ଦୁଇଦିନ ଝଡ଼ବର୍ଷା: ୧୮ରୁ ବଢ଼ିବ ତାତି

ଭୁବନେଶ୍ୱର,୧୫ା୪(ବ୍ୟୁରୋ): ଗତ କିଛିଦିନ ହେବ ରାଜ୍ୟରେ ତାତିର ପ୍ରକୋପ ନାହିଁ। ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍‌ ତଳେ ରହୁଛି। ଆସନ୍ତା ୩ ଦିନ ଯାଏ ତାତି ବଢ଼ିବ ନାହିଁ। ୧୫ ଏବଂ ୧୬ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ୧୫ ତାରିଖରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ଗଜପତି ଜିଲାର କେତେକ ସ୍ଥାନରେ ଝଡ଼ବର୍ଷା ସମ୍ଭାବନା ରହିଛି। ଘଣ୍ଟା ପ୍ରତି ୩୦ରୁ ୪୦ କି.ମି. ବେଗରେ ପବନ ବହିବ। ଏହି ସମୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ସେହିପରି ୧୬ ତାରିଖରେ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ତେବେ ଆସନ୍ତା ୧୮ ତାରିଖରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବୃଦ୍ଧିପାଇବ। ୨୨ ତାରିଖ ବେଳକୁ ପାରଦ ଉପରମୁହାଁ ହୋଇ ୪୦ ଡିଗ୍ରୀ ସେଲ୍‌ସିୟସ୍‌କୁ ଟପିଯିବ। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ମଧ୍ୟ ତାତି ବୃଦ୍ଧିପାଇବ ବୋଲି ଅନୁମାନ କରାଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବୁଧବାର ବାରିପଦାରେ ସର୍ବୋଚ୍ଚ ତାପମାତ୍ରା ୪୨.୪ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ା ୪୦, ଅନୁଗୋଳ ୩୯.୭, ନୟାଗଡ଼ ୩୯, ତାଳଚେର ୩୯.୧ ଏବଂ ସୁନ୍ଦରଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ):ଦକ୍ଷିଣ ଆଣ୍ଡାମାନ ନିକଟରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଏହା ଲଘୁଚାପରେ ପରିଣତ ହେବ। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତିକରି...

ଶିଶୁଙ୍କ ଟିକାକରଣ ପୂର୍ବରୁ ଦିଆଯିବ ସ୍ବତନ୍ତ୍ର ପ୍ରଶିକ୍ଷଣ

ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ରାଜ୍ୟରେ ଶିଶୁମାନଙ୍କୁ କୋଭିଡ୍‌ ଟିକା ଦେବା ପାଇଁ ଶୁକ୍ରବାରଠାରୁ ପ୍ରସ୍ତୁତି ଆରମ୍ଭ ହେବ। ଗୁରୁବାର ପରିବାର କଲ୍ୟାଣ ନିର୍ଦ୍ଦେଶକ ତଥା ରାଜ୍ୟ ଟିକାକରଣ ନୋଡାଲ...

ସିଟି ହସ୍ପିଟାଲ ଦାବି: ଦୋକାନବଜାର ବନ୍ଦକଲେ ସହରବାସୀ

ବରଗଡ଼ ଅଫିସ,୩।୨:  ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା ଦାବିରେ ଅସନ୍ତୋଷର ନିଆଁ ଲିଭିବାର ନାଁ ନେଉ ନାହିଁ। ଏହି...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ’ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର,୨୬।୯(ବ୍ୟୁରୋ): ଲେଖିକା ତେଜସ୍ବିନୀ ପଣ୍ଡାଙ୍କ ପୁସ୍ତକ ‘ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ’ ଲୋକାର୍ପଣ ଉତ୍ସବ ସ୍ଥାନୀୟ ଏକ ହୋଟେଲରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ...

କୃଷି ପ୍ରଗତି ପାଇଁ ଏମ୍‌ଓୟୁ

ଭୁବନେଶ୍ୱର, ୨୨।୯(ବ୍ୟୁରୋ): ରାଜ୍ୟରେ କୃଷି ପ୍ରଗତି ପାଇଁ ଓଡ଼ିଶା ସରକାର ଏବଂ ବିଲ୍‌ ଓ ମିଲିଣ୍ଡା ଗେଟ୍‌ସ ଫାଉଣ୍ଡେଶନ ମଧ୍ୟରେ ମଙ୍ଗଳବାର ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।...

ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ସିଟ ଆଲର୍ଟମେଣ୍ଟ

ଭୁବନେଶ୍ୱର,୫।୩(ବ୍ୟୁରୋ): ରାଜ୍ୟରେ ମେଡିକାଲ ନାମଲେଖା ପାଇଁ ଯୁଗ୍ମ ପ୍ରବେଶିକା ପରୀକ୍ଷା ପକ୍ଷରୁ ଶନିବାର ଦ୍ୱିତୀୟ ପର୍ଯ୍ୟାୟ ସିଟ ଆଲର୍ଟମେଣ୍ଟ ପ୍ରକାଶ ପାଇବ । ସେହି ଆଧାରରେ...

କିଟ୍‌ର ବିଭିନ୍ନ ଷ୍ଟାଡିୟମ ଲୋକାର୍ପିତ

ଭୁବନେଶ୍ୱର,୧୮।୨ (କ୍ରୀଡ଼ା ପ୍ରତିନିଧି): କିସ୍‌ ବିଶ୍ୱବିଦ୍ୟାଳୟ ୨ୟ ଏବଂ କିସ୍‌-ଭୁବନେଶ୍ୱରର ୪ର୍ଥ କ୍ୟାମ୍ପସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଉଦ୍‌ଘାଟନ କରିଛନ୍ତି। ଏଥିସହ ଭାରତର ବିଶିଷ୍ଟ...

୪୩୭୩ ପଞ୍ଚାୟତରେ ମିଳିବ ବ୍ୟାଙ୍କ ସୁବିଧା

ଭୁବନେଶ୍ୱର,୧୨ା୮(ଅନିଲ ଦାସ): ରାଜ୍ୟର ବ୍ୟାଙ୍କ ସୁବିଧା ନ ଥିବା ୪୩୭୩ ପଞ୍ଚାୟତରେ ବ୍ୟାଙ୍କିଙ୍ଗ୍‌ ଆଉଟଲେଟ୍‌ ଖୋଲିବ। ଏଥିପାଇଁ ୫୦୦ କୋଟି ଟଙ୍କାର ବଜେଟ ସହାୟତା ଷ୍ଟେଟ୍‌...

Advertisement
Archives

Model This Week