ପଥରରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି

ଖୋର୍ଦ୍ଧା ଅଫିସ,୨୭ା୧୦:  ଭକ୍ତର ଆରାଧନାରେ ଖୁସି ହୋଇ ଭଗବାନ ବିଭିନ୍ନ ରୂପରେ ପ୍ରକଟ ହୋଇଥାନ୍ତି। ଏଭଳି ଏକ ଅଲୌକିକ ଘଟଣା ବୋଲଗଡ଼ ବ୍ଲକର ବାଙ୍କେଇ ନିକଟ ହାଟବସ୍ତ ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମର ଶ୍ରୀସ୍ବପ୍ନେଶ୍ୱର ମନ୍ଦିର ପରିସର ଚଉଁରା ମୂଳେ ଏକ ପଥର ଖଣ୍ଡରେ ଶ୍ରୀରାଧାକୃଷ୍ଣଙ୍କ ଯୁଗଳ ଚିତ୍ର ଦେଖାଯିବା ସହ ଏହା ଦିନକୁ ଦିନ ବଢିବାରେ ଲାଗିଛି ବୋଲି ହାଟବସ୍ତ ଗ୍ରାମରେ ଶୁଣିବାକୁ ମିଳୁଛି। ଏଠାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଲୋକଙ୍କ ସମାଗମ ହେଉଛି। ଶ୍ରଦ୍ଧାଳୁମାନେ ଧୂପ, ଦୀପ ପ୍ରଜ୍ଜଳନ ପୂର୍ବକ ଭକ୍ତି ନୈବେଦ୍ୟ ଅର୍ପଣ କରି ପୂଜାର୍ଚ୍ଚନା ଜାରି ରଖିଛନ୍ତି।

ଧର୍ମ ମାସ କାର୍ତ୍ତିକ ଚାଲିଛି। ବ୍ରତଧାରୀମାନେ ବଡ଼ିଭୋରରୁ ଉଠି ସ୍ନାନ ସାରି ଚଉଁରା ମୂଳେ ଚିତା ପକାଇ ରାଇଦାମୋଦର ପୂଜା କରୁଛନ୍ତି। ହାଟବସ୍ତ ଗ୍ରାମର ମହିଳା ମାନେ ମଧ୍ୟ ପ୍ରତିଦିନ ଭୋରରୁ ମନ୍ଦିର ପରିସର ଚଉଁରା ମୂଳେ ରାଇଦାମୋଦର ପୂଜା କରୁଛନ୍ତି। ଗ୍ରାମର କେତକୀ ଖଟେଇ ଓ ସଞ୍ଜୁରାଣୀ ପରିଡ଼ା ପ୍ରତିଦିନ ଭୋରରୁ ସ୍ନାନ ସାରି ଚଉଁରା ମୂଳେ ରାଇଦାମୋଦରଙ୍କ ପୂଜା ପାଇଁ ପହଞ୍ଚିଥାନ୍ତି। ନିକଟସ୍ଥ ପଥରରେ ଫୁଲ ଚଢ଼ାଇଥାନ୍ତି। ସପ୍ତାହକ ତଳେ ଏହି ପଥରରେ ରାଧାକୃଷ୍ଣଙ୍କ ଛବି ଦେଖିବାକୁ ପାଇଲେ। ଏ କଥା ଦୁହେଁ ଅନ୍ୟମାନଙ୍କୁ ଜଣାଇଲେ ମଧ୍ୟ କେହି ବିଶ୍ୱାସ କଲେ ନାହିଁ। ତେବେ ପରବର୍ତ୍ତୀ ସମୟରେ ଦୁହେଁ ପଥରରେ ରାଧାକୃଷ୍ଣଙ୍କ ମୂର୍ତ୍ତି ଦେଖିବାକୁ ପାଇଲେ। ତାହା ଧିରେ ଧିରେ ବଢିଲା। ଦୁହେଁ ସେଠାରେ ପୂଜାର୍ଚ୍ଚନା କରିଚାଲିଲେ। ଏହା ପ୍ରଚାରିତ ହେବା ପରେ ସେଠାରେ ଭିଡ଼ ଜମିଲା। ଏବେ ପ୍ରତିଦିନ ଲୋକେ ସେଠାକୁ ଆସି ପୂଜାର୍ଚ୍ଚନା କରୁଛନ୍ତି। ଏ ନେଇ କେତକୀ ଓ ସଞ୍ଜୁରାଣୀ କହିଛନ୍ତି, ପ୍ରଥମେ ଯେତେବେଳେ ଆମେ ରାଧାକୃଷ୍ଣଙ୍କ ଛବି ଦେଖିଲୁ, ଭାବ ବିହ୍ବଳ ହୋଇଗଲୁ। ଏକ ଅପୂର୍ବ ଆନନ୍ଦ ଜାତ ହୋଇଥିଲା। ଏକଥା ଅନ୍ୟମାନଙ୍କୁ କହିଲୁ, ମାତ୍ର କେହି ବିଶ୍ୱାସ କଲେ ନାହିଁ। ତଥାପି ଆମ ଦୁଇଜଣଙ୍କ ବିଶ୍ୱାସ ଅତୁଟ ରହିଲା। ପଥରକୁ ପୂଜା କରିବା ପରେ ଏବେ ପ୍ରଭୁଙ୍କ ଯୁଗଳ ମୂର୍ତ୍ତି ଦର୍ଶନ ଆମ ଜୀବନକୁ ଧନ୍ୟ କରିଛି। ସେହିପରି ଗ୍ରାମର ସାମାଜିକ କର୍ମୀ ବଂଶୀଧର ସାହୁ କହିଛନ୍ତି, ଭକ୍ତିରେ ଭଗବାନ ସନ୍ତୁଷ୍ଟ ହୁଅନ୍ତି। ସନାତନ ସଂସ୍କୃତିରେ ଏହାର ଅନେକ ପ୍ରମାଣ ରହିଛି। କେତକୀ ଓ ସଞ୍ଜୁରାଣୀଙ୍କ ଭକ୍ତିର ପ୍ରଭାବ ଏଠାରେ ଦେଖିବାକୁ ମିଳିଛି। ଗାଁ ହାଇସ୍କୁଲର ଶିକ୍ଷୟିତ୍ରୀ ସୌମ୍ୟାଶ୍ରୀ ରାଉତ ଏବଂ ପ୍ରତିମା ନାୟକ କହିଛନ୍ତି, ଏହି ଖବର ଶୁଣିବା ପରେ ଦେଖିବାକୁ ଆସିଥିଲୁ। ପଥର ଦେହରେ ରାଧାକୃଷ୍ଣଙ୍କ ଯୁଗଳ ଚିତ୍ର ଦେଖି ଅତି ଖୁସି ଲାଗୁଛି। ସେହିପରି ଧଳାପଥର ଗ୍ରାମର ବୁଦ୍ଧିଜୀବୀ ବୃନ୍ଦାବନ ସାହୁ କହିଛନ୍ତି, ଭକ୍ତିରେ ଭଗବାନ ସନ୍ତୁଷ୍ଟ ହୁଅନ୍ତି। ଦାସିଆ, ବଳରାମ ଦାସ, ସାଲବେଗଙ୍କ ଭକ୍ତିଭାବ ସମ୍ପର୍କରେ ସମସ୍ତେ ଜାଣିଛନ୍ତି। ଏଣୁ ଏଥିରେ ଅବିଶ୍ୱାସର ପ୍ରଶ୍ନ କେଉଁଠୁ ଉଠୁଛି। ଏହାକୁ ଦାଢ଼୍ୟାକ୍ତ ଭକ୍ତି କୁହାଯାଏ। ଯେଉଁଠି ଭଗବାନଙ୍କ ନିକଟରେ ଭକ୍ତ ସବୁ ସମର୍ପଣ କରିଦିଏ, ସେଠାରେ ଭଗବାନ ଭକ୍ତର ମାନ ରଖିବା ପାଇଁ ଦୃଶ୍ୟମାନ ହୁଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ନଦୀ ଉପରେ ୪ ଫୁଟ ପାଣି: ଭାସିଗଲା କ୍ରେନ୍‌

ପାଟଣା,୨୭।୭(ବୀରକିଶୋର ଦାଶ): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେହାଲ ହୋଇପଡିଛି। ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ନିକଟ ତେଲ ନଦୀ ପୋଲଉପରେ ଶନିବାର...

ଅଧାରେ ଅଟକିଲା କେନାଲ ପାଣି

କାଏମା,୨୭ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶାନ୍ତି ବଜାରଠାରୁ ଡେରାବର ପର୍ଯ୍ୟନ୍ତ ଯାଇଥିବା ସବ୍‌ମାଇନର କେନାଲ ସଫେଇ ହୋଇ ନ ଥିବାରୁ ଅଧାରେ ଅଟକି ରହିଛି...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri