୨ଦିନ ହେଲା ଖାଇବା ଛାଡିଦେଇଛି ଦନ୍ତା

ସମ୍ବଲପୁର,୨୧ା୬(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ପଡ଼ିଆବାହାଲ ରେଞ୍ଜ୍‌ ଅନ୍ତର୍ଗତ ସାପଲହରା ଗ୍ରାମ ପୋଖରୀରେ ୫ ଦିନ ହେଲା ଏକ ଆହତ ଦନ୍ତା ମୃତ୍ୟୁ ସହ ସଂଗ୍ରାମ କରୁଛି। ୨ ଦିନ ହେଲା ହାତୀଟି ସମ୍ପୂର୍ଣ୍ଣ ଖାଇବା ଛାଡ଼ିଦେଇଛି। କେବଳ ସାଲାଇନ୍‌ ଓ ଔଷଧ ଦିଆଯାଉଛି। ଶରୀରର ଗୋଟିଏ ପାର୍ଶ୍ୱ ପାଣି ଓ ପଙ୍କରେ ବୁଡ଼ିରହିଛି। ହାତୀଟି ଏତେ ଦୁର୍ବଳ ହୋଇଯାଇଛି ଯେ ନିଜ ଶରୀରକୁ ମଧ୍ୟ ସେ ହଲାଇ ପାରୁନାହିଁ। ସାତକୋଶିଆରୁ ଡାକ୍ତର କିଶୋର ସାହୁଙ୍କ ସହିତ ଏକ ଡାକ୍ତରୀ ଟିମ୍‌ ଆସି ଚିକିତ୍ସା କରୁଛି। ସମ୍ବଲପୁର ଜିଲା ବନ୍ୟପ୍ରାଣୀ ବିଶେଷଜ୍ଞ ଆବଶ୍ୟକ ଚିକିତ୍ସା ସେବା ଯୋଗାଉଥିବାବେଳେ ବନ କର୍ମଚାରୀ ଏହାକୁ ଜଗି ରହିଛନ୍ତି। ବର୍ତ୍ତମାନ କେବଳ ଭଗବାନଙ୍କ ଭରସାରେ ହାତୀଟି ରହିଛି ବୋଲି ଆଲୋଚନା ହେଉଛି।
ଡିଏଫ୍‌ଓ ବି. ନୀଳାମ୍ବର କହିଛନ୍ତି, ଦନ୍ତାକୁ ଯଥାସମ୍ଭବ ଚିକିତ୍ସା କରାଯାଉଛି। ବିଶେଷଜ୍ଞମାନେ ଆସିଛନ୍ତି। ହାତୀ ଦେହରେ ଜ୍ୱର ରହିଛି ବୋଲି ଡାକ୍ତରମାନେ କହୁଛନ୍ତି। ପାଣିରେ ବୁଡ଼ିରହିବା ଯେତିକି ସମସ୍ୟା ନୁହେଁ, ନ ଖାଇବା ଏକ ବଡ଼ ସମସ୍ୟା। ନିଜ ହିସାବରେ ଖାଦ୍ୟ ଖାଇବା ଆରମ୍ଭ କଲେ ଖୁବ୍‌ଶୀଘ୍ର ଭଲ ହୋଇଯିବ ବୋଲି ଟିମ୍‌ କହିଥିଲା। ସୂଚନାଯୋଗ୍ୟ, ମେ’୨୯ରେ ଆହତ ଦନ୍ତାକୁ ମୁର୍ଗାବାରି ଗ୍ରାମ୍ୟ ଜଙ୍ଗଲରେ ବନ ବିଭାଗ ଠାବ କରିଥିଲା। ଜୁନ୍‌ ୨ରୁ ଏହାର ଚିକିତ୍ସା ଆରମ୍ଭ ହୋଇଥିଲା। ଓୟୁଏଟି ପ୍ରଫେସର ଇନ୍ଦ୍ରମଣି ନାଥ, ସମ୍ବଲପୁର ବୁର୍ଲାର ଭିଏସ୍‌ ସତ୍ୟଜାତ ପଣ୍ଡା, ଯୁଯୁମୁରା ଭିଏସ୍‌ ଅମ୍ରତି ସାହୁଙ୍କୁ ନେଇ ଗଠିତ ଟିମ୍‌ ଚିକିତ୍ସା କରିଥିଲା। ଦନ୍ତାର ଗୋଡ଼ରେ ଗଭୀର କ୍ଷତ ରହିଥିଲା। ଟ୍ରାଙ୍କୁଲାଇଜ କରି କ୍ଷତ ସଫା କରିବା ପରେ ଆବଶ୍ୟକ ଇଞ୍ଜେକ୍‌ଶନ ଓ ଔଷଧ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri