Posted inଜାତୀୟ

ପଦ ଛାଡିବେ ମହାରାଷ୍ଟ୍ରର ଆଉ ୨ ମନ୍ତ୍ରୀ

ମୁମ୍ବାଇ, ୮।୪: ମହାରାଷ୍ଟ୍ରର ଅନ୍ୟ ୨ ଜଣ ମନ୍ତ୍ରୀ ୧୫ ଦିନ ମଧ୍ୟରେ ଇସ୍ତଫା ଦେବେ ବୋଲି ଭାଜପା ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ ଗୁରୁବାର କହିଛନ୍ତି। ରାଜ୍ୟରେ ଯେଉଁଭଳି ଦୁର୍ନୀତି ଚାଲିଛି, ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ଉପଯୁକ୍ତ ବୋଲି ସେ କହିଛନ୍ତି। ନିଲମ୍ବିତ ପୋଲିସ ଅଧିକାରୀ ସଚିନ ଓ୍ବାଜେଙ୍କ ନିଯୁକ୍ତି କାଏମ ରଖିବା ଲାଗି ତାଙ୍କୁ ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ୨ କୋଟି ଟଙ୍କା ମାଗିଥିଲେ ବୋଲି ଓ୍ବାଜେ ଏକ ପତ୍ର ମାଧ୍ୟମରେ ଅଭିଯୋଗ ଆଣିଥିଲେ। ଏଥିସହିତ ଅନ୍ୟତମ ମନ୍ତ୍ରୀ ଅନିଲ ପରବ ତାଙ୍କୁ ଠିକାଦାରମାନଙ୍କଠାରୁ ବଟି ସଂଗ୍ରହ କରିବା ନିମନ୍ତେ କହିଥିବା ଓ୍ବାଜେ ବୁଧବାର ଏକ ପତ୍ର ମାଧ୍ୟମରେ ଅଭିଯୋଗ ଆଣିଥିଲେ। ବମ୍ବେ ହାଇକୋର୍ଟ ଦେଶମୁଖଙ୍କ ଦୁର୍ନୀତି ଅଭିଯୋଗର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପରେ ସେ ଗତ ସୋମବାର ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଦୁର୍ନୀତିରେ ସମ୍ପୃକ୍ତ ୨ ମନ୍ତ୍ରୀଙ୍କ ବିରୋଧରେ କିଛି ଲୋକ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଥିବାରୁ ସେମାନେ ୧୫ ଦିନ ମଧ୍ୟରେ ଇସ୍ତଫା ଦେବେ ବୋଲି ଭାଜପା ନେତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲ ଚଲାଇ ୨୦୦୦ କିଲୋମିଟର ନର୍ମଦା ପରିକ୍ରମାରେ ବାହାରିଲେ ୧୨ ବୃଦ୍ଧ

ଭୋପାଳ,୧୦ା୧୨: ନର୍ମଦା ନଦୀକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସମସ୍ତଙ୍କର ଦାୟିତ୍ୱ। ଏହି ବାର୍ତ୍ତା ନେଇ ନାସିକ୍‌ରୁ ୧୨ ଜଣ ବୃଦ୍ଧ ସୋମବାର ଓଁକାରେଶ୍ୱରରୁ ମା’ ନର୍ମଦାଙ୍କ...

ଲକ୍‌ଡାଉନ୍‌ରେ ବୃଦ୍ଧି ପାଉଛି ଧଳା ଜହର କାରବାର…

ମୁମ୍ବାଇ, ୧୦।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ...

ସୀମା ସୁରକ୍ଷା ପାଇଁ ଭାରତୀୟ ଯବାନ ସର୍ବଦା ଜାଗ୍ରତ: ମୋଦି

ଜୈୟସଲମେର,୧୪।୧୧: ଭାରତୀୟ ସେନା ସୀମା ସୁରକ୍ଷା ପାଇଁ ସର୍ବଦା ଜାଗ୍ରତ। ସେମାନଙ୍କୁ ଏଥିରେ କେହି ଅଟକାଇ ପାରିବେ ନାହିଁ। ଭାରତୀୟ ଯବାନଙ୍କୁ ଆହ୍ବାନ ଦେଲେ ଏହାର...

ବ୍ରହ୍ମୋସ୍‌ ସୁପରସୋନିକ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଚେନ୍ନାଇ, ୧୮।୧୦: ଡିଆର୍‌ଡିଓକୁ ରବିବାର ପୁଣି ଏକ ସଫଳତା ମିଳିଛି। ବ୍ରହ୍ମୋସ୍‌ ସୁପରସୋନିକ୍‌ କ୍ରୁଏଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି। ଆଇଏନ୍‌ଏସ୍‌ ଚେନ୍ନାଇରେ ଏହାର...

ଗୋଟିଏ ପରିବାରର ୫ ଲୋକଙ୍କ ମିଳିଲା ମୃତଦେହ

କୋଲକାତା,୮।୧୧: ପଶ୍ଚିମବଙ୍ଗରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ରବିବାର ଦକ୍ଷିଣ ଦିନାଜପୁର ଜିଲା ଅନ୍ତର୍ଗତ ଜମାଲପୁର ଗାଁରେ ଗୋଟିଏ ପରିବାରର ୫ ଜଣ...

ବକେୟା ବିଜ୍ଞାପନ ଦେୟ ପୈଠ କଲେ ଗୁଜରାଟ ସରକାର

ମୁମ୍ବାଇ,୭ା୫: କୋଭିଡ୍‌-୧୯ ମହାମାରୀ ଯୋଗୁ ଦେଶର ଖବରକାଗଜ ଶିଳ୍ପ ମାସିକ ୨୦୦୦ କୋଟି ଟଙ୍କା କ୍ଷତି ସହୁଛି। ଏପରି ସମୟରେ ଗୁଜରାଟ ସରକାର ମାର୍ଚ୍ଚ ମାସ...

ହାଥ୍‌ରସ ମାମଲାର ତଦନ୍ତ କରୁଥିବା ଡିଆଇଜିଙ୍କ ସ୍ତ୍ରୀ ମୃତ

ଲକ୍ଷ୍ନୌ, ୨୫ା୧୦: ଉତ୍ତରପ୍ରଦେଶର ବହୁ ଚର୍ଚ୍ଚିତ ହାଥ୍‌ରସ ଗଣବଳାତ୍କାର ଓ ହତ୍ୟା ମାମଲାର ତଦନ୍ତ କରୁଥିବା ଡିଆଇଜି ଚନ୍ଦ୍ରପ୍ରକାଶଙ୍କ ସ୍ତ୍ରୀ ପୁଷ୍ପା ପ୍ରକାଶ (୩୬)ଙ୍କ ଅସ୍ବାଭାବିକ...

ଅଲ୍‌ଓ୍ବର କୋର୍ଟରେ ପୋଲିସ- ଓକିଲ ସଂଘର୍ଷ

ଜୟପୁର, ୭ା୧୧,(ଆଇଏଏନ୍‌ଏସ୍‌): ଦିଲ୍ଲୀ ପରେ ରାଜସ୍ଥାନର ଅଲ୍‌ଓ୍ବର କୋର୍ଟ ପରିସରରେ ବୁଧବାର ସକାଳେ ପୋଲିସ- ଓକିଲଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଛି। ଓକିଲମାନେ ଜଣେ ମହିଳା...

Advertisement

BGU

Archives

Model This Week

Why Dharitri