ଆଣବିକ ଶକ୍ତି ଦେଖାଇବ ରୁଷିଆ

ମସ୍କୋ/ଓ୍ବାଶିଂଟନ୍‌,୧୯ା୨: ୟୁକ୍ରେନ୍‌ ସହ ରୁଷିଆ ମୁହାଁମୁହିଁ ସ୍ଥିତିରେ ଥିବାବେଳେ ଶନିବାର ନ୍ୟୁକ୍ଲିୟର ଡ୍ରିଲ୍‌ କରିବାକୁ ଶୁକ୍ରବାର ଏହାର ସେନା ପକ୍ଷରୁ ଘୋଷଣା କରାଯାଇଛି। ଏହାକୁ ୟୁକ୍ରେନ୍‌ ଆକ୍ରମଣର ପ୍ରାକ୍‌ ପ୍ରସ୍ତୁତି ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଅନ୍ୟପକ୍ଷେ ରୁଷିଆ ବିରୋଧରେ ଆମେରିକା କଂଗ୍ରେସରେ ଏକ ସଂକଳ୍ପନାମା ସର୍ବସମ୍ମତି କ୍ରମେ ଗୃହୀତ ହୋଇଛି। ୟୁକ୍ରେନ୍‌ର ସ୍ବାଧୀନତା, ଅଖଣ୍ଡତା ଓ ସାର୍ବଭୌମତ୍ୱ ପ୍ରତି ସୀମାରେ ରୁଷିଆର ସାମରିକ ଉପସ୍ଥିତି ବିପଦ ସୃଷ୍ଟି କରିଥିବା ଏହି ରିଜୋଲ୍ୟୁଶନ୍‌ରେ ନିନ୍ଦା କରାଯାଇଛି।
ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ରାଷ୍ଟ୍ରପତି ଭ୍ଳାଡିମିର ପୁଟିନ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କ୍ରିମିଆ ଉପଦ୍ୱୀପର କୃଷ୍ଣସାଗରରେ ଶନିବାର ଆଣବିକ ସମରାଭ୍ୟାସ କରାଯିବ। ଏଥିରେ ଅନେକ ଆନ୍ତଃ ମହାଦେଶୀୟ ଦୂରଗାମୀ କ୍ଷେପଣାସ୍ତ୍ର ଓ କ୍ରୁଜ୍‌ ମିଶାଇଲ୍‌ର ପୁନଃ ପରୀକ୍ଷଣ କରାଯିବ। ପଡ଼ୋଶୀ ୟୁକ୍ରେନ୍‌ ଉପରେ ରୁଷିଆ କିଛିଦିନ ଭିତରେ ଆକ୍ରମଣ କରିପାରେ ବୋଲି ଗୁରୁବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସତର୍କ କରାଇଥିବାବେଳେ ପୁଟିନ୍‌ଙ୍କ ସେନା ଉପରୋକ୍ତ ବିବୃତି ଦେଇଛି। ୟୁକ୍ରେନ୍‌କୁ ତିନିପଟୁ ପ୍ରାୟ ୧୫୦,୦୦୦ ରୁଷିଆ ସୈନ୍ୟ ଘେରିରହିଛନ୍ତି। ରୁଷିଆ ନିଜର ପ୍ରାୟ ୬୦% ସାମରିକ ବଳ ୟୁକ୍ରେନ୍‌ ବିରୋଧରେ ନିୟୋଜିତ କରିଥିବା ପାଶ୍ଚାତ୍ୟ ଦେଶଗୁଡ଼ିକ ଆଶଙ୍କା କରିଛନ୍ତି। ଯୁଦ୍ଧ ଯୋଜନା ନାହିଁ ବୋଲି କ୍ରେମ୍‌ଲିନ ସଫେଇ ଦେଉଥିବାବେଳେ ୟୁକ୍ରେନ୍‌ ତଥା ଅନ୍ୟ ପୂର୍ବ ସୋଭିଏଟ୍‌ ରାଷ୍ଟ୍ରଗୁଡ଼ିକୁ ଆମେରିକା ଓ ଏହାର ସହଯୋଗୀ ନାଟୋରୁ ବାହାର କରନ୍ତୁ ବୋଲି ମସ୍କୋ ଦାବି କରିଛି। ସେହିପରି ପୂର୍ବ ୟୁରୋପରୁ ନାଟୋ ସୈନ୍ୟଙ୍କୁ ମଧ୍ୟ ହଟାଇବାକୁ ରୁଷିଆ ନିଜ ଦାବି ଦୋହରାଇଛି। ତେବେ ଏହି ଦାବିଗୁଡ଼ିକୁ ଓ୍ବାଶିଂଟନ ପ୍ରତ୍ୟାଖ୍ୟାନ କରିଛି। ୟୁକ୍ରେନ୍‌ ସମର୍ଥନରେ ଆମେରିକା କଂଗ୍ରେସର ସିନେଟରମାନେ ଏକାଠି ହୋଇ ସଂକଳ୍ପନାମା ପାରିତ କରିଛନ୍ତି। ସୀମାରେ ରୁଷିଆର ସୈନ୍ୟ ଠୁଳକୁ ଏଥିରେ କଡ଼ା ନିନ୍ଦା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କୁ ୨୩ ମାର୍ଚ୍ଚ ସୁଦ୍ଧା ହାସଲ କରିବାକୁ ହେବ ବିଶ୍ୱାସ ମତ

କାଠମାଣ୍ଡୁ,୨୭ ।୨: ନେପାଳରେ ରାଜନୈତିକ ଅସ୍ଥିରତା ଜାରି ରହିଛି । ମାର୍ଚ୍ଚ ୨୮ ସୁଦ୍ଧା ପ୍ରଧାନମନ୍ତ୍ରୀ ପୁଷ୍ପା କମଲ ଦହଲଙ୍କୁ ସଂସଦର ନିମ୍ନ ଗୃହ-ପ୍ରତିନିଧି ସଭାରେ...

ଆମେରିକା ଅସ୍ତିତ୍ୱ ପ୍ରତି ବିପଦପୂର୍ଣ୍ଣ ଚାଇନା: ଆମେରିକା ସଂସଦର ନିଷ୍ପତ୍ତି…

ଓ୍ବାଶିଂଟନ,୧।୩ : ଆମେରିକାର ବରିଷ୍ଠ ସାଂସଦମାନେ ରିପବ୍ଲିକାନ ସଂଖ୍ୟାଗରିଷ୍ଠ ପ୍ରତିନିଧି ସଭାରେ ଆମେରିକାର ଅସ୍ତିତ୍ୱ ପ୍ରତି ଚାଇନାକୁ ବିପଦ ବୋଲି କହିଛନ୍ତି। କମ୍ୟୁନିଷ୍ଟ ପାର୍ଟି ନେତୃତ୍ୱାଧୀନ...

ଶହେ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରୁ ୨୯ ମୃତ ଦେହ ଜବତ: ପୋଲିସର ତନାଘନା

ମେକ୍ସିକୋ ସିଟି,୧୮।୯: ଏକ କବରସ୍ତାନରେ ପଡ଼ିଥିବା ଶହେଟି ପ୍ଲାଷ୍ଟିକ୍‌ ବ୍ୟାଗ୍‌ରୁ ପୋଲିସ ୨୯ଟି ମୃତ ଦେହ ଜବତ କରିଛି। ଏଭଳି ଏକ ଘଟଣା ମେକ୍ସିକୋର ଜଲିସ୍କୋସ୍ଥିତ...

ପରିବେଶ ପୁରସ୍କାରକୁ ଗ୍ରେଟାଙ୍କ ନା

ଷ୍ଟକ୍‌ହୋମ୍‌ : ବିଶ୍ୱକୁ ଜଳବାୟୁ ପରିବର୍ତ୍ତନର ବିଷ ବଳୟ ମଧ୍ୟରୁ ମୁକାଳିବା ସହ ଏହାର ପ୍ରଭାବ ହ୍ରାସ ଲାଗି ବିଶ୍ୱ ସମୁଦାୟ ଉପରେ ଚାପ ପକାଇଥିବା...

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରେ ତଳକୁ ଖସିପାରନ୍ତି ଏଲନ ମସ୍କ

ୱାଶିଂଟନ,୮ ।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତାଲିକାର ଏକ ନମ୍ବରରେ ଥିବା ଏଲନ ମସ୍କ ଏବେ ଏହାକୁ ହରାଇ ପାରନ୍ତି ବୋଲି କୁହାଯାଉଛି ।...

ନାଇଟ୍‌ କ୍ଲବ୍‌ରେ ବଡ଼ ଧରଣର ଅଗ୍ନିକାଣ୍ଡ: ଚାଲିଗଲା ୪୦ ଜୀବନ

ବ୍ୟାଙ୍କକ୍‌,୫।୮: ଥାଇଲ୍ୟାଣ୍ଡର ଏକ ନାଇଟ କ୍ଲବରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର...

ଭାରତକୁ କରୋନା ଭ୍ୟାକ୍ସିନ ମାଗିଲେ କାମ୍ବୋଡିଆ ପ୍ରଧାନମନ୍ତ୍ରୀ

ନୋମ ପେନହ,୧୯ ।୧: ଭାରତରେ ନିର୍ମିତ ଦୁଇଟି କୋଭିଡ ଭ୍ୟାକ୍ସିନକୁ କରୋନା ମୁକାବିଲା ଲାଗି ଜରୁରୀ ପରିସ୍ଥିତିରେ ବ୍ୟବହାର ପାଇଁ ଅନୁମତି ମିଳିଯିବା ପରେ ୧୬...

ଅଜ୍ଞାତ ସ୍ଥାନରେ ଲୁଚିଛନ୍ତି ଜେଲେନସ୍କି…

କ୍ୱିଭ୍‌,୮।୩ : ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଅଜ୍ଞାତ ସ୍ଥାନରେ ଲୁଚି ରହିଛନ୍ତି। ତାଙ୍କୁ ସୁରକ୍ଷା ଦେବା ପାଇଁ ଆମେରିକାର ନୌସେନା ସିଲ ଏବଂ ବ୍ରିଟିଶ...

Advertisement
Archives

Model This Week