୩୭ ହଜାର ଫୁଟ୍‌ ଉଚ୍ଚରେ ଶୋଇପଡ଼ିଲେ ଦୁଇ ପାଇଲଟ

ଆଡିସ୍‌ ଆବାବା,୨୦।୮: ଇଥିଓପିଆ ଏୟାରଲାଇନ୍ସର ଏକ ବିମାନ ସୁଡାନର ଖର୍ତୁମ୍‌ରୁ ଇଥିଓପିଆ ରାଜଧାନୀ ଆଡିସ୍‌ ଆବାବା ଅଭିମୁଖେ ଯାଉଥିବାବେଳେ ଏହାର ଦୁଇଜଣ ପାଇଲଟ ଶୋଇପଡ଼ିଥିଲେ। ଗତ ସୋମବାର ଏଭଳି ଅଭାବନୀୟ ଘଟଣା ଘଟିଛି। ସେତେବେଳେ ବିମାନଟି ୩୭,୦୦୦ ଫୁଟ୍‌ ଉଚ୍ଚରେ ଉଡ଼ୁଥିଲା। ଶୋଇପଡ଼ିଥିବାରୁ ପାଇଲଟ ବିମାନ ଅବତରଣ କରିବାକୁ ଭୁଲିଯାଇଥିଲେ। ଇଟି୩୪୩ ବିମାନଟି ବିମାନବନ୍ଦର ଉପରେ ପହଞ୍ଚତ୍ଥିଲେ ହେଁ ଅବତରଣ ପ୍ରକ୍ରିୟା ଆରମ୍ଭ ନ କରିବାରୁ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ(ଏଟିଏସ୍‌) ପକ୍ଷରୁ ସତର୍କ ସୂଚନା ଦିଆଯାଇଥିଲା। ପାଇଲଟ ଶୋଇଥିବାବେଳେ ବୋଇଂ ୭୩୭ ବିମାନର ଅଟୋପାଇଲଟିଂ ସିଷ୍ଟମ ଏହାକୁ ୩୭,୦୦୦ ଫୁଟ୍‌ ଉଚ୍ଚରେ ଉଡ଼ାଇ ରଖିଥିଲା। ଏଟିସି କର୍ତ୍ତୃପକ୍ଷ ପାଇଲଟ୍‌ମାନଙ୍କ ସହ ଯୋଗାଯୋଗ କରିବାକୁ ଏକାଧିକ ଥର ଉଦ୍ୟମ କରି ବିଫଳ ହୋଇଥିଲେ। ଯେତେବେଳେ ବିମାନଟି ଓହ୍ଲାଇବାକୁ ଥିବା ବିମାନବନ୍ଦର ଅତିକ୍ରମ କରିଗଲା, ସେତେବେଳେ ଅଟୋପାଇଲଟ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଫଳରେ ବିମାନରେ ଆଲାର୍ମ ବାଜିବାରୁ ପାଇଲଟମାନେ ଉଠିପଡ଼ିଥିଲେ। ସେମାନେ ୨୫ ମିନିଟ ବିଳମ୍ବରେ ବିମାନଟିକୁ ରନ୍‌ଓ୍ବେରେ ଅବତରଣ କରାଇଥିଲେ। ସୌଭାଗ୍ୟବଶତଃ ବିମାନଟି ନିରାପଦରେ ଅବତରଣ କରିଥିଲା ଓ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ତେବେ ଏହା ଅତ୍ୟନ୍ତ ଉଦ୍‌ବେଗଜନକ ଘଟଣା ବୋଲି ବିମାନ ଚଳାଚଳ ବିଶ୍ଳେଷକ ଆଲେକ୍ସ ମାଚେରାସ୍‌ କହିଛନ୍ତି। ପାଇଲଟଙ୍କ ଉପରେ ଅତ୍ୟଧିକ କାମ ଚାପ ଯୋଗୁ ସେମାନେ ଥକିପଡ଼ି ଶୋଇଯାଉଥିବା ସେ ଅଭିଯୋଗ କରିଛନ୍ତି। ଗତ ମେ’ ମାସରେ ଏଭଳି ଏକ ଘଟଣା ଘଟିଥିଲା। ନ୍ୟୁୟର୍କରୁ ରୋମ୍‌ ଯାଉଥବା ଏକ ବିମାନର ଦୁଇ ପାଇଲଟ ଶୋଇପଡ଼ିଥିଲେ। ସେତେବେଳେ ବିମାନଟି ୩୮,୦୦୦ ଫୁଟ୍‌ ଉଚ୍ଚରେ ଉଡ଼ୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ପୁଅଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩ା୧୦: ଘରୋଇ ହିଂସା ଆଇନ ଅନୁଯାୟୀ ନିଜ ପ୍ରାପ୍ତବୟସ୍କ ପୁଅଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ଅହମଦାବାଦ,୩ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

୬ରୁ ହବିଷିଆଳି ବ୍ରତ ପାଇଁ ଅନ୍‌ଲାଇନ ପଞ୍ଜୀକରଣ

ପୁରୀ,୩ା୧୦(ଅଜିତ୍‌ କୁମାର ମହାନ୍ତି) ଚଳିତ ବର୍ଷ ହବିଷିଆଳି ବ୍ରତ ବା ରାଈଦାମୋଦର ବ୍ରତ ଅକ୍ଟୋବର ୨୬ରୁ ଆରମ୍ଭ ହୋଇ ନଭେମ୍ବର ୨୪ରେ ଶେଷହେବ। କେବଳ ଅନ୍‌ଲାଇନ ମାଧ୍ୟମରେ…

ନେପୋଲିଅନଙ୍କ ରହସ୍ୟମୟ ଚିଠିର ଗୁମର ଖୋଲିଲା ଏଆଇ

ଲଣ୍ଡନ, ୩ା୧୦: ଫ୍ରାନ୍ସର ପ୍ରସିଦ୍ଧ ସମ୍ରାଟ ନେପୋଲିଅନ ବୋନାପାର୍ଟଙ୍କ ଏକ ୨୧୭ ବର୍ଷ ପୁରୁଣା ରହସ୍ୟମୟ ଚିଠିର ଗୁପ୍ତ ସଙ୍କେତକୁ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ…

ସିଇସି ଜ୍ଞାନେଶଙ୍କ ଇସ୍ତଫା ଦାବି ତେଜିଲା

ମମ୍ବାଇ,୩ା୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ପକ୍ଷରୁ ଶୁକ୍ରବାର ମୁମ୍ବାଇର ଶିବାଜୀ ପାର୍କରେ ଜେଲଭରୋ ଆନ୍ଦୋଳନ…

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?