Posted inଜାତୀୟ

କେନ୍ଦ୍ରରୁ ୟୁପିକୁ ଫେରିବେ ୨ ସଚିବ

ନୂଆଦିଲ୍ଲୀ,୭ା୨: କେନ୍ଦ୍ର କୃଷି ସଚିବ ସଞ୍ଜୟ ଅଗ୍ରଓ୍ବାଲ ଓ ଶକ୍ତି ସଚିବ ଆଲୋକ କୁମାରଙ୍କୁ ଖୁବ୍‌ଶୀଘ୍ର ସେମାନଙ୍କ କ୍ୟାଡର ରାଜ୍ୟ ଉତ୍ତର ପ୍ରଦେଶକୁ ଫେରାଇ ନିଆଯାଇପାରେ। ଏହି ଦୁଇ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ ୨,୨୬୮ କୋଟି ଟଙ୍କାର ଭବିଷ୍ୟନିଧି ପାଣ୍ଠି (ପିଏଫ୍‌) ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି। ୟୁପି ବିଧାନସଭା ନିର୍ବାଚନକୁ ମାତ୍ର ୪ ଦିନ ବାକିଥିବାବେଳେ ଏହି ଦୁର୍ନୀତିର ତଦନ୍ତ ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସରକାରଙ୍କୁ ଅନୁମତି ମାଗିଛି। ଦୁଇ ସିନିୟର ଅଫିସରଙ୍କ ବିରୋଧରେ ତଦନ୍ତ କରାଗଲେ ରାଜ୍ୟର ଯୋଗୀ ଓ କେନ୍ଦ୍ରର ମୋଦି ସରକାରଙ୍କୁ ଲଜ୍ଜିତ ହେବାକୁ ପଡ଼ିବ। ତେଣୁ କେନ୍ଦ୍ର ସରକାର ସଞ୍ଜୟ(୧୯୮୪ ବ୍ୟାଚ୍‌) ଏବଂ ଆଲୋକ (୧୯୮୮ ବ୍ୟାଚ୍‌)ଙ୍କୁ କୌଣସି ମୁହୂର୍ତ୍ତରେ ୟୁପିକୁ ପ୍ରତ୍ୟର୍ପଣ କରିପାରନ୍ତି ବୋଲି କେତେକ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। କେନ୍ଦ୍ର ସରକାର ଆଇଏଏସ୍‌ କ୍ୟାଡର ରୁଲ୍ସ, ୧୯୫୪ରେ ସଂଶୋଧନ ଆଣି ରାଜ୍ୟଗୁଡ଼ିକର ବିନା ଅନୁମତିରେ ଅମଲାତନ୍ତ୍ରୀମାନଙ୍କୁ କେନ୍ଦ୍ରୀୟ ଡେପୁଟେଶନକୁ ନେବା ପାଇଁ ମସୁଧା ଚଳାଉଥିବାବେଳେ ଦୁର୍ନୀତି ଅଭିଯୁକ୍ତ ବିଭିନ୍ନ ମନ୍ତ୍ରଣାଳୟର ସଚିବମାନଙ୍କୁ କ୍ୟାଡର ରାଜ୍ୟକୁ ଫେରାଇବା ଉଦ୍ୟମ ସମସ୍ତଙ୍କୁ ଚକିତ କରିଛି।
ପ୍ରକାଶିତ ରିପୋର୍ଟ ଅନୁସାରେ ଉତ୍ତର ପ୍ରଦେଶ ପାଓ୍ବାର କର୍ପୋରେଶନ ଲିମିଟେଡ୍‌ (ୟୁପିପିସିଏଲ୍‌)ର ଭବିଷ୍ୟନିଧି ପାଣ୍ଠିକୁ ଘରୋଇ କମ୍ପାନୀ ଦଓ୍ବୋନ ହାଉସିଂ ଫାଇନାନ୍ସ ଲିମିଟେଡ୍‌ (ଡିଏଚ୍‌ଏଫ୍‌ଏଲ୍‌)ରେ ଦୁଇ ବରିଷ୍ଠ ଅଧିକାରୀ ଆଲୋକ ଓ ସଞ୍ଜୟ ନିବେଶ କରିଥିଲେ। ପରେ ଡିଏଚ୍‌ଏଫ୍‌ଏଲ୍‌ କେତେକ ଜାଲ୍‌ କମ୍ପାନୀ ଜରିଆରେ ୩୧,୦୦୦ କୋଟି ଟଙ୍କା ବ୍ୟାଙ୍କ ଋଣ ଉଠାଇ ଚଳୁ କରିଦେଇଥିଲା। ଡିଏଚ୍‌ଏଫ୍‌ଏଲ୍‌ କମ୍ପାନୀର ସ୍ପିମ୍‌ରେ ୟୁପିପିସିଏଲ୍‌ର ୪,୧୨୨ କୋଟି ଟଙ୍କା ଶର୍ଟ-ଟର୍ମ ଫିକ୍ସଡ୍‌ ଡିପୋଜିଟ୍‌ କରାଯାଇଥିଲା। ଡିଏଚ୍‌ଏଫ୍‌ଏଲ୍‌ ସେଥିରୁ ୧,୮୫୪ କୋଟି ଟଙ୍କା ଏଫ୍‌ଡି ମାଚୁରିଟି ସମୟରେ ଫେରାଇଥିବାବେଳେ ୨,୨୬୮ କୋଟି ଟଙ୍କା ଦେଇନାହିଁ। ସଞ୍ଜୟ ଅଗ୍ରଓ୍ବାଲ ୨୦୧୩ରୁ ୨୦୧୭ ମଧ୍ୟଭାଗ ପର୍ଯ୍ୟନ୍ତ ୟୁପିପିସିଏଲ୍‌ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ସେହି ସମୟରେ ସେ ୟୁପିପିସିଏଲ୍‌ କର୍ମଚାରୀମାନଙ୍କ ଭବିଷ୍ୟନିଧି ପାଣ୍ଠି ଅର୍ଥକୁ ଡିଏଚ୍‌ଏଫ୍‌ଏଲ୍‌ରେ ନିବେଶ କରିଥିଲେ। ଡିଏଚ୍‌ଏଫ୍‌ଏଲ୍‌ କମ୍ପାନୀରେ ନିବେଶ ହେଉଛି ସରକାରୀ ଗାଇଡ୍‌ଲାଇନ୍‌ର ଉଲ୍ଲଂଘନ। କାରଣ ପିଏଫ୍‌ ଟଙ୍କାକୁ ସିଡ୍ୟୁଲ୍‌ ବ୍ୟାଙ୍କ ଭାବେ ମାନ୍ୟତା ପାଇ ନ ଥିବା କୌଣସି ଅର୍ଥ ଲଗାଣକାରୀ ସଂସ୍ଥାରେ ନିବେଶ କରାଯାଇପାରିବ ନାହିଁ ବୋଲି ନିୟମ ରହିଛି। ସଞ୍ଜୟ ଅଗ୍ରଓ୍ବାଲ କେନ୍ଦ୍ରୀୟ ଡେପୁଟେଶନରେ ଯିବା ପରେ ଆଲୋକ କୁମାରଙ୍କୁ ୟୁପିପିସିଏଲ୍‌ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ଆଲୋକ ମଧ୍ୟ ସଞ୍ଜୟଙ୍କୁ ଅନୁସରଣ କରି ୟୁପିପିସିଏଲ୍‌ ଭବିଷ୍ୟନିଧି ପାଣ୍ଠିକୁ ଡିଏଚ୍‌ଏଫ୍‌ଏଲ୍‌ କମ୍ପାନୀର ସ୍କିମ୍‌ଗୁଡ଼ିକରେ ନିବେଶ କରିବାରେ ଲାଗିଥିଲେ। ଦୁଇବର୍ଷ ପରେ ସେ କେନ୍ଦ୍ରୀୟ ଡେପୁଟେଶନରେ ଯାଇଥିବାବେଳେ ଅଦ୍ୟାବଧି ଶକ୍ତି ସଚିବ ଭାବେ କାର୍ଯ୍ୟରତ। ଦୁଇ ବରିଷ୍ଠ ଅଧିକାରୀଙ୍କ ବେଆଇନ ଅର୍ଥ ନିବେଶ ମାମଲାରେ ସିବିଆଇ ପକ୍ଷରୁ ତଦନ୍ତ ନିମନ୍ତେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଅନୁମତି ମଗାଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?