Posted inଜାତୀୟ

କେନ୍ଦ୍ରରୁ ୟୁପିକୁ ଫେରିବେ ୨ ସଚିବ

ନୂଆଦିଲ୍ଲୀ,୭ା୨: କେନ୍ଦ୍ର କୃଷି ସଚିବ ସଞ୍ଜୟ ଅଗ୍ରଓ୍ବାଲ ଓ ଶକ୍ତି ସଚିବ ଆଲୋକ କୁମାରଙ୍କୁ ଖୁବ୍‌ଶୀଘ୍ର ସେମାନଙ୍କ କ୍ୟାଡର ରାଜ୍ୟ ଉତ୍ତର ପ୍ରଦେଶକୁ ଫେରାଇ ନିଆଯାଇପାରେ। ଏହି ଦୁଇ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ ୨,୨୬୮ କୋଟି ଟଙ୍କାର ଭବିଷ୍ୟନିଧି ପାଣ୍ଠି (ପିଏଫ୍‌) ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି। ୟୁପି ବିଧାନସଭା ନିର୍ବାଚନକୁ ମାତ୍ର ୪ ଦିନ ବାକିଥିବାବେଳେ ଏହି ଦୁର୍ନୀତିର ତଦନ୍ତ ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସରକାରଙ୍କୁ ଅନୁମତି ମାଗିଛି। ଦୁଇ ସିନିୟର ଅଫିସରଙ୍କ ବିରୋଧରେ ତଦନ୍ତ କରାଗଲେ ରାଜ୍ୟର ଯୋଗୀ ଓ କେନ୍ଦ୍ରର ମୋଦି ସରକାରଙ୍କୁ ଲଜ୍ଜିତ ହେବାକୁ ପଡ଼ିବ। ତେଣୁ କେନ୍ଦ୍ର ସରକାର ସଞ୍ଜୟ(୧୯୮୪ ବ୍ୟାଚ୍‌) ଏବଂ ଆଲୋକ (୧୯୮୮ ବ୍ୟାଚ୍‌)ଙ୍କୁ କୌଣସି ମୁହୂର୍ତ୍ତରେ ୟୁପିକୁ ପ୍ରତ୍ୟର୍ପଣ କରିପାରନ୍ତି ବୋଲି କେତେକ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। କେନ୍ଦ୍ର ସରକାର ଆଇଏଏସ୍‌ କ୍ୟାଡର ରୁଲ୍ସ, ୧୯୫୪ରେ ସଂଶୋଧନ ଆଣି ରାଜ୍ୟଗୁଡ଼ିକର ବିନା ଅନୁମତିରେ ଅମଲାତନ୍ତ୍ରୀମାନଙ୍କୁ କେନ୍ଦ୍ରୀୟ ଡେପୁଟେଶନକୁ ନେବା ପାଇଁ ମସୁଧା ଚଳାଉଥିବାବେଳେ ଦୁର୍ନୀତି ଅଭିଯୁକ୍ତ ବିଭିନ୍ନ ମନ୍ତ୍ରଣାଳୟର ସଚିବମାନଙ୍କୁ କ୍ୟାଡର ରାଜ୍ୟକୁ ଫେରାଇବା ଉଦ୍ୟମ ସମସ୍ତଙ୍କୁ ଚକିତ କରିଛି।
ପ୍ରକାଶିତ ରିପୋର୍ଟ ଅନୁସାରେ ଉତ୍ତର ପ୍ରଦେଶ ପାଓ୍ବାର କର୍ପୋରେଶନ ଲିମିଟେଡ୍‌ (ୟୁପିପିସିଏଲ୍‌)ର ଭବିଷ୍ୟନିଧି ପାଣ୍ଠିକୁ ଘରୋଇ କମ୍ପାନୀ ଦଓ୍ବୋନ ହାଉସିଂ ଫାଇନାନ୍ସ ଲିମିଟେଡ୍‌ (ଡିଏଚ୍‌ଏଫ୍‌ଏଲ୍‌)ରେ ଦୁଇ ବରିଷ୍ଠ ଅଧିକାରୀ ଆଲୋକ ଓ ସଞ୍ଜୟ ନିବେଶ କରିଥିଲେ। ପରେ ଡିଏଚ୍‌ଏଫ୍‌ଏଲ୍‌ କେତେକ ଜାଲ୍‌ କମ୍ପାନୀ ଜରିଆରେ ୩୧,୦୦୦ କୋଟି ଟଙ୍କା ବ୍ୟାଙ୍କ ଋଣ ଉଠାଇ ଚଳୁ କରିଦେଇଥିଲା। ଡିଏଚ୍‌ଏଫ୍‌ଏଲ୍‌ କମ୍ପାନୀର ସ୍ପିମ୍‌ରେ ୟୁପିପିସିଏଲ୍‌ର ୪,୧୨୨ କୋଟି ଟଙ୍କା ଶର୍ଟ-ଟର୍ମ ଫିକ୍ସଡ୍‌ ଡିପୋଜିଟ୍‌ କରାଯାଇଥିଲା। ଡିଏଚ୍‌ଏଫ୍‌ଏଲ୍‌ ସେଥିରୁ ୧,୮୫୪ କୋଟି ଟଙ୍କା ଏଫ୍‌ଡି ମାଚୁରିଟି ସମୟରେ ଫେରାଇଥିବାବେଳେ ୨,୨୬୮ କୋଟି ଟଙ୍କା ଦେଇନାହିଁ। ସଞ୍ଜୟ ଅଗ୍ରଓ୍ବାଲ ୨୦୧୩ରୁ ୨୦୧୭ ମଧ୍ୟଭାଗ ପର୍ଯ୍ୟନ୍ତ ୟୁପିପିସିଏଲ୍‌ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ସେହି ସମୟରେ ସେ ୟୁପିପିସିଏଲ୍‌ କର୍ମଚାରୀମାନଙ୍କ ଭବିଷ୍ୟନିଧି ପାଣ୍ଠି ଅର୍ଥକୁ ଡିଏଚ୍‌ଏଫ୍‌ଏଲ୍‌ରେ ନିବେଶ କରିଥିଲେ। ଡିଏଚ୍‌ଏଫ୍‌ଏଲ୍‌ କମ୍ପାନୀରେ ନିବେଶ ହେଉଛି ସରକାରୀ ଗାଇଡ୍‌ଲାଇନ୍‌ର ଉଲ୍ଲଂଘନ। କାରଣ ପିଏଫ୍‌ ଟଙ୍କାକୁ ସିଡ୍ୟୁଲ୍‌ ବ୍ୟାଙ୍କ ଭାବେ ମାନ୍ୟତା ପାଇ ନ ଥିବା କୌଣସି ଅର୍ଥ ଲଗାଣକାରୀ ସଂସ୍ଥାରେ ନିବେଶ କରାଯାଇପାରିବ ନାହିଁ ବୋଲି ନିୟମ ରହିଛି। ସଞ୍ଜୟ ଅଗ୍ରଓ୍ବାଲ କେନ୍ଦ୍ରୀୟ ଡେପୁଟେଶନରେ ଯିବା ପରେ ଆଲୋକ କୁମାରଙ୍କୁ ୟୁପିପିସିଏଲ୍‌ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ଆଲୋକ ମଧ୍ୟ ସଞ୍ଜୟଙ୍କୁ ଅନୁସରଣ କରି ୟୁପିପିସିଏଲ୍‌ ଭବିଷ୍ୟନିଧି ପାଣ୍ଠିକୁ ଡିଏଚ୍‌ଏଫ୍‌ଏଲ୍‌ କମ୍ପାନୀର ସ୍କିମ୍‌ଗୁଡ଼ିକରେ ନିବେଶ କରିବାରେ ଲାଗିଥିଲେ। ଦୁଇବର୍ଷ ପରେ ସେ କେନ୍ଦ୍ରୀୟ ଡେପୁଟେଶନରେ ଯାଇଥିବାବେଳେ ଅଦ୍ୟାବଧି ଶକ୍ତି ସଚିବ ଭାବେ କାର୍ଯ୍ୟରତ। ଦୁଇ ବରିଷ୍ଠ ଅଧିକାରୀଙ୍କ ବେଆଇନ ଅର୍ଥ ନିବେଶ ମାମଲାରେ ସିବିଆଇ ପକ୍ଷରୁ ତଦନ୍ତ ନିମନ୍ତେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଅନୁମତି ମଗାଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri