ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା ପରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଯାଉଥିବା ସ୍ପଷ୍ଟ ହୋଇଛି। ଏହି ନିର୍ବାଚନମଣ୍ଡଳୀ ପାଇଁ ଗଣେଶ୍ୱର ବେହେରା ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ତାଙ୍କର ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ ଭାବେ କଂଗ୍ରେସର ଡ. ସିପ୍ରା ମଲ୍ଲିକ ଓ ଭାଜପାର ଗୀତାଞ୍ଜଳି ସେଠୀ ଦଳୀୟ ସଙ୍ଗଠନକୁ ଏକାଠି କରି ଗ୍ରାମ ଓ ସହରାଞ୍ଚଳରେ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି।
କେନ୍ଦ୍ରାପଡ଼ା ବ୍ଲକ ଓ ପୌରାଞ୍ଚଳ ସହ ପଟ୍ଟାମୁଣ୍ଡାଇର ୧୨ ପଞ୍ଚାୟତକୁ ନେଇ ଗଠିତ ଏହି ନିର୍ବାଚନ କ୍ଷେତ୍ରରେ ମୋଟ ଭୋଟରଙ୍କ ସଂଖ୍ୟା ୨,୨୮,୫୯୬। ଏଥିରୁ ପୁରୁଷଙ୍କ ସଂଖ୍ୟା ୧,୧୭,୯୪୧ ଓ ମହିଳାଙ୍କ ସଂଖ୍ୟା ୧,୧୦,୬୪୬। ପ୍ରାୟ ୭ ହଜାର ମହିଳାଙ୍କ ସଂଖ୍ୟା କମ୍‌ ରହିଥିଲେ ମଧ୍ୟ ମତଦାନ କେନ୍ଦ୍ରରେ ଏମାନଙ୍କ ଯୋଗଦାନ ପୁରୁଷଙ୍କଠାରୁ ଅଧିକ। ୨୦୧୭ ପଞ୍ଚାୟତ ନିର୍ବାଚନ, ୨୦୧୯ ସାଧାରଣ ନିର୍ବାଚନ ଓ ୨୦୨୨ ପଞ୍ଚାୟତ ନିର୍ବାଚନକୁ ଆକଳନ କଲେ ପୁରୁଷଙ୍କଠାରୁ ମହିଳାଙ୍କ ମତଦାନ ହାର ପ୍ରାୟ ୧୨ ପ୍ରତିଶତ ଅଧିକ। ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି। ଅପରପକ୍ଷରେ ଚଳିତ ନିର୍ବାଚନରେ ପ୍ରାର୍ଥୀଙ୍କ ଦଳ ବଦଳ ଚର୍ଚ୍ଚାରେ ଅଛି। ଗଣେଶ୍ୱର କଂଗ୍ରେସ ଛାଡି ବିଜେଡି, ସିପ୍ରା ଓ ଗୀତାଞ୍ଜଳି ବିଜେଡି ଛାଡି କଂଗ୍ରେସ ଓ ଭାଜପାର ପ୍ରାର୍ଥୀ ହୋଇଛନ୍ତି। ୨୦୦୯ରେ ଗଣେଶ୍ୱରଙ୍କ ସହ ସିପ୍ରାଙ୍କ ମୁକାବିଲା ହୋଇଥିଲା। ସେହି ନିର୍ବାଚନରେ ସିପ୍ରା ବିଜୟୀ ହୋଇଥିଲେ। ସେହିପରି ଗୀତାଞ୍ଜଳି ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଜିଲା ପରିଷଦ ସଭାପତି ଭାବେ କାର୍ଯ୍ୟ ତୁଲାଇଛନ୍ତି। ଗଣେଶ୍ୱରଙ୍କ କଂଗ୍ରେସ ସମର୍ଥକ ବିଜେଡିରେ ଯୋଗ ଦେଇଛନ୍ତି। ଏହାସତ୍ତ୍ୱେ ବିଜେଡିର ଆଭ୍ୟନ୍ତର କନ୍ଦଳ ଅଦ୍ୟାବଧି ସମାଧାନ ହୋଇନାହିଁ। ଅସନ୍ତୁଷ୍ଟ ବିଜେଡି ନେତାଙ୍କ ମଧ୍ୟରେ ସମନ୍ବୟ ପାଇଁ ରଣନୀତି ପ୍ରସ୍ତୁତ ହୋଇଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ। ପ୍ରତ୍ୟେକ ପ୍ରାର୍ଥୀ ପାଇଁ ବିଧାନସଭା କ୍ଷେତ୍ରର ଆଞ୍ଚଳିକ ସମସ୍ୟା ସମାଧାନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି। ପୂର୍ବରୁ ଏହି ବିଧାନସଭା କ୍ଷେତ୍ରରେ ମେଡିକାଲ କଲେଜ, କୃଷି ବିଶ୍ୱବିଦ୍ୟାଳୟ, କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା, କୃଷି କ୍ଷେତ୍ରକୁ ଜଳ ପରିଚାଳନା ଆଦିକୁ ନେଇ ଗଣେଶ୍ୱର ଆନ୍ଦୋଳନ କରୁଥିଲେ। ଏବେ ଏହି ସମସ୍ୟାକୁ କଂଗ୍ରେସ ପ୍ରାର୍ଥୀ ସିପ୍ରା ଓ ଭାଜପା ପ୍ରାର୍ଥୀ ଗୀତାଞ୍ଜଳି ଉଠାଇଲେଣି। ଏହାବ୍ୟତୀତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ଅବ୍ୟବସ୍ଥା, ମହିଳା ନିର୍ଯାତନା ଆଦିକୁ ବିରୋଧୀ ପ୍ରସଙ୍ଗ କରିଛନ୍ତି। ସେହିପରି ନିର୍ବାଚନମଣ୍ଡଳୀରେ ଧୋୟା ଅଞ୍ଚଳର ସମସ୍ୟା, ରାଶନ କାର୍ଡ, ଭତ୍ତା, ଆବାସ ଯୋଜନା ଆଦିର ଅବ୍ୟବସ୍ଥାକୁ ଶାସକ ଦଳ ପ୍ରାର୍ଥୀ ଗଣେଶ୍ୱରଙ୍କୁ ଅପ୍ରୀତିକର ପରିସ୍ଥିତିରେ ପକାଇବା ସମ୍ଭାବନା ଦେଖାଦେଇଛି। ତେବେ ଶାସକ ଦଳର ଉନ୍ନୟନ କାର୍ଯ୍ୟକୁ ଆଧାର କରି ଗଣେଶ୍ୱର ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି। ରାଜନୀତିରେ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଥିବାରୁ ଆଗକୁ ଏହି ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହେବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?