Posted inରାଜ୍ୟ

ଟଙ୍କା ମୂଲଚାଲକୁ ନେଇ ଡବଲ ମର୍ଡର

ଯାଜପୁର ଅଫିସ/ପାଣିକୋଇଲି(ଡି.ଏନ.ଏ.),୧୪ା୯: ଯାଜପୁର ଜିଲା ପାଣିକୋଇଲି ଥାନା ସାନସୋତି ଗ୍ରାମରେ ଏକ ପୋଲ ନିକଟରେ ଘଟିଥିବା ଡବଲ ମର୍ଡର ଘଟଣାର ରହସ୍ୟ ଉନ୍ମୋଚିତ ହୋଇଛି। ଅପ୍ରାକୃତିକ ଯୌନ ସମ୍ପର୍କ ଓ ଟଙ୍କା ମୂଲଚାଲକୁ ନେଇ ସେମାନଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଭଦ୍ରକର ଜଣେ ନାବାଳକଙ୍କ ଏବଂ ୨ ଜଣ କିନ୍ନରଙ୍କ ସମେତ ୭ଜଣଙ୍କୁ ପାଣିକୋଇଲି ପୋଲିସ ଗିରଫ କରିଛି। ଏ ସଂକ୍ରାନ୍ତରେ ପାଣିକୋଇଲି ଥାନାରେ ଏକ ମାମଲା(ନଂ.୨୩୮/୨୧) ଦଫା ୩୦୨, ୨୦୧ ଓ ୩୪ ଆଇପିସିରେ ରୁଜୁ ହୋଇଛି। ଅଭିଯୁକ୍ତମାନେ ହେଲେ ଦୀପା କିନ୍ନର ଓ ଶୀଲା କିନ୍ନର, ଭଦ୍ରକ ଜିଲା ପୁରୁଣାବଜାର ଥାନା ଗରଦପୁର ଅଞ୍ଚଳର ସତ୍ୟଜିତ୍‌ ବେହେରା, ମନୋଜ ସାହୁ, ରାଜେନ୍ଦ୍ର ସାହୁ, ମନୋଜ ବେହେରା ଏବଂ ଜଣେ ଯୁକ୍ତ ୨ ପଢୁଥିବା ନାବାଳକ ଛାତ୍ର ବୋଲି ଡିଏସ୍‌ପି ପ୍ରମୋଦ କୁମାର ମଲ୍ଲିକ କହିଛନ୍ତି।

ସୂଚନା ଅନୁଯାୟୀ, ଗତ ୨ ତାରିଖରେ ମାନସ ରଞ୍ଜନ ଦାସ ଓ ବିଜୟ କୁମାର ସାହୁ ନିଜ ଗ୍ରାମ ଜହ୍ନାରୁ ରାଉତରାପୁରସ୍ଥିତ ସାଙ୍ଗ ପାଖକୁ ଯାଇଥିଲେ। ସେଠାରେ ଜୁଆ ଖେଳି କିଛି ଟଙ୍କା ଜିତିବା ପରେ ସନ୍ଧ୍ୟାରେ ବ୍ୟାସନଗରସ୍ଥିତ ଏକ ବାର୍‌ରେ ପହଞ୍ଚି ମଦ୍ୟପାନ କରିଥିଲେ। ସେଦିନ ରାତି ୯ଟା ୧୫ ପର୍ଯ୍ୟନ୍ତ ଦୁହେଁ ବାର୍‌ରେ ଥିଲେ। ସେଠାରୁ ବାହାରି ଜହ୍ନାସ୍ଥିତ ଏକ ହୋଟେଲରେ କିଛି ସମୟ କଟାଇଥିଲେ। ପରେ ରାତିରେ ପାଣିକୋଇଲି ଟୋଲଗେଟ ପାର ହୋଇ ଶିଲା ଓ ଦୀପା କିନ୍ନରଙ୍କ ନିକଟରେ ପହଞ୍ଚି ଥିଲେ। ସେଠାରେ ୨ କିନ୍ନରଙ୍କ ସହ ବିଜୟ ଓ ମାନସ ମଦ ପିଇବା ପରେ ତାଙ୍କ ସହ ମୂଲଚାଲ ନେଇ ବଚସା ଆରମ୍ଭ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଏହି ସମୟରେ ନିୟମିତ ଭାବେ ଭଦ୍ରକରୁ ଆସୁଥିବା କିନ୍ନରଙ୍କ ୫ ଗ୍ରାହକ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେହି ୫ଜଣଙ୍କ ସମେତ ୨ କିନ୍ନର ମିଶି ବିଜୟ ଓ ମାନସଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ମାନସଙ୍କ ମୃତ୍ୟୁ ହୋଇଥିବା ଜାଣି ସେମାନେ ମିଳିତ ଭାବେ ବିଜୟଙ୍କ ଉପରେ ଆକ୍ରମଣ କରିଥିଲେ। ପରେ ଉଭୟଙ୍କୁ ସେମାନେ ଆଣି ନିର୍ମାଣାଧୀନ ପୋଲ ଉପରେ ପକାଇ ଦେଇଥିଲେ। ସେମାନେ ବ୍ୟବହାର କରୁଥିବା ବାଇକ୍‌କୁ ଆଣି ପୋଲ ତଳକୁ ପକାଇ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲେ। ସୋମବାର ସମସ୍ତ ଅଭିଯୁକ୍ତଙ୍କୁ ଥାନାରେ ଜେରା ପରେ ସେମାନେ ଏହି ଘଟଣା ସ୍ବୀକାର କରିଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ଅବହେଳାରୁ ପ୍ରସୂତୀ ମୃତ୍ୟୁ ଘଟଣା, ସିଲ୍ ହେଲା ନର୍ସିଂହୋମ

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରର ଏକ ଘରୋଇ ନର୍ସିଂହୋମକୁ ସିଲ୍ କଲା ଜିଲା ପ୍ରଶାସନ । ଅମୃତଧାରା ଘରୋଇ ନର୍ସିଂହୋମକୁ ବୁଧବାର ଜିଲା ପ୍ରଶାସନ ପକ୍ଷରୁ…

ରିଙ୍ଗ ରୋଡ଼ ଭାଙ୍ଗି ଆନନ୍ଦପୁରରେ ବନ୍ୟା: ପାଣିରେ ଭାସିଲା ଗାଁ, ନିଖୋଜ ଯୁବକ

ଆନନ୍ଦପୁର,୨୯।୭(ସୁଶାନ୍ତ କୁମାର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ କେନ୍ଦୁଝର ଜିଲାର ଆନନ୍ଦପୁର ଅଞ୍ଚଳରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।…

ବାଂଲାଦେଶ ଫେରିବା ନେଇ ଶେଖ୍ ହାସିନାଙ୍କ ବଡ଼ ବୟାନ, ମୃତ୍ୟୁ ମଧ୍ୟ ଗ୍ରହଣୀୟ କିନ୍ତୁ….

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା କ୍ଷମତା ଯିବା ପରଠାରୁ ଅର୍ଥାତ୍ ଅଗଷ୍ଟ ୨୦୨୪ରୁ ଭାରତରେ ରହି ଆସୁଛନ୍ତି । ସେ କହିଛନ୍ତି ଯେ, ଚଳିତ ବର୍ଷ…

ପୁଣି ଚର୍ଚ୍ଚାରେ ଭବାନୀପାଟଣାର କୁନି ଝିଅ କଶିସ୍‌, ବହୁମୁଖୀ ପ୍ରତିଭାର ଅଧିକାରିଣୀ ହୋଇ…

ଭବାନୀପାଟଣା,୨୯ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ୩ ବର୍ଷର କୁନି ଝିଅ କଶିସ୍‌ ଅଗ୍ରଓ୍ବାଲ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଗତ ଏପ୍ରିଲ ମାସରେ ୨…

ଟ୍ରେନ୍‌ ଟ୍ରାକ୍‌କୁ ହଠାତ୍‌ ଚାଲିଆସିଲା ଏକ ସିଂହ, ଲୋକୋ ପାଇଲଟ୍‌ କଲେ ଏମିତି କାମ, ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ଗୁଜରାଟର ଜୁନାଗଡ଼ ଶାସନଗିରି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଲୋକୋ ପାଇଲଟଙ୍କ ସତର୍କତା ଯୋଗୁ ଏକ ବଡ଼ ବିପଦ ଟଳି ଯାଇଛି। ଭେରାଭଲ-ଜୁନାଗଡ଼ ପାସେଞ୍ଜର…

ଘରକୁ ଫେରୁଥିବା ବେଳେ କେନାଲରେ ଭାସିଗଲେ ଚାଷୀ, ତାପରେ ଘଟିଲା….

ଦେବଗଡ,୨୯।୭(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ସରୁଆଳି ଗ୍ରାମ ପଂଚାୟତ ଅନ୍ତର୍ଗତ ମାଦଲିଆ ଗ୍ରାମରେ ଜଣେ ଚାଷୀ କେନାଲରେ ଭାସି ଯାଇଥିଲେ । ଏହାପରେ ଅଗ୍ନଶମ ବିଭାଗ…

ବର୍ଷର ଶେଷ ଚନ୍ଦ୍ରଗ୍ରହଣ! ପ୍ରବଳ ଇନକମ କରିବେ ୪ ରାଶି, ଅଜଣା ଲୋକ ସାଜିବେ ଦେବଦୂତ!

ମାସ ମାନଙ୍କ ମଧ୍ୟରେ ଶ୍ରାବଣ ମାସ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମାସ। ଏହି ପବିତ୍ର ମାସ ଆହୁରି ଗୁରୁତ୍ୱପୂର୍ଣ୍ଣ କାରଣ ଅଗଷ୍ଟ ୨୮ରେ ଆଶିଂକ ଚନ୍ଦ୍ରଗ୍ରହଣ ଲାଗିବାକୁ…

ପ୍ରବଳ ବର୍ଷାରେ ବୁଡ଼ିଗଲାଣି ଧାନଜମି, ଚାଷକାର୍ଯ୍ୟ ବ୍ୟାହତ, ଚାଷୀ ମୁଣ୍ଡରେ ଚଡ଼କ

କେସିଙ୍ଗା,୨୯ା୭(ତୁମେଶ୍ୱର ସାହୁ): କଳହାଣ୍ଡି ଜିଲାର କେସିଙ୍ଗା ବ୍ଲକ ଅଞ୍ଚଳରେ ଦୀର୍ଘ ୪ଦିନ ହେଲା ଲଗାଣ ବର୍ଷା ଲାଗି ରହିଥିବାରୁ ଚାଷଜମିରେ ବର୍ଷାଜଳ ଭରି ଯାଇଥିବାରୁ ଧାନଗଜା ବୁଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri