ନିର୍ମାଣର ୨ମାସ ପରେ ଡ୍ରେନ୍‌ ଭୁଶୁଡ଼ିଲା

ନୟାଗଡ଼ ଅଫିସ,୧୧।୪: ନୟାଗଡ଼ ମ୍ୟୁନିସିପାଲିଟି ଦେବୋତ୍ତର କଲୋନୀର ୧ନଂ. ଲେନ୍‌ ରାସ୍ତାପାର୍ଶ୍ୱରେ ଥିବା ଡ୍ରେନ ଭୁଶୁଡ଼ି ପଡ଼ିଛି। ବର୍ଷା ନ ହୋଇ ଡ୍ରେନ ଭୁଶୁଡି ପଡିବା ନିମ୍ନମାନର କାମକୁ ପ୍ରମାଣିତ କରୁଛି । ଆଗକୁ ବର୍ଷାଋତୁ ଥିବାରୁ ରାସ୍ତା ଓ ଡ୍ରେନର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୋଟିଏ ସ୍ଥାନରେ ଡ୍ରେନ ଭୁଶୁଡିବା ପରେ ସେଠାରେ ୪ରୁ ୫ଟି ସ୍ଲାବ୍‌ ପକାଯାଇ ସେହି ସ୍ଥାନକୁ ଲୁଚାଇବାକୁ ଉଦ୍ୟମ କରାଯାଇଛି । ଅନ୍ୟ ସ୍ଥାନରେ ବି ଡ୍ରେନ ଭୁଶୁଡ଼ି ପଡ଼ିବା ଅବସ୍ଥାରେ ରହିଛି। ଅନ୍ୟପକ୍ଷେ ୨ମାସ ତଳେ ନିର୍ବାଚନ ପୂର୍ବରୁ ଦେବୋତ୍ତର କଲୋନୀର ୧ନଂ. ଲେନ୍‌ ରାସ୍ତା ଓ ଡ୍ରେନ ନିର୍ମାଣ ହୋଇଥିଲା। ନୟାଗଡ଼- ଶରଣକୁଳ ରାସ୍ତାରୁ ଏହି ଲେନ୍‌କୁ ପ୍ରାୟ ୭୦୦ ମିଟର ରାସ୍ତା ନିର୍ମାଣ ହୋଇଥିଲା। ହେଲେ ସେଠାରେ ସୂଚନା ଫଳକ ଲଗା ଯାଇନାହିଁ । ଏଣୁ ରାସ୍ତା ପାଇ ଁକେତେ ଅନୁଦାନ ମଞ୍ଜୁର ହୋଇଛି ଜଣା ପଡ଼ିନାହିଁ । ଜିଲା ସଦର ମହକୁମା ସହରର ଏଭଳି ବିକାଶର ଚିତ୍ରକୁ ଅନୁଧ୍ୟାନ କଲେ ନିମ୍ନମାନର କାମ କରି ସରକାରୀ ଅନୁଦାନକୁ ଆତ୍ମସାତ୍‌ କରାଯାଉଥିବା ଅଭିଯୋଗ ଉଠିଛି । ନୟାଗଡ଼ ସହରର ବିକାଶକୁ ଆୟୁଧ କରି ବିଜେଡି ଗତ ପୌର ନିର୍ବାଚନରେ ୧୬ରୁ ୧୬ଟି ୱାର୍ଡରେ ନିଜର କାଉନସିଲର ପ୍ରାର୍ଥୀଙ୍କୁ ବିଜୟ କରାଇବାରେ ସଫଳ ହୋଇଛି । ଅନ୍ୟପକ୍ଷେ ସହରରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରୁଛନ୍ତି ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁ, ଜିଲାପାଳ ପୋମା ଟୁଡୁ, ମ୍ୟୁନିସିପାଲିଟିର ଚେୟାରମ୍ୟାନ ନିରୁପମା ସାହୁ ଓ ନିର୍ବାହୀ ଅଧିକାରୀ ସ୍ବାତୀ ମିଶ୍ର । ଶନିବାର ବିଧାୟକ, ଜିଲାପାଳ, ଅଧ୍ୟକ୍ଷ ଓ ନିର୍ବାହୀ ଅଧିକାରୀ ସହରର ୩,୪,୫,୭,୮ ଓ ୯ନଂ. ୱାର୍ଡ ପରିକ୍ରମା କରି ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିଛନ୍ତିଃ ଏହି ପରିପ୍ରେକ୍ଷୀରେ ସହରର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ହେଲେ ଅଧିକାଂଶ ସମୟରେ ନିମ୍ନମାନର କାମ ହେଉଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri