ବେଙ୍ଗାଲୁରୁରୁ ଭୁବନେଶ୍ୱର ଆସୁଥିଲା ବିମାନ, ମଝି ଆକାଶରେ ହୋଇଥାନ୍ତା ମୁହାଁମୁହିଁ

ବେଙ୍ଗାଲୁରୁ/ଭୁବନେଶ୍ୱର,୧୯ା୧(ବ୍ୟୁରୋ): ମଝିଆକାଶରେ ମୁହାଁମୁହିଁ ହୋଇ ଚୁରମାର ହୋଇଯାଇଥାନ୍ତା ଦୁଇ ଯାତ୍ରୀବାହୀ ବିମାନ। ସବୁଠୁ ଆଶ୍ଚର୍ଯ୍ୟର କଥା ଦୁଇଟି ବିମାନ ମଧ୍ୟରୁ ଗୋଟିଏ ବେଙ୍ଗାଲୁରୁରୁ ଭୁବନେଶ୍ୱର ଆସୁଥିଲା। ଆଉ ଗୋଟିଏ ବେଙ୍ଗାଲୁରୁରୁ କୋଲକାତା ଯାଉଥିଲା। ୩ ହଜାର ଫୁଟରେ ଏହି ଦୁଇ ବିମାନ ମଧ୍ୟରେ ମୁହାଁମୁହିଁ ହୋଇଥାନ୍ତା। ଫଳରେ ପ୍ରାଣ ହରାଇଥାନ୍ତେ ୪୦୦ରୁ ଅଧିକ ଯାତ୍ରୀ। ସାମାନ୍ୟ ତ୍ରୁଟି ଯୋଗୁ ଏକ ବଡ଼ ଧରଣର ଅଘଟଣ ଘଟିଥାନ୍ତା। ତେବେ ଜଣେ ରାଡାର ନିୟନ୍ତ୍ରକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏତେ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି। ବେଙ୍ଗାଲୁରୁର କେମ୍ପେଗୌଡ଼ା ଆନ୍ତର୍ଜାତିକ ବିମାନ ବନ୍ଦରରୁ ଏକ ଇଣ୍ଡିଗୋ ୬ଇ ୪୫୫ ବିମାନ କୋଲକାତା ଅଭିମୁଖେ ଯାଉଥିବାବେଳେ ଅନ୍ୟ ଏକ ଇଣ୍ଡିଗୋ ବିମାନ ୬୨ ୨୪୬ ବେଙ୍ଗାଲୁରୁରୁ ଭୁବନେଶ୍ବର ଯିବାର ଥିଲା ।

ବେଙ୍ଗାଲୁରୁ ଏୟାରପୋର୍ଟରେ ନର୍ଥ ଓ ସାଉଥ ରନଓ୍ବେ ରହିଛି । ଏହି ବିମାନ ବନ୍ଦରରୁ ବିମାନଗୁଡ଼ିକ ନର୍ଥ ରନଓ୍ବେରୁ ଉଡ଼ାଣ କରୁଥିବାବେଳେ ସାଉଥ ରନଓ୍ବେରେ ଲ୍ୟାଣ୍ଡିଂ କରୁଥିଲେ। ତେବେ ଜାନୁୟାରୀ ୭ରେ ସାଉଥ ରନଓ୍ବେ ବନ୍ଦ କରି ଦିଆଯାଇଥିବାବେଳେ କେବଳ ନର୍ଥ ରନଓ୍ବେ କାର୍ଯ୍ୟକ୍ଷମ ଥିଲା । ମାତ୍ର ଏନେଇ ସାଉଥ ଟାଓ୍ବାର କଣ୍ଟ୍ରୋଲରଙ୍କୁ ସୂଚନା ଦିଆଯାଇ ନ ଥିଲା । ସାଉଥ ଟାଓ୍ବାର କଣ୍ଟ୍ରୋଲର ବିମାନଗୁଡ଼ିକୁ ଉଡାଣ ଲାଗି ଅନୁମତି ଦେଉଥିବାବେଳେ ନର୍ଥ ଟାଓ୍ବାର କଣ୍ଟ୍ରୋଲର ମଧ୍ୟ ଭୁବନେଶ୍ବର ଆସିବାକୁ ଥିବା ବିମାନକୁ ଅନୁମତି ଦେଇଥିଲେ। ଆଶ୍ଚର୍ଯ୍ୟର କଥା ଦୁଇ କଣ୍ଟ୍ରୋଲରଙ୍କ ମଧ୍ୟରେ ଏନେଇ ସୂଚନା ଆଦାନପ୍ରଦାନ କରାଯାଇ ନ ଥିଲା। ଗୋଟିଏ ଦିଗରେ ଦୁଇଟି ଯାକ ବିମାନକୁ ଅନୁମତି ଦେବାର ବିଧି ନ ଥିବାବେଳେ ଏକ ସମୟରେ ଏହି ଦୁଇଟି ବିମାନକୁ ଅନୁମତି ଦିଆଯାଇଥିଲା ।

ଫଳରେ ଆକାଶ ମାର୍ଗରେ ଏକ ନିଶ୍ଚିତ ଦୁର୍ଘଟଣା ଘଟିବାର ଆଶଙ୍କା ଥିଲା। ମାତ୍ର ଏହା ଜାଣିପାରି ରାଡାର କଣ୍ଟ୍ରୋଲର ଲୋକେନ୍ଦ୍ର ସିଂହ ବିମାନର ଗତି ପରିବର୍ତ୍ତନ ଲାଗି ତତ୍‌କ୍ଷଣାତ୍‌ ସୂଚନା ଦେଇଥିଲେ । ଫଳରେ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିଛି। ବେଙ୍ଗାଲୁରୁ-କୋଲକାତା ବିମାନରେ ୧୭୬ ଯାତ୍ରୀ ଥିବାବେଳେ ୬ କର୍ମଚାରୀ ଥିଲେ। ସେହିପରି ବେଙ୍ଗାଲୁରୁ-ଭୁବନେଶ୍ୱର ବିମାନରେ ୨୩୮ ଯାତ୍ରୀ ଏବଂ ୬ କର୍ମଚାରୀ ଥିଲେ। ଦୁଇଟି ବିମାନରେ ମୋଟ୍‌ ୪୨୬ ଜଣ ଯାତ୍ରୀ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri