ବାହାନଗାରୁ ଗଲା ୨ କାଠଘୋଡ଼ା

ବାହାନଗା, ୧୮।୬(ଡି.ଏନ.ଏ.) କୋଲକାତାରେ ଜଗନ୍ନାଥଙ୍କ ରଥ ନିମନ୍ତେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ଆରୁହାବାଡ ପଞ୍ଚାୟତ ଦୋଳପୁର ଗ୍ରାମରୁ ଦୁଇଟି କାଠଘୋଡା ନିର୍ମାଣ କରାଯାଇ ସେଠାକୁ ନିଆଯାଇଛି। ରଥ ଆଗରେ ଖଞ୍ଜାଯାଉଥିବା ଏହି ଘୋଡା ନିର୍ମାଣ ଲାଗି ଦୋଳପୁର ଗ୍ରାମର ଭରତ ବିନ୍ଧାଣୀଙ୍କୁ ବରାଦ ଦିଆଯାଇଥିଲା। କୋଲକାତାସ୍ଥିତ ଭବାନୀପୁର ଅଞ୍ଚଳର ହରିଶପାର୍କ ନିକଟସ୍ଥ ବାଷଠୀପଲ୍ଲୀରେ ଥିବା ଜଗନ୍ନାଥ ମନ୍ଦିର ରଥଯାତ୍ରାରେ ଏହି ଘୋଡା ଖଞ୍ଜାଯିବ।
ଅନୁଯାୟୀ ଭରତ ରଥ ସାମ୍ନାରେ ଲାଗୁଥିବା ଦୁଇଟି ଘୋଡା ନିର୍ମାଣ କରି ରଙ୍ଗ ଲଗାଇ ଘୋଡା ଦୁଇଟିକୁ ସଜାଇ କୋଲକାତାକୁ ନେଇ ରଥରେ ଲଗାଇବା ତାଙ୍କର ଦାୟିତ୍ୱ ବୋଲି ସେ ପ୍ରକାଶ କରିଥିଲେ ା ତେବେ ସେଠାରେ ଯେଉଁ ରଥ ନିର୍ମାଣ କରାଯାଇ ରଥଯାତ୍ରାରେ ବିଗ୍ରହଙ୍କୁ ବସାଇ ଟଣାଯାଉଛି ତାହା ୩ରୁ ୪ବର୍ଷ ପୂର୍ବେ ଦୋଳପୁର ଗ୍ରାମର ଭରତ ଓ ତାଙ୍କ ପୁଅ ସୁବାସ ଚନ୍ଦ୍ର ବିନ୍ଧାଣିଙ୍କ ସମେତ ଆଉ ୨ଜଣ ବଢେଇ ସେତେବେଳେ ନିଜ ଗ୍ରାମରେ ରଥ ନିର୍ମାଣ କରି ସେଠାକୁ ପଠାଇଥିଲେ। କରୁଣା ଦୁଇବର୍ଷ ପରେ ଏବେ ତାଙ୍କୁ ରଥ ଆଗରେ ଦୁଇଟି ଘୋଡା ନିର୍ମାଣ କରି ଲଗାଇବା ପାଇଁ ଭରତଙ୍କୁ ସେଠାକାର ମନ୍ଦିର ଓ ରଥ କମିଟି ବରାଦ କରିଥିବାରୁ ସେ ଦୀର୍ଘ ୧୫ଦିନ ଧରି ନିଜେ ନିମ୍ବ କାଠରେ ଘୋଡା ନିର୍ମାଣ କରିଛନ୍ତି ା ସେହି ଘୋଡାକୁ ସେ ଏଠାରୁ କୋଲକାତାକୁ ନେଇ ସେଠାକାର ରଥରେ ଖଞ୍ଜିବା ସହିତ ରଥରେ କପଡା ଓ ରଙ୍ଗ ଲଗାଇବା ପାଇଁ ତାଙ୍କୁ ବରାଦ ଆସିଛି ା ତେଣୁ କରି ସେ ଆସନ୍ତା ଶନିବାର ରାତିରେ ତିଆରି କରିଥିବା ଘୋଡା ସହିତ କୋଲକାତା ଯିବେ। ଓଡିଶାର କାରିଗରଙ୍କ ଦ୍ୱାରା ନିର୍ମାଣ ଘୋଡା ହିଁ ଜଗନ୍ନାଥଙ୍କ ରଥରେ ଲାଗିପାରିବ ବୋଲି ସେମାନଙ୍କର ବିଶ୍ୱାସ ଥିବାରୁ ସେଥିପାଇଁ ସେମାନେ ଓଡିଆ କାରିଗରୀଙ୍କଠାରୁ ଘୋଡା ନିର୍ମାଣ ପାଇଁ ବରାଦ ଦେଇଥାନ୍ତି ା ସେଠାରେ ଯେଉଁ ରଥ ଟଣାଯାଉଛି ସେହି ରଥକୁ ଭରତ ୪ ବର୍ଷ ତଳେ ନିର୍ମାଣ କରିଥିଲେ ା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଞ୍ଚଳ ହୋଇଥିବାରୁ ମମତା ଦୋଳପୁର ଗ୍ରାମର ରଥ ନିର୍ମାଣକାରୀ ଭରତଙ୍କୁ ପ୍ରଶଂସା କରିଥିଲେ ବୋଲି ପ୍ରକାଶ କରିଥିଲେ। ସେବେଠାରୁ ପ୍ରତିବର୍ଷ ରଥଯାତ୍ରା ଆସିଲେ ଓଡିଶାର ବାଲେଶ୍ୱର ଜିଲା ବାହାନଗା ବ୍ଲକ ଦୋଳପୁର ଗ୍ରାମର ଭରତ ଓ ତାଙ୍କ ପୁଅକୁ ସେ ଅଞ୍ଚଳବାସୀ ଖୋଜିଥାନ୍ତି ା ରଥରେ ରଙ୍ଗ ମାରିବାଠାରୁ ରଥ ମରାମତି ଓ କପଡା ଫିଟିଂ କରିବା ଆଦିରେ ଭରତ ପ୍ରତିବର୍ଷ ସେଠାକୁ ଯାଇ ସହାୟତା କରିଥାନ୍ତି। ସେଥିପାଇଁ ଭରତଙ୍କୁ ଉପଯୁକ୍ତ ପାରିଶ୍ରମିକ ସେମାନେ ନେଇଥାନ୍ତି। ତେବେ ଭରତ ଠାକୁରଙ୍କ କାମ ନିମନ୍ତେ କେବେ ବି ପାରିଶ୍ରମିକ ବାବଦକୁ କିଛି ଦାବି କରି ନ ଥାଏ। ତେବେ କୋଲକାତାର ରଥ ନିମନ୍ତେ ଓଡିଶାର ପଲ୍ଲୀ ଅଞ୍ଚଳ ଦୋଳପୁର ଗ୍ରାମରୁ ରଥ ଘୋଡା ନିର୍ମାଣ କରାଯାଇ ସେଠାକୁ ଯିବା ଆନନ୍ଦର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri