ପଥରରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି

ଖୋର୍ଦ୍ଧା ଅଫିସ,୨୭ା୧୦:  ଭକ୍ତର ଆରାଧନାରେ ଖୁସି ହୋଇ ଭଗବାନ ବିଭିନ୍ନ ରୂପରେ ପ୍ରକଟ ହୋଇଥାନ୍ତି। ଏଭଳି ଏକ ଅଲୌକିକ ଘଟଣା ବୋଲଗଡ଼ ବ୍ଲକର ବାଙ୍କେଇ ନିକଟ ହାଟବସ୍ତ ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମର ଶ୍ରୀସ୍ବପ୍ନେଶ୍ୱର ମନ୍ଦିର ପରିସର ଚଉଁରା ମୂଳେ ଏକ ପଥର ଖଣ୍ଡରେ ଶ୍ରୀରାଧାକୃଷ୍ଣଙ୍କ ଯୁଗଳ ଚିତ୍ର ଦେଖାଯିବା ସହ ଏହା ଦିନକୁ ଦିନ ବଢିବାରେ ଲାଗିଛି ବୋଲି ହାଟବସ୍ତ ଗ୍ରାମରେ ଶୁଣିବାକୁ ମିଳୁଛି। ଏଠାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଲୋକଙ୍କ ସମାଗମ ହେଉଛି। ଶ୍ରଦ୍ଧାଳୁମାନେ ଧୂପ, ଦୀପ ପ୍ରଜ୍ଜଳନ ପୂର୍ବକ ଭକ୍ତି ନୈବେଦ୍ୟ ଅର୍ପଣ କରି ପୂଜାର୍ଚ୍ଚନା ଜାରି ରଖିଛନ୍ତି।

ଧର୍ମ ମାସ କାର୍ତ୍ତିକ ଚାଲିଛି। ବ୍ରତଧାରୀମାନେ ବଡ଼ିଭୋରରୁ ଉଠି ସ୍ନାନ ସାରି ଚଉଁରା ମୂଳେ ଚିତା ପକାଇ ରାଇଦାମୋଦର ପୂଜା କରୁଛନ୍ତି। ହାଟବସ୍ତ ଗ୍ରାମର ମହିଳା ମାନେ ମଧ୍ୟ ପ୍ରତିଦିନ ଭୋରରୁ ମନ୍ଦିର ପରିସର ଚଉଁରା ମୂଳେ ରାଇଦାମୋଦର ପୂଜା କରୁଛନ୍ତି। ଗ୍ରାମର କେତକୀ ଖଟେଇ ଓ ସଞ୍ଜୁରାଣୀ ପରିଡ଼ା ପ୍ରତିଦିନ ଭୋରରୁ ସ୍ନାନ ସାରି ଚଉଁରା ମୂଳେ ରାଇଦାମୋଦରଙ୍କ ପୂଜା ପାଇଁ ପହଞ୍ଚିଥାନ୍ତି। ନିକଟସ୍ଥ ପଥରରେ ଫୁଲ ଚଢ଼ାଇଥାନ୍ତି। ସପ୍ତାହକ ତଳେ ଏହି ପଥରରେ ରାଧାକୃଷ୍ଣଙ୍କ ଛବି ଦେଖିବାକୁ ପାଇଲେ। ଏ କଥା ଦୁହେଁ ଅନ୍ୟମାନଙ୍କୁ ଜଣାଇଲେ ମଧ୍ୟ କେହି ବିଶ୍ୱାସ କଲେ ନାହିଁ। ତେବେ ପରବର୍ତ୍ତୀ ସମୟରେ ଦୁହେଁ ପଥରରେ ରାଧାକୃଷ୍ଣଙ୍କ ମୂର୍ତ୍ତି ଦେଖିବାକୁ ପାଇଲେ। ତାହା ଧିରେ ଧିରେ ବଢିଲା। ଦୁହେଁ ସେଠାରେ ପୂଜାର୍ଚ୍ଚନା କରିଚାଲିଲେ। ଏହା ପ୍ରଚାରିତ ହେବା ପରେ ସେଠାରେ ଭିଡ଼ ଜମିଲା। ଏବେ ପ୍ରତିଦିନ ଲୋକେ ସେଠାକୁ ଆସି ପୂଜାର୍ଚ୍ଚନା କରୁଛନ୍ତି। ଏ ନେଇ କେତକୀ ଓ ସଞ୍ଜୁରାଣୀ କହିଛନ୍ତି, ପ୍ରଥମେ ଯେତେବେଳେ ଆମେ ରାଧାକୃଷ୍ଣଙ୍କ ଛବି ଦେଖିଲୁ, ଭାବ ବିହ୍ବଳ ହୋଇଗଲୁ। ଏକ ଅପୂର୍ବ ଆନନ୍ଦ ଜାତ ହୋଇଥିଲା। ଏକଥା ଅନ୍ୟମାନଙ୍କୁ କହିଲୁ, ମାତ୍ର କେହି ବିଶ୍ୱାସ କଲେ ନାହିଁ। ତଥାପି ଆମ ଦୁଇଜଣଙ୍କ ବିଶ୍ୱାସ ଅତୁଟ ରହିଲା। ପଥରକୁ ପୂଜା କରିବା ପରେ ଏବେ ପ୍ରଭୁଙ୍କ ଯୁଗଳ ମୂର୍ତ୍ତି ଦର୍ଶନ ଆମ ଜୀବନକୁ ଧନ୍ୟ କରିଛି। ସେହିପରି ଗ୍ରାମର ସାମାଜିକ କର୍ମୀ ବଂଶୀଧର ସାହୁ କହିଛନ୍ତି, ଭକ୍ତିରେ ଭଗବାନ ସନ୍ତୁଷ୍ଟ ହୁଅନ୍ତି। ସନାତନ ସଂସ୍କୃତିରେ ଏହାର ଅନେକ ପ୍ରମାଣ ରହିଛି। କେତକୀ ଓ ସଞ୍ଜୁରାଣୀଙ୍କ ଭକ୍ତିର ପ୍ରଭାବ ଏଠାରେ ଦେଖିବାକୁ ମିଳିଛି। ଗାଁ ହାଇସ୍କୁଲର ଶିକ୍ଷୟିତ୍ରୀ ସୌମ୍ୟାଶ୍ରୀ ରାଉତ ଏବଂ ପ୍ରତିମା ନାୟକ କହିଛନ୍ତି, ଏହି ଖବର ଶୁଣିବା ପରେ ଦେଖିବାକୁ ଆସିଥିଲୁ। ପଥର ଦେହରେ ରାଧାକୃଷ୍ଣଙ୍କ ଯୁଗଳ ଚିତ୍ର ଦେଖି ଅତି ଖୁସି ଲାଗୁଛି। ସେହିପରି ଧଳାପଥର ଗ୍ରାମର ବୁଦ୍ଧିଜୀବୀ ବୃନ୍ଦାବନ ସାହୁ କହିଛନ୍ତି, ଭକ୍ତିରେ ଭଗବାନ ସନ୍ତୁଷ୍ଟ ହୁଅନ୍ତି। ଦାସିଆ, ବଳରାମ ଦାସ, ସାଲବେଗଙ୍କ ଭକ୍ତିଭାବ ସମ୍ପର୍କରେ ସମସ୍ତେ ଜାଣିଛନ୍ତି। ଏଣୁ ଏଥିରେ ଅବିଶ୍ୱାସର ପ୍ରଶ୍ନ କେଉଁଠୁ ଉଠୁଛି। ଏହାକୁ ଦାଢ଼୍ୟାକ୍ତ ଭକ୍ତି କୁହାଯାଏ। ଯେଉଁଠି ଭଗବାନଙ୍କ ନିକଟରେ ଭକ୍ତ ସବୁ ସମର୍ପଣ କରିଦିଏ, ସେଠାରେ ଭଗବାନ ଭକ୍ତର ମାନ ରଖିବା ପାଇଁ ଦୃଶ୍ୟମାନ ହୁଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri