ଦୁଇ ଦିନ ଗଲାନି, ଉଠିଗଲା ପିଚୁ

ପାରଳାଖେମୁଣ୍ଡି,୧୧।୧୨ (ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ସୀତାସାଗର ହୁଡା ତଥା ଓଡିଶା-ଆନ୍ଧ୍ର ସୀମାନ୍ତ ରାସ୍ତା ନିର୍ମାଣ କାମ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ରାସ୍ତା ନିର୍ମାଣର ଦୁଇ ଦିନ ପରେ ପିଚୁ ଗୋଡ଼ି ଉଠିଯାଇଥିବା ଦେଖିବାକୁ ମିଳିଛି। ଏ ନେଇ ବିଭାଗୀୟ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠିଛି ।
ସୀତାସାଗର ରାସ୍ତା ସୀମାନ୍ତ ଆନ୍ଧ୍ରକୁ ସଂଯୋଗ କରୁଥିବା ବେଳେ ଦୈନନନ୍ଦିନ ଶତାଧିକ ଯାନବାହାନ ଯାତାୟତ କରିଥାଏ । ଆନ୍ଧ୍ରର ଶ୍ରୀକାକୁଲମ ଜିଲାର ପ୍ରାୟ ୧୦ରୁ ଊର୍ଦ୍ଧ ଗ୍ରାମାଞ୍ଚଳର ଜନସାଧାରଣ ମୁଖ୍ୟତଃ ପାରଳାଖେମୁଣ୍ଡି ସହର ଉପରେ ନିର୍ଭର କରିଥାନ୍ତି। ସେହିପରି ପାରଳା ସହରର କେତେକ ଲୋକଙ୍କ ଚାଷ ଜମି ଉଭୟ ଆନ୍ଧ୍ର ଓ ଓଡିଶାରେ ଥିବା ଯୋଗୁଁ ଏହି ରାସ୍ତାରେ ଯାତାୟତ କରିଥାନ୍ତି। ଏହା ସହ ସହରବାସୀଙ୍କ ଶ୍ମଶାନ ଘାଟ, ମନ୍ଦିର ଆଦି ସୀମାନ୍ତ ଆନ୍ଧ୍ରରେ ରହିଛି। ତେଣୁ ଉଭୟ ଓଡିଶା ଓ ଆନ୍ଧ୍ରର ଲୋକେ ମୁଖ୍ୟତଃ ଗମନାଗମନ ପାଇଁ ଏହି ସୀତାସାଗର ହୁଡା ବା ରାସ୍ତା ଏକ ମାତ୍ର ଭରସା। ଏପରି ଗୁରୁତ୍ୱ ବହନ କରୁଥିବା ରାସ୍ତାର ଦୀର୍ଘ ବର୍ଷ ହେଲା ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଶୋଚନୀୟ ହୋଇପଡିଥିଲା। ଏହାକୁ ଦୃଷ୍ଟିରେ ରଖି ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ୨୦ଲକ୍ଷ ଟଙ୍କା ବ୍ୟୟ ବରାଦରେ କାମ ଆରମ୍ଭ କରିଛି। ଆନ୍ଧ୍ର ସୀମାନ୍ତରୁ ସହରର ଜଙ୍ଗମସାହି ପର୍ଯ୍ୟନ୍ତ ଏହି ରାସ୍ତା ମରାମତି ହେବ। ହେଲେ ନିର୍ମାଣ ଦୁଇ ଦିନ ଗଲାନି, ପ୍ରାୟ ତିନିଶହ ମିଟର ରାସ୍ତାର ପିଚୁଗୋଡି ଉଠିଯାଇଛି। ଗୋଡରେ ଆଡେଇ ଦେଲେ ଏହି ପିଚୁ ଉଠିଯାଉଛି। ଏହି ରାସ୍ତା ନିର୍ମାଣ ସମୟରେ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହି କାମ ତଦାରଖ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଅନୀତା ପାତ୍ରଙ୍କୁ ପଚାରିବାରୁ କହିଛନ୍ତି, ପିଚୁ ଗୋଡି ଉଠିଯାଇଥିବା ରାସ୍ତା ପୁନଃ ନିର୍ମାଣ ହେବ ଏବଂ ଅବଶିଷ୍ଠ କାମଗୁଡିକ ମଧ୍ୟ ସଠିକ ମାର୍ଗରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୩୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

ମୁମ୍ବାଇ,୧୮ା୮: ମୁମ୍ବାଇର ଜବାହରଲାଲ ନେହେରୁ ବନ୍ଦର ନିକଟ କଣ୍ଟେନର ଫ୍ରେଇଟ୍‌ ଷ୍ଟେଶନରେ ମକା ଚାଲାଣ ଭିତରୁ ୫୫ କେ.ଜି. ମେଥାମ୍ଫେଟାମାଇନ୍‌ ଜବତ ହୋଇଛି। ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ…

ଶାହରୁଖଙ୍କ ଘରେ ସାପ

ମୁମ୍ବାଇ,୧୮ା୮: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ମୁମ୍ବାଇ ବାସଭବନ ମାନତ୍‌ରୁ ସୋମବାର ରାତିରେ ୨ଟି ସାପ ଦେଖିବାକୁ ମିଳିଥିଲା। ବାସଭବନ ବଗିଚାର ଏକ ସେଡ୍‌ ତଳେ ସାପ…

ହୋଇଗଲା କି Ayesha Khanଙ୍କ ନିର୍ବନ୍ଧ? ମିଷ୍ଟ୍ରି ମ୍ୟାନ୍‌ଙ୍କ ସହ ରୋମାଣ୍ଟିକ ଫଟୋ ଶେୟାର କରି ଚମକାଇଲେ

ମୁମ୍ବାଇ: ଟିଭି ଏବଂ ବଲିଉଡ଼ର ଜଣାଶୁଣା ଅଭିନେତ୍ରୀ ଆୟଶା ଖାନ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରୁହନ୍ତି। ’ବିଗ ବସ 17’ ରୁ ଆରମ୍ଭ…

ଲଗାଣ ବର୍ଷା: ଏହି ଜିଲାରେ ବନ୍ଦ ରହିବ ସମସ୍ତ ସ୍କୁଲ

ସୁନ୍ଦରଗଡ଼, ୧୮ା୮(ଜୟ ନାରାୟଣ ମେଣ୍ଡୁଳି)- ଲଗାଣ ବର୍ଷା ସହ ପ୍ରତିକୂଳ ପାଗ ଜାରି ରହିଥିବାରୁ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ବୁଧବାର…

ମହିଳା ହକି ବିଶ୍ୱକପ୍‌ରେ ଭାରତର ବଡ଼ ବିଜୟ

ଆମଷ୍ଟେଲଭିନ୍‌,୧୮ା୮: ଓଡ଼ିଆ ଝିଅ ସୁନେଲିତା ଟପ୍ପୋଙ୍କ ଗୋଲ ବଳରେ ଚଳିତ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ୬-୧ ଗୋଲରେ ଦକ୍ଷିଣ…

ପାଳିବନ୍ଧ ପଞ୍ଚାୟତ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣିଲେ ପୂର୍ବତନ ସମିତି ସଭ୍ୟ, କେଉଁ ନିୟମରେ ସର୍ଭେ…

ଗଞ୍ଜାମ,୧୮।୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଆସୁଥିବା ବେଳେ ଏବେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି…

ଥୁଆମୂଳ ରାମପୁରରେ ବିପର୍ଯ୍ୟସ୍ତ ଆଲୋକୀକରଣ ବ୍ୟବସ୍ଥା: ୧୦ ଲକ୍ଷର ସୋଲାର ହାଇମାକ୍ସ ଲାଇଟ୍ ଅଚଳ, ତହସିଲରୁ ମାର୍କେଟ୍ ଯାଏ ଅନ୍ଧାର

ଥୁଆମୂଳ ରାମପୁର,୧୮।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ସଦର ମହକୁମାରେ ଆଲୋକୀକରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗୋଟିଏ ପଟେ ମାନ୍ୟବର ରାଜ୍ୟସଭା MP ସୁଜିତ…

ହାଟଡିହୀ: ଶ୍ରେଷ୍ଠ ବୁଥ୍ ସ୍ତରୀୟ ଅଧିକାରୀ ଭାବେ ଜିତେନ୍ଦ୍ର କୁମାର ସମ୍ବର୍ଦ୍ଧିତ, ଛୁଟିଛି ଶୁଭେଚ୍ଛାର…

ହାଟଡିହୀ/ଛେନାପଦୀ,୧୮।୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସଂଯୋଜନାରେ ସାରା ଓଡ଼ିଶାରେ ସ୍ୱତନ୍ତ୍ର ସଂଘନ ସଂଶୋଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri