୩୭ ହଜାର ଫୁଟ୍‌ ଉଚ୍ଚରେ ଶୋଇପଡ଼ିଲେ ଦୁଇ ପାଇଲଟ

ଆଡିସ୍‌ ଆବାବା,୨୦।୮: ଇଥିଓପିଆ ଏୟାରଲାଇନ୍ସର ଏକ ବିମାନ ସୁଡାନର ଖର୍ତୁମ୍‌ରୁ ଇଥିଓପିଆ ରାଜଧାନୀ ଆଡିସ୍‌ ଆବାବା ଅଭିମୁଖେ ଯାଉଥିବାବେଳେ ଏହାର ଦୁଇଜଣ ପାଇଲଟ ଶୋଇପଡ଼ିଥିଲେ। ଗତ ସୋମବାର ଏଭଳି ଅଭାବନୀୟ ଘଟଣା ଘଟିଛି। ସେତେବେଳେ ବିମାନଟି ୩୭,୦୦୦ ଫୁଟ୍‌ ଉଚ୍ଚରେ ଉଡ଼ୁଥିଲା। ଶୋଇପଡ଼ିଥିବାରୁ ପାଇଲଟ ବିମାନ ଅବତରଣ କରିବାକୁ ଭୁଲିଯାଇଥିଲେ। ଇଟି୩୪୩ ବିମାନଟି ବିମାନବନ୍ଦର ଉପରେ ପହଞ୍ଚତ୍ଥିଲେ ହେଁ ଅବତରଣ ପ୍ରକ୍ରିୟା ଆରମ୍ଭ ନ କରିବାରୁ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ(ଏଟିଏସ୍‌) ପକ୍ଷରୁ ସତର୍କ ସୂଚନା ଦିଆଯାଇଥିଲା। ପାଇଲଟ ଶୋଇଥିବାବେଳେ ବୋଇଂ ୭୩୭ ବିମାନର ଅଟୋପାଇଲଟିଂ ସିଷ୍ଟମ ଏହାକୁ ୩୭,୦୦୦ ଫୁଟ୍‌ ଉଚ୍ଚରେ ଉଡ଼ାଇ ରଖିଥିଲା। ଏଟିସି କର୍ତ୍ତୃପକ୍ଷ ପାଇଲଟ୍‌ମାନଙ୍କ ସହ ଯୋଗାଯୋଗ କରିବାକୁ ଏକାଧିକ ଥର ଉଦ୍ୟମ କରି ବିଫଳ ହୋଇଥିଲେ। ଯେତେବେଳେ ବିମାନଟି ଓହ୍ଲାଇବାକୁ ଥିବା ବିମାନବନ୍ଦର ଅତିକ୍ରମ କରିଗଲା, ସେତେବେଳେ ଅଟୋପାଇଲଟ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଫଳରେ ବିମାନରେ ଆଲାର୍ମ ବାଜିବାରୁ ପାଇଲଟମାନେ ଉଠିପଡ଼ିଥିଲେ। ସେମାନେ ୨୫ ମିନିଟ ବିଳମ୍ବରେ ବିମାନଟିକୁ ରନ୍‌ଓ୍ବେରେ ଅବତରଣ କରାଇଥିଲେ। ସୌଭାଗ୍ୟବଶତଃ ବିମାନଟି ନିରାପଦରେ ଅବତରଣ କରିଥିଲା ଓ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ତେବେ ଏହା ଅତ୍ୟନ୍ତ ଉଦ୍‌ବେଗଜନକ ଘଟଣା ବୋଲି ବିମାନ ଚଳାଚଳ ବିଶ୍ଳେଷକ ଆଲେକ୍ସ ମାଚେରାସ୍‌ କହିଛନ୍ତି। ପାଇଲଟଙ୍କ ଉପରେ ଅତ୍ୟଧିକ କାମ ଚାପ ଯୋଗୁ ସେମାନେ ଥକିପଡ଼ି ଶୋଇଯାଉଥିବା ସେ ଅଭିଯୋଗ କରିଛନ୍ତି। ଗତ ମେ’ ମାସରେ ଏଭଳି ଏକ ଘଟଣା ଘଟିଥିଲା। ନ୍ୟୁୟର୍କରୁ ରୋମ୍‌ ଯାଉଥବା ଏକ ବିମାନର ଦୁଇ ପାଇଲଟ ଶୋଇପଡ଼ିଥିଲେ। ସେତେବେଳେ ବିମାନଟି ୩୮,୦୦୦ ଫୁଟ୍‌ ଉଚ୍ଚରେ ଉଡ଼ୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୁଗ୍‌ଲକୁ ବେଆଇନ ଘୋଷଣା

ବ୍ରସଲେସ୍‌,୨୧ା୧: ୟୁରୋପରେ ଗୁଗ୍‌ଲକୁ ବେଆଇନ ଘୋଷଣା କରାଯାଇଛି। ଫଳରେ ଗୁଗ୍‌ଲକୁ ଶକ୍ତ ଧକ୍କା ଲାଗିଛି। ଏହା କେବଳ ଗୁଗ୍‌ଲ ପାଇଁ ନୁହେଁ, ଅନ୍ୟ ଓ୍ବେବସାଇଟ୍‌ଙ୍କ ମାଲିକଙ୍କ...

ମହାକାଶରେ ପାଦ ଥାପିଲେ ଚାଇନାର ଏହି ମହିଳା

ବେଜିଂ,୮ା୧୧: ସୋମବାର ଚାଇନାର ମହିଳା ମହାକାଶଚାରୀ ଓ୍ବାଙ୍ଗ୍‌ ୟାପିଙ୍ଗ ଇତିହାସ ଚରିଛନ୍ତି। ଓ୍ବାଙ୍ଗ୍‌୍‌ ତାଙ୍କ ପୁରୁଷ ସହକର୍ମୀ ଝାଇ ଜିଗାଙ୍ଗଙ୍କ ସହିତ ନିର୍ମାଣାଧୀନ ସ୍ପେସ ଷ୍ଟେଶନ...

ଏକଛତ୍ରବାଦୀ ଶାସକଙ୍କୁ ଘାରିଛି ମୃତ୍ୟୁ ଭୟ ! ମଦନିଶାରେ କାନ୍ଦୁଛନ୍ତି…

ପ୍ୟୋଙ୍ଗୟାଙ୍ଗ,୧୭।୧ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ କିଛି ଗୁରୁତର ରୋଗରେ ପୀଡିତ ଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ଏକ ଗଣମାଧ୍ୟମ...

କରୋନା ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତ କରିଥିବା ଦାବି କଲେ ଡାକ୍ତର

ଲାସା,୯।୨: କରୋନା ଭୁତାଣୁ ଚାଇନାରେ ଆତଙ୍କ ସୃଷ୍ଟି କରିଛି। ଇତିମଧ୍ୟରେ ଏହା ପୃଥିବୀର ୨୭ରୁ ଅଧିକ ଦେଶରେ ସଂକ୍ରମିତ ହୋଇଛି। ଏହାର ଚିକିତ୍ସା ପାଇଁ ଔଷଧ...

ବନ୍ୟା ଯୋଗୁ ହାହାକାର: ୧୨ ଲକ୍ଷରୁ ଅଧିକ ଗର୍ଭବତୀ ସଙ୍କଟରେ…

ଇସଲାମାବାଦ, ୧୦।୯ : ପାକିସ୍ତାନରେ ବନ୍ୟା ଯୋଗୁ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ପୂର୍ବରୁ ଅଥନୈତିକ ସଙ୍କଟ ଦେଶକୁ ଘେରି ରହିଥିଲା। ଏପରିସ୍ଥଳେ ବନ୍ୟା ପରିସ୍ଥିତି...

ଅଗଷ୍ଟ ୩୧ ପରେ ତାଲିବାନ ସହ କଥା ହେବ ଆମେରିକା: ବାଇଡେନ

ଓ୍ବାଶିଂଟନ,୨୮ା୮: ଅଗଷ୍ଟ ୩୧ ପରେ ଆଫଗାନିସ୍ତାନର କାବୁଲ ବିମାନବନ୍ଦରରୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ଆମେରିକା ତାଲିବାନ ସହ କଥା ହେବ ବୋଲି ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ...

କରୋନା ଭ୍ୟାକ୍ସିନକୁ ନେଇ ସତର୍କ କଲା ଇଣ୍ଟରପୋଲ!

ଲଣ୍ଡନ,୬ ।୧୨: କରୋନା ଭାଇସରଠାରୁ ଦୂରେଇ ରହିବାକୁ ବିଶ୍ୱବାସୀଙ୍କୁ ଖୁବ୍‌ଶୀଘ୍ର ଏହାର ଭ୍ୟାକ୍ସିନ ମିଳିଯିବ ବୋଲି କୁହାଯାଉଛି । ହେଲେ ଏହା ସାଧାରଣ ଜନତାଙ୍କ ପାଖରେ...

ଅଷ୍ଟ୍ରେଲିଆ ଗବେଷକଙ୍କ ମତ: ଦୁଇଟି ଔଷଧ କୋଭିଡ-୧୯କୁ ଆରୋଗ୍ୟ କରିପାରେ

ମେଲବୋର୍ନ,୧୭।୩: କରୋନା ଭାଇରସ ଏବେ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତ ମଧ୍ୟ ଏଥିରେ ସାମିଲ ହୋଇଛି। ଚାଇନାରୁ ଆରମ୍ଭ...

Advertisement
Archives

Model This Week