ବଜ୍ରପାତ ନେଲା ୨ ଜୀବନ

ପାଟଣା/ଢେଙ୍କିକୋଟ,୯।୬(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝର ଜିଲାରେ ଗୁରୁବାର ସନ୍ଧ୍ୟାରେ ବଜ୍ରପାତ ଘଟି ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ଘସିପୁରା ଥାନା ରାଇଘାଟି ଗ୍ରାମର ବଳରାମ ପିଙ୍ଗୁଆ (୭୫) ଓ ଘଟଗାଁ ବ୍ଲକ ରୁଟିଶିଳା ଗ୍ରାମର ମଙ୍ଗୁଳି ମୁଣ୍ଡା।
ବଳରାମ ପିଙ୍ଗୁଆ ତାଙ୍କ ନାତି ସହ ଆଜବେଷ୍ଟସ ଘରେ ଶୋଇଥିବା ବେଳେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ବଳରାମଙ୍କ ମୃତ୍ୟୁ ହୋଇଥିବା ବେଳେ ନାତି ରଞ୍ଜନ ମୁଣ୍ଡା ଆଂଶିକ ପୋଡ଼ି ଯାଇଛନ୍ତି। ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେହିପରି ରୁଟିଶିଳା ଗ୍ରାମର ମଙ୍ଗୁଳି ମୁଣ୍ଡା ତାଙ୍କ ବର୍ଷକର ଶିଶୁପୁତ୍ରକୁ ଧରି ଗଁା ନିକଟସ୍ଥ ବୁଢୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଫେରୁଥିବା ବେଳେ ବଜ୍ରପାତ ହେବାରୁ ମଙ୍ଗୁଳିଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ଅଚେତ ହୋଇପଡ଼ିଥିଲେ। ଗ୍ରାମବାସୀ ମା’ ଓ ପୁଅଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ପଠାଇଥିଲେ। ଡାକ୍ତର ସେଠାରେ ମଙ୍ଗୁଳିଙ୍କୁ ମୃତ ଘୋଷଣା କରିଥିବା ବେଳେ ଶିଶୁପୁତ୍ର ଏବେ ସୁସ୍ଥ ଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ ଦୂରତ୍ୱ ରକ୍ଷା ନ ହେଲେ ଦୋକାନ ବନ୍ଦ

ସୋନପୁର, ୬ା୪(ନି.ପ୍ର.): ଗାଁ ଠୁ ସହର ଦୋକାନ ଭିତରେ ଏବଂ ବାହାରେ ଅତ୍ୟଧିକ ଭିଡ ହେଉଛି। ସାମାଜିକ ଦୂରତ୍ୱ ରକ୍ଷା ହୋଇପାରୁନି। ଏହା ସୁବର୍ଣ୍ଣପୁର ଜିଲା...

ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରସ୍ତାବ ଫାଇଲ ତଳେ ଚାପି ହୋଇଛି: ବର୍ଷାଦିନେ ଜଳବନ୍ଦୀ ସହରବାସୀ

କେନ୍ଦ୍ରାପଡ଼ା ଅଫିସ,୨୫ା୪: କେନ୍ଦ୍ରାପଡ଼ା ପୌର ପରିଷଦ ନିର୍ବାଚନ ଦୀର୍ଘ ୬ ବର୍ଷ ପରେ ଶେଷ ହୋଇଛି। ଏହି ପରିଷଦ ପାଇଁ ପୌରାଞ୍ଚଳ ଡ୍ରେନେଜ୍‌ ସିଷ୍ଟମର ପୁନରୁଦ୍ଧାର...

ବନ କର୍ମଚାରୀଙ୍କୁ ମିଳିବ ଆଧୁନିକ ଅସ୍ତ୍ରଶସ୍ତ୍ର

ଭୁବନେଶ୍ୱର,୨୩ା୬(ଅନିଲ ଦାସ): ଶିମିଳିପାଳ ଅଭୟାରଣ୍ୟରେ ୨ ଜଣ ବନ କର୍ମଚାରୀଙ୍କୁ ଶିକାରୀମାନେ ହତ୍ୟା କରିବା ଘଟଣାକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇଛନ୍ତି। ଅଭୟାରଣ୍ୟର ସୁରକ୍ଷା...

 ଭସାଣୀ ବେଳେ ପୋଲିସକୁ ଆକ୍ରମଣ: ୪ ପୋଲିସ ଗୁରୁତର 

ଢେଙ୍କାନାଳ ଅଫିସ, ୨୩।୯ ରତନ ନାୟାର: ଢେଙ୍କାନାଳ ସହର କୋରିଆଁ ଅଞ୍ଚଳରେ ଶୁକ୍ରବାର ରାତିରେ ଗଣେଶ ପୂଜା ଭସାଣୀକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟିଛି ।...

ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ରଙ୍କ ପରଲୋକ

କଟକ ଅଫିସ,୭ା୧୧: ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା ହାଇକୋର୍ଟ ବାର୍‌ ଆସୋସିଏଶନର ପୂର୍ବତନ ସଭାପତି ଡକ୍ଟର ଅଶୋକ ମହାପାତ୍ରଙ୍କର ଶନିବାର ପରଲୋକ ଘଟିଛି। ମୃତ୍ୟୁ...

ଲୋକନାଥ ମନ୍ଦିର ଉନ୍ନତୀକରଣ କାମ ଆଗେଇନି

ପୁରୀ ଅଫିସ, ୧୩ା୨:ଆଉ ଦିନ କେଇଟା ପରେ ମହାଶିବରାତ୍ରୀ ତଥା ଯାଗର ଯାତ୍ରା। ଏଥିପାଇଁ ସମସ୍ତ ଶୈବପୀଠରେ ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ପରିପ୍ରେକ୍ଷୀରେ ଶ୍ରୀକ୍ଷେତ୍ର...

ବନବିଭାଗର ଅବହେଳା: ଅସୁସ୍ଥ ମାଈ ହାତୀର ଜୀବନ ଗଲା

ଦେବଗଡ଼,୨୬ା୫(ସ୍ବ.ପ୍ର.): ଦେବଗଡ଼ ରେଞ୍ଜ ତଥା କଂସର ଫରେଷ୍ଟ ସେକ୍ସନ ଅଧୀନ ହିରନ୍‌ ଗ୍ରାମରେ ଗତ ଏପ୍ରିଲ ୬ ତାରିଖରୁ ଆଶ୍ରୟ ନେଇଥିବା ଅସୁସ୍ଥ ହାତୀର ସ୍ବାସ୍ଥ୍ୟବସ୍ଥାରେ...

କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଭକ୍ତଚରଣଙ୍କ ଇସ୍ତଫା: ରାଜ୍ୟରେ ଦଳର ପରାଜୟ ଲାଗି ନିଜକୁ ଦାୟୀ କଲେ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ କଂଗ୍ରେସରୁ ଇସ୍ତଫା ଦେଉଛନ୍ତି ଅନେକ ତୁଙ୍ଗ ନେତା। ଶୁକ୍ରବାର ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ...

Advertisement
Archives

Model This Week