Posted inଖେଳ

ଆଇପିଏଲ୍‌ ପୂର୍ବରୁ କରୋନା ମାଡ: ପୁଣି ୩ ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ କରୋନା

ଆଇପିଏଲର ୧୪ ତମ ସିଜିନ ଅନୁଷ୍ଠିତ ହେବାକୁ ଆଉ ଅଳ୍ପ ଦିନ ବାକି ଅଛି। ଏହି ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ କରୋନା ଆକ୍ରାନ୍ତ ଦିନକୁ ଦିନ ବୃଦ୍ଧି ପାଉଛି। ଏବେ ମୁମ୍ବାଇ ୱାଙ୍ଖେଡେ ଷ୍ଟାଡିୟମର ୩ଜଣ ଗ୍ରାଉଣ୍ଡ ଷ୍ଟାଫ୍‌ କରୋନା ଆକ୍ରାନ୍ତ ହୋଇଛନ୍ତି। ମୁମ୍ବାଇ କ୍ରିକେଟ ଆସୋସିଏସନ (ଏମସିଏ) ପକ୍ଷରୁ ମଙ୍ଗଳବାର ଏହା ନିଶ୍ଚିତ କରାଯାଇଛି। କିଛି ଦିନ ପୂର୍ବରୁ ୱାଙ୍ଖେଡେ ଷ୍ଟାଡିୟମର ୧୦ ଜଣ ଷ୍ଟାଫ୍‌ କରୋନା ଆକ୍ରାନ୍ତ ହୋଇଥିଲେ। ଏବେ ଗ୍ରାଉଣ୍ଡ କର୍ମଚାରୀମାନେ କୌଣସି ସ୍ଥାନକୁ ଯାତ୍ରା କରିବେ ନାହିଁ ଏବଂ ଷ୍ଟାଡିୟମରେ ରହିବେ ବୋଲି ଏମସିଏ ପକ୍ଷରୁ କୁହାଯାଇଛି। ୱାଙ୍ଖେଡେ ଷ୍ଟାଡିୟମ ଭିତରେ ଏକ କ୍ଲବ ଘର ଅଛି। ଆଇପିଏଲ ସୁରୁଖୁରୁରେ ଚଳାଇବା ପାଇଁ ଟୁର୍ନାମେଣ୍ଟ ଶେଷ ପର୍ଯ୍ୟନ୍ତ ସମସ୍ତ ଗ୍ରାଉଣ୍ଡଷ୍ଟାଫ ସେଠାରେ ରହିବ। ତିନି ଜଣ କ୍ରିକେଟର ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ହୋଇଛନ୍ତି। ଆରସିବିର ଦେବଦତ୍ତ ପାଡିକଲ, ଦିଲ୍ଲୀ କ୍ୟାପିଟାଲ୍ସର ଅକ୍ଷ୍‌ର ପଟେଲ ଏବଂ କୋଲକାତା ନାଇଟ ରାଇଡର୍ସର ନୀତୀଶ ରାଣା କରୋନା ସଂକ୍ରମିତ ହୋଇଥିଲେ ହେଁ ନୀତୀଶ ସୁସ୍ଥ ହୋଇ ଦଳ ସହ ତାଲିମ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ, ଏପ୍ରିଲ ୯ରୁ ଆଇପିଏଲ୍‌ ଆରମ୍ଭ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖେଳରେ ୟୋ-ୟୋ ଟେଷ୍ଟ କ’ଣ

ବେଙ୍ଗାଲୁରୁ,୧୮।୩: କିଛି ଦିନ ହେବ ଆଘାତ ଯୋଗୁ ପଡ଼ିଆରୁ ଦୂରେଇ ରହିଥିବା ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ପୃଥ୍ବୀ ଶ’ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ...

ଭାରତ ଫେରିବା ପରେ ବିଏମ୍‌ଡବ୍ଲୁ କିଣିଲେ ଏହି ଖେଳାଳି

ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜ ଅଷ୍ଟ୍ରେଲିଆରୁ ଆସିବା ମାତ୍ରେ ବିଏମଡବ୍ଲୁ କାର କିଣଛନ୍ତି। ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଡେବ୍ୟୁ କରିଥିବା ସିରାଜ...

ସଚିନଙ୍କ ପୁଅଙ୍କ ଭାଗ୍ୟ ଖୋଲିଲା

ମୁମ୍ବାଇ,୩୦,୧୨: ବିଶ୍ୱ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ଭାଗ୍ୟ ଖୋଲିଛି। ଅର୍ଜୁନ ତେନ୍ଦୁଲକର ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟର...

ଦିଲ୍ଲୀ ଛାଡ଼ି ଉତ୍ତରାଖଣ୍ଡ ପାଇଁ ଖେଳିବେ ଉନ୍ମୁକ୍ତ ଚାନ୍ଦ

ନୂଆଦିଲ୍ଲୀ, ୩।୯- ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବିଜୟୀ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଉନ୍ମୁକ୍ତ ଚାନ୍ଦ ଚଳିତ ଘରୋଇ ସିଜନରେ ନୂଆ ଦଳ...

ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌: ଭାଗନେବେ ୭୦ରୁ ଊର୍ଦ୍ଧ୍ୱ ଖେଳାଳି

ଭୁବନେଶ୍ୱର, ୫।୯(ପି.ଟି.)- ଫାଲକନ ଚିଲିକା ଫ୍ରେଶ୍‌ ଆନୁକୂଲ୍ୟରେ ସ୍ଥାନୀୟ ପଟିଆ ସ୍ଥିତ ୬ ପକେଟ୍ସଠାରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌।...

କ୍ରମାଗତ ଚତୁର୍ଥ ବିଜୟ ପରେ ବି ଖୁସି ନାହାନ୍ତି ପାକିସ୍ତାନ ଅଧିନାୟକ

ଆବୁଧାବି,୩।୧୧: ଟି-୨୦ ବିଶ୍ୱକପ୍‌ରେ ବାବର ଆଜାମଙ୍କ ଅଧିନାୟକତ୍ୱରେ ପାକିସ୍ତାନ ଦଳର ପ୍ରଦର୍ଶନ ଭଲ ରହିଛି। ଦଳ ମଧ୍ୟ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି । ମଙ୍ଗଳବାର...

ଦକ୍ଷିଣ ଆଫ୍ରିକାର ଆଗରେ ୨୧୨ ରନ୍‌ର ଟାର୍ଗେଟ୍‌

ନୂଆଦିଲ୍ଲୀ,୯।୬: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ ଗୁରୁବାର ଆରମ୍ଭ ହୋଇଯାଇଛି। ଅରୁଣ ଜେଟ୍‌ଲି ଷ୍ଟାଡିୟମରେ ଆରମ୍ଭ ହୋଇଥିବା...

ଏହି ମହାନ କ୍ରିକେଟର୍‌ଙ୍କୁ ହୃଦ୍‌ଘାତ

ଲାହୋର,୨୮।୯: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ସର୍ବକାଳୀନ ମହାନ ବ୍ୟାଟ୍ସମ୍ୟାନ ଇଞ୍ଜାମାମ-ଉଲ-ହକ ହୃଦଘାତରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୋମବାର ସାରେ ଇଞ୍ଜାମାମ ସଫଳ...

Advertisement
Archives

Model This Week