ସବ୍ୟସାଚୀଙ୍କ ପାଇଁ ବଞ୍ଚିଲା ୨ ଜୀବନ

ଭୁବନେଶ୍ୱର, ୮।୬(ବ୍ୟୁରୋ): କରୋନା ସମୟରେ ଅସହାୟଙ୍କୁ ସାହାଯ୍ୟ କରି ସମସ୍ତଙ୍କ ଆଦର୍ଶ ପାଲଟିଥିବା ଅଭିନେତା ସବ୍ୟସାଚୀ ମିଶ୍ର ଦେବଦୂତ ସାଜି ପୁଣି ଆଉ ୨ ଜୀବନ ବଞ୍ଚାଇଛନ୍ତି। କରୋନା ସଂକ୍ରମିତ ୭ ମାସର ଗର୍ଭବତୀଙ୍କୁ କୋରାପୁଟରୁ ଭୁବନେଶ୍ୱରର ଆମ୍ରି ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି। ବର୍ତ୍ତମାନ ଉଭୟ ମହିଳା ଓ ଶିଶୁର ଅବସ୍ଥା ସ୍ଥିର ଥିବା ଜଣାପଡିଛି। ସୂଚନାଯୋଗ୍ୟ, କୋରାପୁଟର ବିଶ୍ୱ କଲ୍ୟାଣୀ ସାମଲ ଗର୍ଭବତୀ ଅବସ୍ଥାରେ ପଜିଟିଭ୍‌ ଚିହ୍ନଟ ହୋଇ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟାବସ୍ଥାରେ ସମସ୍ୟା ଦେଖାଦେବାରୁ ତାଙ୍କୁ କୋରାପୁଟର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଆହୁରି ଖରାପ ହେବା ସହ ଅକ୍ସିଜେନ ମାତ୍ରା କମିବାରେ ଲାଗିଥିଲା। ଏ ନେଇ କଲ୍ୟାଣୀଙ୍କ ସମ୍ପର୍କୀୟ ସବ୍ୟସାଚୀଙ୍କୁ ଟୁଇଟ୍‌ କରି ସହଯୋଗ ଲୋଡ଼ିଥିଲେ। ଏହାପରେ ସବ୍ୟସାଚୀ କୋରାପୁଟ ଜିଲା ପ୍ରଶାସନକୁ ଅବଗତ କରାଇବା ପରେ ତାଙ୍କ ପାଇଁ ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ ଯୋଗାଡ଼ କରାଯାଇଥିଲା। ସବ୍ୟସାଚୀଙ୍କ ଅନୁଷ୍ଠାନ ‘ସ୍ମାଇଲ୍‌ ପ୍ଲିଜ୍‌’ର ଭଲ୍ୟୁଣ୍ଟର ବାସୁଦେବଙ୍କ ସହାୟତାରେ ରବିବାର ରାତିରେ ତାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା। ବାଟ ସାରା ଡା. ଅମ୍ରିତ ପାଟ୍ଟଜୋଷୀ, ଡା. ଦେବାଶିଷ ରାୟ ଓ ଡା. ଶୁଭେନ୍ଦୁ ମିଶ୍ର ସ୍ବାସ୍ଥ୍ୟାବସ୍ଥା ତଦାରଖ କରିଥିଲେ। ସୋମବାର ଭୁବନେଶ୍ୱରରେ ପହଞ୍ଚତ୍ବା ପରେ ତାଙ୍କୁ ଆମ୍ରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଠାରେ ଡା. ଶରତ ଚନ୍ଦ୍ର ବେହେରା, ଡା. ହରପ୍ରିତ୍‌ କୌର ଓ ଡା. ଓମ୍‌ ପ୍ରତୀକ ସାହୁ ତାଙ୍କର ଚିକିତ୍ସା କରୁଛନ୍ତି। ଏ ନେଇ ସବ୍ୟସାଚୀ କୋରାପୁଟ ଜିଲାପାଳଙ୍କ ସମେତ ସମସ୍ତ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ମା’ ଓ ଶିଶୁଙ୍କ ଆରୋଗ୍ୟ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଥର ଗତିରେ ମେଡ଼ିକାଲ ଗୃହ ନିର୍ମାଣ

ସଜନାଗଡ଼, ୧୭।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଏକ ଆଦିବାସୀ ବହୁଳ ଅଞ୍ଚଳ। ଉକ୍ତ ଅଞ୍ଚଳର ସମସ୍ତ ଲୋକ ଏହି ଚିକିତ୍ସାଳୟ ଉପରେ ନିର୍ଭର କରନ୍ତି। ଉପଖଣ୍ଡ...

ରାଜ୍ୟରେ ୨,୦୭୦ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୨,୦୭୦ କରୋନା ଆକ୍ରାନ୍ତ...

ବିଜେଡି କେବଳ ମିଥ୍ୟା ପ୍ରତିଶ୍ରୁତି ଦିଏ

ଭୁବନେଶ୍ୱର,୧୩ା୧୨(ବ୍ୟୁରୋ):  ରାଜ୍ୟରେ ଶାସନ କରିବା ପାଇଁ ଓଡ଼ିଶାର ଜନତା ନବୀନବାବୁଙ୍କୁ ଭୋଟ ଦେଇଛନ୍ତି। କିନ୍ତୁ ଏଠି ସରକାରୀ ବାବୁମାନେ ଶାସନ କରୁଛନ୍ତି। କୋଇଲା, ଜଙ୍ଗଲ, ଚିଟ୍‌ଫଣ୍ଡ,...

୩୪ଲକ୍ଷ ଚାଷୀଙ୍କୁ ୬୯୩.୯୪କୋଟି

ଭୁବନେଶ୍ୱର, ୨ା୪(ବ୍ୟୁରୋ):୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ ଅନ୍ତର୍ଗତ ‘କାଳିଆ’ ଯୋଜନାରେ ୪ର୍ଥ ପର୍ଯ୍ୟାୟ ଅର୍ଥ ପ୍ରଦାନ...

ସାବିତ୍ରୀଙ୍କ ପ୍ରଶ୍ନ: ୭୫ ହେଲାଣି, କୋଉ ବୟସରେ ମିଳିବ ଆବାସ

କୁନ୍ଦୁରା,୨୨ା୮(ଡି.ଏନ୍‌.ଏ.): ବୟସ ପ୍ରାୟ ୭୫ ପାଖାପାଖି । ଚାଲିବାକୁ ଅସମର୍ଥ ହୋଇପଡିଥିବା ସତ୍ତ୍ୱେ ଜୀବନ ଯୁଦ୍ଧରେ ହାରି ନ ଯାଇ ଧଇଁସଇଁ ହୋଇ ବଞ୍ଚତ୍ଛନ୍ତି, ଚାଲିଛନ୍ତି ସାବିତ୍ରୀ।...

ଦୁଇ ଗୋଷ୍ଠୀ ମୁହାଁମୁହିଁ

ସଜନାଗଡ଼, ୩।୪ (ଡି.ଏନ.ଏ.) ନୀଳଗିରି ବ୍ଲକ ଆରବନ୍ଧ ପଞ୍ଚାୟତରେ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନଆରଇଜିଏସ୍‌)ରେ ଅନିୟମିତତା ଅଭିଯୋଗ କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି।...

କରୋନା ସମ୍ପର୍କିତ ବୈଠକ ବ୍ୟତୀତ ଅନ୍ୟ ସମସ୍ତ ସରକାରୀ ବୈଠକ ବାତିଲ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ବଢ଼ିଛି କରୋନା କଟକଣା। ଆଗାମୀ ଦିନରେ ସରକାରୀ କାର୍ଯ୍ୟାଳୟରେ କରୋନା ସମ୍ପର୍କିତ ବୈଠକ ବ୍ୟତୀତ ଅନ୍ୟ କୌଣସି ସଭା, ସମିତି ହେବ ନାହିଁ। ସେହିଭଳି...

ରାଜ୍ୟରେ ବୃଦ୍ଧି ପାଇଛି ହେନ୍ତାଳ ବନ

ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ): ଗତ ଦୁଇବର୍ଷରେ ରାଜ୍ୟରେ ୮ କିଲୋମିଟର ହେନ୍ତାଳ ବନ ବୃଦ୍ଧି ପାଇଛି। ‘ଇଣ୍ଡିଆ ଷ୍ଟେଟ୍‌ ଅଫ୍‌ ଫରେଷ୍ଟ ରିପୋର୍ଟ-୨୦୧୯’ରୁ ଏହି ସୂଚନା ମିଳିଛି।...

Advertisement
Archives

Model This Week