Posted inଖେଳ

ଦ୍ୱିତୀୟ ଦିନରେ ଭାରତକୁ ଦୁଇ ପଦକ

ଭୋପାଳ,୨୪ା୩ (ପି.ଟି.):ଭୋପାଳରେ ଅନୁଷ୍ଠିତ ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ର ଦ୍ୱିତୀୟ ଦିବସରେ ଭାରତ ଦୁଇଟି ପଦକ ହାସଲ କରିଛି। ପ୍ରଥମ ଦିନରେ ଏୟାର ପିସ୍ତଲ ପୁରୁଷ ଇଭେଣ୍ଟରେ ଭାରତ ଗୋଟିଏ ଲେଖାଏ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ପଦକ ହାସଲ କରିଥିଲା। ଏୟାର ପିସ୍ତଲ ଇଭେଣ୍ଟରେ ସରବଜୋତ ସିଂ ସ୍ବର୍ଣ୍ଣ ପଦକ ଓ ବରୁଣ ତୋମାର ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଗୁରୁବାର ଭାରତ ଏୟାର ପିସ୍ତଲ ମିକ୍ସଡ ଟିମ୍‌ ଇଭେଣ୍ଟରେ ରୌପ୍ୟ ଓ ଏୟାର ରାଇଫଲ୍‌ ମିକ୍ସଡ ଟିମ୍‌ ବ୍ରୋଞ୍ଜ ପଦକ ହାସଲ କରିଛି। ଏୟାର ପିସ୍ତଲ ମିକ୍ସଡ ଟିମ୍‌ ଇଭେଣ୍ଟରେ ବରୁଣ ତୋମାର ଓ ରିଦିମ୍‌ ସାଙ୍ଗଓ୍ବନ ରୌପ୍ୟ ପଦକ ହାସଲ କରିଥିଲେ। ଅନ୍ୟ ପକ୍ଷରେ ରୁଦ୍ରାଂକ୍ଷ ପାଟିଲ ଓ ଆର. ନର୍ମଦା ନିତିନ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଉଭୟ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲା ଚାଇନା। ମଧ୍ୟପ୍ରଦେଶ ଶୁଟିଂ ଏକାଡେମୀ ରେଞ୍ଜରେ ଗୁରୁବାର ବରୁଣ ଚଳିତ ସଂସ୍କରଣର ଦ୍ୱିତୀୟ ପଦକ ହାସଲ କରିଥିଲେ। ଚାଇନାର କ୍ୱିଆନ୍‌ ଓ୍ବେଇ ଓ ଲିଉ ଜିନ୍ୟାଓଙ୍କ ନିକଟରୁ ୧୧-୧୭ରେ ପରାଜିତ ହେବା ସହିତ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ ବରୁଣ-ରିଦିମ୍‌। ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ଚାଇନା ଯୋଡି ଆରମ୍ଭରୁ ୭-୧୫ରେ ଆଗୁଆ ରହିଥିଲେ। ତେବେ ରିଦିମ୍‌-ବରୁଣ ଚମତ୍କାର ପ୍ରତ୍ୟାବର୍ତ୍ତନ କରିବା ସହିତ ମ୍ୟାଚ୍‌କୁ ୧୧-୧୫ ସ୍ଥିତିକୁ ନେଇ ଆସିଥିଲେ। ଚାଇନିଜ୍‌ ଯୋଡି ୨ ପଏଣ୍ଟ ହାସଲ କରିବା ସହିତ ବିଜୟୀ ହୋଇଥିଲେ। ଯୋଗ୍ୟତା ପର୍ଯ୍ୟାୟରେ କ୍ୱିଆନ୍‌ ଓ୍ବେଇ ଓ ଲିଉ ଜିନ୍ୟାଓ ୫୮୬ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଥିବା ବେଳେ ରିଦିମ୍‌-ବରୁଣ ୫୮୧ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଅନ୍ୟତମ ଭାରତୀୟ ଯୋଡି ଦିବ୍ୟା ଟିଏସ୍‌ ଓ ସରବଜୋତ୍‌ ସିଂ ଅଳ୍ପକେ ବ୍ରୋଞ୍ଜ ପଦକରୁ ବଞ୍ଚିତ ହୋଇଥିଲେ। ୫୭୪ ପଏଣ୍ଟ ସହିତ ଉଭୟ ପଞ୍ଚମ ସ୍ଥାନରେ ରହିଥିଲେ।
ଏୟାର ରାଇଫଲ୍‌ ବର୍ଗରେ ବିଶ୍ୱ ଚାମ୍ପିୟନ ରୁଦ୍ରାଂକ୍ଷ ପାଟିଲ ଓ ଆର. ନର୍ମଦା ନିତିନ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏକ ମାସ ତଳେ କାଇରୋରେ ଅନୁଷ୍ଠିତ ବିଶ୍ୱକପ୍‌ରେ ଉଭୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଯୋଗ୍ୟତା ପର୍ଯ୍ୟାୟରେ ଉଭୟ ୬୩୨ ପଏଣ୍ଟ ଅର୍ଜନ କରିବା ସହିତ ତୃତୀୟ ସ୍ଥାନରେ ରହିଥିଲେ। ଚାଇନାର ଝାଙ୍ଗ କ୍ୱିଓଙ୍ଗ ଓ ୟୁ ହାଓନାନ ମଧ୍ୟ ସମାନ ପଏଣ୍ଟ ଅର୍ଜନ କରି ଚତୁର୍ଥ ସ୍ଥାନରେ ରହିଥିଲେ। ବ୍ରୋଞ୍ଜ ପଦକ ମ୍ୟାଚରେ ଚାଇନିଜ୍‌ ଯୋଡିଙ୍କୁ ୧୬-୮ରେ ପରାସ୍ତ କରିଥିଲେ ରୁଦ୍ରାଂକ୍ଷ-ନର୍ମଦା। ବ୍ରୋଞ୍ଜ ପଦକ ପ୍ଲେ ଅଫ୍‌ରେ ଉଭୟ ଖେଳାଳି ଚମତ୍କାର ପ୍ରଦର୍ଶନ କରିଥିଲେ। ଗୋଟିଏ ବି ଶଟ୍‌ ୧୦ ପଏଣ୍ଟରୁ ତଳେ ରହି ନ ଥିଲା। ସ୍ବର୍ଣ୍ଣ ଅଳ୍ପକେ ହାତ ଛଡା କରିଥିଲେ ହେଁ ପଦକ ହାସଲ କରିବା ଆମକୁ ଉତ୍ସାହିତ କରିଥିଲା ବୋଲି କହିଥିଲେ ରୁଦ୍ରାଂକ୍ଷ ପାଟିଲ। ଚାଇନାର ହୁଆଙ୍ଗ ୟୁଟିଙ୍ଗ ଓ ଶେଙ୍ଗ ଲିହାଓ ୧୬-୨ରେ ହଙ୍ଗେରୀର ଇଷ୍ଟଭାନ ପେନି ଓ ଡେନେସ୍‌ ଏସ୍‌ଜରଙ୍କ ଯୋଡିକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?