ନିର୍ମାଣର ୨ମାସ ପରେ ଡ୍ରେନ୍‌ ଭୁଶୁଡ଼ିଲା

ନୟାଗଡ଼ ଅଫିସ,୧୧।୪: ନୟାଗଡ଼ ମ୍ୟୁନିସିପାଲିଟି ଦେବୋତ୍ତର କଲୋନୀର ୧ନଂ. ଲେନ୍‌ ରାସ୍ତାପାର୍ଶ୍ୱରେ ଥିବା ଡ୍ରେନ ଭୁଶୁଡ଼ି ପଡ଼ିଛି। ବର୍ଷା ନ ହୋଇ ଡ୍ରେନ ଭୁଶୁଡି ପଡିବା ନିମ୍ନମାନର କାମକୁ ପ୍ରମାଣିତ କରୁଛି । ଆଗକୁ ବର୍ଷାଋତୁ ଥିବାରୁ ରାସ୍ତା ଓ ଡ୍ରେନର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୋଟିଏ ସ୍ଥାନରେ ଡ୍ରେନ ଭୁଶୁଡିବା ପରେ ସେଠାରେ ୪ରୁ ୫ଟି ସ୍ଲାବ୍‌ ପକାଯାଇ ସେହି ସ୍ଥାନକୁ ଲୁଚାଇବାକୁ ଉଦ୍ୟମ କରାଯାଇଛି । ଅନ୍ୟ ସ୍ଥାନରେ ବି ଡ୍ରେନ ଭୁଶୁଡ଼ି ପଡ଼ିବା ଅବସ୍ଥାରେ ରହିଛି। ଅନ୍ୟପକ୍ଷେ ୨ମାସ ତଳେ ନିର୍ବାଚନ ପୂର୍ବରୁ ଦେବୋତ୍ତର କଲୋନୀର ୧ନଂ. ଲେନ୍‌ ରାସ୍ତା ଓ ଡ୍ରେନ ନିର୍ମାଣ ହୋଇଥିଲା। ନୟାଗଡ଼- ଶରଣକୁଳ ରାସ୍ତାରୁ ଏହି ଲେନ୍‌କୁ ପ୍ରାୟ ୭୦୦ ମିଟର ରାସ୍ତା ନିର୍ମାଣ ହୋଇଥିଲା। ହେଲେ ସେଠାରେ ସୂଚନା ଫଳକ ଲଗା ଯାଇନାହିଁ । ଏଣୁ ରାସ୍ତା ପାଇ ଁକେତେ ଅନୁଦାନ ମଞ୍ଜୁର ହୋଇଛି ଜଣା ପଡ଼ିନାହିଁ । ଜିଲା ସଦର ମହକୁମା ସହରର ଏଭଳି ବିକାଶର ଚିତ୍ରକୁ ଅନୁଧ୍ୟାନ କଲେ ନିମ୍ନମାନର କାମ କରି ସରକାରୀ ଅନୁଦାନକୁ ଆତ୍ମସାତ୍‌ କରାଯାଉଥିବା ଅଭିଯୋଗ ଉଠିଛି । ନୟାଗଡ଼ ସହରର ବିକାଶକୁ ଆୟୁଧ କରି ବିଜେଡି ଗତ ପୌର ନିର୍ବାଚନରେ ୧୬ରୁ ୧୬ଟି ୱାର୍ଡରେ ନିଜର କାଉନସିଲର ପ୍ରାର୍ଥୀଙ୍କୁ ବିଜୟ କରାଇବାରେ ସଫଳ ହୋଇଛି । ଅନ୍ୟପକ୍ଷେ ସହରରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରୁଛନ୍ତି ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁ, ଜିଲାପାଳ ପୋମା ଟୁଡୁ, ମ୍ୟୁନିସିପାଲିଟିର ଚେୟାରମ୍ୟାନ ନିରୁପମା ସାହୁ ଓ ନିର୍ବାହୀ ଅଧିକାରୀ ସ୍ବାତୀ ମିଶ୍ର । ଶନିବାର ବିଧାୟକ, ଜିଲାପାଳ, ଅଧ୍ୟକ୍ଷ ଓ ନିର୍ବାହୀ ଅଧିକାରୀ ସହରର ୩,୪,୫,୭,୮ ଓ ୯ନଂ. ୱାର୍ଡ ପରିକ୍ରମା କରି ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିଛନ୍ତିଃ ଏହି ପରିପ୍ରେକ୍ଷୀରେ ସହରର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ହେଲେ ଅଧିକାଂଶ ସମୟରେ ନିମ୍ନମାନର କାମ ହେଉଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

ଅକ୍ଟୋବର ସୁଦ୍ଧା ସରିବ ପୋଲିସ ଏସ୍‌ଆଇ ପରୀକ୍ଷା

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପ୍ରଶ୍ନପତ୍ର ଲିକ୍‌ ଓ ନିଯୁକ୍ତି ଅନିୟମିତା ଯୋଗୁ ଦେଢ଼ବର୍ଷ ଧରି ପୋଲିସ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା ଅନିଶ୍ଚିତତା ଭିତରେ ରହିଥିବାବେଳେ ଇତିମଧ୍ୟରେ ବହୁ ଆବେଦନକାରୀଙ୍କ…

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri