ଦୁଇ ମହିଳା ମାଓବାଦୀ ନିହତ

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଦାନ୍ତେଓ୍ବାଡା ଜିଲା ଅରନପୁର ଥାନା ଅଞ୍ଚଳରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଦୁଇ ମହିଳା ମାଓବାଦୀ ନିହତ ହୋଇଛନ୍ତି।

ସୂଚନାନୁଯାୟୀ, ଦର୍ଭା ଡିଭିଜନର ମାଓବାଦୀମାନେ ଜଙ୍ଗଲରେ ଉପସ୍ଥିତ ଥିବା ସୂଚନା ପାଇ ପୋଲିସ ଦଳ ନହାଡି ଜଙ୍ଗଲରେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ତେବେ ପୋଲିସ ଆସିବା ଜାଣି ମାଓବାଦୀମାନେ ଗୁଳି ବିନିମୟ କରିଥିଲେ। ପାଲଟା ଜବାବରେ ପୋଲିସ ମଧ୍ୟ ଗୁଳି ଚାଳନା କରିଥିଲା। ପ୍ରାୟ ଏକ ଘଣ୍ଟା ଗୁଳି ବିନିମୟ ପରେ ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ପରେ ପୋଲିସ ସର୍ଚ୍ଚ ଅପରେଶନ ସମୟରେ ଦୁଇଜଣ ମହିଳା ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ବିପୁଳ ପରିମାଣରେ ମାଓବାଦୀ ସାମଗ୍ରୀ ମଧ୍ୟ ଜବତ କରିଛି। ଜବତ ହୋଇଥିବା ସାମଗ୍ରଗୁଡିକ ମଧ୍ୟରୁ ଗୋଟିଏ ଇନସାସ୍‌ ରାଇଫଲ, ଗୋଟିଏ ୧୨ ବୋର ରାଇଫଲ, ବାକିଟାକି, ମାଓବାଦୀ କପଡ଼ା, ତାର, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ମାଓବାଦୀ ପୁସ୍ତିକା, ଔଷଧ, ଦୁଇଟି ଟିଫିନ ବାକ୍ସ, କିଟ୍‌ ବ୍ୟାଗ୍‌ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ମୃତ୍ୟୁବରଣ କରିଥିବା ଦୁଇ ମହିଳା ମାଓବାଦୀଙ୍କ ମଧ୍ୟରୁ ଜଣେ ମଲାଙ୍ଗର ଏରିୟା କମିଟି ସଦସ୍ୟା ତଥା ଏରିୟା ମିଲିସିଆ କମାଣ୍ଡର ଇନ୍ଚିଫ୍‌ କୁମାରୀ ଲଖେ । ସେ ଦାନ୍ତେଓ୍ବାଡା ଜିଲା କିରଣ୍ଡୋଲ ଥାନା ଅନ୍ତର୍ଗତ ଚେନାଲ ପଟେଲପାରା ଗ୍ରାମର ହୋଇଥିବା ବେଳେ ଅନ୍ୟ ଜଣେ ପ୍ଲାଟୁନ୍‌ ୨୪ ସଦସ୍ୟା ଡିଭିସିଏମ୍‌ ବିମଳାଙ୍କ ସୁରକ୍ଷାକର୍ମୀ ମଙ୍ଗଳୀ ପଡ଼ାମୀ ଏବଂ ସେ ବିଜାପୁର ଜିଲା ବାସାଗୁଡ଼ା ଥାନା ଅନ୍ତର୍ଗତ ପୈହାଗେଲୁର ଗ୍ରାମ ନିବାସୀ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଆନନ୍ଦପୁର ସମବାୟ ସମିତିର ନିଲମ୍ବିତ ସମ୍ପାଦକ: ୨୧ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତର ଆନନ୍ଦପୁର ସେବା ସମବାୟ ସମିତିରେ ହୋଇଥିବା ବ୍ୟାପକ ଦୁର୍ନୀତି ଏବଂ ଅର୍ଥ ହେରଫେର…

ବାଙ୍କୀରେ ୧୬୩ ଧାରା ଉଲ୍ଲଂଘନ: ଭାଜପା-ବିଜେଡି ମୁହାଁମୁହିଁ, ୭ ଦିନିଆ ଚେତାବନୀ: ପ୍ରଶାସନିକ କାର୍ଯ୍ୟାନୁଷ୍ଠାନକୁ ନେଇ

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ଏବଂ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବିଏନ୍‌ଏସ୍‌ର ୧୬୩ ଧାରା ଜାରି ହୋଇଥିବା ସତ୍ତ୍ବେ ଦୁଇ ପ୍ରମୁଖ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ତିନିଦିନିଆ ଲକ୍ଷପତି ଦିଦି କର୍ମଶାଳା-ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଗଞ୍ଜାମ, ୧୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପରିସରରେ ସମନ୍ୱିତ ଶିଶୁ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ତିନିଦିନିଆ ଲକ୍ଷପତି ଦିଦି କର୍ମଶାଳା ଏବଂ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ମଙ୍ଗଳବାର…

ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଘଟିଥିଲା ସବର୍ଣ୍ଣ-ଅସବର୍ଣ୍ଣ ସଂଘର୍ଷ: ବର୍ଷେ ପରେ ୩ ଅଭିଯୁକ୍ତ ଗଲେ ଜେଲ 

ଦିଗପହଣ୍ଡି, ୧୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଗତ ବର୍ଷ ଘଟିଥିବା ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ସଂଘର୍ଷ ଏବଂ ହତ୍ୟା ଉଦ୍ୟମ ମାମଲାରେ…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

ଭିଟାମାଟିରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ରେଡକ୍ରସରୁ ସହାୟତା, ଗୃହହୀନ ପରିବାରକୁ ଥଇଥାନ ଦାବି

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର): ତାମିଲନାଡ଼ୁରେ ଟ୍ରେନରୁ ଖସି ମୃତ୍ୟୁବରଣ କରିଥିବା ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ଦାଦନ ଶ୍ରମିକ ଟୁନା ବେହେରାଙ୍କ ମୃତଦେହ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri