Posted inଜାତୀୟ

କୋର୍ଟରେ ଜଜ୍‌ଙ୍କୁ ପିଟିଲେ ପୋଲିସ ଅଧିକାରୀ

ମଧୁବନି(ବିହାର),୧୮।୧୧: କୋର୍ଟ ମଧ୍ୟରେ ଜଜ୍‌ଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇଛନ୍ତି ଦୁଇ ଜଣ ପୋଲିସ କର୍ମୀ। ବିହାରର ମଧୁବନି ଜିଲାରେ ବୁଧବାର ଘଟିଛି ଏହି ଘଟଣା। ଝାଁଝରପୁର କୋର୍ଟରେ ଏକ ମାମଲାର ଶୁଣାଣି ଚାଲିଥିବା ବେଳେ ଦୁଇ ଜଣ ପୋଲିସ ଅଧିକାରୀ ଅତିରିକ୍ତ ଜିଲା ସେସନ କୋର୍ଟ (ଏଡିଜେ) ଜଜ୍‌ ଅଭିନାଶ କୁମାରଙ୍କୁ ମାଡ଼ ମାରିଥିଲେ। ଏପରିକି ବିଚାରପତିଙ୍କୁ ବନ୍ଧୁକ ଦେଖାଇ ଥିଲେ। ବର୍ତ୍ତମାନ ପୀଡ଼ିତ ବିଚାରପତି ଏବେ ସୁରକ୍ଷିତ ଅଛନ୍ତି।

ଜଜ୍‌ଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିବା ଓକିଲ ଓ କୋର୍ଟ ଷ୍ଟାଫଙ୍କୁ ମଧ୍ୟ ମାଡ଼ ମାରି ଆହତ କରିଛନ୍ତି ଷ୍ଟେଶନ ହାଉସ ଅଫିସର ଗୋପାଳ ପ୍ରସାଦ ଓ ସବ୍‌-ଇନ୍ସପେକ୍ଟର ଅଭିମନ୍ୟୁ କୁମାର। ଦୁଇ ଅଭିଯୁକ୍ତ ଘୋଘାଦିଆ ଥାନାରେ ମୁତୟନ ଥିଲେ। ଏକ ମାମଲାରେ ଦୁଇ ଅଭିଯୁକ୍ତ ଅଧିକାରୀ କୋର୍ଟରେ ହାଜର ହୋଇଥାନ୍ତେ। କିନ୍ତୁ ହଠାତ୍‌ ସେମାନେ ବିଚାରପତିଙ୍କୁ ଆକ୍ରମଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ଅଭିଯୋଗକୁ ନେଇ ଖୁବ୍‌ ରାଗିଲେ ଶିବଲ

ନୂଆଦିଲ୍ଲୀ,୨୪।୮: କଂଗ୍ରେସ କାର୍ଯ୍ୟକାରୀ କମିଟି(ସିଏମ୍‌ସି)ର ବୈଠକ ସୋମବାର ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଓଲ୍‌ଡ ଗାର୍ଡ ଓ ୟଙ୍ଗ ଗାର୍ଡଙ୍କ ମଧ୍ୟରେ ଚାଲିଛି କଥା କଟାକଟି।...

ବନ୍ଦ ହେଲା କାଶୀ ବିଶ୍ୱନାଥ ମନ୍ଦିର: ୨ କର୍ମଚାରୀ କରୋନା ପଜିଟିଭ୍‌

ବାରାଣସୀ,୨୨।୭: ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହି କ୍ରମରେ ଧର୍ମନଗରୀ କୁହାଯାଉଥିବା ବାରାଣସୀରେ ମଧ୍ୟ ପ୍ରତିଦିନ ଶହ ଶହ ସଂଖ୍ୟାରେ କରୋନା ଆକ୍ରାନ୍ତ...

ଗୋଟିଏ ଦିନରେ ୮୩ କୋଟି ଟଙ୍କାର ସାନିଟାଇଜର ବ୍ୟବହାର କରୁଛନ୍ତି ଭାରତୀୟ !

ନୂଆଦିଲ୍ଲୀ,୨୨।୮: କରୋନା ଭାଇରସ ସଂକ୍ରମଣ ହେବା ପରେ ବୈଜ୍ଞାନିକ, ଗବେଷକ, ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି ସାନିଟାଇଜର ବ୍ୟବହାର କରୋନା ସଂକ୍ରମଣକୁ ଅନେକାଂଶରେ ରୋକି ପାରିବ। ବିଶେଷଜ୍ଞମାନଙ୍କ...

ଓଓ୍ବାଇସିଙ୍କ ଘରେ ଭଙ୍ଗାରୁଜା

ନୂଆଦିଲ୍ଲୀ,୨୨।୯: ଏଆଇଏମ୍‌ଆଇଏମ୍‌ ମୁଖ୍ୟ ତଥା ହାଇଦ୍ରାବାଦ୍‌ ଏମ୍‌ପି ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଦିଲ୍ଲୀର ଅଶୋକା ରୋଡ୍‌ସ୍ଥିତ ବାସଭବନରେ ଭଙ୍ଗାରୁଜା କରିଛନ୍ତି ହିନ୍ଦୁ ସେନାର ୫ ସଦସ୍ୟ। ପଚରାଉଚୁରା...

‘ଗୁଳି କଲେ ବି ଘୁଞ୍ଚିବୁ ନାହିଁ’

ନୂଆଦିଲ୍ଲୀ,୨୦ା୨: ତୁମେ ଗୁଳି ଚଳାଇଲେ ବି ଆମେ ପଛକୁ ଘୁଞ୍ଚିବୁ ନାହିଁ। ଗୋଟିଏ ଇଞ୍ଚ ତ ଦୂରର କଥା, କେଶାଗ୍ରେ ସ୍ଥାନ ଛାଡ଼ିବୁ ନାହିଁ। ସିଏଏକୁ...

ଦିନକରେ ୪୦ ହଜାର ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ,୧୯।୩: ଦେଶରେ ପୁଣି ଥରେ କାୟା ବଢ଼ାଉଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯,୭୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ବର୍ଷ...

ଅସମ୍ଭବକୁ ସମ୍ଭବ କରିଛି ଭାରତ: ଦେଶରେ ପ୍ରସ୍ତୁତ ହେଉଛି ୩ କରୋନା ଟୀକା

ନୂଆଦିଲ୍ଲୀ, ୧୫।୮: କରୋନା ମହାମାରୀ ଲଢ଼େଇରେ ଭାରତ ଆଗୁଆ ରହିଛି। ଅସମ୍ଭବକୁ ଭାରତ ସମ୍ଭବ କରି ଦେଖାଇଛି। କରୋନାର ପ୍ରତିରୋଧ ପାଇଁ ଦେଶରେ ୩ ଟି...

ଆସାମ ଡିଟେନ୍‌ଶନ୍‌ ସେଣ୍ଟରରେ ୮୦୨ ଲୋକ: ସରକାର

ନୂଆଦିଲ୍ଲୀ,୧୧।୩: ଆସାମ ଡିଟେନ୍‌ଶନ୍‌ ସେଣ୍ଟରରେ ୮୦୨ ଲୋକଙ୍କୁ ବନ୍ଦ ରଖାଯାଇଛି। ଏନେଇ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ବୁଧବାର ଲୋକ ସଭାରେ ସୂଚନା ଦେଇଛନ୍ତି।...

Advertisement
Archives

Model This Week