ମାଡ଼ ମାରିଥିବା ଶିକ୍ଷୟିତ୍ରୀ ସମେତ ୨ ନିଲମ୍ବିତ

କାଲିମେଳା,୨ା୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଟିଗଲ ପଞ୍ଚାୟତର ଏମ୍‌ପିଭି-୬୫ ଅପ୍‌ଗ୍ରେଡ୍‌ ହାଇସ୍କୁଲରେ ଦୁଇ ଶିକ୍ଷାଧିକାରୀଙ୍କ ସମ୍ମୁଖରେ ଜଣେ ଶିକ୍ଷକଙ୍କୁ ସେହି ସ୍କୁଲର ଶିକ୍ଷୟିତ୍ରୀ ମାଡ଼ ମାରିବା ଘଟଣାରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମାଡ଼ ମାରିଥିବା ସହକାରୀ ଶିକ୍ଷୟିତ୍ରୀ ଇଲା ସେନ୍‌ ଏବଂ ମାଡ଼ ମାରିବା ସମୟର ଭିଡିଓ ଭାଇରାଲ କରିଥିବା ଶିକ୍ଷକ ଅନିଲ ବିଶ୍ୱାସଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ସେହିପରି ସ୍କୁଲର ପ୍ରଧାନ ଶିକ୍ଷକ ଶ୍ୟାମଲକାନ୍ତି ଦାସ ଏବଂ ଅନ୍ୟ ଦୁଇ ଶିକ୍ଷକ ସାମ୍ରାଟ କେଶରୀ ବେହେରା ଓ ରତନ ଦାସଙ୍କୁ ଅନ୍ୟ ବିଦ୍ୟାଳୟକୁ ବଦଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ସ୍କୁଲର ୨ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କ ମଧ୍ୟରେ ବିବାଦ ରହିଥିଲା। ଶିକ୍ଷୟିତ୍ରୀ ଜଣକ କିଛିଦିନ ତଳେ ଦୁଇ ଶିକ୍ଷକଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ। ଗ୍ରାମବାସୀଙ୍କ ଦ୍ୱାରା ସମସ୍ୟାର ସମାଧାନ କରାଯାଇଥିଲା। ଏ ନେଇ ଶିକ୍ଷୟିତ୍ରୀ ଜଣକ କାଲିମେଳା ବିଇଓଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ। ଗତ ମଙ୍ଗଳବାର କାଲିମେଳା ଏବିଇଓ ଚିନ୍ତାହରଣ ମଧୁ ଓ ଅସିତ ମିସ୍ତ୍ରି ତଦନ୍ତ କରିବାକୁ ସ୍କୁଲକୁ ଯାଇଥିଲେ। ଏହି ସମୟରେ ସିଆର୍‌ସିସି ସୁଭାଷ ମଣ୍ଡଳ, ଏସ୍‌ଏମ୍‌ସି ସଭାପତି ସୁମନ୍ତ ରାୟଙ୍କ ଉପସ୍ଥିତିରେ ବୈଠକ ଚାଲିଥିବାବେଳେ ଶିକ୍ଷୟିତ୍ରୀ ଇଲା ସେନ୍‌ ଉତ୍ତ୍ୟକ୍ତ ହୋଇ ଅଧିକାରୀମାନଙ୍କ ସମ୍ମୁଖରେ ଶିକ୍ଷକଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ମାଡ଼ ଖାଇଥିବା ଶିକ୍ଷକ ସମ୍ରାଟ କେଶରୀ ବେହେରା ଶିକ୍ଷୟିତ୍ରୀଙ୍କ ବିରୋଧରେ ବିଇଓଙ୍କ ନିକଟରେ ଅଭିଯୋଗ କରିଥିଲେ।
ଏହି ଘଟଣା ମାଲକାନଗିରି ଜିଲା ସମେତ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହେବାପରେ ଜିଲାପାଳଙ୍କ ନିର୍ଦ୍ଦେଶରେ ଡିଇଓ ମାନସ ରଞ୍ଜନ ଜେନା ଗୁରୁବାର ଏମ୍‌ପିଭି- ୬୫ ହାଇସ୍କୁଲ ଗସ୍ତକରି ଘଟଣାର ତଦନ୍ତ କରିଥିଲେ। ପରେ ଡିଇଓଙ୍କ ନିର୍ଦ୍ଦେଶରେ କାଲିମେଳା ବିଇଓ ରମେଶ ବାରୋଇ ୨ ଶିକ୍ଷୟିତ୍ରୀ ଏବଂ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି। ସ୍କୁଲରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଥିବା ଅନ୍ୟ ୩ ଶିକ୍ଷକଙ୍କୁ ମଧ୍ୟ ବଦଳି କରାଯିବା ପାଇଁ ପଦକ୍ଷେପ ନିଆଯାଉଥିବା ବିଇଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିଠିର ଉତ୍ତର, ଡ୍ରେନ୍‌ ବ୍ଲୁ ପ୍ରିଣ୍ଟ ଦେଉନି ଏନ୍‌ଏଚ୍‌ଏଆଇ

ଅନୁଗୋଳ ଅଫିସ, ୨୯।୭ ଅନୁଗୋଳ ଜିଲା ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥର ବଅଁରପାଳରୁ ରନ୍ତଲେଇ ପର୍ଯ୍ୟନ୍ତ ରାସ୍ତା ନିର୍ମାଣରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ...

ରାଇସ୍‌ ମିଲ୍‌ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ

ଧରାକୋଟ,୧୦ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ରାଇସ୍‌ମିଲ୍‌ ମାଲିକ ସଂଘ ପକ୍ଷରୁ କରୋନା ମହାମାରୀ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ ଲକ୍ଷ ଟଙ୍କା...

କଣ୍ଟିଲୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର: ୧୦୨ ଆମ୍ବୁଲାନ୍ସ ବନ୍ଦ ପରେ ପ୍ରସୂତି ସେବା ବାଧାପ୍ରାପ୍ତ

ଖଣ୍ଡପଡ଼ା,୩ା୭(ସ୍ବ.ପ୍ର)-ଗତ ମେ ୩୧ ତାରିଖଠାରୁ ଖଣ୍ଡପଡା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ତଥା ପ୍ରସୂତି ସେଣ୍ଟରରେ ୧୦୨ ଆମ୍ବୁଲାନ୍ସ ସେବା ବନ୍ଦ ହୋଇଯିବା ପରେ...

କଳିଙ୍ଗନଗର ଶିଳ୍ପାଞ୍ଚଳ: ୨୫ ହଜାର ଲୋକ ନିଯୁକ୍ତି ହରାଇଛନ୍ତି

ଯାଜପୁର ଅଫିସ,୧୫।୬: ଗତ ୫ ବର୍ଷ ମଧ୍ୟରେ କଳିଙ୍ଗନଗର ଶିଳ୍ପ କାରଖାନାରେ କାର୍ଯ୍ୟରତ ପ୍ରାୟ ୨୦ ହଜାର ଠିକା ଶ୍ରମିକ ଏବଂ ୫ ହଜାରରୁ ଊର୍ଦ୍ଧ୍ୱ...

ଯାତ୍ରୀବାହୀ ବସ୍‌ରେ ନିଆଁ: ଯୁବତୀ ଆହତ

ତିହିଡ଼ି,୭।୩(ଡି.ଏନ୍‌.ଏ.): ଭଦ୍ରକ-ଚାନ୍ଦବାଲି ରାସ୍ତାର ନନ୍ଦପୁର ବଜାରରେ ଏକ ଯାତ୍ରୀବାହୀ ବସ୍‌ରେ ଶନିବାର ନିଆଁ ଲାଗିଛି। ବ୍ୟାଟେରି ଜଳିଯିବାରୁ ଜଣେ ଯୁବତୀ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ...

ଅବସରପ୍ରାପ୍ତ ଫରେଷ୍ଟରଙ୍କୁ ୨ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୨୭ା୧୨: ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଗୋପୀନାଥପୁର ଗ୍ରାମର ଅଶୋକ କୁମାର ହୋତା ଭଞ୍ଜନଗର ସମ୍ମନ୍ବିତ ଜଳ ବିଭାଜିକା ପ୍ରକଳ୍ପ କର୍ମଚାରୀ ତଥା...

ଲକ୍‌ଡାଉନ୍‌ରେ ସହାୟତାର ହାତ ବଢ଼ାଉଛି ଡାକ ବିଭାଗ: ଲୋକଙ୍କ ପାଖରେ ପହଞ୍ଚି ସେବା ପ୍ରଦାନ କରୁଛନ୍ତି କର୍ମଚାରୀ, ନିସହାୟଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ

କଟକ ଅଫିସ,୨।୪: କରୋନା ମୁକାବିଲା ପାଇଁ ସାରା ରାଜ୍ୟରେ ଲକ୍‌ଡାଉନ ସ୍ଥିତି ଜାରି ରହିଛି। ଏହି ସମୟରେ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି। ହେଲେ...

ଚିକିତ୍ସା ଅବହେଳାରୁ ନର୍ସିଂହୋମରେ ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ

ନୟାଗଡ଼ ଅଫିସ,୧୦ା୮: ନୟାଗଡ଼ ଜିଲା ସଦର ମହକୁମାରେ ଥିବା ବିଭିନ୍ନ ନର୍ସିଂହୋମ୍‌ରେ ମାଲିକମାନଙ୍କ ରାଜୁତି ଦେଖିବାକୁ ମିଳୁଛି। ଦୁଇଦିନରେ ଦୁଇଟି ନର୍ସିଂହୋମରେ ଏଭଳି କିଛି ଘଟଣା...

Advertisement
Archives

Model This Week