳେ ଆଉ ୨ଜଣ ଯୁବକ କନ୍ଧମାଳ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଫୁଲବାଣୀ ପିଅନପଡ଼ାର ମୃତ୍ୟୁଞ୍ଜୟ ମିଶ୍ର ଏବଂ ଅମଲାପଡ଼ାର ଦୀନେଶ ମହାପାତ୍ର। ଏହି ୨ଜଣଙ୍କ ମଧ୍ୟରୁ ମୃତ୍ୟୁଞ୍ଜୟ ଠିକାଦାର ଏବଂ ଦୀନେଶ କ୍ୟାମେରାମ୍ୟାନ ଅଟନ୍ତି। ଉଭୟଙ୍କୁ ଅପରାହ୍ନରେ କମିଶନରେଟର ଇନ୍‌ଫୋସିଟି ଥାନା ପୋଲିସ ଭୁବନେଶ୍ୱର ଆଣି ପଚରାଉଚରା ଜାରି ରଖିଛି। ମୃତ୍ୟୁଞ୍ଜୟ ଓ ଦୀନେଶ ଶନିବାର ରାତିରେ ସାଉଥ୍‌ସିଟି ହୋଟେଲରେ ଉପସ୍ଥିତ ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
କମିଶନରେଟ ପୋଲିସ ପୂର୍ବରୁ ଅଟକ ରଖିଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କୁ ମଙ୍ଗଳବାର ଫୁଲବାଣୀରୁ ଉଠାଇ ନେଇଥିଲା। ସେହି ଯୁବକ ଜଣକ ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଭାବେ କାର୍ଯ୍ୟ କରନ୍ତି। ପୂର୍ବରୁ ଅଟକ ଥିବା ୨ ଯୁବକ ଓ ଆତ୍ମସମର୍ପଣ କରିଥିବା ଯୁବକଙ୍କ ମଧ୍ୟରେ ମନୀଷଙ୍କ କି ସମ୍ପର୍କ, ସେମାନେ ଶନିବାର ରାତିରେ ସାଉଥ୍‌ ସିଟି ହୋଟେଲର ବାରରେ କ’ଣ କରୁଥିଲେ, ମନୀଷଙ୍କୁ ସାଥିରେ ନ ନେଇ ପ୍ରଥମେ କ’ଣ ପାଇଁ ସେମାନେ ଚାଲିଯାଇଥିଲେ ଏଭଳି ଦିଗକୁ ନେଇ ପୋଲିସ ଜେରା କରୁଥିବା ଜଣାପଡିଛି। ଅନ୍ୟପକ୍ଷରେ ବ୍ୟବଚ୍ଛେଦର ପ୍ରାଥମିକ ରିପୋର୍ଟରୁ ମନୀଷଙ୍କ ଶ୍ୱାସରୁଦ୍ଧରୁ ମୃତ୍ୟୁ ହୋଇଥାଇପାରେ ବୋଲି ସୂଚନା ମିଳିଛି। ତେଣୁ ବ୍ୟବଚ୍ଛେଦର ଚୂଡ଼ାନ୍ତ ରିପୋର୍ଟ, ଭିସେରା ଓ ଡାଏଟମ୍‌ ରିପୋର୍ଟ ଆସିଲେ ହିଁ ମୃତ୍ୟୁର କାରଣ ଜଣାପଡିବ। ଏହି ଘଟଣା ଉପରୁ ପରଦା ଉଠାଇବା ପାଇଁ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ସହ ତମାଣ୍ଡୋ ଓ ଇନ୍‌ଫୋସିଟି ଥାନା ପୋଲିସ ମିଳିତ ଭାବେ ତଦନ୍ତ ଚଳାଇଛନ୍ତି। ପ୍ରକାଶ ଯେ, ମନୀଷ ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। ଭୋର ୪ଟା ୧୨ରୁ ତାଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ହୋଇଯାଇଥିଲା। ରବିବାର ସକାଳେ ପରିବାର ଲୋକେ ବହୁ ଖୋଜାଖୋଜି କରି ନ ପାଇବାରୁ ଥାନାରେ ଅଭିଯୋଗ କରିଥିଲେ। ଅପରାହ୍ନ ୨ଟାରେ ପାତ୍ରପଡ଼ା ଗାଁ ପୋଖରୀରୁ ମନୀଷଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଜବତ କରାଯାଇଥିଲା। ଏନେଇ ଇନ୍‌ଫୋସିଟି ପୋଲିସ ଏକ ମାମଲା(ନଂ.୨୨୨/୨୧) ରୁଜୁ କରି ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା: ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଛୁରାମାଡ଼

ନବରଙ୍ଗପୁର, ୧୦/୧୦ (ସନ୍ତୋଷ ସନ୍ତୋଷ): ଉମରକୋଟରେ କଲେଜ ନିର୍ବାଚନକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି। ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଦୀପକମଲ ମହାପାତ୍ର ନାମକ…

ଅଭିଜିତ, ସୌରଭ, ଆଶୁତୋଷ ହେପାଜତରେ; ସେମାନଙ୍କୁ କେତେ ସମୟ ପର୍ଯ୍ୟନ୍ତ ଅଟକ ରଖାଯିବ? ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ,୧୦।୧୦: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବା ଏବଂ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିବାକୁ ପହଞ୍ଚିଥିବା ‘କକରୋଚ ଜନତା ପାର୍ଟି’ର ନେତା…

ନାଗସାପ ସହ ରିଲ୍ସ କରିବାବେଳେ ମାରିଲା ଚୋଟ, ଚାଲିଗଲା ଯୁବକଙ୍କ ଜୀବନ

ପୁରୀ,୧୦ା୧୦(ଅଜିତ୍‌ କୁମାର ମହାନ୍ତି): ସୋସିଆଲ ମିଡିଆରେ ରିଲ୍ସ କରିବା ନିଶା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ନାଗ ସାପକୁ ଧରି ରିଲ୍ସ କରୁଥିବା ବେଳେ ସାପ…

ଦୁର୍ଭାଗ୍ୟଶାଳୀ ସଞ୍ଜୁ ସାମସନ: ପ୍ରଥମଥର ପାଇଁ ଜଣେ ଖେଳାଳି ଭାବେ ସାମ୍ନା କଲେ ଏମିତି ଅବସ୍ଥା

ରାଞ୍ଚି,୧୦।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ସଞ୍ଜୁ ସାମସନ ଚମତ୍କାର ବ୍ୟାଟିଂ କରି ୪୧ଟି ବଲରୁ ୮୨ ରନ ସଂଗ୍ରହ କରିଥିଲେ। ୯ଟି ଚୌକା ଓ…

ମୁହଁ ଖୋଲିଲେ ଦୀପକେଙ୍କ ମାଆ, ସିଧା କହିଲେ ଦେଖିନେବି…

ନୂଆଦିଲ୍ଲୀ,୧୦।୧୦: କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଅଟକ ରଖାଯିବା ଘଟଣାକୁ ନେଇ ତାଙ୍କ ପିତାମାତା ସରକାରଙ୍କ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି।…

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

IND vs WI: ବୋଲରଙ୍କ କ୍ୟାରିୟର ବରବାଦ…! କାହା ଉପରେ ରାଗି ଏମିତି କହିଲେ ଗୌତମ ଗମ୍ଭୀର? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଦଶ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ, ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଗତ ରାତିରେ ଭାରତ…

ଲଜ୍ଜାଜନକ ରେକର୍ଡ କଲେ ଶ୍ରେୟସ ଆୟର: ଅଧିନାୟିକତ୍ୱ ଉପରେ ଉଠିଲା ପ୍ରଶ୍ନବାଚୀ

ନୂଆଦିଲ୍ଲୀ,୧୦।୧୦: ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମେ ବ୍ୟାଟିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?